sushil Creation

Children Stories Abstract

2  

sushil Creation

Children Stories Abstract

ନିରହର ବ୍ୟଥା

ନିରହର ବ୍ୟଥା

1 min
373



ଗୋଟେ ରାଜା ଥିଲା ଗୋଟେ ରାଣୀ ଥିଲା । ରାଜା ରାଣୀକୁ ବହୁତ ଭଲ ପାଉଥିଲା କିନ୍ତୁ ରାଜା କେବେ ରାଣୀକୁ ନିଜର ମନର କଥାକୁ କହି ପାରୁନଥିଲା। କାହିକି ନା ରାଜା ମନରେ ଡର ଥିଲା କି ରାଜା ରାଣୀ ଭିତରେ ଥିବା ବନ୍ଧୁତା କେବେ ଭାଙ୍ଗିନଯାଉ । ରାଜା ବହୁତ ଦିନ ଅପେକ୍ଷା କଲା ପରେ ନିଜର ମନର ଭାବନାକୁ ଆଉ ଲୁଚେଇ ରଖିପରିଲା ନି, ଦିନେ ସେ ବହୁତ ସାହସ କରି ତାର ମନର କଥାକୁ ରାଣୀକୁ କହିଲା । ରାଣୀ ରାଜାର କଥା ଶୁଣି ବହୁତ ଖୁସି ହେଲା । ତାପରେ ରାଜା ରାଣୀ କିଛି ଦିନ ପ୍ରେମ ପକ୍ଷୀ ହେଇ ପ୍ରେମର ଆକାଶରେ ଉଡ଼ିବୁଲୁଥିଲେ । ତାଙ୍କର ପ୍ରେମର ରାଇଜରେ ହେଉଥିଲା ଗୋଲାପର ବର୍ଷା । ସେମାନେ ପଗୁଣର ଚୁମ୍ବନ ଅନୁଭବ କରୁଥିଲେ ।


ଜଣେ ଜଣଙ୍କର ସ୍ପନ୍ଦନକୁ କିନ୍ତୁ ତାଙ୍କର ସେଇ ଗୋଲାପୀ ଆକାଶରେ ଦିନେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ରାଣୀ ପଡିଥିଲା ଆଉ ଜଣକ ପ୍ରେମର ଆଉ ରାଜା ପ୍ରତି ଆରମ୍ଭ ହେଇଥିଲା ତାର ଘୃଣା । ଯେଉଁ ରାଣୀ ଦିନେ ରାଜାକୁ ନ ଦେଖିଲେ ରହିପାରୁନଥିଲା ସେ ଆଜି ରାଜାକୁ ଦେଖିବାକୁ ଚାହୁନଥିଲା । ଯେଉଁ ରାଜା ସହ କଥା ନହେଲେ ସେ ପାଗଳ ଭଳି ହେଉଥିଲା ଆଜି ସେଇ ରାଜାର କଥା ଶୁଣିଲେ ରାଣୀର ମନରେ ସୃଷ୍ଟି ହେଉଥିଲା ଘୃଣା । ଏମିତି କିଛି ଦିନ ପରେ ରାଣୀ ଭୁଲିଗଲା ରାଜାକୁ । ଆଉ ଜଣକ ସାଙ୍ଗରେ ଖୁସିରେ ରହିବା ଆରମ୍ଭ କରିସାରିଥିଲା କିନ୍ତୁ ରାଜା ରାଣୀ ବିନା ପାଗଳ ପ୍ରାୟ ହେଇଯାଇଥିଲା । ଦିନ ରାତି ରାଣୀର କଥା ଭାବି ରାଜାକୁ ନଥିଲା ଭୋକ ନା ଥିଲା ଶୋଷ । ରାଣୀ ବିନା ରାଜା ପ୍ରତିଟି ମୁହୂର୍ତ୍ତରେ ଜଳିଜଳି ମରୁଛି । ଆଜି ବି ରାଜା ତା ରାଣୀକୁ ସେତିକି ଭଲପାଏ ଆଉ ତାର ଫେରିବା ବାଟକୁ ଚାହିଁ ବସିଛି ,ରାଣୀ ତୁ ଫେରିଆ ତୋ ରାଜା ତୋ ବାଟ ଚାହିଁ ବସିଛି ।


Rate this content
Log in