STORYMIRROR

Alok kumar Das

Inspirational

3  

Alok kumar Das

Inspirational

ଜୀଅନ୍ତା ଶବ

ଜୀଅନ୍ତା ଶବ

3 mins
204

ଶାନ୍ତନୁ ବାବୁ ଓ ତାଙ୍କର ଧର୍ମପତ୍ନୀ ନନ୍ଦୀନୀ ଦେବୀ ଓ ତାଙ୍କର ୭ବର୍ଷର ଝିଅ ସୃଷ୍ଟି ସହିତ ଭୁବନେଶ୍ୱରରେ ରୁହନ୍ତି।ଶାନ୍ତନୁ ବାବୁ ଏକ ବେସରକାରୀ ସଂସ୍ଥାରେ ଏକ ଭଲ ପଦବୀରେ କାର୍ଯ୍ୟରତ।ତାଙ୍କର ଧର୍ମ ପତ୍ନୀ ନନ୍ଦିନୀ ଦେବୀ ଜଣେ ସୁଗୃହିଣୀ।ଏକ ହାସଖୁସିର ସଂସାର।ଶାନ୍ତନୁ ବାବୁ ତାଙ୍କ ଝିଅକୁ ବହୁତ ସ୍ନେହ କରନ୍ତି।

  

ନନ୍ଦିନୀ ଦେବୀ ଲକ୍ଷ୍ୟ କଲେ ତାଙ୍କ ସ୍ୱାମୀ ଏବେ ରାତିରେ ଅଫିସରୁ ଫେରିଲା ବେଳକୁ ଆଉ ପୂର୍ବ ଭଳି ସ୍ୱାଭାବିକ ରହୁନାହାନ୍ତି।ପୂର୍ବରୁ ଆସି ଫ୍ରେସ ହେଲା ପରେ ଝିଅ ସାଙ୍ଗରେ ଖେଳନ୍ତି।ତାଙ୍କ ସହିତ କେତେ କଣ କଥା ହୁଅନ୍ତି।ଏବେ କିନ୍ତୁ ଚୁପ ଚାପ ଆସି ଫ୍ରେସ ହୋଇ ସିଧା ଶୋଇବା ଘରକୁ ଚାଲି ଯାଉଛନ୍ତି ଆଉ ପୂର୍ବ ଭଳି ଘରେ ରାତି ଖାଇବା ଖାଉନାହାନ୍ତି।କିନ୍ତୁ ସକାଳୁ ପୁଣି ସବୁ ଠିକ ଠାକ।ନନ୍ଦିନୀ ଦେବୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ।ତାଙ୍କ ସ୍ୱାମୀର ହୋଇଛି କଣ?ଏମିତି ଦୁଇ ତିନି ଦିନ ଗଲା ପରେ ତାଙ୍କର ସ୍ୱାମୀଙ୍କ ଆବ ଭାବ ଦେଖି ନନ୍ଦିନୀ ଦେବୀ ଯାହା ଜାଣିବାକୁ ପାଇଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ।ତାଙ୍କ ସ୍ୱାମୀ ଏବେ ମଦ ପିଇଲେଣି।ଯେଉଁଟାକି ତାଙ୍କର ପୂର୍ବରୁ ଅଭ୍ୟାସ ନଥିଲା।ଜାଣିଲା ପରେ ସେ ଚୁପ ହୋଇବା କିପରି ବସିଥାନ୍ତେ।

