STORYMIRROR

ABADHOOT PANDA

Inspirational Others

4  

ABADHOOT PANDA

Inspirational Others

ଫାଳେ ପାଉଁରୁଟି

ଫାଳେ ପାଉଁରୁଟି

2 mins
255


ରୁଟି ଘରେ ତିଆରି l ପାଉଁରୁଟି ବାହାରେ l ଦୁଇଟି ଯାକ ରୁଟି ମଣିଷର ଭୋକ ମେଣ୍ଟାଏ l ଭୋକବେଳେ ଖଣ୍ଡେ ବସିରୁଟି ବା ଫାଳେ ପାଉଁରୁଟି ଜୀବନ ବଞ୍ଚାଏ l ସାଗର ଜଣେ ଭଲ ମେକାନିକ l ବାପ ମାଙ୍କ ଗୋଟିଏ ବୋଲି ପୁଅ l ବି.ଏ. ପାସ ପରେ ରୋଜଗାର ପାଇଲନି l ଘର ପାଖ ଗ୍ୟାରେଜରେ କାମ ଶିଖିଲା l ବାପମାଙ୍କ ଏପରି ଥାତି ନ ଥିଲା ଯେ ସାଗର କାମ ନ କଲେ ବି ଗୁଜୁରାଣ ମେଣ୍ଟି ଯାଇ ଥାଆନ୍ତା l ବାପା ମା ଓ ନିଜ ପେଟ ପୋଷିବା ତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା l ଯାହାବି ହଉ ବାହା ହେଇ ନ ଥିଲା l ଅଧିକା ମୁଣ୍ଡ ବଥା ରୁ ତ୍ରାହି ପାଇଗଲା l


ସାଗରର ଚରିତ୍ର ଭଲ l କାହା ସହିତ ବେଶୀ ମିଳାମିଶା ନାହିଁ l ତାର କାମ ଭଲ ତ ସିଏ ଭଲ l ଗ୍ୟାରେଜର ମାଲିକ ଜଣେ ମାରୱାଡି l ସାଗରକୁ ପୁଅ ପରି ଦେଖେ l ଦିନେ ଗ୍ୟାରେଜରେ କେତେକ ଗୁଣ୍ଡା ମାଲିକକୁ ନିସ୍ତୁକ ମାଡ଼ ମାରି ସବୁ ଜିନିଷ ଲୁଟି ନେଲେ l ସେଦିନ ସାଗର ଅସୁସ୍ଥ ଥିବାରୁ କାମକୁ ଯାଇ ପାରି ନ ଥିଲା l ପରେ ଜାଣି ପାରି ଗୁଣ୍ଡା ସର୍ଦ୍ଦାରକୁ ଖୋଜି ବାହାର କଲା l ସାଗର ପିଲାବେଳୁ ବ୍ୟାୟାମ କାରେଟ ଜୁଡୋ ଅଭ୍ୟାସ କରିଥିଲା l ତେଣୁ ତାର ଏହି ବିଦ୍ୟା ପ୍ରୟୋଗ କରି ଗୁଣ୍ଡାକୁ ଜବତ କରି ଲୁଟି ନେଇ ଥିବା ଜିନିଷକୁ ତାର ମାଲିକଙ୍କୁ ଫେରାଇ ଦେଲା l ମାଲିକ ଖୁଵ ଖୁସିରେ ସାଗରକୁ କୁଣ୍ଢାଇ ପକାଇଲେ ଓ ନିଜର ଏକ ମାତ୍ର ଝିଅ ସହିତ ସାଗରକୁ ବିବାହ ଦେଲେ l


ମେକାନିକ ସାଗର ଘର ସଂସାର କରି ନିଜ ବୋଉଙ୍କ ସହ ଶାନ୍ତି ପୂର୍ଣ୍ଣ ଜୀବନ ଯାପନ କଲେ l ଶଶୁର ଘର ସମ୍ପତ୍ତି ଓ ନିଜ ପୈତୃକ ଧନର ମାଲିକ ବର୍ତ୍ତମାନ ସାଗର ଓସ୍ତାଦ ରୂପେ ସାମାଜିକ ପ୍ରତିଷ୍ଠା ଲାଭ କଲେ l ଶଶୁରଙ୍କୁ ପାଖରେ ରଖି ନିଜର ଦିବଂଗତ ପିତାଙ୍କ ସ୍ମୃତିକୁ ପାସୋରି ପକାଇଲେ l ଗୋଟିଏ ପୁଅ ଓ ଗୋଟିଏ ଝିଅର ପିତା ଭାବରେ ଗର୍ବ ଅନୁଭବ କଲେ l ଦିନେ ତାଙ୍କର କୁଳଗୁରୁ ତାଙ୍କ ଘରକୁ ଆସି ସବୁ ବିଷୟ ଜାଣି କହିଲେ, " ତୁମର ପରିବାରର ବଂଶାନୁକ୍ରମିକ ମୁଁ କୂଳଗୁରୁ l ତୁମେଇ କେବଳ ଜଣେ ମାତ୍ର ସଦସ୍ୟ ଯିଏ କି ସମୁର୍ଣ୍ଣ ନିପାତନ l ବାପା ଚାଲିଗଲା ପରେ ତୁମେ ଖଣ୍ଡେ ପାଉଁରୁଟି ପାଇବା ପାଇଁ ପ୍ରାଣ ପଣେ ସଂଘର୍ଷ କରି ଆଜି ତୁମେ ତୁମ ପୂର୍ବ ପୁରୁଷଙ୍କ ନାମକୁ ପୁନଃଜୀବିତ କରିପାରି l ସେଥିପାଇଁ ମୁଁ ତୁମକୁ କଲ୍ୟାଣ କରୁଛି କି ତୁମେ ଦୀର୍ଘଜୀବୀ ହୁଅ l ଆଉ ଆଜୀବନ ଖଣ୍ଡେ ପାଉଁରୁଟି ସତ ପଥରେ ଅର୍ଜନ କରିବା ନିମିତ୍ତ ସମାଜର ଅନେକ ବେକାର ଯୁବଗଣଙ୍କୁ ପ୍ରେରଣା ପ୍ରଦାନ କର l ସମସ୍ତଙ୍କ ପାଳନ କର୍ତ୍ତା ଈଶ୍ୱର ତୁମର ମଙ୍ଗଳ କରନ୍ତୁ l" ଏତିକି ଉପଦେଶ ଦେଇ ସାଗରଙ୍କ ଅତିଥି ସତ୍କାରତାରେ ବଶୀଭୂତ ହୋଇ ନିଜ ଆଶ୍ରମକୁ ପ୍ରସ୍ଥାନ କଲେ l

          


Rate this content
Log in

Similar oriya story from Inspirational