STORYMIRROR

ABADHOOT PANDA

Abstract Classics

4  

ABADHOOT PANDA

Abstract Classics

ନାମ କୀର୍ତ୍ତନର ମହିମା(ସତ କଥା)

ନାମ କୀର୍ତ୍ତନର ମହିମା(ସତ କଥା)

4 mins
234

2010 ମସିହା କଥା l ବାସ୍ତୁ ଦୋଷ ହଟାଇ ପରିବାରର ମଙ୍ଗଳ ସାଧନ କରିବା ପାଇଁ ମୋର କନିଷ୍ଠ ଦଶ ଭାଇ ପାଞ୍ଚ ଭଉଣୀ ମାନେ ଜଣେ ବିଶିଷ୍ଟ ବାସ୍ତୁ ଶିଳ୍ପୀ ଓ ସାରଳା ସାଧକଙ୍କୁ ଆଗ୍ରାହାଟସ୍ଥିତ ଆମ୍ଭର ପୂର୍ବ ପୁରୁଷର ଭିଟା ମାଟିକୁ ଆମନ୍ତ୍ରିତ କରି ଆଣିଥିଲେ l ତାଙ୍କ ନା ଶ୍ରୀଯୁକ୍ତ କ୍ଷିତୀଶ ଚନ୍ଦ୍ର ନାୟକ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ, ଓଡ଼ାସିଂଗୀ, ସାଲେପୁର l ସେ ଆମ ଘର ଅଗଣା ମାଟିକୁ ତନ୍ନ ତନ୍ନ କରି ପରୀକ୍ଷା କରି ଦେଖିଲେ ଯେ ପ୍ରାୟ ଶହେ ବର୍ଷ ପୂର୍ବେ ଏଠାରେ ହରଡ଼ ବାଡ଼ି ଥିଲା l ଜଣେ ତାନ୍ତ୍ରିକ ଗୋଟିଏ ଗର୍ଭଣୀ ସ୍ତ୍ରୀକୁ ଏଠାରେ ବଳି ଦେଇ ଥିଲା l ତାହାର ଶବକୁ ବର୍ତ୍ତମାନ ଯେଉଁଠି ଆମ ଅଗଣା ଅଛି ସେଠି କୁଆଡେ ପୋଡ଼ି ଦିଆ ଯାଇଥିଲା l ସେହି ସ୍ତ୍ରୀ ଆଉ ତାର ଗର୍ଭସ୍ଥ ଶିଶୁଙ୍କ ଆତ୍ମା ଏ ପର୍ଯ୍ୟନ୍ତ ଅତୃପ୍ତ ଓ ଅସନ୍ତୁଷ୍ଟ l ସେମାନଙ୍କ ଅଶୁଭ ଦୃଷ୍ଟି ସର୍ବଦା ଆମ ଘର ଉପରେ ଘୁରି ବୁଲୁଛି ଓ କୌଣସି ଶୁଭ କର୍ମ କରାଇ ଦେଉ ନାହିଁ l ଆମର ଭିଟାମାଟି ଓ ଘର ସେହି ଅତୃପ୍ତ ଆତ୍ମାଙ୍କ କ୍ରୀଡ଼ା ଭୂମି l ତେଣୁ ଏଇ ମାଟି ଏକ ପ୍ରେତ ବାଧିତ l ଏହାର ପ୍ରତିକାର ପାଇଁ ଏକ ନାମ ଯଜ୍ଞ ଅଷ୍ଟ ପ୍ରହରୀର ଆୟୋଜନ କରିବାକୁ ପରାମର୍ଶ ଦେଲେ l ପ୍ରକୃତରେ ସେ ସମୟରେ ମୋର ତଳ ଭାଇ ଭଉଣୀମାନଙ୍କ ମଧ୍ୟରୁ କାହାର ବିଭାଘର ହୋଇ ହୋଇ ପାରି ନଥିଲା ସମସ୍ତ ଉଦ୍ୟମ ସତ୍ତ୍ୱେ l