ସେ ଦିନେ ତାଙ୍କ ସ୍ୱାମୀଙ୍କୁ ପଚାରିଲେ।ତୁମର କଣ ହୋଇଛି ତୁମେ ଏବେ ଅଫିସରୁ ଫେରିଲେ ଆଉ ଝିଅ ସାଙ୍ଗେ ଖେଳୁନ।ପ୍ରାୟ ରାତିରେ ଘରେ ଖାଉନ?ଶାନ୍ତନୁ ବାବୁ ଥଙ୍ଗା ଥଙ୍ଗା ହୋଇ କହିଲେ କାଇଁ ନାଇଁ ତ କିଛି ନାହିଁ!ନନ୍ଦିନୀ ଦେବୀ କହିଲେ କିଛି ନୁହଁ।ଭାବୁଛ ମୁଁ କିଛି ଜାଣି ପାରୁନି ତୁମେ ଏବେ ଘରକୁ ମଦ ପିଇକି ଫେରୁଛ।ଶାନ୍ତନୁ ବାବୁ ଟିକେ ରହିଯାଇ କହିଲେ ନାଇ ଏମିତି ଟିକେ ଖୁସିରେ ପି ଦେଉଛି ଆଉ।ଏଇ ଅଫିସ ବନ୍ଧୁଙ୍କ ସହିତ ଟିକେ ଖୁସିରେ ପି ଦଉଚି।ନନ୍ଦିନୀ ଦେବୀ କହିଲେ 'ଖୁସି' କୋଉ ଖୁସି ଯେଉଁ ଖୁସି ସାମ୍ନାରେ ତୁମ ଝିଅର ଖୁସି କିଛି ନୁହେଁ।ତୁମେ ଆଉ ତା ସହିତ ଖେଳୁନ ସେ ବଡ଼ ହୋଇଗଲାଣି ମତେ କେତେ ପ୍ରଶ୍ନ କରୁଛି।ମାମା ବାପାଙ୍କର କଣ ହୋଇଛି ?ବାପା ଅଫିସୁରୁ ଫେରି ମୋ ସାଙ୍ଗରେ ଖେଳନ୍ତି ଆଉ ଖେଳୁନହାନ୍ତି।ତାଙ୍କର କଣ ହୋଇଛି?ଅଫିସୁରୁ ଆସି ମୋ home work କଣ ଦିଆଯାଇଛି ଆଉ ବୁଝୁନାହାନ୍ତି।ଏମିତି କେତେ ପ୍ରଶ୍ନ ତାକୁ ମୁଁ କି ଉତ୍ତର ଦେଇ ବୁଝେଇବି।ତମେ କାହିଁକି ସେ ଅନ୍ଧାର ଭିତରକୁ ଯାଉଛ।ତମେ ସେଥିରୁ କି ଖୁସି ପାଉଛ।ଶାନ୍ତନୁ ବାବୁ ତାଙ୍କ ସ୍ତ୍ରୀଙ୍କର କଥା ଶୁଣି କହିଲେ ହଉ ବାବା ହୋଉ ମୁଁ ଆଉ ମଦ ପିଇବି ନାହିଁ ହେଲା।କିନ୍ତୁ ପରଦିନ ପୁଣି ସେଇ କଥା ଶାନ୍ତନୁ ବାବୁ ପୁଣି ମଦ ପିଇ ଘରକୁ ଫେରିଲେ।ନନ୍ଦିନୀ ଦେବୀ ଆଉ କଣ ବକରିବେ ଏତେ ବୁଝେଇଲା ପରେବି ତାଙ୍କ ସ୍ୱାମୀ ବୁଝିଲେନି।ସେ ବହୁତ ଚିନ୍ତିତ ହୋଇପଡିଲେ।ତାଙ୍କ ସ୍ୱାମୀ ଏକକୁ ଅଭ୍ୟାସରେ ପଡ଼ିଗଲେଣି।

 ଦିନେ ହଠାତ ରାତି ୧୧.୩୦ ହେବ।ଶାନ୍ତନୁ ବାବୁଙ୍କ ଝିଅ ଚିତ୍କାର କରିବାକୁ ଲାଗିଲା।ମାମା ମାମା ମୋ ପେଟ ବୋହୁଜୋରରେ ଯନ୍ତ୍ରଣା ହେଉଛି।ବହୁତ କଷ୍ଟ ହଉଚି ମାମା।ନନ୍ଦିନୀ ଦେବୀ ବ୍ୟସ୍ତ ବିବ୍ରତ ହୋଇ ତାଙ୍କ ସ୍ୱାମୀଙ୍କୁ ଡାକିଲେ।ହେଇ ଉଠ ଝିଅ ପେଟ କଣ ହୋଇ ଯାଉଛି।ତାକୁ ମେଡିକାଲ ନେଇକି ଯିବା ଉଠ।ଶାନ୍ତନୁ ବାବୁ ପୁରା ନିଶାରେ କବଳିତ ସେ କିଛି ବୁଝି ପାରୁନାହାନ୍ତି।ଉଠିବେ କଣ।ନନ୍ଦିନୀ ଦେବୀ କଣ କରିବେ।ସେ ଝିଅର ଯନ୍ତ୍ରଣା ଦେଖି ବେସ୍ତ ବିବ୍ରତ ତାଙ୍କ ସ୍ୱାମୀତ ହୋଶରେ ନାହାନ୍ତି।ସେ ଯାଇ ପଡୋଶୀଙ୍କୁ ଡାକିଲେ ତାଙ୍କ ସାହାଯ୍ୟରେ ଝିଅକୁ ମେଡିକାଲ ନେଇ ଗଲେ।ସକାଳୁ ଯେବେ ଶାନ୍ତନୁ ବାବୁ ଉଠିଲେ ଦେଖିଲେ ଘରେ ତାଙ୍କ ଝିଅ କି ସ୍ତ୍ରୀ ନାହାନ୍ତି ତାଙ୍କର ଟିକେ ଟିକେ ମନେ ପଡ଼ିଲା ରାତିର କଥା।ସେ ଧାଇଁଲେ ପଡ଼ୋଶୀ ରାମ ବାବୁଙ୍କ ପାଖକୁ।ରାମ ବାବୁ ଶାନ୍ତନୁ ବାବୁଙ୍କୁ ଦେଖି କଟାକ୍ଷ କଲେ କଣ ବାବୁ ନିଶା ଉତୁରିଲାଣି ନା ଆଉ ଅଛି।ଶାନ୍ତନୁ ବାବୁ କହିଲେ ମତେ ଆଉ ଲଜ୍ଜିତ କରନ୍ତୁନି।ମୁଁ ବହୁତ ମାନସିକ ଚିନ୍ତାରେ ଅଛି ମୋ ସ୍ତ୍ରୀ ଆଉ ଝିଅ କୋଉଠି ଅଛନ୍ତି।ରାମ ବାବୁ କହିଲେ ପାଖ ମେଡିକାଲ ରେ ଅଛନ୍ତି।ଶାନ୍ତନୁ ବାବୁ ବିଳମ୍ବ ନକରି ବେସ୍ତ ବିବ୍ରତ ହୋଇ ଯାଇ ମେଡିକାଲରେ ପହଁଚିଲେ।ଅଉ ଦେଖିଲେ ଝିଅ ଦେହରେ ସଲାଇନ ଲାଗିଛି।

