Sachidananda Kar

Tragedy

2.5  

Sachidananda Kar

Tragedy

ପ୍ରେମରେ

ପ୍ରେମରେ

2 mins
171



        ସବୁ କଥାକୁ ଓଠ ତଳେ ଚାପି ରଖି ହୁଏ କ'ଣ !

        ଜୀବନ ନିଶ୍ଚିତ ନା ସୁଖ ନିଶ୍ଚିତ !

        ସବୁ ସ୍ବପ୍ନ ସତ ହୁଏ ନା ସବୁବେଳେ ସତ ସାଥି ମିଳିଥାନ୍ତି !

        ଆକାଶଟା କେବେ କେବେ ପାଖରେ ଥିବା ଭଳି ଲାଗିଲେ ବି କେବେ କେବେ ଲାଗେ ଯେମିତି ବହୂ ଦୂରରେ ତା'ର ଅବସ୍ଥିତି ।

        ପର କରି ହୁଏ କି ମା'କୁ !

        ମିଛର ଆବରଣ ତଳେ ରହିଲେ ବି କ'ଣ ଜାଣି ପାରେନି ମା' !

        ସବୁବେଳେ ସୁଖ ନୁହେଁ,ବେଳେବେଳେ ଦୁଃଖ ବି ହାତ ଠାରି ଡାକେ । ବର୍ଷା ବତୁରା କାନ୍ଥ ପରି ପୁଳା ପୁଳା ହୋଇ ଖସି ପଡେ ବିଶ୍ବାସ । ପ୍ରେମତରୁର ଶାଖାରୁ ଗଜୁରୀ ଆସେ ପ୍ରତାରଣା ।

        ଧୀରେଧୀରେ ଏସବୁ ବୁଝିଗଲା ମଂଜୁ । ସତକଥା ଖୋଲି ଦେବାକୁ ଯାଇ ମା'କୁ କହିଲା - ' ମା' , ସେ ପିଲା ମୋତେ ଭଲପାଏ । ମୁଁ ମଧ୍ୟ ତାକୁ ଭଲପାଏ । ଆମ ଦୁହିଙ୍କ ମଧ୍ୟରେ ଗୋଟିଏ ନିଆରା ସଂପର୍କ ଗଢି ଉଠିଛି । ମୋତେ ସ୍ବପ୍ନ ଦେଖିବାକୁ ଶକ୍ତି, ପ୍ରେରଣା, ଉତ୍ସାହ ଦେଇଛି ସେ । ଦେଇଛି ଭରସା, ବିଶ୍ୱାସ । ଆଉ ଭଲ ମନ୍ଦ କିଛି ନ ବିଚାରି ମୁଁ ତାକୁ ମୋର ମନ, ଆତ୍ମା , ଦେହ ସମର୍ପି ଦେଇଛି । ମିଛ କହିବି କାହିଁକି । ଏବେ ତା'ରି କାରଣରୁ ମୁଁ ଚାରି ମାସର ଗର୍ଭବତୀ । '

         ବାସ୍ ! ଗୋଟିଏ ପ୍ରଚଣ୍ଡ ବିସ୍ଫୋରଣ ଯେପରି ଘଟିଗଲା ମା'ର କାନ ପାଖରେ । ସେ ଏକାବେଳକେ ଅନ୍ଧ , ମୂକ ଓ ବଧିର ପାଲଟିଗଲା । ତା' ପାଦ ତଳେ ଆଉ ମାଟି ନ ଥିଲା ।

         ପ୍ରେମରେ - ବନ୍ଧୁ ଯେତିକି ପାଖରେ ସେତିକି ଦୂରେ ।

         ପ୍ରେମରେ - ବନ୍ଧୁ ଯେତିକି ବିଶ୍ବାସର ସେତିକି ଅବିଶ୍ବାସର ।

         ପ୍ରେମରେ - ପ୍ରତିଶ୍ରୁତି ଯେତିକି ସହଜ , ପ୍ରତାରଣା ବି ସେତିକି ।

         ପ୍ରେମରେ - ସୁଖ ଯେତିକି ଦୁଃଖ ସେତିକି ।

         ଦିନେ ଏସବୁ ସାବ୍ୟସ୍ତ ହୋଇଗଲା ମଂଜୁର ଜୀବନରେ । ହଠାତ୍ କେଉଁଆଡେ ନିଖୋଜ ହୋଇଗଲା ତା'ର ସେହି ପ୍ରେମିକ ପିଲାଟି ।

         ଦୁଃଖ ଏତେ ସହଜରେ ଛାଡିଯାଏ କ'ଣ !

         ଏବଂ ଏହି କାରଣରୁ ମଂଜୁର ଅନିଶ୍ଚିତ ଭବିଷ୍ୟତକୁ ଭାଳି ଭାଳି ଦିନେ ତା'ର ଦୁଃଖିନୀ ମା'ଟା ଆରପାରିକି ଚାଲିଗଲା ।

         ଏବେ ଗୋଟେ ନୁଆଁଣିଆ ନଡା ଛପର ଘରେ ସେ,ତା'ର ଦୁଃଖ ଓ ତା' ସହିତ ଥିଲା ତା' ପେଟରେ ବଢୁଥିବା ପିଲା ।

          ନଡା ଛପର ତଳିରୁ ଝରୁଥିଲା ବୁନ୍ଦା ବୁନ୍ଦା ବର୍ଷା ପାଣି । ସନ୍ତସନ୍ତିଆ ଲାଗୁଥିଲା ମାଟି ଚଟାଣ । ଶିଉଳି ଲଗା ଭଙ୍ଗା ଇଟା କାନ୍ଥ ଉପରେ ଅଜାଡି ପଡୁଥିଲା ବଜ୍ର ଶଦ୍ଦ । ପଚା କୋତରା ଛଣ ବିଡା ଖସି ପଡୁଥିଲା ବାରମ୍ବାର । ନିଜର ଗର୍ଭକୁ ଧରି ମଂଜୁ ପଡି ରହିଥିଲା ତା' ଭିତରେ । ଏଇ ବର୍ଷା ଋତୁରେ ତା'ର ଗର୍ଭକୁ ନ'ମାସ ପୁରିବାକୁ ଯାଉଥିଲା ।

          ଗର୍ଭ କଷ୍ଟ , ତା' ସାଙ୍ଗକୁ ଭୋକ ଉପାସ । ଭାରି ଛଟପଟ ହେଉଥିଲା ବିଚାରୀ ।

          ଆପଣା କର୍ମରଫଳ । ଆଉ କିଏ ଭୋଗିବ କାହିଁକି !


Rate this content
Log in

Similar oriya story from Tragedy