Aparajita Mohanty

Others

3  

Aparajita Mohanty

Others

ଏଟିଏମ୍

ଏଟିଏମ୍

6 mins
192


 ଯେତେବେଳେ ଭୁବନେଶ୍ଵର ରେ ଡିପ୍ଲୋମା କରୁଥିଲା ମଝିରେ ମଝିରେ ଛୁଟି ହେଲେ ସେ ଘରକୁ ନ ଯାଇ ମୋ ପାଖକୁ ପଳେଇ ଆସେ। ସେ ଆସିବ ବୋଲି ଆଠ ଦିନ ଆଗରୁ ଗୋଟି ଗୋଟି କରି ତା ପସନ୍ଦର ଖାଇବା ଜିନିଷ ସବୁ ସଜାଡି ରଖିଥାଏ, ଯାହା ଖାଇବ ଆଉ ବାକି ତାକୁ ପ୍ୟାକ୍ କରିଦିଏ। ହଷ୍ଟେଲରେ କେଉଁଠି ବା ତାକୁ ଖାଇବା ଜିନିଷ ସବୁ ମିଳିବ !! ଆଉ ଖାସ୍ ତାକୁ ଦେବା ଲାଗି ମୁଁ ଦଶ,ପଚାଶ କରି ପଇସା ଲୁଚାଇ ରଖିଥାଏ। ସେ ଯିବା ବେଳେ ତା ଭାଇ ତାକୁ ଯାହା ବାଟ ଖର୍ଚ୍ଚ ଦେଇଥାନ୍ତି। କିନ୍ତୁ ମୁଁ ରଖିଥିବା ପଇସା କୁ ଲୁଚେଇ କି ତା ବ୍ୟାଗ୍ ରେ ରଖିଦିଏ। ସେ ଯେତେବେଳେ ଯାଏ ତା ପଛରୁ ମୁଁ ବହୁତ କାନ୍ଦେ। ପ୍ରତିଦିନ ତା ଖାଇବା କଥା ନ ବୁଝି ମୁଁ ଖାଇ ପାରେନି। ସେଦିନ ରାତି ଦଶଟାରେ ତାକୁ ଫୋନ କଲି କହିଲି - ଖାଇ ସାରିଲୁଣି ସେ କହିଲା ନା ଅପା ଆଜି ରୋଷେଇୟା ଭାଇନାଙ୍କ ଦେହ ଖରାପ। ରୋଷେଇ ହୋଇନି। ମୁଁ ସନ୍ଧ୍ୟାରେ ବଜାର ଯାଇଥିଲି ବରା ଖାଇ ଦେଇଛି ସେମିତି ଶୋଇ ପଡିବି। ଛୋଟ ଥିଲା ଅଳସୁଆ ଟା ଯେ ଶୋଇଲେ ଆଉ ଉଠିବନି।ମୁଁ କହିଲି- ଆରେ ତୁ ଖାଇବା ମଗେଇ ଦେଲୁନି ସେ ମନା କଲା ମୁଁ ଶୋଇଲେଣି। ମୁଁ ତ ଠିକ୍ ଖାଇବା ବାଢୁଥିଲି ମୋତେ କି ଆଉ ଭୋକ ହୁଏ ଆଖିରୁ ଲୁହ ଝରୁଥାଏ ୟାଙ୍କୁ କହିଦେଲି ପେଟ କାଟୁଚି ତମେ ଖାଇଦିଅ ମୁଁ ପରେ ଖାଇବି।


