ଶିବନାରାୟଣ ମିଶ୍ର

Abstract

4.5  

ଶିବନାରାୟଣ ମିଶ୍ର

Abstract

ପରିବର୍ତ୍ତନ

ପରିବର୍ତ୍ତନ

2 mins
544



ବସ୍ ରେ ଦୀର୍ଘ ୩୦ ବର୍ଷ ପରେ ଫେରୁଥିଲି ଗାଁ କୁ । ବହୁତ ଖୁସି ଥିଲି । ଝରକା ପାଖ ସିଟ୍ ରେ ବାହାରକୁ ଚାହିଁ ଅତୀତ ର ସ୍ମୃତି ସବୁକୁ ସାଉଁଟୁ ସାଉଁଟୁ ମନେ ପଡୁଥିଲା ସେ ବୋହୁ ଚୋରୀ, ଡାକିମାଙ୍କୁଡି, ସଢେଇ ରେ ଚୁଲି ଆଉ ଦିଆସିଲି । ରେ ଭଅଁର ପୁରାଇ ସୂତା ଲଗେଇ ତା' ଶବ୍ଦ ଶୁଣିବାର ଅଭୁତ ପଦ୍ଧତି । ପୁଣି ଉଙ୍କି ମାରୁ ଥୁଲା ଗାଁ ପୋଖରୀରେ ବନିଶୀ ପକାଇ କେରାଣ୍ଡି ଧରା, ରଜର ଦୋଳି, ପିଠା, ହୋଲି ର ଅଭୁଲା ଅବିର, ମେଳଣ ର ରାଧାକୃଷ୍ଟ । ଏବେ ବି ମନେ ଅଛି ଗାଁ ଆରମ୍ଭ ରୁ ଥାଏ ଗୋଟିଏ ବିରାଟ ବରଗଛ , ତା ପାଖରେ ମନ୍ଦିର ର ଘଣ୍ଟି , ସନ୍ଧ୍ୟାରେ ଭାଗବତ, କିର୍ତ୍ତନ, ମିଳାମିଶା , ଯାନିଯାତ ।


ବସ୍ ରହିଲା, ମୋ ହାଲକା ନିଦ ଭାଙ୍ଗିଗଲା । କିନ୍ତୁ ଏ କଣ ! ମନ ର ସାଗର ରେ ଯେଉଁ ଖୁସି ର ଜୁଆର ଉଠିଥିଲା କ୍ଷଣି କରେ ଅମାବାସ୍ୟା ର ଭଟ୍ଟା ରେ ପରିଣତ ହୋଇଯିବ ଭାବିନଥିଲି । ସେ ବରଗଛ ଆଉ ନ ଥିଲା ,କାଗଜ ଡଙ୍ଗା ଭସାଉ ଥିବା ମାଟିର ଦାଣ୍ଡରେ ଆଜି ସୁଦୃଢ କଂକ୍ରିଟ । ଲହରିଆ ଧାନର ସୁନାକ୍ଷେତରେ ଠିଆ ହୋଇଥିଲା ନଭଶ୍ଚୁମ୍ଭୀ ଏକ ଅଟ୍ଟାଳିକା, ପଚାରିବାରୁ ବୁଝିଲି ଗୋଟେ ସିମେଣୁ କାରଖାନା ଗଢ଼ା ହୋଇଛି, ଭାତୃତ୍ବ ଭାବନା ର ଅନ୍ତ ଘଟି ଜନ୍ମ ନେଇଛି ଦଳୀୟ ଭାବନା । କୁର ରାଜନୀତି ର ଶିକାର ହୋଇ ଗାଁ ଆଜି ଦି ଫାଳ । ଦୋଳ ପୂର୍ଣ୍ଣିମା ର ଦୋଳ, ରଜ ଦୋଳି ର ଯେ କି ଅବସ୍ଥା ହୋଇଥିବ ବୁଝିବାକୁ ବାକି ନଥିଲା । ଆମ୍ବ ବଉଳ ର ବାସ୍ନା ତ ନଥିଲା, ସେ କାରଖାନା ର ଚିମିନି ରୁ ନିର୍ଗତ ଧୁଆଁ ଉପରକୁ ଉଠି ସତେ ଯେମିତି ମୋତେ ଅଟ୍ଟହାସ୍ୟ କରି କହୁଥିଲା --" ଏଠି ପରିବର୍ତ୍ତନ ଆସିଛି ।"


ଆକାଶ ଲୋହିତ ହୋଇ ସୂର୍ଯ୍ୟଙ୍କୁ ବିଦାୟ ଦେଉଥିଲା। ସହରକୁ ଫେରୁଥିବା ଶେଷ ବସ ଟି ମଧ୍ୟ ଲାଗିଯାଇଥିଲା। ମୁଁ ଫେରିଲା ବେଳେ ଭାବୁ ଥିଲି -- " ସତ ରେ କ' ଣ ଏଇଟା ହିଁ ପରିବର୍ତ୍ତନ ?"


Rate this content
Log in

More oriya story from ଶିବନାରାୟଣ ମିଶ୍ର

Similar oriya story from Abstract