Aparajita Mohanty

Tragedy Inspirational

3  

Aparajita Mohanty

Tragedy Inspirational

ମଙ୍ଗୁଳା କନ୍ୟା

ମଙ୍ଗୁଳା କନ୍ୟା

4 mins
169



   ହଇହୋ, ସମୁଦୀ... ଲଗ୍ନ ପରା ଗଡି ଯାଉଛି‌। କାହିଁକି ଆଉ ଉଛୁର କରୁଛ ? ତୁମର ଜବାବ୍ ମୁତାବକ ବାକି ଅର୍ଥ ବେଦୀ ଉପରେ ଦେବା କଥା ହେଲେ ଅଧା କର୍ମ ତ ଆସି ସରିବାକୁ ବସିଲାଣି। କିନ୍ତୁ ତୁମର ହାବ ଭାବ କିଛି ଠିକ୍ ଲାଗୁନାହିଁ। ଆଉ ଶୁଣ୍,ବାକି ଅର୍ଥ ନ ମିଳିବା ଯାଏଁ ହାତ ଗଣ୍ଠି ପଡ଼ି ପାରିବ ନାହିଁ। ଦିଗମ୍ବର ବାବୁ ନରମ ଗଳାରେ - ନାଇଁ ନାଇଁ ସମୁଦୀ ସେମିତି କୁହନ୍ତୁ ନାହିଁ। ମୁଁ ହାତ ଯୋଡୁଛି। ହାତ ଗଣ୍ଠି ପକାଇବାକୁ ରୋକନ୍ତୁନି। ମୋତେ ଆଉ କିଛି ଦିନ ସମୟ ଦିଅନ୍ତୁ। ମୁଁ ନିଶ୍ଚିତ ତୁମର ଦାବି ପୂରଣ କରିବି। ମୋତେ ବିଶ୍ୱାସ କରନ୍ତୁ।ଏ ବାହାଘର ହେବାକୁ ଦିଅନ୍ତୁ।


       ସନାତନ ବାବୁ ଟିକେ ଚଢା ଗଳାରେ କହିଲେ - କ'ଣ କହିଲ ? ଆହୁରି ସମୟ ? ନାଇଁ ନାଇଁ ସେ ସମୟ ଫମୟ ମୋ ପାଖରେ ନାହିଁ।ଏଇ ପଇସା ଯୋଗାଡ଼ କରିବାକୁ କହି ବାହାଘରକୁ ପରା ଛ ମାସ ଘୁଞ୍ଚାଇ ଦେଲ। ଯଦି ତୁମ ପାଖରେ ଅର୍ଥ ନାହିଁ ତେବେ ତୁମେ ବାହାଘର ପାଇଁ କାହିଁ ଆଗୋଉଥିଲ ? ମନା କରି ଦେଲନି। ଆମ ପୁଅକୁ କ'ଣ ଝିଅ ଅଭାବ ହୋଇଥିଲା। ମୁଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୋ ପୁଅ କୁ ପାଠ ପଢେଇଛି। ସେ ଆଜି ସରକାରୀ ବିଭାଗରେ ଏକ ଏକ ଉଚ୍ଚ ପଦବୀରେ ଅଧିଷ୍ଠିତ। ତୁମେ କହୁଛ କ'ଣ ନା ମୁଁ ମାଗଣାରେ ତୁମ ଝିଅ କୁ ବହା କରି ନେଇଯିବି। ସେମିତି କଦାପି ହୋଇ ପାରିବନି। ବାହାଘର,ହାତ ଗଣ୍ଠି ସବୁ ଏଇଠି ବନ୍ଦ। ହଇହୋ ତୁମ ପାଖରେ ଯଦି ଅର୍ଥ ର ଅଭାବ ତୁମେ ଝିଅ ବାହାଘର ପାଇଁ କାଇଁ ଏତେ ଛନ ଛନ ହେଉଥିଲ ? ଓହୋ "ମାଗଣା ଥୋପରେ ଭାକୁର ଧରିବାର ନିଶା" ଆଉ। ରଖ ରଖ ତୁମ ଝିଅ କୁ ତୁମ ପାଖରେ ରଖିଥାଅ। ଯେତେବେଳେ ତୁମ ପାଖରେ ପଇସା ହେବ ତୁମେ ସେତେବେଳେ ଯାଇ ଝିଅ ବାହାଘର କରିନେବ।ମୋ ପୁଅ ତ ପାଇଁ ଝିଅ ମାନଙ୍କର ଲମ୍ବା ଲାଇନ। ସେଥିରେ ପୁଣି କିଏ ବଙ୍ଗଳା ଯାଚୁଚି ତ କିଏ ଦାମୀ ଦାମୀ କାର ଦେବ କହୁଛି। ତମେ ଖାଲି ଗୋଟେ ଜବାବ୍ ଦେଇଥିଲ ବୋଲି ମୁଁ ତୁମ କଥା ରେ ହଁ ଭରିଥିଲ। ମୋ ପୁଅ ପଛରେ ଏତେ ଟଙ୍କା ଖର୍ଚ୍ଚ କରି ଏମିତି ମାଗଣା ବାହାଘର ମୁଁ କରିପାରିବି ନାହିଁ। ପୁଅ ଉଦେଶ୍ୟ ରେ - ଚାଲ୍ ଉଠି ଯା ଅମର। ଏ ବାହାଘର ଆଜି କୈାଣସି ପରିସ୍ଥିତି ରେ ହୋଇପାରିବ ନାହିଁ।ଏଇ ଚାଲରେ ସବୁ ଉଠ ଚାଲ......


        ଦିଗମ୍ବର ବାବୁ ହାତ ଯୋଡ଼ି ଛିଡ଼ା ହୋଇଥାନ୍ତି। ଆଖିରୁ ତାଙ୍କର ଧାର ଧାର ଲୁହ ବହି ଚାଲିଥାଏ।ଦେଖଲେ ସନାତନ ବାବୁ ଯିବାକୁ ବାହାରେଲେଣି। ବେଦୀର ଏକ କୋଣରେ କଇଁ କଇଁ କାନ୍ଦୁଛି ଅନନ୍ୟା ର ମାଆ।ସାନ ଝିଅଟି ତଟସ୍ଥ ହୋଇ ଅନେଇ ରହିଛି। ଆଉ ବଧୂ ବେଶରେ ସଜେଇ ହୋଇ ମନ ତଳେ ଅସୁମାରୀ ସ୍ବପ୍ନ ନେଇ ଓଢ଼ଣା ତଳେ ବେଦୀ ଉପରେ ବସି ରହିଛି ଅନନ୍ୟା। ଏକ ନୂଆ ଜୀବନର ଅପେକ୍ଷା ରେ ଆଖିରେ ତା'ର ଗୋଛାଏ ଆଶା ପୁରି ରହିଛି। ଆଉ ଏମିତି ପରିସ୍ଥିତିରେ ଯଦି ସନାତନ ବାବୁ ଯଦି ଚାଲି ଯାଆନ୍ତି ତେବେ ଝିଅ ଟା ମୋ'ର ମଙ୍ଗୁଳା ରହିଯିବ। ମୋ ଝିଅ ର ଚରିତ୍ର କୁ ନେଇ ଅନେକ ଲୋକ ଅନେକ କଥା କହିବେ ସେତେବେଳେ ଝୁଅଟା ମୋର ଭାଙ୍ଗି ପଡିବ। ଆଉ କାଳେ କିଛି ଅଘଟଣ ଘଟେଇ ବସିବ। ନାଇଁ ନାଇଁ ମୁଁ ଏମିତି ହେବାକୁ ଦେବିନି। ମୋତେ କିଛି କରିବାକୁ ହେବ......


