ଫେସବୁକରେ ଫୋଟୋ
ଫେସବୁକରେ ଫୋଟୋ
ରାଜୁ କଲେଜରେ ପାଠ ପଢେ । ପ୍ରତିଦିନ ସେ ତାଙ୍କ ଘରଠାରୁ କିଛି ଦୂରରେ ଥିବା ବୃଦ୍ଧାଶ୍ରମକୁ ଯାଇ । ସେଠାରେ ରହୁଥିବା ଅନ୍ତେବାସୀଙ୍କ ସହିତ କିଛି ସମୟ ବିତେଇଥାଏ । ବୃଦ୍ଧାଶ୍ରମରେ ରାଜୁ ସମସ୍ତିଙ୍କର ପରିଚିତ । ବୃଦ୍ଧାଶ୍ରମରେ ରହୁଥିବା ସମସ୍ତ ଅନ୍ତେବାସୀ ରାଜୁକୁ ସ୍ନେହ କରନ୍ତି । ସେଦିନ ବୃଦ୍ଧାଶ୍ରମ ବାରଣ୍ଡାରେ ରାଜୁ ବସି ତା ମୋବାଇଲରେ ଫେସବୁକ ଚଲାଉଥାଏ । ଏମିତି ଫେସବୁକ ଚଲାଉ ଚଲାଉ ଗୋଟିଏ ଫୋଟୋରେ ତା ନଜର ଅଟକି ଗଲା । ଆଉ ମନେ ମନେ କହି ହେଉଥାଏ । ଆରେ ଫୋଟଟି ପରିଚିତ ପରିଚିତ ଲାଗୁଛି । ଆରେ ଇଏତ ଆମ ମଧୁ ମଉସାଙ୍କ ଫୋଟୋ ନା କଣ ? (ମଧୁ ମଉସା ସେହି ବୃଦ୍ଧାଶ୍ରମର ଜଣେ ଅନ୍ତେବାସୀ) ମୋବାଇଲଟିକୁ ହାତରେ ଧରି ଧାଇଁଲା ସେଇ ବାରଣ୍ଡାରେ । ମଧୁ ମଉସା କୁଆଡେ ଗଲ?ମଧୁ ମଉସା କୁଆଡେ ଗଲ?
ମଧୁ ମଉସା ବଗିଚାରେ ବସିଥାନ୍ତି । ରାଜୁ ତାଙ୍କ ନିକଟରେ ଯାଇଁ ପହଞ୍ଚିଲା । ମଧୁ ମଉସା କହିଲେ ଆରେ ରାଜୁ ତୁ ଏତେ ଧଇଁ ସଇଁ କାହିଁକି ହୋଇ ପଡିଛୁ । ଆରେ କଣ ହୋଇଛି?
ରାଜୁ କହିଲା କଣ ହୋଇଛି ପଚାରୁଛ?ମୁଁ ତୁମକୁ ଖୋଜୁଥିଲି ଗୋଟେ ଜିନିଷ ଦେଖେଇବା ପାଇଁ । ମଧୁ ମଉସା କହିଲେ ତୁ ମତେ ଏମିତି କଣ ଦେଖେଇବୁ ବୋଲି ଏତେ ବ୍ୟସ୍ତ ହୋଇ ଖୋଜୁଥିଲୁ?
