STORYMIRROR

Sarat Sahu

Inspirational

3  

Sarat Sahu

Inspirational

ମା’

ମା’

4 mins
15.1K


ମା ଯଶୋଦା -ମା 'ର ପଣତ

-------------------------------------

ଯଶୋଦା ଦେବୀଙ୍କ ବାହାଘରର କିଛି ବର୍ଷ ପର୍ଯ୍ୟନ୍ତ କୌଣସି ପିଲା ଛୁଆ ଜନ୍ମ ହୋଇ ନଥିଲେ ବହୁତ ଚିନ୍ତିତ ରହୁଥିଲେ ।

ସ୍ୱାମୀ ସ୍ତ୍ରୀ ଭିତରେ ମଝିରେ ମଝିରେ ଝଗଡା ହୋଇଥାଏ

ହେଲେ ବିଚରା ଯଶୋଦା ଦେବୀ ଙ୍କ ର ଭୁଲ୍ କେଉଁଠି

ଦେଲା ବାଲା ତ ସେ ହିଁ ଜଣେ ଭଗବାନ ।

ବହୁତ ଦିନ ଏମିତି ସ୍ୱାମୀ ସ୍ତ୍ରୀ ଭିତରେ ଝଗଡାର ବର୍ଷା ସୃଷ୍ଟି ହେଲା ।

ଦିନେ ଯଶୋଦା ଦେବୀ ସହି ନ ପାରି ଆତ୍ମହତ୍ୟା ହତ୍ୟା କରିବା ପାଇଁ ରାତ୍ରି ପ୍ରାୟ ୨ସମୟ ହେବ ଘରୁ ବାହାରି ଗଲେ ।

ଯଶୋଦା ଦେବୀ ଭଗବାନଙ୍କ ନିକଟରେ ପ୍ରାଥନା କରି କହିଲେ ପ୍ରଭୁ ଏତେ ବର୍ଷ ହୋଇଗଲା ମୋ କୋଳକୁ ଗୋଟିଏ ଦେଇ ପାରିଲ ନାହିଁ ଦେଖୁଛନ୍ତି ତ ମୁଁ କେତେ ସାହିପଡିସାଠୁ ନେଇ ମୋ ସ୍ୱାମୀ ପର୍ଯ୍ୟନ୍ତ ସବୁ ସହି ଆସୁଛି ମୋ ସ୍ୱାମୀ ଙ୍କ ର ଗାଳି ମାଡ ସହି ରହୁଛି ଆଉ ସହିବା ସକ୍ତି ମୋ ପାଖରେ ନାହିଁ ମୋ ପ୍ରାଣ ଆଜି ତୁମ ପାଖରେ ସମର୍ପିତ କରିଦେଉଛି ଯାହା ଇଛାଶକ୍ତି ତୁମ୍ଭର । ଆଖିରୁ ଲୁହ ଝରାଇ ଝରାଇ ଆଗକୁ ବଢ଼ିବାରେ ଲାଗିଲେ ଯଶୋଦା ଦେବୀ ଆତ୍ମହତ୍ୟା କରିବା ପାଇଁ ଗୋଟିଏ ନଦୀ ଆଡକୁ ଗତି କଲେ ।ଗୋଟିଏ ଶିଶୁ ଟିକୁ କିଏ ରଖିଦେଇ ଯାଇଛି 

ଯିବା ସମୟରେ ହଠାତ ଗୋଟିଏ କୁନି ଛୋଟଛୁଆ ଟିଏକୁଆଁକୁଆଁ ଡାକ ଛାଡୁଛି ଯଶୋଦା ଦେବୀ ହଠାତ ଛୁଆ ର ଶବ୍ଦ ଶୁଣି ଚମକି ପଡିଲେ ଆଖିରୁ ଝରୁଥିବା ଲୁହ ମୁହଁରେ ହସ ଫୁଟିଗଲା । ଦେଖିଲେ ଛୁଆଟିର ଦେହ ସାରା ଜନ୍ଦା ପିମ୍ପୁଡ ଭରି ହେଇଛି କହିଲେ କେମିତିକା ମା ଛୁଆଟିକୁ ଫିଙ୍ଗି ଦେଇଗଲା ହେ ଭଗବାନ ଏତିକି କହିସେ ଛୁଆ ଶିଶୁ ଟିକୁ କୋଳେଇ ନେଲେ 

