Karisma Dash

Crime

3.4  

Karisma Dash

Crime

ଫାଶୀ

ଫାଶୀ

4 mins
182


ବାବୁ ବାବୁ ମୁଁ ବଂଚିବାକୁ ଚାହୁଁଚି ମୋତେ ମାରନି କେତେ ବା ବୟସ ଆମର ପ୍ଲିଜ ମୋତେ ସାର ଫାଶୀ ଦିଅନି | ଏମିତି କହି ବାଉଳା ହଉଥିଲା ରଘୁ. ରଘୁ ପାଖ ଡ୍ରାଇଭର ର ଏକ ମାତ୍ର ପୁଅ | ପିଲାଟି ବେଳୁ ପଢ଼ିଲାଣି ମୂର୍ଖ ହେଇ ଏଣେ ତେଣେ ବୁଲିଲା ବାତ୍ରା ହେଇ ବୁଲିଲା | ଗୋଟେ ବଳତ୍କାର କେଶ ରେ ଭିତରକୁ ଯାଇଛି | ସେପଟେ ହରିଆ ର ମା ଆସି କାନ୍ଦିକି ଗଡିଗଲାଣି କହୁଛି ବାବୁ ମୋ ପିଲାଟାକୁ ଛାଡିଦିଅନା ଛୁଆ ଲୋକ ଭୁଲ କରିଦେଇଛି ଆଉ ହେବନି ମାରନି ତାକୁ ତମକୁ ନେହୁରା ହଉଛି | କଥାଟି ହେଲା ରଘୁ ଆଉ ହରି ପାଖ ଗାଁ ର ଗୋଟେ ଅନ୍ଧ ଝିଅଟିକୁ ଟେକିନେଇ ଅସଦାଚରଣ କଲେ ଝିଅଟିକୁ ପୋଡିକି ମାରିଦେଇଛନ୍ତି | ହରି ର ସ୍ତ୍ରୀ ଆଉ କୁନି ଛୁଆ ଟିଏ ଅଛି ଝିଅ ଛୁଆଟିଏ ଯାହାକୁ ସେ ତା ଜୀବନଠୁ ବେଶୀ ଭଲ ପାଏ | ଆଜି କୋର୍ଟ ତାଙ୍କ ଅର୍ଡ଼ୱେର ର ଆଉଥରେ ଶୁଣାଣି କରିବା | ଦଶ ବର୍ଷ ହେଇଗଲା ସେ କାଣ୍ଡକୁ ଧରା ପଡୁନଥିଲେ ଏବେ ପଡିଛନ୍ତି 5 ବର୍ଷ ହେଲା ଜେଲ ରେ ଅଛନ୍ତି | ସେମାନଙ୍କୁ କୋର୍ଟ ରେ ଅଣାଯାଉଛି | ଲୋକ ପୁରା ତାତି କି ଅଛନ୍ତି ଆଉ ଆଜିକାଲିକା ଜୋ ମିଡ଼ିଆ କୁ ଫେସବୁକ ପୁରା ହଲଚଲ କରିଦେଲାଣି ଘଟଣାକୁ | ହରି ର ସ୍ତ୍ରୀ ଟି କାନ୍ଦି କାନ୍ଦି ଅଚେତ ହେଇଯାଉଛି | କୋର୍ଟ ର ପରିସର ବସିଛନ୍ତି ଅନ୍ଧ ଝିଅର ବିଧବା ମା ଆଉ ସେପଟେ ହରି ରଘୁର ପରିବାର | ବିଧବା ମାଟିଏ କାନ୍ଦି କାନ୍ଦି କହୁଛି ଜଜ ବାବୁ ମୋ ଝିଅର କଣ ଭୁଲ ଥିଲା ଛୁଆଟିଏ ଥିଲା ଆଖି ଫୁଟାଇଗଲା ବାପା ଛାଡି ଚାଲିଗଲା ମୋ ଝିଅ ଟେ କିଛି ଜାଣିନଥିଲା ତାକୁ ଟେକିନେଲେ ପୋଡିଦେଲେ ତା ମର ଶରୀର ବି ମୁଁ ଦେଖିପାରିଲିଣି ବାବୁ ଚିହ୍ନି ହଉନଥିଲା ମୋ ଝିଅକୁ ସେ ତୋ ବିଚାରା ଭଲ ରେ ବଂଚିବା ଆଗରୁ ଚାଲିଗଲା ବାବୁ ଦଣ୍ଡ ଦିଅ ଏମାନଙ୍କୁ ଦଣ୍ଡ ଏଇ ଗରିବ ବୁଢ଼ୀଟା ପାଖରେ ଦେବାକୁ ତୋ କିଛି ନାହିଁ ବାସ ମୋ ପଣତ କାଣିଟିଏ ବିଛେଇ ଭିକ ମଙ୍ଗୁଛି | ସେପଟେ ହରିର ସ୍ତ୍ରୀ ପେଟ୍ରୋଲ ଢ଼ାଲିଦେଲାଣି ଦେହରେ ୟେ କଣ ଜଜ ପୁଣି ତାରିଖ ଗଡେଇଦେଲେ | ପୁଣି ମିଳିଗଲା ବଂଚିବା ପାଇଁ କିଛି ଦିନ | ବୁଢ଼ୀ ଶୁଣୁଥାଏ ହରିର ମା କୁ ଓକିଲ କହୁଛି ମାଉସୀ ଲୋ ଚିନ୍ତା କରନି କିଛି ହେବନି ହରିଆ ର ସେମାନେ ବଂଚିବେ ସେମାନେ ପୁରୁଷ ଆଉ ପୁରୁଷ ହାରିଯିବା ତା ସମ୍ଭବ ନୁହେ | ତା ପରଦିନ ଓକିଲ ବାବୁ ଆଣିଲେ ଗୋଟେ କାଗଜ ଯୋଉଥିରେ ଲେଖାଯାଇଛି ଯେ ମା ମୁ ରିଙ୍କି ତୋତେ ବହୁତ ଭଲ ପାଏ ଲୋ ମା ମୁଁ ସିନା ଅନ୍ଧ ହେଲେ ତୁ ମୋତେ ପଢ଼େଇଛୁ ମୋ ନିଜ ହାତରେ ସବୁ କରିପାରୁଛି ମୁ ଲେଖିପାରୁଛି ଆଜି ଏଇ ଚି଼ଠ୍ହି ଟା ତୋ ପାଇଁ ଲୋ ମା ମୁଁ ଆତ୍ମହତ୍ୟା କରୁଛି ମୁ ଗୋଟେ ପିଲାକୁ ଭଲ ପାଉଥିଲି ସେ ମୋ ସହ ଶାରୀରିକ ସମ୍ପର୍କ ରଖି ମୋତେ ଛାଡିଦେଲା ଲୋ ମା ମୁ ତୋ ସାମ୍ନା କୁ ଆସିପାରିବିନି ମୁଁ ନିଜକୁ ପୋଡିକି ଶେଷ କରିଦେଉଛି ଲୋ ମା | ବାସ ୟା ପରେ ଛିଟା ଲାଗିଲା କଳଙ୍କର ଝିଅଟେ ଚରିତ୍ରହୀନ କୁହାଗଲା ଝିଅଟେ ମୁହଁ କଳା କଲା କୁହାଗଲା | ବୁଢ଼ୀ ମା ଟି କୁ ତୋ ପଡ଼ିଆସେନି ସେ ବି କେମିତି ଜାଣିବା ଅକ୍ଷର ତା ଝିଅର ନୁହେଁ ବୋଲି କାନ୍ଦିବା ଛଡା ତା ପାଖରେ ବାଟ ନ ଥିଲା| ବାସ ତା ପରେ ପୁଣି ତାରିଖ ଘୁଂଚିଲା | ଦୋଷୀ ହସି ହସି ଯାଉଥାନ୍ତି ହରି ର ସ୍ତ୍ରୀ ରଘୁର ବାପା ମା ସଭିଏଁ ଭାରି ଖୁସି | ବୁଝିପାରୁନଥିଲା ହରିଆ ର ନିଷ୍ପାପ ଝିଅଟେ ତା ମାକୁ ପଚାରିଲା ମା ବାପା କଣ କରିଛନ୍ତି ସେ ଝିଅଟା କିଏ ମା ଲୋ ଚରିତ୍ର ହୀନ ମାନେ କଣ ମୋ ନାମ ବି ସେଇଆ ଦେ ନ ଲୋ ଭାରି ଭଲ ଲାଗୁଛି | ତା ମା ପିଲାଟାକୁ ମାରି ଚୁପ କରେଇଲା | ହରିଆ ତକ କାନ୍ଦିପକେଇଲା କଣ ଭାବି କେ ଜାଣି | ରଘୁଆ ମନେ ମନେ ଭାବି ଖୁସି ହଉଥାଏ ମୁ ବଞ୍ଚିଯିବି ମୋ ମନ ର ମାନସୀ କୁ ବାହା ହେବି |

