Santosh Mishra

Abstract

5.0  

Santosh Mishra

Abstract

ମାଂସ

ମାଂସ

2 mins
220


ଶୀତ ଦିନ । ପାହାନ୍ତି ପହର, ସକାଳ ହେବାକୁ ଯାଉଛି । ଠିକ୍ ସେତିକି ବେଳେ ରମେଶ ବାବୁ ସବୁଦିନ ଭଳି ବାହାରି ପଡ଼ିଥିଲେ ପ୍ରାତଃ ଭ୍ରମଣରେ । ତାଙ୍କର ସବୁ କାମ ଠିକ୍ ସମୟରେ ହେବା ଦରକାର । ସେଥିପାଇଁ ସେ ପୂର୍ବ ଦିନରୁ ହିଁ କାମ ବାଣ୍ଟି ଦେଇ ଥାନ୍ତି ପରିବାର ସଦସ୍ୟଙ୍କ ମଧ୍ୟରେ ।


   ଘରୁ ବାହାରି ସହରର ଆରମ୍ଭ ପର୍ଯ୍ୟନ୍ତ ଚାଲି ଚାଲି ପଳାଇ ଆସିଲେ ରମେଶ ବାବୁ । ଘରକୁ ଫେରିବାକୁ ବାହାରିଲା ବେଳେ ହଠାତ୍ ଭେଟ ହୋଇ ଯାଇଥିଲା ଜଣେ ଯାଦୁକର ସହିତ । ଠିକ୍ ସେତିକିବେଳେ ଦୁଇ ଜଣ ନାବାଳକ ଛେଳି ମାନଙ୍କୁ ବାଡ଼ିରେ ପିଟି ପିଟି କଂସେଇ ଖାନାକୁ ନେଉଥିଲେ । ଯାଦୁକରଟି ରମେଶ ବାବୁଙ୍କୁ ଛେଳିଟିଏ ବନେଇ ଦେଲା । ଏହା ଫଳରେ ନାବାଳକ ଛୁଆ ଦୁଇଟି ରମେଶ ବାବୁଙ୍କୁ ଛେଳି ଗୋଠରେ ମିଶେଇ ଦେଲେ । ରମେଶ ବାବୁ ଗୋଠରେ ନ ମିଶୁଥିବାରୁ ଖୁବ୍ ମାଡ଼ ଖାଇଲେ । କଂସେଇ ଖାନାରେ ପହଞ୍ଚି ଗଲାରୁ ରମେଶ ବାବୁଙ୍କ ଗୋଡ଼ ହାତ ବାନ୍ଧି ଆଗ ତାଙ୍କ ତଣ୍ଟିଟିକୁ କାଟି ପକାଇଲା । ଶରୀରରୁ ଚମଡ଼ାକୁ ବାହାର କରିବା ପରେ ଦେହ ତଳ କରି ଗୋଡ଼ ଦୁଇଟିକୁ ଦଉଡ଼ିରେ ବାନ୍ଧି ଓହଳାଇ ଦେଲେ । ଠିକ୍ ସେତିକି ବେଳେ ରମେଶ ବାବୁଙ୍କ ଚାକର ଟୋକା ଭାରି ତରତର ହୋଇ ଦେଢ଼କିଲୋ ମାଂସ ମାଗି ପକାଇଲା । କହିଲା ! ମୋତେ ପଛ ଫଡ଼ିଆ ରୁ ଦେଢ଼କିଲୋ ଆଗ ଦେଇଦିଅ । କଂସେଇ ମାଂସ କାଟି ଆଗ ଦେଇଦେଲା ।  


  ଖୁବ୍ ଖୁସିରେ ସକାଳେ ବୁଲି ବାହାରି ଥିଲେ ରମେଶ ବାବୁ, ହେଲେ ଦେଢ଼କିଲୋ ହୋଇ ଜରିରେ ଫେରିଲେ ଘରକୁ । ଏପଟେ ଘରେ ତାଙ୍କ ପତ୍ନୀ ଜରିରୁ ମାଂସ କାଢ଼ି ତେଲ ଓ ହଲଦୀରେ ଘାଣ୍ଟି ଗୋଳାଇ ଦେଲା ବେଳେ ଖଣ୍ଡ ଖଣ୍ଡ ମାଂସର ଜ୍ୱାଳା ସହି ପାରୁନଥିଲେ କି କହି ପାରୁ ନ ଥିଲେ । ତାପରେ ତାଙ୍କ ପତ୍ନୀ ପ୍ରେସର୍ କୁକରରେ ଗରମ ତେଲ ମସଲା ସହିତ ସନ୍ତୁଳି ଦେଇ ଢ଼ାଙ୍କୁଣୀ ବନ୍ଦ କରି ଦେଲେ । କୁକର୍ ଭିତରର ଯନ୍ତ୍ରଣା ସହି ପାରୁନଥାନ୍ତି ରମେଶ ବାବୁ । ଗରମ ବାଷ୍ପ ଭିତରେ କୁକରର ସିଟି ବାଜିଗଲା ବେଳକୁ ସେ ମଧ୍ୟ ଖୁବ୍ ବଡ଼ ପାଟିରେ ଚିତ୍କାର କରି ଉଠି ପଡିଲେ । ତାଙ୍କ ପାଟିର ଶବ୍ଦରେ ନିଦ ଭାଙ୍ଗିଗଲା । ଦେହ ସାରା ଝାଳ ବୋହି ଗଲା । କିଛି ସମୟ ବସିଲା ପରେ ଅନୁଭବ କଲେ ଯେ ରାତିସାରା ସ୍ୱପ୍ନ ଦେଖୁଥିଲେ । ତାଙ୍କ ସ୍ୱପ୍ନ ଶୁଦ୍ଧ ସାକାହାରୀ କରିଦେଲା ।


Rate this content
Log in

Similar oriya story from Abstract