STORYMIRROR

Rabindra Kumar Biswal

Comedy

3  

Rabindra Kumar Biswal

Comedy

ମଉସାଙ୍କ ପରଫ୍ୟୁମ ବାସ୍ନା

ମଉସାଙ୍କ ପରଫ୍ୟୁମ ବାସ୍ନା

1 min
116

ପଡ଼ିଶାଘର ମଉସାଙ୍କୁ ପ୍ରବଳ ଥଣ୍ଡା ହେଇଥିଲା, ତେଣୁ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ।ମୁଁ କହିଲି ମଉସା ହସ୍ପିଟାଲ ଯାଇ କିଛି ଔଷଧ ନେଇ ଆସନ୍ତୁ । ଏବେ ସରକାର ତ ସବୁ ମାଗଣାରେ ଔଷଧ ଦେଉଛନ୍ତି। ମାଗଣା ବ୍ୟବସ୍ଥା କଥା ଶୁଣି ସାଙ୍ଗେ ସାଙ୍ଗେ ମଉସା ଘରଠୁ ଅଳ୍ପ ଦୂରରେ ଥିବା ହସ୍ପିଟାଲ ବାହାରିଗଲେ । ସେଠି ପହଂଚି ଦେଖିଲେ ଜଣେ ସୁନ୍ଦରୀ ଡାକ୍ତର ବସିଛନ୍ତି, ମଉସାଙ୍କ ତୀକ୍ଷ୍ମ ନଜର ତାଙ୍କ ଉପରେ ପଡ଼ିଲା, ସେ ପାଖକୁ ଯାଇ ଥଣ୍ଡା କଥା କହି ସାମନା ଚୌକିରେ ବସି ପଡ଼ିଲେ।


ଡାକ୍ତରାଣୀ : ମଉସାଙ୍କ ଛାତିରେ ଷ୍ଟେଥୋ ପକେଇ କହିଲେ ଲମ୍ବା ନିଶ୍ୱାସ ନିଅ ଆଉ ତାପରେ ଛାଡ଼, ମଉସା ଲମ୍ବା ନିଶ୍ୱାସ ନେଇ ତାପରେ ଛାଡିଲେ ।


ଡାକ୍ତରାଣୀ : ନିଶ୍ୱାସ ନେଲାବେଳେ ଏବେ କଣ କିଛି ଲାଗୁଛି ?


ମଉସା : ବାଃ, ବାଃ, କି ଖୁସବୁ ଝାକାସ

ମା ରାଣ....

ମଜା ଆସିଗଲା, କୋଉ ପରଫ୍ୟୁମ ଟା ମାରିଛ ଛ କି ମାଡ଼ମ ?


ଏକଥା ଶୁଣି ରାଗରେ ଡାକ୍ତରାଣୀ ଚପଲରେ ସେକିଦେଲେ ମଉସାଙ୍କ ଗାଲକୁ ମଉସା କାନମୁଣ୍ଡ ଆଉଁସି ଆଉଁସି ଚୁପକିନା ସେଠାରୁ ଚାଲି ଆସିଲେ ।


Rate this content
Log in

Similar oriya story from Comedy