      ସେତେବେଳେ ମୋ'ର ସମସ୍ତ ସଞ୍ଚୟ ତାରି ପାଇଁ ଥିଲା ସରଳିଆଟା ଥିଲା କୋଉଠି କିଏ କ'ଣ ଖାଇବେ ମୋ ଭାଇ ପାଖେ ପଇସା ନ ଥିବ ଭାବି ଟଙ୍କାଟିଏ ପାଇଲେ ବି ମୁଁ ତା ପାଇଁ ସାଇତି ଦିଏ। ସମୟକ୍ରମେ ସେ ଡିପ୍ଲୋମା ସାରି ମୋ ପାଖକୁ ପଳେଇ ଆସିଲା ଓ ତା'ର କ୍ୟାମ୍ପସ ସିଲେକ୍ସନ୍ ରେ ସେ କୋଲକାତା ରେ ଏକ କମ୍ପାନୀ ର ସିଲେକ୍ଟ ହୋଇଗଲା ହେଲେ ଏତେ ଦୂରତା ପାଇଁ ଘରେ ଚାହିଁଲେ ନାହିଁ। ଗୋଟେ ବୋଲି ଛୁଆ ମାଆ କାନ୍ଦିବାକୁ ଲାଗିଲା। କହିଲା ତୁ ଘରେ ର‌ହ। କିନ୍ତୁ ସେ ଏମିତି ଏକ ନିଆରା ଥିଲା ଯେ ସେ କୈାଣସି ମତେ ଘରେ ଯାଇ ବୁଲିବାକୁ ରାଜି ହେଲାନି। କହିଲା ତୋ ପାଖରେ ଯେମିତି ଯେଉଁ କାମରେ ହେଉ ପଛେ ମୁଁ କାମ କରିବି। ପଇସା ରୋଜଗାର କରିବା ତାର ମୂଳ ଲକ୍ଷ୍ୟ ଥିଲା। ଯେହେତୁ ତା'ର diploma mechanical ଥିଲା ତ ବହୁତ ଚେଷ୍ଟା କରି ଆମେ ତା ପାଇଁ ଜିନ୍ଦଲ ରେ ବୁଝି ଦେଲୁ। ହେଲେ ଏଇ ମେ ମାସ ପ୍ରବଳ ଖରା ସେଥିରେ ପୁଣି ୧୫ ଫୁଟ ଉଚ୍ଚତା ଉପରେ ତାକୁ ରହିବାକୁ ପଡିବ।ମାଆ ଶୁଣି ବ୍ୟସ୍ତ ହେଲା। ମୋତେ କହିଲା ତୁ ତାକୁ ଘରକୁ ପଠେଇ ଦେ। ହେଲେ ତା'ର ଜିଦି ସେ କିଛି କରିବ।ଏଇ ମୁଣ୍ଡ ଫଟା ଖରାରେ ଚାଲି ଚାଲି ସେ ଅନେକ ଯାଗାରେ ଅନେକ ଇଣ୍ଟରଭ୍ୟୁ ଦେଇଛି। ବହୁତ ଦୁଃଖ ଲାଗେ ଏଇ ଖରା ରେ ସେ ଯେତେବେଳେ ପାଦରେ ଚାଲି ଚାଲି ଯାଉଥାଏ।ଇଏ ତାଙ୍କର ବାଇକ୍ ନେଇ ଅଫିସ ପଳାନ୍ତି। ପୁଣି ତାକୁ ବୁଝାନ୍ତି ତୋ ରୋଜଗାର କୁ କିଏ ଅପେକ୍ଷା କରିଛି।ତୁ ଏବେ ଛୁଆ ଟେ ଆମ ପାଖରେ ରହି ବୁଲାବୁଲି କର।ତୋର ଯାହା ପଇସା ଦରକାର ମୁଁ ଦେବି ‌। 

    ମାତ୍ର ସତର ବୟସରୁ ତା'ର ରୋଜଗାର କରିବାର ଏତେ ଝୁଙ୍କ ଥିଲା ଯେ ସେ କାହା କଥା ଶୁଣିବାକୁ ନାରାଜ ଥିଲା। ବହୁତ ବୁଲି ବୁଲି ଏକ ବାଇକ୍ ସୋରୁମ୍ ରେ ରହିଲା।ଯୋଉଟା ୟାଙ୍କୁ ଯମା ପସନ୍ଦ ନ ଥିଲା। କ'ଣ କରିବି ତା ଇଛା ଆଗରେ ମୁଁ ଚୁପ୍ ରୁହେ। କିନ୍ତୁ ଦୁଃଖ ଲାଗେ ଯେ ସେ ଆମ ଉପରେ ବୋଝ ହେବାକୁ ଚାହେଁନି। ବହୁତ ପରିଶ୍ରମୀ ସେ। ଏମିତି କି ସେ ତିନି ମହଲା ଉପରକୁ କାର୍ଟୁନ୍ ଉଠାଏ। ଯେଉଁ ଦିନ ବନ୍ଦ ଥାଏ ସେ ସେଦିନ ୫୦ଟଙ୍କା କ'ଣ ୨୦ ଟଙ୍କା ପାଇଁ ମଧ୍ୟ ପଳାଏ। ସବୁ ଆଣି ମୋ ହାତରେ ଧରେଇ ଦିଏ। ବହୁତ ଖଟିବ କିନ୍ତୁ ତା ସମ୍ମାନ ଉପରେ ଆଞ୍ଚ ଆସିଲେ ସେ କାହାରି କୁ ବି ଛାଡିବିନି।ଭାରି ସ୍ୱାଭିମାନୀ ସେ। ଦିନକର କଥା ସେ ଦୁଇ ଦିନ ପାଇଁ ଛୁଟି ନେଇ ସଘରକୁ ଯାଇଥାଏ। କୈାଣସି କାରଣ ରୁ ଆସିବାରେ ତା'ର ଗୋଟିଏ ଦିନ ବିଳମ୍ବ ହୋଇଥିଲା ଯାହା ଦ୍ଵାରା ଛୁଟି ଆଉ ଗୋଟେ ଦିନ ଅଧିକା ହୋଇଗଲା। ତାପର ଦିନ ସେ ଯେତେବେଳେ ଅଫିସ ଗଲା ସେ ମାଲିକ କହିଲେ ମାସ କେଇଟା ହେଇନି ତୁ ଏତେ ଛୁଟି କାଟିଲଣୁ? ସେ କହିଲା ସାର୍ ଏକ ଜରୁରୀ କାମରେ ଟିକେ ଘରକୁ ଯାଇଥିଲି ତ ସେଥିପାଇଁ.... ସେ ମାଲିକ ରାଗରେ କହିଲେ - ଏଇଟା କ'ଣ ତୋ ବୋପା ସମ୍ପତ୍ତି ଯେ ମନ ଇଚ୍ଛା ବୁଲି ଆସିବୁ। ବାପା ନାଁ ତା'ର ଧରିଦେଲେ ତ ସବୁ ସରିଗଲା। ସେଇଠି ସେ ଚାକିରୀ ଛାଡ଼ିଲା ଘରକୁ ଆସିଲା।ତା ମୁହଁରୁ ମୁଁ ସବୁ ବୁଝି ପାରିଥିଲି। କହିଲି ହେଉ ତୁ ବ୍ୟସ୍ତ ହଅନା ମୋ ପାଖରେ ରହ। କିନ୍ତୁ ଦୁଃଖ ଉପରେ ନଳିତା ବିଡା ଭଳି ଆମେ ଯେଉଁଠି ଭଡ଼ା ରେ ରହୁଥିଲୁ ସେଠି ଅନ୍ୟ ପରିବାର ସଦସ୍ୟ ଆସି ରହିବାର ଅନୁମତି ନ ଥିଲା। ମୋ ଭାଇ ରହିବା ଦେଖି ସେମାନେ ଚିଡି ଚିଡି ହେବା ଆରମ୍ଭ କରି ଦେଇଥିଲେ। ଆଉ ସେ ଯେଉଁଠୁ ଚାକିରି ଛାଡ଼ିଲା ସେହି ମେସ୍ ରେ ରହୁଥିଲା। ଏବେ ସେଠି ଆଉ ରହି ପାରିବ ନାହିଁ ଭାବି ମୋ'ର ଚିନ୍ତା ବଢ଼ିଗଲା।