ଓଡିଆ ଶିଶୁ ଗପ

Comedy

2  

ଓଡିଆ ଶିଶୁ ଗପ

Comedy

ପିଉସୀ ମା ଓ ଗୋପାଳ

ପିଉସୀ ମା ଓ ଗୋପାଳ

3 mins
7.8K


ରାଜା କୃଷ୍ଣ ଚନ୍ଦ୍ରଙ୍କର ବିଧବା ପିଉସୀ ବୁଢୀଟିଏ ଥିଲା । ସେ ବଡ କୃପଣ । କାହାକୁ ଦେହର ମଳି ଟିକେ ଦେବାକୁ ସେ ନାରାଜ ଥାଏ । ଦାନ ଧ୍ୟାନତ ତାଙ୍କର ପାଞ୍ଜିରେ ନାହିଁ । ମହାରାଜା ଦିନେ କଥାରେ କଥାରେ ଗୋପାଳକୁ କହିଲେ –

ଗୋପାଳ ତୁମ୍ଭେ ତ ପ୍ରତ୍ୟେକ ଦିନ ଆମ୍ଭ ଠାରୁ ଟଙ୍କା ପଇସା ନାନା ପ୍ରକାର କଥାରେ ନେଇ ଚାଲି ଯାଅ । ଆଚ୍ଛା ଆଜି ଯାଅ ତ ଯେବେ ଆମ୍ଭର ପିଉସୀଙ୍କ ଠାରୁ କିଛି ଆଦାୟ କରି ପାରିବ ତେବେ ଜାଣିବା ତୁମ୍ଭେ ଜଣେ ପ୍ରକୃତ ଭାଣ୍ଡ ଓ ଚତୁରତାରେ ପ୍ରବୀଣ ବୋଲି ତୁମର ପରିଚୟ ମିଳିବ । ଏହା ଶୁଣି ଗୋପାଳ କହିଲେ –

ମହାରାଜା ଏ କ’ଣ ଗୋଟିଏ ବିଚିତ୍ର କଥା । ଆଜି ମୁଁ ପିଉସୀଙ୍କ ଠାରୁ ଟଙ୍କା ଆଣିବି । ଏହା କହି ରାଜ ଭବନ ଭିତରକୁ ଯାଇ ପିଉସୀମା ପିଉସୀମା ବୋଲି ଡାକ ପକାଇଲେ । ଗୋପାଳ ଡାକ ଶୁଣି ପିଉସୀମା କହିଲେ –

କିହୋ ଗୋପାଳ କୁଆଡେ ଆସିଚ? ଗୋପାଳ କହିଲେ –

ନା ପିଉସୀ ମା, ଆପଣଙ୍କର ଅନେକ ଦିନୁ ଭେଟ ନପାଇ ମନଟା ଖାଲି ଗୋଳେଇ ଘାଂଟି ହେଲା । ଆଜି କାହିଁକି ମୋ ମନ ବେଶୀ ବିଚଳିତ ହେବାରୁ ସେଥି ସକାଶେ କୁଆଡିକି ନ ଯାଇ ଚାଲି ଆସିଲି । ଦେହ ପା ସବୁ ଭଲ ଅଛି ତ? ଏହି ପରି ନାନା ପ୍ରକାର ଗଳ୍ପ ଛଳରେ ଗୋପାଳ କହିଲେ – ପିଉସୀ ମା ମୋର ବଡ ଆଶା ଅଛି ଦିନେ ତୁମ ପତ୍ରର ପ୍ରସାଦ ପାଇବି ।

ଏହା ଶୁଣି ପିଉସୀମା କହିଲେ –

ଏ କ’ଣ ଗୋଟାଏ କଥାରେ କଥା । ଆଚ୍ଛା ହେଉ କାଲି ଆସି ଖାଇବ ।

ତା ପର ଦିନ ଗୋପାଳ ୩/୪ଟା ଚିଙ୍ଗୁଡି ମାଛ ସନ୍ତୁଳି ଲୁଚାଇ ନେଇ ଯାଇ ଥିଲେ । ସେଠାରେ ପତ୍ରରେ ଖାଇ ବସିଲେ । ସଙ୍ଗେ ସଙ୍ଗେ ମାଛ ତକ ନାଉ ଘାଂଟ ସହିତ ମିଳାଇ ଦେଇ ରଖିଲେ । କିଛି କ୍ଷଣ ପରେ ପିଉସୀମା କହିଲେ –