ତା ପରା ଦିନ ପୁଣି ସେ କୋର୍ଟ ସେଇ କାନ୍ଦ ସେଇ ସବୁ ହେଲେ ଆଜି ଗୋଟେ ଅଦ୍ଭୁତ ଘଟଣା ଘଟିଲା ହରିଆ ର ଝିଅଟେ ଦୌଡ଼ି ଆସିଲା କହିଲା ସାରେ ସେଇ ଚିଠି ତା ଦିଅନ୍ତୁ ନ ଟିକେ ସ୍ପେଲିଂ ଭୁଲ କରିଦେଇଛି | ସବୁ ଚୁପ | ଜଜ ପଚାରିଲେ ଆରେ ଝିଅ ତୁ ଲେଖିଥିଲୁ ଚିଠି ଝିଅଟିଏ କହିଲା ହଁ ସାର ମୋ ସ୍ପେଲିଂ ଭୁଲ ହେଇଯାଇଛି ଟିଚର କହିଛନ୍ତି ସ୍ପେଲିଂ ଭୁଲ ଲେଖିବୁନି | ଜଜ ପଚାରିଲେ ତୋତେ କିଏ କହିଲା ଲେଖିବାକୁ ଝିଅଟେ ତା କଅଁଳ ମୁହଁ ରୁ କହିଲା ମୁଁ ଜାଣେନି କଣ ତା ମାନେ ସବୁ ମା ଜେଜେମା ଯାହା କହିଲେ ମୁ ଲେଖିଦେଲି ରିଙ୍କି କିଏ ଜାଣିନି ମୁଁ ମାକୁ କହିଲି ମୋ ନାମ ତା ଚରିତ୍ରହୀନ ଦେଲାନି ସେମାନେ ମୋତେ ଗାଳିଦେଲେ ମୁ କଣ ଭୁଲ କହିଲି ସାରେ | ହରିଆ ସେପଟୁ କହିଲା ନ ରେ ଝିଅ ତୁ ଠିକ ଭୁଲ ତୋ ମୁଁ ବାପା ନାମ ରେ କଳଙ୍କ ମୋ ଝିଅଟେ ଅଛି ମୁଁ କେମିତି ଏତେ ନୃଶଂସ କାମ କରିପାରିଲି ଜଜ ସାହେବ ମୋତେ ଫାଶୀ ଦିଅନ୍ତୁ ଆଜି ଗର୍ବର ସହ କହିବାକୁ ଚାହେଁ ମୁଁ ମରିବାକୁ ଚାହେଁ ମୋ ଝିଅ ଗୋଟେ ବଲାତ୍କାରୀ ର ଝିଅ ହେଇ ବଂଚୁ ମୁଁ ଚାହେଁନି | ମୁଁ ଆଜି ବହୁତ ଖୁସି କଣ ରେ ରଘୁଆ ତୁ ବଂଚିବୁ ଭାବେ ତୋ ମନ ର ମାନସୀ କୁ ଯଦି କିଏ ଏମିତି କଲା ଆମେ ବଂଚିବାନି ରେ ରଘୁ ଆମେ ସମାଜରେ ଗୋଟେ ଗୋଟେ କଳଙ୍କ | ରଘୁଆ କହିଲା ହଁ ମରିବି ମୁଁ କେମିତି ଗୋଟେ ସଚା ପ୍ରେମିକ ଯିଏ ଗୋଟେ ନିରୀହ ଝିଅ ସହ ଦୁଷ୍କର୍ମ କରିପାରେ ହଁ ଭାଇ ଫାଶୀ ଗୋଟେ ପବିତ୍ର ଶବ୍ଦ ଯିଏ ସମାଜର ସବୁ ଅପଵିତ୍ରତା କୁ ଦୂର କରେ ହଁ ଭାଇ ଆମେ ଫାଶୀ ପାଇବା| ଜଜ ଆଖିରେ ଲୁହ ଆସିଗଲା ନିଜ ଝିଅ କଥା ଭାବି ଯିଏ ଆଜି ଏ ଦୁନିଆରେ ନାହିଁ କେବଳ ଏମିତି କିଛି ଲୋକ ପାଇଁ ଆତ୍ମହତ୍ୟା କରିଦେଇଛି | ତାରିଖ ଠିକ ହେଲା ସମସ୍ତଙ୍କ ଆଖିରେ କାନ୍ଦ ବାସ ହଂସୁଥିଲା ସେଇ ବୁଢ଼ୀ ମା ଆଉ ଛୋଟ ଝିଅ ଯିଏ ଫାଶୀ କଣ ବି ଜାଣିନଥିଲା |


Rate this content
Log in

Similar oriya story from Crime