sushil Creation

Tragedy

2  

sushil Creation

Tragedy

କଲେଜ ସ୍ମୃତି

କଲେଜ ସ୍ମୃତି

2 mins
678


 

ସମସ୍ତଙ୍କର କଲେଜରେ ଅନେକ ସ୍ମୃତି ରହିଥାଏ ମୋର ମଧ୍ୟ ଅନେକ ସ୍ମୃତି ରହିଛି । କଲେଜର ପ୍ରତିଟି ଦିନ ପ୍ରତିଟି ମୁହୂର୍ତ୍ତ ଗୋଟେ ଗୋଟେ ସ୍ମୃତି ହୋଇ ରହିଥାଏ । ଆଉ ଏସବୁ ସ୍ମୃତି କଲେଜ ଶେଷ ହେଲା ପରେ ଯେତେବେଲେ ମନେ ପଡିଥାଏ ନିଜକୁ ବହୁତ ଆନନ୍ଦ ମିଳେ । ମୋର ସ୍ମୃତି ଭିତରୁ ମୁଁ କିଛି ସ୍ମୃତି କହିବି। କଲେଜ ପଢ଼ୁଥିବା ସମୟରେ ମୋର ପ୍ରଥମ ସ୍ମୃତି ଯେଉଁଟା ମୁଁ କେବେ ବି ଭୁଲିପରିବିନି । ସେ ସ୍ମୃତି ହେଉଚି ମୁଁ ପାଇଥିଲି ଜଣେ ମା ଭଳି ଶିକ୍ଷୟତ୍ରୀ ଯିଏ ମୋ ଜୀବନରେ ଆଣିଦେଇଥିଲେ ମୋଡ । ସେ ମତେ ନିଜର ଛାତ୍ର ନୁହଁ ଗୋଟେ ପୁଅ ଭାବରେ ଦେଇଥିଲେ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା । ଯେତେବେଳେ ମୁଁ ଭାଙ୍ଗି ପଡୁଥିଲି ସେତେବେଳେ ସେ ମତେ ସାହସ ଦେଉଥିଲେ, ତୁ ଭାଙ୍ଗିପଡ଼ନା... ତୁ ସବୁକିଛି କରିପାରିବୁ ଆଉ ତାଙ୍କର ଏ କଥା ପଦକ ମତେ ଦେଉଥିଲା ଅଦମ୍ୟ ସାହସ । ସେ ମୋ ଶିକ୍ଷୟତ୍ରୀ ନଥଲେ ସେ ଥିଲେ ମୋର ମା । ତାଙ୍କୁ ମୁଁ ଜୀବନରେ କେବେବି ଭୁଲି ପାରିବିନି ।

   

ଆଉ ଏକ ସ୍ମୃତି ହେଉଚି ମୋ ପ୍ରେମ.... 


ଯେତେବେଳେ ଗୋଟେ ଯୁବକ ବା ଯୁବତୀ ଯୁବା ବୟସରେ ପଦାର୍ପଣ କରେ । ସେ ଖଜୁଥାଏ ଗୋଟେ ପ୍ରେମ ସଙ୍ଗିନୀ । ମୁଁ ମଧ୍ୟ ସେଥିରୁ କେମିତି ବାଦ ପଡ଼ିଥାନ୍ତି, ଯେତେବେଳେ ମୁଁ+3 ପଢିବା ଆରମ୍ଭ କଲି ସେତେବେଳେ ମୋ ଜୀବନରେ ଆସିଥିଲା ମୋର ପ୍ରେମ ସଙ୍ଗିନୀ। ଆମେ ସେତେବେଳେ ପ୍ରେମ ଆକାଶରେ ପ୍ରେମ ପକ୍ଷୀ ହେଇ ଉଡ଼ିବୁଲୁଥିଲୁ ।

ଫଗୁଣର ସ୍ପର୍ଶରେ ମନରେ ଭରିଯାଉଥିଲା ଅସରସନ୍ତି ଆନନ୍ଦ । କିନ୍ତୁ ସେ ଆନନ୍ଦ ମୋର ବେଶୀ ଦିନ ରହିନଥିଲା ମୋର ଖୁସିରେ କାହାର ନଜର ଲାଗିଗଲା ମୋର ଖୁସିର ଜୀବନରେ ଘୋଟି ଆସିଥିଲା ଦୁଃଖର ମେଘ ଯେତେବେଳେ ଜୀବନଠୁ ଅଧିକ ଭଲ ପାଉଥିବା ମଣିଷଟା ମୋ ପାଖରୁ ଦୁରେଇଗଲା । ମୋ ଖୁସି ମୋ ଭଲପାଇବାକୁ ମୋ ଠୁ ଛଡେଇନେଇଥିଲା । ଗୋଟେ ଅଦିନିଆ ଝଡ। ସାଙ୍ଗମାନଙ୍କ ସାଙ୍ଗରେ ତ ବହୁତ ସ୍ମୃତି ରହିଛି ସେମାନଙ୍କ ସାଙ୍ଗରେ ବିତିଥିବା ପ୍ରତିଟି ମୁହୂର୍ତ୍ତ ଗୋଟେ ଗୋଟେ ସ୍ମୃତି । କଲେଜ ସମୟରେ ଅନେକ ସ୍ମୃତି ରହିଛି ତାକୁ ବର୍ଣ୍ଣନା କଲେ ସରିବନି...


  


Rate this content
Log in

Similar oriya story from Tragedy