STORYMIRROR

sagarika sarangi

Inspirational

3  

sagarika sarangi

Inspirational

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

1 min
173


ପ୍ରେମ କେବଳ ପ୍ରେମ ।ଆଉ କିଛି ନୁହେଁ। ଅହଂକାର କି ଦେଖେଇ ହେବା ନୁହେଁ। କାହାକୁ କରୁଛ କଣ ଅବା ଯାଏ ଆସେ। ତା ପଛ ରେ କି ଭଳି ଭାବନା ଅଛି ଆଉ କେତେ ଅଛି ।କେତେ ଦୂର ସାଙ୍ଗରେ ଚାଲୁଛ। ଆଶା ଶୂନ୍ୟ ଭାବରେ।ସୀମା ହୀନ।କିନ୍ତୁଯେତେ ବେଳେ ନିହାତି ଆବଶ୍ୟକ ତୁମେ ଅଛ କି ନାହଁ।କିଛି ଦରକାର ନାହିଁ ସାହାରା ହେବା।କଥା ଦେବା।ଖୁସି କରିବା

କୁ ଚେଷ୍ଟା କରିବା।କେବଳ ସାକ୍ଷୀ ଟିଏ ସବୁ ପୀଡ଼ା ର। ପରିସ୍ଥିତି ର ତ ସମସ୍ତେ ଦାସ।କିନ୍ତୁ......ମନ ଯେତେବଳେ ବ୍ୟାକୁଳ ହୋଇ ଉଠିବ , ତୁମେ ତାକୁ ମୁକ୍ତ ଆକାଶ ଯୋଗେଇ ଦେବ ଉଡିବାକୁ।

ଥଣ୍ଡା ପବନ ଯୋଗେଇ ଦେବ ନିଶ୍ବାସ ନେବାକୁ। ବୁନ୍ଦା ବୁନ୍ଦା ଜଳଧାରା ହୋଇ ବରଷି ଯାଇ ତୃଷାର୍ତ୍ତ ଆତ୍ମା ଟିକୁ ଶୀତଳ କରିଦେବ।

ବନ୍ଧନ ମୁକ୍ତ।କେବଳ ଗୋଟିଏ ପରିଚୟ ହେବ ପ୍ରେମ।କେବଳ ଗୋଟିଏ ଠିକଣା ହେବ ପ୍ରେମ।ତୁମେ ଯେ କେହିବି ହୁଅ। ପଶୁ,ପକ୍ଷୀ, ବୃକ୍ଷ,ଲତା, ନର କିମ୍ବା ନାରୀ।ସବୁ ଗ୍ରହଣ କରାଯିବ।କେବଳ ଗୋଟିଏ ସର୍ତ ନିର୍ମଳ ନିଷ୍କପଟ ପ୍ରେମ"।ଦିନେ ତୁମେ ବୃଦ୍ଧ ହେବ।ଚର୍ମ କୁଞ୍ଚିତ ହେବ।ଚେହେରା ବିକୃତ ଦିଶିବ।ନିଶ୍ବାସ ଧିର ହେବ। ଶରୀରରେ ଶିଥିଳତା ଆସିବ।

ତୁମର ଗର୍ବ , ଅହଂକାର , ସ୍ୱାର୍ଥପରତା, ମିଥ୍ୟା ସ୍ୱାଭିମାନ ର ମହା ପ୍ରସାଦ ଯେତେ ବେଳେ ଧୂଳିସାତ ହେବ...., ତୁମର ମୋହ ସେତେବେଳେ ଭଙ୍ଗ ହେବ।ତୁମକୁ ସବୁ ସ୍ୱଚ୍ଛ ଦିଶିବ।ଜୀବନର ଶେଷ ପାହାଚ ରେ ତୁମେ ଛିଡା ହୋଇ ଥିବ। ଏଇ ଜୀବନ ରେ, କଣ ପାଇଲ  ଭାବୁଥିବ । ମନ ବିକଳ ହେଉଥିବ। ହୃଦୟ ର ନିବୃତ କୋଣ ରୁ ଚିତ୍କାର ଉଠିବ।ଠିକ୍ ସେହି ସମୟରେ ନିକଟରେ ପାଇବ। ଅସହାୟ ଶିଶୁ ଟିଏ ଭଳି କାନ୍ଦି ଉଠିବ। ଆଖିର ଲୁହରେ ତୁମର ଜନ୍ମ ଜନ୍ମ ର ଠୁଳ ହୋଇଥିବା ଅହଂକାର ଗୁଡାକ ଭାସି ଯିବ। ଆତ୍ମା ମୁକ୍ତ ହୋଇଯିବ। ସେଦିନ ତୁମେ ପ୍ରେମ କୁ ପାଇବନି ଯେ ଈଶ୍ୱରଙ୍କୁ ପାଇବ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational