ପାଗେଳି
ପାଗେଳି
ଘରଠାରୁ କିଛିବାଟ ଆସିଲାପରେ ପଡେ ପାସେଞ୍ଜର ହଲ୍ଟ | ଟ୍ରକ ଡେଇଁ ଖୁବ ସାବଧାନରେ ପରିହୋଇଗଲେ ଅଳ୍ପ ସମୟରେ ଆରପଟକୁ ପହଞ୍ଚି ହୁଏ | ସେଦିନ କିନ୍ତୁ ଟ୍ରେନଟି ଅଟକିଥିଲା ଟ୍ରାକ ଉପରେ | ଅଗତ୍ୟା ବାଧ୍ୟ ହୋଇ ପ୍ଲାଟଫର୍ମ କଡେକଡେ ଚାଲି ଚାଲି ମୁଖ୍ୟ ରାସ୍ତାକୁ ଆସିବି ବୋଲି ଭାବିଲି | ଆଗକୁ ଚାହିଲା ବେଳକୁ ବାଟ ଜଗିଲାଭଳି ପଗେଳି ସ୍ତ୍ରୀଲୋକଟା , ଏକ ଲକ୍ଷ୍ୟରେ ଲୁଗା ବଦଲାଉଥିଲା , ଅଟକିଥିବା ଟ୍ରେନ ଆଡକୁ ପଛକରି | ଟ୍ରେନର କିଛି ଯାତ୍ରୀ ତା ଆଡକୁ ଦେଖି ମୁରୁକି ହସୁଥିଲେ | ଆଉ କିଛି ଟା କେତେ ମୃଦୁ ମନ୍ତ୍ୟବ୍ୟ ଦେଉଥିଲେ| ପଛରୁ କେହିଜଣେ ଡାକ ପକାଇଲା , ଟିକେ ଅଟକିବ ଜୟ ବାବୁ | ପଗେଳିଟା ନ କଣ | ମନ ହେବ କାଳେ |
ପଛକୁ ନ ଅନେଇ ଆଗକୁ ଚାଲି ଚାଲି ଗଲି ମୁଁ | ମୋର କଣ ଯାଏ ଆସେ ତା ସାଙ୍ଗରେ | କେତେ ସମୟ ବା ଅପେକ୍ଷା କରିବି ? ଦମ ଦମ ପାଦ ପକାଇ ମଡିଚାଲିଲି ଆଗକୁ |ଠିକ ତା’ ପାଖ ଦେଇ ଗଲାବେଳେ ଅମାନିଆ ଆଖିଟା ପଗେଳି ଆଡକୁ ଟାଣିହୋଇଗଲା | ଆଖି ମିସିଗଲା ସେଇ ମଧ୍ୟ ବୟସ୍କା ପଗେଳି ସ୍ତ୍ରୀ ଲୋକଟାର ଆଖିରେ | ସେ ଅପ୍ରସ୍ତୁତ ହେଲାଭଳି ଚାହିଁରହିଲା ମୋ ଆଡକୁ | ଚାହାଣୀରେ ଅଳ୍ପ ଲାଜ ଅଧିକ ହିଂସ୍ରତା | ଆଉ ହଠାତ ଦଉଡି ଆସି ମୋର ଆଶଙ୍କାକୁ ସତ୍ଯରେ ପରିଣତ କରି ମୋର ବାମ ଛାତିରେ ଦୁଇ ବିଧା କଷିଦେଲା | ମୁଁ ପାଟିକଲାବେଳକୁ ଦଉଡି ପଳାଇଯାଇଥିଲା ଦୂରକୁ | ସାର୍ଟର କଲର ସଜାଡି ମୁଁ ପୁଣି ଆଗେଇଚାଲିଲି ମୋ ରାସ୍ତାରେ | ଅଟକି ରହିଥିବା ଟ୍ରେନର କିଛି ଯାତ୍ରୀ ତମାସା ଦେଖିବାଭଳି ଅନେଇରହିଲେ ମୋତେ |
ରାସ୍ତାରେ ଦେଖାହେଲେ ସରୋଜ ବାବୁ, ମୋ ପଡୋଶୀ | କହିଲେ, କୁଆଡେ ବାହାରିଛନ୍ତି ଆପଣ ? କହିଲି – ଆଜି ଗୋଟେ ନିମନ୍ତ୍ରଣ ଅଛି ହୋଟେଲରେ | ମନୋରଞ୍ଜନ ପୋଗ୍ରାମ ?
ହୋଟେଲ ଗଲି ଆରମ୍ଭହେଲା ମନୋରଞ୍ଜନ ପୋଗ୍ରାମ | ମନୋରଞ୍ଜମ କାର୍ଯ୍ୟକ୍ରମ ନୁହେ ଲଙ୍ଗଳା ନାଚାର ବିଜ୍ଞାପନ | ସେସବୁକୁ ଦେଖି ଭାବୁଥିଲି ସେହି ପଗେଳି ଲୋକଟା କଥା | ତା’ର ହେଲେ ଲଜ୍ଜ୍ୟା ଥିଲା | ସେଥିପାଇଁ ତ ସେ ମୋତେ ଆକ୍ରମଣ କଲା |
ସେ ପଗେଳି ହେବ କଣ ପାଇଁ ? ତାର ସାମାନ୍ୟ ବି ଲଜ୍ୟାବୋଧ ନଥିବା ଏମାନେ?