ନନ୍ଦିନୀ ଦେବୀ ତାଙ୍କ ସ୍ୱାମୀଙ୍କୁ ଦେଖି କାନ୍ଦିବାକୁ ଲାଗିଲେ।ଆଉ କହିଲେ ଡାକ୍ତର କହିଲେ ମେଡିକାଲରେ ପହଞ୍ଚିବା ଆଉ ଟିକେ ବିଳମ୍ବ ହୋଇଥିଲେ ଆମେ ଆଉ ଆମ ଝିଅକୁ ସବୁଦିନ ପାଇଁ ହରେଇ ଦେଇଥାନ୍ତେ।ତୁମକୁ କାଲି ରାତିରେ କେତେ ଡାକିଲି ଉଠ ଉଠ ଝିଅକୁ ମେଡିକାଲ ନେଇକି ଯିବା।କିନ୍ତୁ ତୁମେ ସେ ବିଷ ଗୁଡାକ ପିଇକି ସୋଇ ରହିଥିଲ ଉଠିଲ ନାହିଁ।ଶେଷରେ ପଡ଼ୋଶୀଙ୍କ ସାହାଯ୍ୟରେ ଝିଅକୁ ଆଣି ମେଡିକାଲରେ ପହଞ୍ଚିଲି। ତୁମକୁ କେତେ ବୁଝେଇଛି ସେ ବିଷକୁ ପିଅନି।ତୁମେ ବୁଝିଲନି।ଖାଲି କହିଲ ନା ଟିକେ ଖୁସିରେ ପିଇ ଦଉଚି।

ଶାନ୍ତନୁ ବାବୁଙ୍କ ଆଖିରୁ ଅସହାୟର ଲୁହ ଗଡି ଚାଲିଥାଏ।କୋହ ଭରା କଣ୍ଠରେ କହିଲେ ନନ୍ଦିନୀ ସତରେ ତମ କଥା ନଶୁଣି ସେ ବିଷକୁ ମୁଁ ପିଇ ଚାଲିଥିଲି।କିନ୍ତୁ ମୁଁ ଜାଣିନଥିଲି ସେ ବିଷ ମୋତେ ଦିନେ ଜୀଅନ୍ତା ଶବ କରିଦେବ।କାଲି ରାତିରେ ମୋ ସାମ୍ନାରେ ମୋ ଝିଅ ଯନ୍ତ୍ରଣା କଷ୍ଟ ପାଉଥାଏ କିନ୍ତୁ ମୁଁ ସେ ନିଶାର କବଳରେ ଅସହାୟ ଭାବେ ହୋଇ ପଡିରହିଥାଏ।ଆଉ ସେ ବିଷଗୁଡାକ ମୁଁ ପିଇବି ନାହିଁ ନନ୍ଦିନୀ ମୋତେ କ୍ଷମା କରିଦିଅ ମୋ ଖୁସୀ ତ ମୋ ପରିବାର।



Rate this content
Log in

Similar oriya story from Inspirational