STORYMIRROR

Rabindra Kumar Biswal

Comedy

3  

Rabindra Kumar Biswal

Comedy

ମଶା ବୁଡ଼େଇଲା ମୋ ପ୍ରେମ କାହାଣୀ

ମଶା ବୁଡ଼େଇଲା ମୋ ପ୍ରେମ କାହାଣୀ

2 mins
149


ଗତକାଲି Saturday Weekend ଯୋଗୁଁ ମୋ Girlfrend ର ଅଫିସ ଛୁଟିଥିଲା,

ତେଣୁ ସେ କହିଲେ ଧନ ଆସ ବାଲିଯାତ୍ରା ବୁଲିବାକୁ ଯିବା,ହେଲେ ଫୋନ Call ପାଇ ଯୋଉ ଖୁସିଥିଲା ବାଲିଯାତ୍ରା କଥା ଶୁଣି ମନଟା ମରିଗଲା, କାରଣ କଟକ ବାଲିଯାତ୍ରା ବୁଲିବାରେ ଯୋଉ ଖୁସିଥାଏ, ଚାରିଚକିଆ ଯାନ ଟେ ନେଇ ଯିଏ ବାଲିଯାତ୍ରା ଯାଇଛି ସିଏ ଜାଣିଛି ଗାଡ଼ି ପାର୍କିଙ୍ଗ କରିବା ଆଉ ପାର୍କିଙ୍ଗ ସ୍ଥଳରୁ ଚାଲି ଚାଲି ଯାଇ ବାଲିଯାତ୍ରା ବୁଲିବାର ମଜା କେତେ ,

ଏକଥା ଆଗରୁ ମୁଁ ଅଙ୍ଗେ ନିଭେଇଛି ଯେତେବେଳେ ଅନେକ ଦିନ ତଳେ ମୁଁ ମୋର ଏକମାତ୍ର ଘରଣୀଙ୍କ ଅନୁରୋଧ ରଖି କାରରେ ଦେଖେଇ ହେଇ ଯାଇ ଯାହା ନାମ ନେଇଛି ସେକଥା ମୁଁ ହିଁ ଜାଣିଛି,

ହଉ, ଛାଡ଼ନ୍ତୁ ସେକଥା ପୁଣି କେବେ କହିବି....

ଗତକାଲି କଥା କହୁଛି ଶୁଣନ୍ତୁ,

ପ୍ରେମିକାଙ୍କ ଫୋନ Call ରେ ଦିଲ ଟା ଗାର୍ଡେନ ଗାର୍ଡେନ ହେଇଯାଇ ଥିବାର ଖୁସି ଆଉ ବାଲିଯାତ୍ରା ଯିବା କଥା ଶୁଣି ମନଟା ଖରାପ ହେବା ଉଭୟକୁ ମନରେ ଚାପି ହଁ ଭରିଲି, ୟା ଛଡ଼ା ଅନ୍ୟ ଉପାୟ ନଥିଲା,

ହଁ ମାରି ଯିବାପାଇଁ ସମୟ ସ୍ଥିର କଲୁ, ପ୍ରେମିକାଙ୍କ ଫୋନ କାଟି ସାଙ୍ଗେ ସାଙ୍ଗେ ମୋର ଜଣେ ବ୍ୟବସାୟୀ ବନ୍ଧୁଙ୍କୁ ଫୋନ କଲି କାରଣ ସେ ବାଲିଯାତ୍ରା ପଡ଼ିଆରେ ଲକ୍ଷେଟଙ୍କା ତାଙ୍କର ଭଲ Stall ଗୋଟେ ଦେଇଛନ୍ତି,

ମୋ କଥା ଶୁଣି ସେ କହିଲେ ହଁ ହେଉ ଆସନ୍ତୁ, ବୁଲାବୁଲି ସାରି ମୋ ଷ୍ଟାଲ କୁ ଆସିଯିବେ ଆଉ କିଛି ସମୟ ବସି ଖାଇପିଇ ତାପରେ ଫେରିଯିବେ, ମୁଁ ବି ଆଶ୍ୱସ୍ତ ହେଲି, ଆଉ ସେ ଅନୁଯାୟୀ ଯାଇ ବୁଲାବୁଲି କଲି, ଆଉ ବୁଲାବୁଲି ସାରି ତାଙ୍କ Stall ରେ ପହଂଚିଲୁ,