           ସନାତନ ବାବୁ ଉଠୁ ଉଠୁ ତାଙ୍କ ପାଦକୁ ଜାବୁଡ଼ି ଧରି ଭୋ କରି କାନ୍ଦି କାନ୍ଦି ଉଠିଲେ ଦିଗମ୍ବର ବାବୁ।ସମୁଦୀ ଯାଅନି, ସମୁଦୀ ମୋ ଉପରେ ଦୟା କର।ମଙ୍ଗୁଳା ଝିଅ ଟା କଥା ମୋ'ର ଟିକେ ଚିନ୍ତା କର ସମୁଦୀ। ତୁମେ ଚାଲିଗଲେ ଅନନ୍ୟା ମା ଟା ମୋ'ର ଆଜି ମଙ୍ଗୁଳା ହୋଇ ରହିଯିବ ଯେ। ଲୋକଙ୍କ ଟାହି ଟାପରା ସହି ପାରିବ ନାହିଁ ମୋ ଅଲିଅଳି ଟା। ଯାହା ଦଣ୍ଡ ଦେବ କଥା ମୋତେ ଦିଅ ସମୁଦୀ ହେଲେ ମୋ ଝିଅ କୁ "ମଙ୍ଗୁଳା କନ୍ୟା" ର ଅପବାଦ ରୁ ମୁକ୍ତି ଦିଅ ମୁଁ ତୁମ ଗୋଡ ତଳେ ପଡୁଛି। ମୋତେ ଆଉ କିଛି ଦିନ ମହଲତ ଦିଅ । ମୁଁ ତୁମର ସମସ୍ତ ଦାବି ନିଶ୍ଚିତ ଭାବେ ପୂରଣ କରିବି।ପାଦ ଟାକୁ ଛାଟି ଦେଇ ଖଣ୍ଡେ ଦୂର ଘୁଞ୍ଚି ଗଲେ ସନାତନ ବାବୁ। ନା ନା କଦାପି ନୁହେଁ। ତୁମ କଥା ଆଉ କାନ୍ଦରେ ମୋତେ କିଛି ଫରକ୍ ପଡିବନି। ଆରେ ଚାଲରେ........ କହି ଦୁଇ ପାଦ ଆଗକୁ ଗଲେ ସେ।


       ଓଢ଼ଣା ଭିତରେ ସବୁ ଦେଖୁ ଦେଖୁ ବାପା ଙ୍କ ର ଆକୁଳ କାନ୍ଦ ଓ କରୁଣ ଅନୁରୋଧ କୁ ଆଉ ସହି ପାରିଲା ନାହିଁ ଅନନ୍ୟା। ଓଢ଼ଣା କାଢି ଉଠି ଆସିଲା ସେ। ଆଖିରେ ଆଖିଏ ଲୁହ ଆଉ କୋହ ଭରା କଣ୍ଠରେ କହିଲା -- ଯିବା ପୂର୍ବରୁ ଟିକେ ଶୁଣି ଯାଆନ୍ତୁ ସନାତନ ବାବୁ ବା ମୋର ହେବାକୁ ଥିବା ଭାବି ଶଶୁର। ତୁମେ ବେଦୀ ଉପରେ ଏକ ମଙ୍ଗୁଳା କନ୍ୟା କୁ  କ'ଣ ଛାଡ଼ିଦେଇ ଦେଇ ଯାଉଛ। ସେ ମଙ୍ଗୁଳା କନ୍ୟା ଆଜି ତୁମକୁ ପ୍ରତ୍ୟାଖ୍ୟାନ କରୁଛି। ତୁମେ ତୁମ ପୁଅ କୁ ପାଠ ପଢେଇ ଚାକିରି କରେଇଛ ବୋଲି ତା'ର ସୂଧ ମୂଳ ପୁଅ ବାହା କରି ଝିଅ ଘର ଠାରୁ ଅସୁଲ କରିବ। କାଇଁ ଝିଅ ର ବାପା ମା କ'ଣ ତା ଝିଅ କୁ ପାଠ ଶାଠ ପଢାଇ ନାହାନ୍ତି ନା ଗୋଟେ ଝିଅ ପାଇଁ ପଇସା ଖର୍ଚ୍ଚ କରି ନାହାନ୍ତି। ତେବେ ତୁମେ କୁହ ସେ କାହାକୁ ମାଗି ଯିବେ।ଆଉ ମୁଁ ସେମିତି ପୁଅ କୁ ବାହା ହେବାକୁ ଚାହେଁନି ଯାହା ଭ୍ୟାଲୁ ବଜାର ଦର ହିସାବରେ ଉଚ୍ଚା ନିଚ୍ଚା ହୁଏ। ଆଉ ଯିଏ ବାପା ମା ଙ୍କ ହାତ ର କଟପୁତୁଳି ହୋଇ ଝିଅ ଘରେ ବିକ୍ରି ହୋଇଯାଏ। ଆଉ ଯାହାର ନିଜର ସ୍ୱାଧୀନତା ନାହିଁ ଯିଏ ନିଜ ଇଚ୍ଛା କୁ ଜାହିର କରି ପାରୁନି ଆଉ ସେ ଅନ୍ୟାୟର ପ୍ରତିରୋଧ କେମିତି କରିବ? ଆଉ ଭବିଷ୍ୟତ ରେ ମୋର ସ୍ୱାମୀ ହୋଇ ମୋତେ କି ପ୍ରକାର ସୁରକ୍ଷା ଦେବ? ଯିଏ କି ଶାଗ,ମାଛ ଭଳି ବିକ୍ରି ହେବାକୁ ଆସିଛି। ତା'ର କ'ଣ ଇଜ୍ଜତ ଅଛି ସେ ମୋତେ ସ୍ତ୍ରୀ ର ସମ୍ମାନ ଦେବ? ଆଉ ଯୋଉଠି ବୋହୂ ନେବାକୁ ନୁହେଁ ଧନର ସଉଦା ହୁଏ ସେ ଅମଣିଷ ଘରକୁ ମୁଁ କଦାପି ଯିବାକୁ ଚାହିଁବି ନାହିଁ। ଆଉ ସିଏ ଦୁନିଆର ସବୁଠୁ ବଡ଼ ଭିକାରୀ ଯିଏ ହାତ ପାତି ଯୈାତୁକ ର ଦାବି କରେ ଆଉ ନିଜ ର ପୁଅଟି କୁ ଅନ୍ୟ ପାଖରେ ବନ୍ଧା ପକାଇ ଦିଏ। ମୁଁ ତୁମକୁ ପ୍ରତ୍ୟାଖ୍ୟାନ କରୁଛି ଜଲଦି ଜଲଦି ବାହାରି ଯାଅ ମୋ ଘରୁ......