ଏକ ତ ବ୍ୟାଚଲର କୁ ଘର ଭଡ଼ା ମିଳିବା କଷ୍ଟ ଦୁଇ ତ ତାକୁ କୋଉଠି ଛାଡ଼ିବାକୁ ମୋ'ର ଇଛା ନ ଥିଲା। ହାତରେ ଖାଇ ଶିଖିନି କହିଲେ ଚଳେ। ଏସବୁ ଭିତରେ ମୋ'ର ଜଣେ ସାଙ୍ଗ ତା ଅଫିସରେ ତାକୁ ରଖେଇ ଦେଲା। ହେଲେ ସେଠି ବି ସେମିତି ଇଏ ଚଉକି ରେ ବସିଥିବା ଅବସ୍ଥାରେ ଗରାଖଙ୍କ ସହିତ କଥା ହେଲା ବୋଲି ସେ କିଛି କହିବାରୁ ସେଠି ବି ସମ୍ମାନ ପାଇଁ ଚାକିରି ଛାଡିଦେଲା। ତା'ର ଗୋଟିଏ ପ୍ରକୃତି ଅନ୍ୟାୟ ସହିବନି ସେ ଯେତେ ବଡ ଲୋକ ହୋଇ ଥାଉ ପଛେ।ସେଇ ଅନ୍ୟାୟ ଓ ସ୍ୱାଭିମାନ ଯୋଗୁଁ ସେ ଦୁଇ ଯାଗାରେ ଚାକିରି ଛାଡ଼ିଲା। ଖରାଦିନେ ଚାଲି ଚାଲି ବୁଲିଛି ସେ ପକେଟରେ ଟଙ୍କା ଟେ ନ ଥିବ ମୁଁ ଖେଚୁଡ଼ି ସହିତ ଆଚାର ଟିକେ ଦେଇ ଦିଏ ଦିପହରେ ଖାଇ ଦେବୁ।ତା ଆଗରେ ତାକୁ ସାହାସ ଦେଲା ବେଳେ ସେ ଯେତେବେଳେ ମୋ ଆଗରେ ନିଧୁମ୍ ଖରାରେ ଚାଲି ଚାଲି ଯାଏ ସେତେବେଳେ ମୋ ଆଖିରୁ ଲୁହ ନୁହେଁ ଲହୁ ବହିଯାଏ। ସବୁବେଳେ ସେଇ ଗୋଟିଏ ପ୍ରାର୍ଥନା ମୋର ଠାକୁରଙ୍କ ପାଖରେ ହେ ପ୍ରଭୁ ମୋ ଭାଇକୁ କୂଳରେ ଲଗାଇ ଦିଅ। ଏତେ ଛୋଟ ବୟସରୁ ସେ ଏତେ ପରିଶ୍ରମୀ ଥିଲା ଯେ ଯେତେ ବି କଷ୍ଟ କାମ ଦିଅ ସେ ନେଇ ଆଣି ଥୋଇ ଦେବ।ତାପରେ ସେ ଦୁଇ ବର୍ଷ ଏକ ଗାଡ଼ି ସର୍ଭିସରେ ଯୋଗ ଦେଲା।ପରେ ପରେ ତାକୁ କମ୍ପାନୀ ଅଫର୍ ଭଲ ଭଲ ଅଫର୍ ସବୁ ଆସିଲା କିନ୍ତୁ ସେତେବେଳେ ସେ ଚାହିଁଲା କାହା ଅଧୀନରେ ନ ରହି ନିଜେ କିଛି କରିବ, ହେଲେ ମୋ'ର ସାହସ ପାଉ ନ ଥିଲା। କିନ୍ତୁ ଦୁଇ ବର୍ଷ ତଳେ ସେ ତା'ର ୟାଙ୍କ ସହଯୋଗ ରେ ସେ ତାର ବ୍ୟବସାୟ କଲା ଏବଂ ତା'ର କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଆଗରେ ସେ ଆଜି ସଫଳତାର ଶୀର୍ଷରେ। ହଁ ଗୋଟେ କଥା କହିବି ତା'ର ଜୀବନ ସଂଘର୍ଷ ଏତେ କଠିନ ଥିଲା ଯେ ସଫଳତା ତା ମଥା ଚୁମିଲା। ଆଉ ସେ ତା'ର ହସିବା, ଖେଳିବା ବୟସରେ ନିଜକୁ ଏକ ନୂଆ ପରିଚୟ ଆଣି ଦେଲା। ଏକାର୍ଥରେ କହିଲେ ସେ ଆଜି ପ୍ରତିଷ୍ଠିତ।