ଗ୍ରୀଷ୍ମ ଋତୁ ସମୟ l ଆମର ସମସ୍ତ ଏକାନ୍ନ ବର୍ତ୍ତୀ ପରିବାରର ଭାଇ ଭଉଣୀ ମିଶି ଅଷ୍ଟ ପ୍ରହରୀ ନାମ ଯଜ୍ଞର ଆୟୋଜନ କରିଥିଲୁ l ସେଥିପାଇଁ ଓଟିଏମ ଲେବର କଲୋନୀରୁ ସୁଦକ୍ଷ ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରିଥିଲୁ l ମଣ୍ଡଳୀର ସଦସ୍ୟ ମାନଙ୍କ ବୟାନ ମୁତାବିକ କଲୋନୀ ବାହାରକୁ ସାଇକେଲରେ ଆଗ୍ରାହାଟ ଆସିଲା ବେଳେ, ପଛରୁ କେହି ଟାଣି ଧରିଥିବାର ଅନୁଭବ ସେମାନେ କରିଥିଲେ ଯାହାକି ଅତୃପ୍ତ ଆତ୍ମାର ବାଧା କାରଣ ପ୍ରକ୍ରିୟା l କାରଣ ଅତୃପ୍ତ ଦୁଷ୍ଟ ଆତ୍ମା ଚାହୁଁ ନଥିଲା ଯେ କୌଣସି ଶୁଭ କର୍ମ କରାଇ ଦେବାକୁ l ଯାହାବି ହେଉ ସେମାନେ ଅଷ୍ଟଶମ୍ଭୁ ଉତ୍ତରେଶ୍ଵରଙ୍କୁ ଡାକି ଆମ ଘରେ ପ୍ରବେଶ କଲେ ଓ ଅଷ୍ଟପ୍ରହରୀ ପୂଜା ଆରମ୍ଭ କଲେ l ସନ୍ଧ୍ୟା ବେଳେ ବୈଧାନିକ କର୍ମ ସମାପ୍ତି ପରେ ନାମ କୀର୍ତ୍ତନ ଆରମ୍ଭ ହେଲା l ସେହି ସମୟରେ ଗୋଟିଏ ଅଘଟଣ ଘଟିଲା ଯେ, ମାଳି ଧରିଥିବା ପୁରୋହିତ ଗୋସାଇଁ ଯେତେବେଳେ ପରିସ୍ରା କରିବାକୁ ଆମ ବାଡ଼ି ଭିତରକୁ ଗଲେ ସେତେବେଳେ ଏକ ପ୍ରଚଣ୍ଡ ଧକ୍କା ପଛରୁ ବାଜିଲା l ସେ ତଳେ ପଡିଗଲେ ଓ ତାଙ୍କର ଡାହାଣ ଗୋଡ଼ ବୁଢ଼ା ଆଙ୍ଗୁଠିର ନଖ ଉପୁଡ଼ି ଗଲା l ତଥାପି ସାହସର ସହିତ ନିଜ ଆସ୍ଥାନକୁ ଆସି ଆସନ ଉପରେ ବସି ମାଳା ଜପିବା ଆରମ୍ଭ କରିଥିଲେ l


ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ଧ୍ଵନି ସହିତ ଝାଞ୍ଜ ଗିନି ମୃଦଙ୍ଗ ଧ୍ୱନିରେ ଆମ ସାହି ପ୍ରକମ୍ପିତ ହୋଇ ଉଠିଲା l ନାମ କୀର୍ତ୍ତନ ଚାଲିଥାଏ l ରାତି ବାରଟା ବାଜିଲା l ମୁଁ ମଧ୍ୟ ନାମ କୀର୍ତ୍ତନରେ ଯୋଗ ଦେଇଥିଲି l