ଦେଖିଲେ ଝିଅଟି ଭାରି ଗୋଲଗାଲିଆ ଗୋରାତକତକ ସୁନ୍ଦର ଝିଅଟି ।

ଭଗବାନଙ୍କ ପାଖରେ କହିଲେ ପ୍ରଭୁ ମୋତେ ଦେଇଥିବା ଆଜି ଏ ଝିଅ ଟିକୁ ମୁଁ ନେଇକି ଯାଉଛି ତୁମକୁ ଧନ୍ୟବାଦ ପ୍ରଭୁ ଆଜି ମୋ ଡାକ ଶୁଣିଲ ଏତିକି କହି ଘରକୁ ଚାଲିଲେ 

ଘରେ ପହଂଚିଲେ ସ୍ୱାମୀ ପଚାରିଲେ କୁଆଡେ ଯାଇଥିଲୁ ଫେରିଲୁ ପୁଣି ଆଉଥରେ ଏତିକି କହିବା ସମୟରେ ଦେଖିଲେ ଯଶୋଦା ଦେବୀ ଙ୍କ ହାତରେ ଗୋଟିଏ ଛୁଆ ଟିଏ ପଚାରିଲେ ଏ ଛୁଆ ଟା କାହାର 

ଯଶୋଦା ଦେବୀ କହିଲେ କିଏ ଫିଙ୍ଗି ଦେଇଯାଇଥିଲା ।

ସ୍ୱାମୀ କହିଲେ ହେଉ ଭଲ ହେଲା ଆମର ବି ପିଲା ଟିଏ ନ ଥିଲା ଦେଲୁ ମତେଟିକେ ମୁଁ ଦେଖିବି ।

ଯଶୋଦା ଦେବୀ କହିଲେ ସୁନ୍ଦର ଝିଅଟି 

ସ୍ୱାମୀ କହିଲେ ତ ପୋଡା ମୁହଁରେ ଟିକିଏ ଲାଜ୍ସସରମ ନାହିଁ 

ଝିଅ ଟେ ଘରକୁ ଆରେ ପୁଅ ହୋଇଥିଲେ ମୋ ସହିତ କାମ କରି ଥାଆନ୍ତା ଏତିକି କହି ରାଗିଗଲେ ।

ମା ଯଶୋଦା ଦେବୀ ସ୍ୱାମୀ ଙ୍କ ପାଖରୁ ମାଡ ଗାଳି ଶୁଣି ସହି ଝିଅ ଟିକୁ ଭଲ ସୁନ୍ଦର ଭାବରେ ପାଳିଲେ ଝିଅଟି ଅତିକ୍ରମେ ଧିରେ ଧିରେ ଚାରି ଛଅ ବର୍ଷ ର ହେଇଗଲା ’ହେଲେ ବି ସ୍ୱାମୀ ର ଝିଅ ପ୍ରତି ଭଲପାଇବା ନାହିଁ 

ସ୍କୁଲରେ ନାମ ଲେଖାଇଲେ ଝିଅଟି ପଢିବା ପାଇଁ ବି ସ୍ୱାମୀ ମନା କରନ୍ତି କୁହନ୍ତି ଏଟା ଝିଅଟା ପୁଅ ହୋଇଥିଲେ ମୁଁ ପୁଲିସ୍ ପାଠ ପଢାଇଥାନ୍ତି ଇଏ କଣ୍ କରିବ ଝିଅଟା । ସ୍ୱାମୀ ନା ଡ୍ରେସ୍ ଖାତା କଲମ ସ୍କୁଲରେ ଫିସ୍ କିଛି ଦିଅନ୍ତିନାହିଁ

