STORYMIRROR

Rabindra Kumar Biswal

Comedy Romance

4  

Rabindra Kumar Biswal

Comedy Romance

କମଲା ପସନ୍ଦ

କମଲା ପସନ୍ଦ

2 mins
401


ଗୁଜରାଟ ର ସୁରଟ ସହରରେ ସୂତାକଳ ରେ କାମ କରି ବିନ୍ଦାସ ରେ ଜୀବନ ଜିଉଁଥିବା ପପୁର କପାଳରେ ହଠାତ କରୋନା ଦାଉ ସାଧିଲା, ଯେତେ ଚେଷ୍ଟା ଆଉ କାକୁତି ମିନତି କଲେ ବି ଚାକିରୀ ଖଣ୍ଡକ ଚାଲିଗଲା l

ଗାଁକୁ ଫେରି ଆସୁଥିବା ପିଲାଙ୍କ କଥାଶୁଣି କୌଣସିମତେ ଟିକେଟ ଖଣ୍ଡେ ଯୋଗାଡ଼ କରି କରୋନା ସମୟରେ ସରକାର ଙ୍କ ଜ୍ୱାଇଁ ପୁଅ ପ୍ରୋତ୍ସାହନର ଲୋଭରେ ଗାଁକୁ ଚାଲିଆସିଲା ପପୁ l

କରୋନା ପ୍ରଭାବ କମିଲା ପରେ ସାଙ୍ଗରେ ଆସିଥିବା ଗାଁର ସବୁ ପିଲା ସୁରଟ ଫେରି ଯାଇଥିଲେ ବି ପପୁ ଆଉ ଗଲାନି l ନିଜେ କିଛି ଗୋଟେ ସ୍ୱାଧୀନ ଭାବେ କରିବ ଭାବି ଭାବି ଶେଷରେ ସ୍ଥିର କଲାଯେ ଭୁବନେଶ୍ୱର ସାଙ୍ଗ ପାଖକୁ ଯାଇ ତାର ସାହାଯ୍ୟ ନେଇ କିଛି ଗୋଟେ କରିବ l ନିଜର ଯାହାକିଛି ସଞ୍ଚିତ ଅର୍ଥ ଧରି ଭୁବନେଶ୍ୱର ବାହାରି ପଡିଲା, କ୍ୟାପିଟାଲ ରେ ପହଂଚି ଯୋଜନା ମୁତାବକ ଟିକେ ଅନ୍ୟ ଦୋକାନଠୁ ଅଲଗା ଟିକେ ହଟକେ ପାନ ଦୋକାନ ଟିଏ କରିବା ସ୍ଥିର ହେଲା l

ଯାହାହେଉ ଏ ଦିଗରେ ଗାଁର ପଞ୍ଚୁଆ ବହୁତ ସାହାଯ୍ୟ କଲା ଆଉ ଭୁବନେଶ୍ୱର ର ଗୋଟେ ସମ୍ଭ୍ରାନ୍ତ ଅଞ୍ଚକରେ ଭଡ଼ା ସୂତ୍ରରେ ଦୋକାନ ଘରଟେ ନେଇ ପାନ ଦୋକାନ ଟିଏ ବି କଲା,

ଗୁଜରାଟ ରେ କାମ କରିବା ଅଭିଜ୍ଞତା ଆଉ ଗରାଖଙ୍କ ଭଲ ବ୍ୟବହାର ଯୋଗୁଁ ଦୋକାନ ବି ଭଲ ଚାଲିଲା l ଭଲ ବେପାର ଆଉ ଲାଭ ଯୋଗୁଁ ପପୁର ଷ୍ଟାଇଲ ବି ବଦଳି ଆସ୍ତେ ଆସ୍ତେ ଭୁବନେଶ୍ୱରିଆ ବାବୁ ହେଇଗଲା, କଥାବାର୍ତ୍ତା ଏବଂ ଚାଲିଚଳନ ବି ବେଶ ଚିକଣିଆ l

ଏଇ ରଙ୍ଗଢଙ୍ଗ ଯୋଗୁଁ ଦୋକାନ ସାମନାରେ ରହୁଥିବା ବିହାରୀ ଝିଅ କମଳା ସହ ପପୁର ପ୍ରେମ ହେଇଗଲା ଆଉ ପ୍ରେମର ଗାଡ଼ି ବି ଦୌଡ଼ିବାରେ ଲାଗିଲା, ଦୁହେଁ ଦୁହିଁଙ୍କୁ ଏତେ ମାତ୍ରରେ ଭଲ ପାଇଲେ ଯେ ଏକାଠି ସିନେମା ଦେଖା, ପାର୍କରେ ବସିବା ଆଉ ହୋଟେଲ ରେ ଖାଇବା ଆଉ ବୁଲାବୁଲି ଲାଗି ରହିଲା l ଏକଥା କମଳା ର ବାପାଙ୍କ କାନକୁ ଗଲା l ଏମିତି କିଛି ଦିନ ଗଲାପରେ କମଳାର ବାପା ପପୁର ଦୋକାନକୁ ଆସିଲେ, କମଳାର ବାପାଙ୍କୁ ଦେଖି ପପୁର ଖୁସି କହିଲେ ନ ସରେ l

କମଳାର ବାପା (ଯିଏ କି ସଦାବେଳେ କମଲାପସନ୍ଦ ପାନ ମସଲା ଖାଆନ୍ତି )ଆସି ପପୁକୁ ପଚାରିଲେ ଆଛା ପପୁ "କମଲାପସନ୍ଦ "ହୈ

ଏକଥା ଶୁଣି ପପୁ ମନରେ ଲଡ଼ୁ ଫୁଟିଲା, ଗାର୍ଡେନ ଗାର୍ଡେନ ହେଇ ପପୁ କହିଲା ହଁ ହଁ କମଳା ମୋର ପସନ୍ଦ ହୈ ,

ମୁଁ ତାକୁ ଭଲପାଏ କହି ଦୋକାନରୁ ବାହାରି ଆସି କମଳାର ବାପାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା, ଆଉ କହିଲା ବାପା ନମସ୍କାର

କମଳାର ବାପା ଏକଥା ଶୁଣି ରାଗରେ ପଞ୍ଚମ ହେଇ ପପୁର ଚୁଟି ଧରି ଚପଲରେ ଦେ ଦନାଦନ ଦେ ଦନାଦନ ସେକି ଦେଇଗଲେ,

ଚଟାକ ଚଟାକ ଚଟାକ ।


Rate this content
Log in

Similar oriya story from Comedy