ମୋ ଆଖିରେ ସେ ଏତେ ଟିକିଏ ଛୁଆ ଥିଲା। ଆଉ ଏବେ ବି ମୋ ପାଖରେ ସେଇ ଛୁଆଳିଆମୀ ତା'ର। ଯେମିତି କି ଖାଇ କି ଖାଇ କି ହାତ ଧୋ ବୋଲି କହିବାକୁ ପଡେ ମୋତେ। ସେ ଆଜି ବି ମୋ ପାଖରେ ପ୍ରାୟଃ ସମୟ ରୁଷେ। ଯଦି ତା ପସନ୍ଦର ଖାଇବା ବନେଇ ନ ଥିବି ୟା ଖାଇବା ବାଢିବାକୁ ଟିକେ ଲେଟ୍ ହୋଇ ଯିବ। ସେ ଆଜି ବି ଏତେ ଛୁଆ ଯେ ଭାବି ପାରେନି କି ଅପା ଏବେ ବାହା ଗଲାଣି ସେ ପର କି ତା ଉପରେ ଏତେ ଅଧିକାର ନାଇଁ ଏସବୁ ସେ କିଛି ବୁଝି ପାରେନି ‌। ଆଜିକାଲି ଦିନମାନଙ୍କରେ ରେ ପିଲାମାନେ ଯେତେବେଳେ ନିଜ ବାପା, ମାଆ ଙ୍କୁ ନ ପଚାରି ନିଜର ମନମାନି କରୁଛନ୍ତି। ସେଇଠି ମୋ ଭାଇ ପ୍ରତି ପାଦରେ ମୋ ପରାମର୍ଶ ନିଏ। ଏମିତି କି ସାର୍ଟ ଟିଏ କିଣିଲେ ସେ ମୋତେ ଫୋନ୍ କରି ପଚାରେ। ଦିନେ ମୁଁ ତା ହାତରେ ୨୦ଟଙ୍କା ବି ଗୁଞ୍ଜି ଦେଉଥିଲି ସେ ପୁଣି ଲୁଚେଇ କରି। ଆଉ ଆଜି ସେ ମୋ ହାତରେ ଲକ୍ଷେ ଟଙ୍କା ଧରେଇ ଦିଏ ସେ ପୁଣି ବିନା ଗଣିବା ରେ.... ଜାଣିନି ସେ କେବେ ମୋଠୁ ଦୂରେଇ ଯିବ ଯେତେବେଳେ ସେ ମୋ ଠୁ ଅଲଗା ରହିବା କଥା ଚିନ୍ତା କରେ ମୋ ଆଖି ରୁ ଲୁହ ଝରିଯାଏ।ତା ଆଖିରୁ ମଧ୍ୟ। ମୋ ଉପରେ ସବୁବେଳେ ରାଗୁଥିବ ତୁ ଏମିତି ରୋଷେଇ କରୁଛୁ ସେମିତି କରୁଛୁ ଭଲ ଲାଗୁନି। କିନ୍ତୁ ସେ ଯେତେବେଳେ ଘରକୁ ଯିବ ମାଆ ଓ ମୋ ସାନ ଭଉଣୀ କୁ କହିବ ତୁମେ କ'ଣ ଅପା ଭଳି କରି ପାରିବ ? ସବୁଥିରେ ମୋ'ର ପ୍ରଶଂସା କରୁଥିବ । ମୋ ଆଗରେ ମୋତେ ହରଦମ ଚିଡଉଥିବ। ସେ ଘରେ ରହିଲେ ମୋ ମୁଣ୍ଡ ବିନ୍ଧା ହୁଏ। ମୁଁ କହିବି ଓହୋଃ ରେ ମଣିଷ କୁ ଟିକେ ଶାନ୍ତି ରେ ବସେଇ ଦେବନି ଏ ପିଲାଟା।ତୁ କେତେବେଳେ ଘରୁ ଯିବୁ କହିଲୁ? କିନ୍ତୁ ଆଜି ସେ ଯେତେବେଳେ ଦୁଇ ଦିନ ପାଇଁ ମୋ ଠାରୁ ଦୂରକୁ ଯାଉଥିଲା ମୁଁ ଟିକେ ମନ ଦୁଃଖ କଲି ଆଉ ଜଲଦି ପଳେଇ ଆସିବାକୁ କହିଲି ସେ ବି ମନ ଖରାପ କଲା ଆଉ ମୁଁ ତା ପାଇଁ ଖାଇବା ବାଢିଲା ବେଳେ ମୋ ହାତରେ ଦୁଇ ଦୁଇଟା ଏଟିଏମ୍ 🏧 କାର୍ଡ ଗୁଞ୍ଜି ଦେଇ କହିଲା - ରଖି ଥା ତୋର ପଇସା ଦରକାର ହେଲେ ଉଠେଇବୁ। ମୁଁ ସେଇ ଏଟିଏମ୍ ଧରି ଭାବୁଥିଲି ସତରେ ସେଦିନର ମୋ ଛୁଆ ଭାଇ ଟା ଆଜି କେତେ ବଡ ହୋଇ ଯାଇଛି..... ଆଉ ତା ଜୀବନ ର ସଂଘର୍ଷ କଥା ମନେ ପକେଇ ମୋ ଆଖି ରେ ପାଣି ଆସି ଯାଇଥିଲା.....!!!!

        



Rate this content
Log in