କୀର୍ତ୍ତନ ଚାଲୁଥିବା ଅବସ୍ଥାରେ ଜଣେ ସଦସ୍ୟ ଲକ୍ଷ୍ୟ କଲେ ଯେ, ଆମ ଚାଳ ଉପରେ ଜଣେ ସ୍ତ୍ରୀ ଲୋକ କଳା ଶାଢ଼ୀ ପିନ୍ଧି ବାଳ ମୁକୁଳା କରି ବସିଥିଲା ଆଉ ତା କୋଳରେ ଗୋଟିଏ ଶିଶୁ ଥିଲା l ଅଖଣ୍ଡ କୀର୍ତ୍ତନ ଚାଲୁଥାଏ l ରାତି ପ୍ରାୟ ଗୋଟାଏ ବେଳେ ମୁଖ୍ୟ ଗାୟକଙ୍କୁ କେହି ଜଣେ ପଛରୁ ପ୍ରଚଣ୍ଡ ଧକ୍କା ଦେଲା ଓ ସେହି ସଦସ୍ୟ ଚୌକି ଉପରୁ ତଳକୁ ଖସି ପଡ଼ିଲେ l ମୁଁ ନିଜ ଆଖିରେ ଦେଖିଲି l ତାପରେ ପ୍ରତ୍ୟୁଷ ଚାରିଟା ବାଜିଲା l ଗ୍ରୀଷ୍ମରାତିର ଗରମ ପରିବେଶ ଆସ୍ତେ ଆସ୍ତେ ଅପସରି ଶୀତଳ ବାୟୁ ସ୍ପର୍ଶରେ ସମସ୍ତେ ତୃପ୍ତ ହେଲେ l ମାତ୍ର ମା ଆଉ ଶିଶୁର ପ୍ରେତାତ୍ମା ନିଶ୍ଚଳ ହୋଇ ବସି ମହାମନ୍ତ୍ର ଶୁଣୁଥାନ୍ତି l ସୂର୍ଯ୍ୟ ଉଦୟ ହେବାର କିଛି ସମୟ ପୂର୍ବରୁ ଦୁଇଟି ପ୍ରେତାତ୍ମା ଉଭେଇ ଗଲେ l ନାମ କୀର୍ତ୍ତନ କ୍ରମାଗତ ଚାଲିଥାଏ l ଏଠାରେ ପ୍ରକାଶ ଥାଉକି ପୂର୍ବରୁ ମୋର ମା ବୋଉ ରାତିରେ ଅନେକ ଥର କଳା ଛାଇ ଦେଖିବା ସହିତ ସାନ ଭଉଣୀ ରୂପରେ ପ୍ରେତାତ୍ମା ଘର ଭିତରେ ଧସେଇ ହୋଇ ପଶିବାର ମଧ୍ୟ ଅନୁଭବ କରି ଥିଲେ l ଆଉ ମଧ୍ୟ ଆମ ଅଗଣା ଖରକିବାର ଶବ୍ଦ ଵି ଅନେକ ଥର ମା ଶୁଣିଥିଲେ l 


