Rasmi Rekha Tripathy

Tragedy

3  

Rasmi Rekha Tripathy

Tragedy

ପାପ

ପାପ

1 min
457



       ଏମିତିରେ ମୋତେ ରାତିରେ ନିଦ ହୁଏନି l ମାଇଁଙ୍କର ଶୁଦ୍ଧଘରକୁ ଆସିଥିଲି l ମାଇଁଙ୍କର ମୁହଁଟା ମନେ ପଡୁଥିଲା l ମୋ ଆଖିରୁ ନିଦ ଉଭେଇ ଯାଇଥିଲା l ତଥାପି ବି ମୁଁ ଆଖି ବନ୍ଦ କରି ପଡି ରହିଥିଲି, ହୁଏତ କେତେବେଳେ ନିଦ ଆସିଯିବ l ମାଇଁଙ୍କର ବାପଘରଆଡୁ କୋଉ ଲେଖାରେ ତାଙ୍କର ବୋହୁ ହେବେ ମୁଁ ଜାଣେନି, ସୁମି ଭାଉଜ ଶୋଇଥିଲେ ପାଖରେ l ହଠାତ୍ ମୋତେ କାହିଁକି ଲାଗିଲା ସେ କାନ୍ଥ ଆଡକୁ ମୁହଁ କରି ଅନେକ ସମୟ ହେଲା କାନ୍ଦୁଛନ୍ତି l ବୁଲେଇ ଦେଲି ତାଙ୍କୁ ମୋ ପଟକୁ l ସେ ଉଠି ବସିଲେ ଓ କାନ୍ଦୁ କାନ୍ଦୁ କହିଲେ ସେ ଗୋଟେ ବଡ ପାପୀ ଓ ମଣିଷ ମାରିବା ଭଳି ପାପ କରିଛନ୍ତି ସେ l ମୁଁ ତ ଆଶ୍ଚର୍ଯ୍ୟ ହୋଇଗଲି l ସେମିତି କାନ୍ଦୁ କାନ୍ଦୁ କହିଲେ ସେ, ପ୍ରଥମ ଦୁଇଟା ଝିଅ ହେବା ପରେ ସେ ପାଞ୍ଚଥର ଗର୍ଭପାତ କରେଇଛନ୍ତି ପୁଅଟେ ପାଇଁ l ମୋତେ ବି ସେୟା ଲାଗୁଥିଲା l କାରଣ ତାଙ୍କର ଦ୍ୱିତୀୟ ଝିଅ ଓ ପୁଅ ଭିତରେ ବୟସ ପାର୍ଥକ୍ୟ ଏଗାର ବର୍ଷ l ପୁଅଟି କିନ୍ତୁ ସ୍ୱାଭାବିକ ଛୁଆ ନ ଥିଲା l ବୋଧେ ସ୍ପାଶିଷ୍ଟ୍ କି କଣ?

       : ମୋ ପାପର ଫଳ ଆଜି ମୋ ପୁଅ ଭୋଗୁଛି l ଏତିକି କହି ପିଲାଟି ଉପରେ ହାତ ବୁଲେଇ ଆଣିଲେ ଭାଉଜ l



Rate this content
Log in

Similar oriya story from Tragedy