ଗୋପାଳ କେଉଁ ତରକାରୀ ଭଲ ହୋଇଛି ।

ଗୋପାଳ ପାଟି କରି କହିଲେ –

ପିଉସୀ ମା ନାଉ ଚିଙ୍ଗୁଡି ଘାଂଟଟି ବଡ ସୁନ୍ଦର ସୁଆଦିଆ ହୋଇଛି । ପାଟିରୁ ଛାଡୁ ନାହିଁ । ତା ନହେଲେ କି ପିଉସୀ ମା, ଲୋକେ କ’ଣ ତରକାରୀ କରନ୍ତି ନାହିଁକି, ହେଲେ କ’ଣ ହେବ ଏପରି ନାଉ ଚିଙ୍ଗୁଡି ହେବକି? ମୁଁ ମଣିମାଙ୍କ ଛାମୁରେ କହିବି ଯେ । ଗୋପାଳର ଏ କଥା ଶୁଣି ପିଉସୀ ମା କହିଲେ –

ଆରେ ଚୁପ୍ ଚୁପ୍ କ’ଣ କହିବୁ ସେ କି କଥା ଆମେ ତ ବିଧବା, ଆମେ କ’ଣ ମାଛ ଖାଉ କି?

ତୁମକୁ କିଏ ମାଛ ଖାଇବାକୁ ଦେଇଛି?

ଆମର ହବିଷ ନିରାମିଷ ତରକାରୀ । ଗୋପାଳ କହିଲେ –

ପିଉସୀ ମା ମାଛ ତୁମ୍ଭେ ନ ଖାଉ ଥିଲେ ଏ ଚିଙ୍ଗୁଡି ମାଛ ଏଡେ ଯତ୍ନରେ ଆଉ ରାନ୍ଧିଲା କିଏ ଖାଇଲା ବି କିଏ?

ପିଉସୀ ମା କହିଲେ –

ଆସ୍ତେ କରି କହ ଚାହିଁ ଦେଖି, ଗୋପାଳ କହିଲେ – ଦେଖ ହେଇଟି ପରା ମୁଁ ଖାଇ କରି କ’ଣ ନିନ୍ଦା କରିବି, ମୋ ଦ୍ୱାରା ସେକଥା ହେବ ନାହିଁ । ରାଜା ଶୁଣିଲେ କହିବେ କ’ଣ – ଆଚ୍ଛା ଏ ଗୋଟିଏ ଖାଇ ନିନ୍ଦୁକ ।

ପିଉସୀମା ସତକୁ ସତ ମାଛ ଦେଖି ଅପମାନ ଓ ଲଜ୍ଜା ଭୟରେ ଆଶ୍ଚର୍ଯ୍ୟ ହୋଇ କହିଲେ –

– ଗୋପାଳ ଦେଖ୍ ବାବୁ, ତୋ ହାତ ଗୋଡ ଧରି କହୁଛି ମୁଁ ତୋ ମା’ ଭଳି, ଏ କଥା ଆଉ କାହାକୁ କହିବୁ ନାହିଁଟି । ଏ ଟଙ୍କା କେତୁଟା ନେଇ ଯା । ମୋ ବାପାଟା, ନେ ଘର ଖରଚ କରିବୁ । ମୋ ଧନଟା ପରା କାହାକୁ କିଛି କହିବୁ ନାହିଁ ।

ଗୋପାଳ ସବୁ କଥା ସ୍ୱୀକାର କରି ଖାଇ ପିଇ ଟଙ୍କା କେତୋଟି ହାତରେ ନେଇ ସେଠାରେ ପିଉସୀମାକୁ ଏକ ଦୀର୍ଘ ଦଣ୍ଡବତ କରି ଆସ୍ତେ ଆସ୍ତେ ଚାଲି ଆସି ଅତ୍ୟନ୍ତ ଖୁସିରେ ରାଜାଙ୍କ ପାଶେ ପହଁଚି ଗଲେ ।

ରାଜା କୃଷ୍ଣ ଚନ୍ଦ୍ର ଗୋପାଳର ହର୍ଷ ମୁଖ ଦେଖି ପଚାରିଲେ, କିହୋ ଗୋପାଳ ବଡ ଖୁସୀ । ଘଟଣା କଅଣ?

ଗୋପାଳ ସବୁ କଥା କହି ଟଙ୍କାକୁ ଅଂଟାରେ ମାରି ବାଟେ ବାଟେ ଘରକୁ ଗଲେ ।


Rate this content
Log in

Similar oriya story from Comedy