       ଏକା ନିଃଶ୍ୱାସକରେ ଏତକ କହି ସାରି ବାପା କୁ ତଳୁ ଉଠାଇ ନେଇ କୁଣ୍ଢାଇ ଧରି କାନ୍ଦୁ କାନ୍ଦୁ କହିଲା - ବାପା ଆଜି ଠାରୁ ତୁମ ଅନନ୍ୟା ତୁମର ଝିଅ ନୁହେଁ ତୁମର ପୁଅ ହୋଇ ବଞ୍ଚିବ। ତୁମ ଉପରେ ବୋଝ ହୋଇ ନୁହେଁ ତୁମ ଉପରେ ଥିବା ସମସ୍ତ ବୋଝ କୁ ହାଲକା କରି ତୁମ ସାହାସ ର ଛତା ଟିଏ ତୁମ ମୁଣ୍ଡ କୁ ଘୋଡାଇ ରଖିବ। କିନ୍ତୁ ହଁ ଏ ଲୋଭି ମଣିଷ ମାନଙ୍କ ହାତର କଣ୍ଢେଇ ସାଜି ଯୈାତୁକ ନିଆଁ ରେ ଜଳିବାକୁ କେବେ ଯିବନି......


      ଦିଗମ୍ବର ଙ୍କ ଆଖିରୁ ଝରୁଥିଲା ଆନନ୍ଦ ର ଅଶ୍ରୁ। ସେ ଖୁସି ରେ ଗଦ୍ ଗଦ୍ ହୋଇ କହୁଥିଲେ - ସତରେ ମା ତୁ ଆଜି ମୋ ଆଖି ଖୋଲି ଦେଲୁ। ମୋ ଭଳି ବାପା ମାନଙ୍କର ଧନୀ ଜୋଇଁ ର ଲୋଭ ପାଇଁ ଆଜି ଅନେକ ଝିଅ ଜୀବନ ହାରୁଛନ୍ତି। ହଁ ମା ତୁ ମୋର "ମଙ୍ଗୁଳା କନ୍ୟା" ନୁହେଁ ତୁ ମୋର "ସବଳା କନ୍ୟା"........


         


Rate this content
Log in

Similar oriya story from Tragedy