Samir Kumar Beura

Inspirational

2.5  

Samir Kumar Beura

Inspirational

ରେଜିଗନେସନ

ରେଜିଗନେସନ

3 mins
332


ମୁଁ କାମ କରୁଥିବା କମ୍ପାନୀ ଗୋଟେ ମଲ୍ଟିନାସନାଲ କମ୍ପାନୀ । ରାଜ୍ୟ, ଦେଶ ନୁହେଁ ସାରା ଏସିଆରେ ଯେଉଁଠି ବି କିଛି ପ୍ରାକୃତିକ ଦୁର୍ବିପାକ ହେଲେ ଆମ ହ୍ୟୁମାନ ରେସୋର୍ସ ଟିମ ସମସ୍ତ ଟିମ କୁ ଇ-ମେଲ ମାଧ୍ୟମରେ ସାହାଯ୍ୟ ମାଗନ୍ତି। ଦୁର୍ବିପାକ କି ପ୍ରକାରର ସେ ଅନୁସାରେ ବିଭିନ୍ନ ସାମଗ୍ରୀର ଲିଷ୍ଟ ମଧ୍ୟ ଆସେ ଇ-ମେଲ ରେ । ପ୍ରତି ଟିମ ମେମ୍ବର ନିଜ ସାଧ୍ୟ ମତେ ସାହାଯ୍ୟ କରନ୍ତି । ସବୁ ସାମଗ୍ରୀ ପ୍ୟାକ କରି ଟିମ ମାନେ ଏକ ନିର୍ଦ୍ଧିଷ୍ଟ ଜାଗାରେ ଏକାଠି କରନ୍ତି । ଶେଷ ତାରିଖ ପରେ ସବୁ ସାମଗ୍ରୀ ଠିକଣା ସ୍ଥଳକୁ ପଠାଯାଏ । 

ସାଧାରଣତଃ ଚୁଡା ଚାଉଳ ଡାଲି ଦିଆସିଲି ନାପକିନ ଡାଇପର ଟର୍ଚ୍ଚ ମହମବତୀ ଲୁଗାପଟା ବ୍ରସ ପେଷ୍ଟ ସାବୁନ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଏ । ଲୁଗାପଟା କେବଳ ପୁରୁଣା ବାକି ସବୁ ନୂଆ ଦେବାକୁ ହୁଏ । ନିଜ ବ୍ୟସ୍ତ ଜୀବନରେ ଏତିକି ମାତ୍ର କାମ କରି ସମସ୍ତେ କିଛି ଆତ୍ମଶାନ୍ତି ପାଆନ୍ତି । ମୁଁ ବି ସାଧ୍ୟ ମତେ ସାହାଯ୍ୟ କରେ ତଥା ମୋ ଟିମର କଲେକ୍ସନ ମୁଁ କରେ । ଛ ବର୍ଷରେ ଏମିତି ଅନେକ ଦୁର୍ବିପାକ ଯାଇଛି ଓ ଆମ କମ୍ପାନୀର ପ୍ରତି ମେମ୍ବର ସାଧ୍ୟମତେ ସାହାଯ୍ୟ କରିଛନ୍ତି ।


କେରଳରେ ଯେତେବେଳେ ଭୟଙ୍କର ବନ୍ୟା ହେଲା ସେତେବେଳେ ମଧ୍ୟ ସେହିପରି ହେଲା କିନ୍ତୁ ଫରକ ଏତିକି ଥିଲା କି ଗାଢ ଅକ୍ଷରରେ ବିଶେଷ ଦ୍ରଷ୍ଟବ୍ୟ ଦିଆଯାଇଥିଲା ଯେ ଦାନ କରାଯାଉଥିବା ସମସ୍ତ ଲୁଗାପଟା ମଧ୍ୟ ନୂଆ ହେବ ଦରକାର । କେହିବି ପୁରୁଣା କପଡା ଦାନ ନ କରିବାକୁ ଅନୁରୋଧ ରହିଥିଲା । 

ସେହିଦିନ ମଧ୍ୟାହ୍ନ ଭୋଜନ ସମୟରେ ହ୍ୟୁମାନ ରେସୋର୍ସ ଟିମର ମ୍ୟାନେଜର ଦେଖା ହେଲେ , ମୁ ତାଙ୍କୁ ସେ କଥା ପଚାରିଲି , ଯଦି ସାରା ଏସିଆ ପାଇଁ ଏକ ନିୟମ ତେବେ କାହିଁକି କେରଳ ପାଇଁ ଅଲଗା ?