ରାଜୁ କହିଲା ଜାଣ ମଧୁ ମଉସା ମୁଁ ତୁମ ଫୋଟ ଫେସବୁକରେ ଦେଖିଲି ଆଜି । ମଧୁମଉସା କହିଲେ ରାଜୁ ଫେସବୁକରେ ମୋ ଫୋଟୋ ଦେଖିଲୁ?ସେଇ ଫେସବୁକ ଯୋଉଟାକୁ ତୁ ଦିନ ରାତି ଚଲଉଛି । ଆଉ ସେଥିରେ ତୋ ଫୋଟୋ ଛାଡୁଛୁ । ଦେଶ ଦୁନିଆ ଖବର ଦେଖୁଛୁ । ଆରେ ସେଥିରେ ମୋର ଫୋଟୋ କୋଉଠୁ ଆସିଲା । ଆରେ ସେଥିରେ ମୋ ଫୋଟୋ କିଏ ଛାଡିଲା?ଧେତ ତୁଟା ଟାଉଟର ମାରୁଛୁ ।
ରାଜୁ କହିଲା ମୁଁ ଟାଉଟର ମାରୁଚି ତ । ଦେଖ ଏଇ ମୋବାଇଲ । ଏଇଟା କାହା ଫୋଟୋ?ରାଧୁ ମଉସା ନିଜ ଚଷମାଟିକୁ କାଢି ତାକୁ ଟିକେ ପୋଛିଦେଇ ପୁନର୍ବାର ଠିକ କରି ତାଙ୍କ ଆଖିରେ ଲଗାଇଦେଲେ । ଆଉ କହିବାକୁ ଲାଗିଲେ ଆରେ ସତେତ ଏଇଟା ମୋ ଫୋଟୋ,ଏଇଟା ମୋ ଫୋଟୋ ରାଜୁ । ଏଇ ଦେଖ୍ ରାଜୁ ଏଇ ମୋ ପାଖରେ ଯିଏ ଛିଡାହୋଇଛି । ସେ ମୋ ପୁଅ ବୁଲୁ । ମୁଁ ଯେବେ ତାକୁ କଲିକତାକୁ ବୁଲେଇ ନେଇଥିଲି ଏଇ ଫୋଟୋଟିକୁ ସେଠି ଗୋଟିଏ ଷ୍ଟୁଡ଼ିଓରେ ଉଠେଇଥିଲୁ । ଏ ଫୋଟଟି କୋଉଠୁ ଆସିଲା?ତାକୁ କିଏ ପଠେଇଛି? ମଧୁ ମଉସାଙ୍କ ଉତ୍ସାହ ପୂର୍ଣ୍ଣ ଶୁଣି ଯେମିତି ଲାଗୁଥାଏ । ମଧୁ ମଉସାଙ୍କ ହଜିଥିବା ବହୁମୂଲ୍ୟ ଦ୍ରବ୍ୟଟି ତାଙ୍କୁ ବହୁଦିନ ପରେ ମିଳି ଯାଇଛି ।
ରାଜୁ କହିଲା ମଉସା ଏଇ ଫୋଟଟିକୁ ପ୍ରକାଶ ଦାସ ନାମକ ଜଣେ ବେକ୍ତି ଓପଲୋଡ଼ କରିଛନ୍ତି ତାଙ୍କ ଫେସବୁକରେ । ଆଉ ଫୋଟୋ ଉପରେ ଲେଖିଛନ୍ତି । my father is world’s best father.
ରାଜୁ ମଉସା କହିଲେ ପ୍ରକାଶ ଦାସ!ଆରେ ମୋ ବୁଲୁର ନୂଆ ନାମ ପ୍ରକାଶ ଦାସ । ସେଇ ଏହି ଫୋଟୋ ଛାଡିଛି । ଆଉ କଣ ଲେଖିଛି ଅଲଜ୍ୟା my father is world’s best father.କିନ୍ତୁ କାହିଁକି?ଆଜି ତାର କଣ ଏ ଦରକାରୀ ବାପା କଥା ମନେପଡିଛି । ଆରେ ସେ ମୋର ଗୋଟିଏ ବୋଲି ପୁଅ । ତାକୁ ମୁଁ ପାଠଶାଠ ପଢେଇ ମଣିଷ କଲି । ପ୍ରତ୍ୟକ ବାପାଙ୍କ ଭଳି ମୁଁ ମୋର କର୍ତ୍ତଵ୍ୟ କଲି । ଚାକିରିରୁ ଅବସର ନେଲା ପରେ ମୋର ସଞ୍ଚିତ ଧନକୁ ବି ତା ଭବିଷ୍ୟତ ଗଢିବାକୁ ସାରିଦେଲି । ଅର୍ଥ ଅଭାବରୁ ତା ମାଆକୁ ଠିକସେ ଚିକିତ୍ସା କରି ପାରିଲିନି । ରୋଗରେ ପଡ଼ି ସେ ମୋତେ ସବୁଦିନ ପାଇଁ ଛାଡି ଚାଲିଗଲା । ଆଉ ମୋ ପୁଅ ବୁଲୁ ଏତେ ବଡ଼ ମଣିଷ ହୋଇଗଲାଯେ । ସେ କୁଆଡେ ଗଲାଯେ ମୋ କଥା ବୁଝିବାକୁ ଦିନେ ଗାଁକୁ ଆସିଲା ନା ଚିଠି କିମ୍ବା ଫୋନ ମାଧ୍ୟମରେ ମୋର ଖବର ନେଲା । ମୁଁ ବହୁତ କଷ୍ଟରେ ଥିଲି ନା ନିଜେ କୌଣସି କାମ କରିବାକୁ ସକ୍ଷମ ଥିଲି ନା ମୋ ପାଖରେ ଥିଲା ଅର୍ଥ । ଏଇ ବୃଦ୍ଧାଶ୍ରମର ପ୍ରତିଷ୍ଠାତା ବିବେକ ବାବୁ ମୋତେ ଯାଇଁ ଏଠାକୁ ନେଇ ଆସିଲେ । ଆଉ ଆଜି ମୋର ନୂଆ ଠିକଣା ଏଇ ବୃଦ୍ଧାଶ୍ରମ । ଏଇ କଥା କୋଉଥିବା ବେଳେ ମଧୁ ମଉସାଙ୍କ ହୃଦୟରେ ଥିବା ବେଦନା ଆଉ ଯନ୍ତ୍ରଣା । ତାଙ୍କର ଆଖିଲୁହ ହୋଇ ଧାର ଧାର ଗଡି ଆସି ପଡୁଥାଏ ରାଜୁ ମୋବାଇଲର ସେଇ କଳା କାଚ ଉପରେ ।
ରାଜୁ ଭାବିଭିବୋଳିତ ହୋଇଗଲା । ଆଉ କହିଲା ମଉସା ତୁମେ ତ କାହିଁ ମୋତେ ଦିନେ ହେଲେ କହିନା ତୁମର ଗୋଟେ ପୁଅ ଅଛି ବୋଲି?ତୁମେ ଆଉ ଲୁହ ଝରାଅନି ମଉସା । ତୁମେ କଣ ପଚାରୁଥିଲ । ତୁମ ପୁଅ ଏ ଫୋଟୋ କାହିଁକି ଛାଡିଛି । ଆଉ କାହିଁକି ଲେଖିଛନ୍ତି my father is world’s best father.ଜାଣିଛ ମଉସା ଆଜି ପିତୃ ଦିବସ । ଆଉ ତୁମ ପୁଅ ଏବେ ଆମ ରାଜ୍ୟର ଗୋଟିଏ ବଡ଼ ନାମୀ ନେତା । ଏଇଟା ସେ ହୃଦୟରୁ ନୁହଁ କେବଳ ଲୋକଦେଖାଣିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୋଷ୍ଟ କରିଛନ୍ତି । ସତରେ ମଉସା ତାଙ୍କୁ ଜମାରୁ ଲାଜ ନାହିଁ । କେମିତି ଜଣେ ତାର ବାପାଙ୍କୁ ନିଜ ଠାରୁ ଅଲଗା କରିଦେଇ । ଲୋକ ଦେଖାଣିଆ ଭକ୍ତି କରୁଛି ।
ମଧୁ ମଉସା କହିଲେ ଛାଡ଼ ରାଜୁ ସେ କଥା । ମୁଁ ଏଠି ଭଲରେ ଅଛି । ଚାଲ୍ ଆମେ ଲୁଡୁ ଖେଳିବା ତା ପୂର୍ବରୁ ତୁ ସେ ଫୋଟୋ ତଳେ ଲେଖିଦେ ବୁଲୁ ବାବୁ ଆପଣଙ୍କ best father ବୃଦ୍ଧାଶ୍ରମରେ ବହୁତ ଖୁସିରେ ଅଛନ୍ତି । ଫୋଟଟିକୁ ସାଇତି ରଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