ରାତି ପାହିଗଲା ଅଷ୍ଟ ପ୍ରହରୀର ଆସର ଧୀର ମନ୍ଥର ଗତିରେ ପ୍ରସାରିତ ହେଉ ଥିଲା l ସାହି ପଡିଶା ଲୋକେ ଆସି ପହଞ୍ଚି ନାମ କୀର୍ତ୍ତନରେ ଯୋଗ ଦେଲେ l ନାମ କୀର୍ତ୍ତନର ଏପରି ଶାଶ୍ୱତ ଆନନ୍ଦ ମୋ ଜୀବନରେ ପ୍ରଥମ ଥର ପାଇଁ ଅନୁଭବ କରିଥିଲି ଯାହା ଅବର୍ଣ୍ଣନୀୟ l କୀର୍ତ୍ତନ ମଣ୍ଡଳୀ ପାଳି କରି ଜଳ ଖିଆ ଚା ପାନରେ ଆପ୍ୟାୟିତ ହେଲେ l ନାମ କୀର୍ତ୍ତନର ଧ୍ୱନି ରେ ଆହୁରି ଅନେକ ଆଧ୍ୟାତ୍ମିକ ପ୍ରେମୀ ଭକ୍ତ ଆମ ଘରେ ରୁଣ୍ଡ ହେଲେ ଏବଂ ନାମ କୀର୍ତ୍ତନରେ ମଗ୍ନ ରହିଲେ l ସନ୍ଧ୍ୟା ପରେ ରାତି ଆସିଲା l ପ୍ରସାଦ ରୂପେ ଚୁଡ଼ା ଘଷା ଭୋଗ ଲାଗି ହେଲା l ରାତି ପ୍ରାୟ ନଅଟା l ହଠାତ ନାମ କୀର୍ତ୍ତନ ମଣ୍ଡଳୀର ମୁଖ୍ୟ ମାଳି ଧାରକଙ୍କ ଦୃଷ୍ଟି ଆମ ବାଡ଼ି ପଟକୁ ନିକ୍ଷେପିତ ହେଲେ ଓ ସେ ଦେଖିଲେ ଜଣେ ଧଳା ଶାଢ଼ୀ ପିନ୍ଧି ସ୍ତ୍ରୀଲୋକ କାଖରେ ତାଙ୍କ ଶିଶୁ ସନ୍ତାନକୁ ଧରି ନିଜର ଡାହାଣ ହାତର ପାପୁଲି ପ୍ରସାରଣ କରି ପ୍ରସାଦ ମାଗୁଥିଲେ l ମୁଖ୍ୟ ପୁରୋହିତ ବାଡ଼ି ଫାଟକ ପାଖକୁ ଯାଇ ମା ହାତରେ ହୋମ ଚରୁ ଦେଲେ l ପ୍ରସାଦ ଚରୁ ସେବନ ପରେ ଉକ୍ତ ସ୍ତ୍ରୀ ଲୋକ ଅନ୍ତର୍ଧ୍ୟାନ ହୋଇ ଗଲେ l ରାତି ପ୍ରାୟ ଗୋଟାଏ l ସଂକୀର୍ତ୍ତନ ମଣ୍ଡଳୀ ଓ ମୁଁ ଆମ ଚାଳ ଘର ଛାତ ଉପରକୁ ଚାହିଁଲୁ l ଦେଖିଲୁ ସେହି ସ୍ତ୍ରୀ ଲୋକ ଚାଳ ଉପରେ ସନ୍ତାନ ସହ ବିରାଜ ମାନ l ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲୁ l ଆମେ କୀର୍ତ୍ତନରେ ପୁଣି ମଜ୍ଜି ଗଲୁ l ପ୍ରତ୍ୟୁଷ ଚାରିଟା ସମୟ l ହଠାତ ଏକ ଶୁଭ୍ର ଆକୃତି ଅତି ଉଚ୍ଚ ସ୍ୱର ଓଃ ଓଃ ଶା ଆ ନ ତି ସହିତ ଆମ ତମ୍ବୁ ଭିତର ଦେଇ ବାହାରକୁ ଯାଇ ଉପରକୁ ଉଡ଼ି ଯାଇଥିଲା l ଅଷ୍ଟପ୍ରହରୀ ପୂର୍ବାହ୍ନ ଦଶଟା ବେଳେ ସମାପନ ହେଲା l ଆମକୁ ବହୁତ ଉଶ୍ୱାସ ଲାଗିଲା l କୁଣିଆ ମୈତ୍ର ସଂକୀର୍ତ୍ତନ ମଣ୍ଡଳୀ ଆମ ଘରୁ ବିଦାୟ ନେଲେ l ଆମର ଚାରି ଭାଇ ଗୋଟିଏ ଭଉଣୀଙ୍କ ବିଭାଘର ସମ୍ପାଦିତ ହେଲା l ଭିଟାମାଟିରେ କୋଠା ଘର ତିଆରି କାମ ଚାଲିଲା l କଳିଯୁଗରେ ନାମ କୀର୍ତ୍ତନ ଏବଂ ମହାମନ୍ତ୍ରର ଉଚ୍ଚାରଣରେ ଏତେ ପ୍ରଭାବ ଶାଳୀ ମହିମା ଆମେ ପୂର୍ବରୁ ଜାଣି ନଥିଲୁ l ସେହି ଦିନ ଠାରୁ ଉପଲବ୍ଧି କଲୁ l ଏବେ ଆମ ଭିଟା ମାଟି ପ୍ରେତାତ୍ମା କବଳରୁ ସମ୍ପୂର୍ଣ୍ଣ ମୁକ୍ତ l ପ୍ରତ୍ୟକ୍ଷ ଅନୁଭୂତି ମୂଳକ ଅଙ୍ଗେ ନିଭାଇ ଥିବା ଏକ ସତ୍ୟ କାହାଣୀ ଯାହା ମନ ପ୍ରାଣରେ ଅବିରତ ବିଭୁ ଚିନ୍ତନ ଭରି ଦିଏ ।



Rate this content
Log in

Similar oriya story from Abstract