ସେ କହିଲେ : ତମେତ ଜାଣିଛ ଆମ କମ୍ପାନୀର ସମସ୍ତ ସିନିଅର ମ୍ୟାନେଜମେଣ୍ଟ କେରଲର , ତେଣୁ କରି ସେମାନେ ଏପରି ନିଷ୍ପତ୍ତି ନେଲେ । ଅବଶ୍ୟ ମୁ ଜାଣିଥିଲି କମ୍ପାନୀର ପ୍ରାୟ ଭି ପି / ଏ ଭି ପି / ଡିରେକଟର ଆଦି କେରଲର । ମନକୁ ସାନ୍ତ୍ୱନା ଦେଇ ଚୁପ ରହିଲି । ସେଥର ମୁ କୌଣସି ଲୁଗାପଟା / କପଡା ଦେଇନଥିଲି ବରଂ ଅନ୍ୟ ସାମଗ୍ରୀ ଦାନ କରିଥିଲି ।


କିଛିଦିନପରେ ଘୁର୍ଣ୍ଣିଝଡ ଫନି ଓଡ଼ିଶାରେ ତାର ତାଣ୍ଡବ ରଚିଡ଼େଇ ଚାଲିଗଲା । ମନେ ମନେ ମୁଁ ଦୁଃଖରେ ଥାଏ ଓଡ଼ିଶାବାସୀଙ୍କ କଥା ଭାବି । ଫନୀର ଦୁଇଦିନ ପରେ ହ୍ୟୁମାନ ରେସୋର୍ସ ଟିମ ସେହିପରି ଇ-ମେଲ ଦେଲେ ସମସ୍ତଙ୍କୁ । ସେ ମେଲ ପଢ଼ିସାରି ମୁଁ ରାଗରେ ଲାଲ ପଡ଼ିଗଲି । କୌଣସି ବିଶେଷ ଦ୍ରଷ୍ଟବ୍ୟ ନଥିଲା ନୂଆ ଲୁଗାପଟା/ କପଡା ଦାନ କରିବା ପାଇଁ । ସେହି ଚିରାଚରିତ ଢଙ୍ଗରେ ପୁରୁଣା ଲୁଗାପଟା / କପଡା ତଥା ଅନନ୍ୟ ସାମଗ୍ରୀର ଲିଷ୍ଟ ଥିଲା । ନିଜକୁ ସମ୍ଭାଳି ନ ପାରି ସେହି ଇ ମେଲ ର ପ୍ରତ୍ୟୁତ୍ତର ଟାଇପ କରିବାରେ ଲାଗିଗଲି: କାହଁକି ଏ ପାର୍ଥକ୍ୟତା ? କାହିଁକି ଏ ହୀନମନ୍ୟତା ? କାହିଁକି ଓଡିଶା ପାଇଁ ପୁରୁଣା କପଡା ଓ କାହିଁକି କେରଳ ପାଇଁ ନୂଆ ? ନିଜ ଉପରୁ ସଂଯମତା ହରାଇ ମନ ଭିତରର ସମସ୍ତ ରାଜାକୁ ଇ ମେଲ ର ଛାତିଉପରେ ଢାଳି ଦେଇ କେତେବେଳେ ମୁଁ ସେଣ୍ଡ ଅପସଏନ କ୍ଲିକ କଲି ମୁଁ ନିଜେ ଜାଣିପାରିଲିନି ।

ତା ପରଦିନ ସନ୍ଧ୍ୟାରେ ସିଫ୍ଟ ସାରି ଫେରିବା ବେଳକୁ ମ୍ୟାନେଜେର ଫୋନ କଲେ ଯାଇଁ ଡିରେକଟରଙ୍କୁ ଦେଖା କରିବା ପାଇଁ । ମୁଁ ନିର୍ଭୟରେ ଗଲି । ତାଙ୍କ କ୍ୟାବିନରେ ହ୍ୟୁମାନ ରିସୋର୍ସ ଟିମର ଏ ଭି ପି ମଧ୍ୟ ଥିଲେ । ମାତ୍ର କେତେ ପଦ କଥା ସେଠି 

ଡିରେକଟର : ସମିର ଡୁ ୟୁ ନୋ, ୟୁ ଆର ଗୋଇଙ୍ଗ ଏଗନେଷ୍ଟ ଦି କମ୍ପାନୀ ପଲିସିସ ?

ମୁଁ : ଆଇ ଡୁ ନଟ ଥିଙ୍କ ସୋ .


ତା ପରେ କେତେ ସମୟର ଅଯଥା ଯୁକ୍ତି ହେଲା । ଶେଷରେ ମୋତେ କୁହାଗଲା କି ମୁଁ ଇ ମେଲ ମାଧ୍ୟମରେ କ୍ଷମା ମାଗିବି ନଚେତ ସେମାନେ ମୋତେ ଟର୍ମିନେଟ କରିବେ । ମୁଁ କିନ୍ତୁ କୌଣସି ଅବଶୋଶ ନ କରି ସଂଗେ ସଂଗେ ମୋ ରାଜ୍ୟ ମୋ ପାଇଁ ବଡ , ମୋ ରାଜ୍ୟର ପ୍ରତିଟି ମଣିଷ ମୋ ପାଇଁ ବଡ ବୋଲି ଜଣାଇ କମ୍ପାନୀର ଆଇ କାର୍ଡ ଆଉ ରେଜିଗନେସନ ଦେଇ ଏବଂ ଧନ୍ୟବାଦ ଜଣାଇ ଚାଲି ଆସିଲି ।



Rate this content
Log in

More oriya story from Samir Kumar Beura

Similar oriya story from Inspirational