ସେ ସମୟରେ ସିଏ ନଥିଲେ ହେଲେ ତାଙ୍କର ଛଅ ଜଣ କର୍ମଚାରୀଙ୍କ ରାଜକୀୟ ଆତିଥେୟତାରେ ମୋ ଗାର୍ଲଫ୍ରେଣ୍ଡ ଅତ୍ୟଧିକ ଉତଫୁଲିତ ହେଇ ମୋର Hi-fi ଲୋକଙ୍କ ସହ ବନ୍ଧୁତା ପାଇଁ ଗର୍ବିତ ବି ହେଲେ,ମୋର ସେଇ ବନ୍ଧୁଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ଖାଦ୍ୟପେୟ ବ୍ୟବସ୍ଥାରେ ମୁଁ ବହୁତ ଖୁସିଥିଲି, ଯାହାହେଉ ଆଶାରୁ ଅଧିକ ବନ୍ଦୋବସ୍ତ କରି ବନ୍ଧୁ ମୋତେ ମୋ ପ୍ରେମିକା ଆଖିରେ ହିରୋ ବନେଇଦେଲେ,ହେଲେ ସବୁ ବିଧିର ବିଧାନ କେ କରିବ ଆନ,.,.କଥୋପ କଥନ ଚାଲିଥିବା ସମୟରେ ମୋ ପ୍ରେମିକାର ଗାଲରେ ଭିଲିଆନ ଅମରିଶ ପୁରୀ ମାର୍କା ମଶା ଟିଏ କିସ କରୁଥିବାର ଦେଖିଲି,ଏସବୁ ଦେଖି ମୁଁ ସାଙ୍ଗେ ସାଙ୍ଗେ ସନି ଦେଓଲ ଷ୍ଟାଇଲରେ ଢ଼ାଇ କିଲୋ ହାତରେ ମଶାକୁ ଗୋଟେ ଚାପୁଡ଼ା ମାରିଲି,

ମଶା ମଲା କି ନାଇଁ ଜାଣିନି ହେଲେ ସେଇ ଚାପୁଡ଼ା ମାଡ଼ରେ ମୋ ପ୍ରେମିକା ଚେୟାର ରୁ ଛିଟିକି କିଛି ଦୂରରେ ତଳେ ପଡ଼ିଲେ....

ସାଙ୍ଗର Stall ରେ ଏତେ ଭିଡ଼ ସତ୍ତ୍ୱେ କିଛି ସମୟ ପାଇଁ ସବୁ କୋଳାହଳ ଏକଦମ ଶାନ୍ତ ପଡ଼ିଗଲା.,..


ଅତ୍ୟଧିକ ଉତ୍ସାହରେ ମୁଁ ବି ମଶା ମାରିବା ବେଳେ ଏତେ ଜୋରରେ ଚାପୁଡ଼ା ଟା କେମିତି ମାରିଲି ଭାବି ପାରୁନଥିଲି,

ମୋ ସାଙ୍ଗ ଆଉ ମୋର ଯେତେ ଯାହା ପ୍ରୟାସ କଲେ ବି କ୍ଲାଇମେକ୍ସ ସିନ ଟା Out of Control ହେଇକି ଥିଲା...


କିଛି ସମୟ ଏମିତି ବିନା ଡାଇଲଗ ସିନେମା ଚାଲିଲା ପରେ,ଆଦରଣୀୟା ପ୍ରିୟତମା କଥା କହିଲେ କିନ୍ତୁ ମୋତେ ନୁହେଁ.ମୋ ସାଙ୍ଗକୁ କହିଲା ଭାଇ ମୋତେ ଟିକେ ନେଇ ବାଦାମବାଡ଼ି ବସ ଷ୍ଟାଣ୍ଡରେ ଛାଡ଼ିଦେବ ନା ମୁଁ ଚାଲିଯିବି,ସେ ଯାହା ହେଉ ମୋ ଦୟାଳୁ ସାଙ୍ଗ ତାଙ୍କୁ ନେଇକି ଆସି ତାଙ୍କ ଘରେ ଛାଡ଼ି ଆସିଲା,

ମୁଁ କାନ ମୁଣ୍ଡ ଆଉଁସି ଏକା ଏକା ଘରକୁ ଫେରିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy