ମମତମୟୀ ମାଆ
ମମତମୟୀ ମାଆ


ମା ଏମିତି ଏକ ଶବ୍ଦ ଯାହାର କଳନା ନାହିଁକି ତୁଳନା ନାହିଁ ମା ହେଉଛି ଜଣେ ମାନବ ରୂପୀ ଦେବୀ ଯିଏ ସବୁ ବେଳେ ଢାଳି ଦେଇଥାଏ ତାର କରୁଣାର ଧାରା ମା ଏକ ଶବ୍ଦ ନୁହଁ ଏହା ଏମିତି ଏକ ନା ଯାହା ଭିତରେ ଭରିରହିଥାଏ ଅସରନ୍ତି ଭଲ ପାଇବା ସେହ୍ନ ଶ୍ରଦ୍ଧା ।
ଆଜି ଏମିତି ଗୋଟିଏ କାହାଣୀ କହିବି ଯାହା ଗୋଟିଏ କାହାଣୀ ନୁହଁ ଗୋଟିଏ ମା ର ଜୀବନରେ ଘଟି ଯାଇଥିବା ସତ କାହାଣୀ ଯେତେବେଳେ ଗୋଟେ ନାରୀ ତାର ଜୀବନ ର ଆରମ୍ଭ କରିଥାଏ ବହୁତ କିଛି ଆଶା ଓ ସପ୍ନ ନେଇ ନାରୀ ସେତେବେଳେ ନିଜକୁ ପୂର୍ଣ୍ଣ ବୋଲି ଭାବେ ଯେତେବେଳେ ସେ ମା ହୋଇଥାଏ ଗୋଟେ ମା ତାର ସନ୍ତାନକୁ ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥାଏ ତାର ବୁକୁରୁ ଅମୃତ ପାନ କରି ଗୋଟେ ସନ୍ତାନ ଆସ୍ତେ ଆସ୍ତେ ବଡ ହେଇଥାଏ ।
କିନ୍ତୁ ସେଇ ସନ୍ତାନ ବଡ ହେଲା ପରେ ଆଉ କାହାର ମାୟା ମରୀଚିକା ଭିତରେ ନିଜର ମା କୁ ଭୁଲିଯାଏ ସେମିତି ଗୋଟିଏ ମା ତାର ଏକୋଇର କଳା ବିସିକେସନକୁ ପାଇଁ ଖୁସିରେ ଆତ୍ମବିଭର ହେଇଯାଇଥିଲା କିନ୍ତୁ ସେ ଜାଣିନଥିଲା ତାର ସେ ଖୁସି ବେସି ଦିନ ନୁହଁ। ମା ତାର ଅମୃତର ଧରା ଦେଇ ସେ ପୁଅକୁ ବଡ କରିବାକୁ ଲାଗିଲା ପର ଘରେ ପାଇଟି କରି ସେ ତାର ପୁଅକୁ ବଡ ମଣିଷ କରିବାର ସପ୍ନରେ ଲାଗିପଡିଥିଲା । ପୁଅ ଆସ୍ତେ ଆସ୍ତେ ବଡ ହେଲା । ଭଲ ଚାକିରୀ ମଧ୍ୟ କଲା, ତା ପରେ ସେ ଏକ ସୁନ୍ଦରୀ ତରୁଣୀର ପ୍ରେମରେ ପଡି ତାକୁ ବାହା ହେଇ ସହରରେ ରହିଲା ସେଇ ମା ଟି ବାହୁକୁ ପାଇ ବହୁତ ଖୁସି ଥିଲା କିନ୍ତୁ ସେ ଜାଣିନଥିଲା କି ସେ ବହୁ ଦିନେ ତା ପୁଅକୁ ତା ଠାରୁଛଡେଇ ନେବ । ଯେତେବେଳ ସେ ସମୟର ଅପରାହ୍ନ ରେ ପାଦ ଦେଲା ଜୋଉ ପୁଅ ଆଶା ବାଡ଼ି ସାଜି ତାକୁ ଜୀବନ ତା ଶେଷ ପର୍ଯ୍ୟନ୍ତ ନେଇଯିବ ଭାବିଥିଲା ।କିନ୍ତୁ ସେଇ ପୁଅ ବୁଡିମାକୁ ନେଇ ବୃଦ୍ଧାଶ୍ରମରେ ଛାଡିଦେଇଆସିଲ କହିଲା କି ମା ତୁ 3 ମାସ ଏଠାରେତ ଥାଏ ମୁ ତତେ ତିନି ମାସ ପରେ ଆସି ନେଇଜବି । କିନ୍ତୁ ସେ ପୁଅ ଆଉ ନେବାକୁ ଆସିଲାଣି ମା କୁ ଦିନେ ହଟାତ ବୃଦ୍ଧାଶ୍ରମରୁ ଫୋନ ଆସିଲା କି ତୁମ ମା ଆଉ ଏ ଦୁନିଆରେ ରେ ନାହାନ୍ତି । କିନ୍ତୁ ସେଇ ପୁଅ ପ୍ରତି ଉତରେ କହିଥିଲା ମୁ ବାହାରେ ଅଛି ଯାଇପାରିବିନି ତୁମେ ତାର ଅନ୍ତିମ ସଂସ୍କାର କରିଦିଅ ।
କେହି ମତେ କିଛି ପ୍ରଶ୍ନ ର ଉତ୍ତର ଦେଇପାରିବେ ଗୋଟେ ମା କଣ ଦଶ ଦିନ ଦଶ ମାସ ଗର୍ଭ ରେ ଧରି ଜନ୍ମ ଦେଇଥିଲା କଣ ଏମିତି କଷ୍ଟ ପାଇବାକୁ??
ନିଜେ ନଖାଇ ଅନ୍ୟକୁ ତାର ସନ୍ତାନକୁ ବଡ କରିଥିଲା କଣ ବୃଦ୍ଧାଶ୍ରମରେ ରହିବା ପାଇଁ??
ଜୋଉ ମା ପୁଅକୁ ଜନ୍ମ ଦେଇଥିଲା ମଲା ବେଳେ ଟିକେ ମୁହଁରେ ନିଆଁ ଦେବା ବୋଲି ସେଇ ପୁଅ ମା ର ଶେଷ ସମୟରେ ବି ତା ପାଖରେ ରହିଲେଣି।
ଏଣୁ ବନ୍ଧୁମାନେ କେବେ ବାପା ମା ଙ୍କୁ କଷ୍ଟ ଦିଅନ୍ତୁ ନାହିଁ ସେମାନେ ହେଇଉଛନ୍ତି ଚଳନ୍ତି ଦେବତା ସେମାନେ ତୁମ ମନକୁ ନେଇ କେତେ ସପ୍ନ ଦେଖିଥାନ୍ତି । ସେମାନଙ୍କୁ ସବୁବେଳେ ଖୁସିରେ ରଖନ୍ତୁ ଦେଖିବା ସେମାନଙ୍କ ଅଶିର୍ବାଦ ରେ ଆପଣ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।