ମା ନିଜ ଖାଇବା କମ୍ କରି ଭଲକି ଖଣ୍ଡେ ଲୁଗା ନ ପିନ୍ଧି ନିଜେ ଦୁଖରେ ରହି ହେଲେ ଝିଅ ଟି ର କେବେ ଅବହେଳା କରିନଥାନ୍ତି ଅତି ଜତ୍ନ ରେ ରଖି ଥାଆନ୍ତି । ଝିଅଟି ଧିରେ ଧିରେ ବଡ ହେଲା ଦଶମ ଶ୍ରେଣୀ ରେ ନାମ ଲେଖାଇବା ପାଇଁ ହେଲେ ପାଖରେପଇସା ନାହିଁ ।

ଝିଅ ଟି ବାପା ଙ୍କୁ କହିଲା ବାପା ମୁଁ ପଢିବି ପଇସା ଦିଅ ଦଶମ ରେ ନାମ ଲେଖାଇବି ।

ବାପା କହିଲେ ତୁ ପଢା ବନ୍ଦ୍ କର୍ ଏତେ ପଇସା ମୁଁ ଆଣିବି କେଉଁ ଠାରୁ ତୁ ଝିଅ ଟେ ପଢିଲେ କଣ୍ କରି ଏମିତି କହି ରାଗିଗଲେ ।

ଝିଅଟି ଶୁଣି ଆଖିରୁ ଲୁହ ଝରି ଗଲା ।

ଦିନେ ମା ଯଶୋଦା ଦେବୀ ବାହାରକୁ ଯାଇଥିଲେ ବହୁତ ସମୟ ପରେ ଘରକୁ ଫେରିଲେ ।

ଝିଅ ପଚାରିଲା ମା କୁଆଡେ ଯାଇଥିଲୁ ମା କହିଲେ ସ୍କୁଲକୁ ଯାଇଥିଲି ତ ବିଷୟରେ ମାଷ୍ଟରଙ୍କ ସହିତ କଥା ହେବା ପାଇଁ ହେଲେ ଯଶୋଦା ଦେବୀ ସ୍କୁଲ୍କୁଯାଇନଥିଲେ ।

ତା ପରଦିନ ମା ଝିଅ କୁ ନେଇ ସ୍କୁଲ୍ କୁ ଗଲେ ନାମ ଲେଖାଇଲେ ଏମିତି କିଛି ଦିନ ଗଲା ପରେ ଝିଅ ଟି ବଡ ହେଇଗଲା ଭଲ ପାଠପଢେ ମଧ୍ୟ

ହେଲେ ବାପା ସେ ଝିଅକୁ ଦେଖି ସହି ପାରନ୍ତି ନାହିଁ ।

କିଛି ଦିନ ଗଲା ପରେ ଝିଅ ଦଶମରେ Fast class ହେଲେ 

ମା ବହୁତଖୁସି ହେଲେ ।

ଗୋଟିଏ ଦିନ ମା ଝିଅ ହାତରେ ବହୁତ ପଇସା ଦେଲେ ପାଠ ପଢିବା ପାଇଁ ବାହାରକୁ ଛାଡିଲେ ଝିଅ ଟି ଅତି ଆନନ୍ଦରେ ଖୁସିହୋଇ ବାହାରକୁ ଗଲା ପାଠ ପଢିବା ପାଇଁ ।

ହେଲେ ମା’ ଝିଅଟିକୁ ଛାଡି ବହୁତ ମନ ଦୁଖରେ ଚଳେ

କିଛି ଦିନ ଗଲା ପରେ ବାପାଙ୍କର ବହୁତଦେହ ଖରାପ ହେଲା

ତା ପରେ ଯଶୋଦା ଦେବୀ ଚିନ୍ତାରେ ପଡିଗଲେ ଏଣେ ଘରେ ପଇସା ଟିଏ ନାହିଁ ଆଗରୁ କୌଣସି ଛୁଟ ମେଡିକାଲରେ ଦେଖାଇ ଥିଲେ ଜଣା ପଡିଥିଲା ଗୋଟିଏ କିଡିନ୍ ନଷ୍ଟ ହୋଇଯାଇଛି ଯଶୋଦା ଦେବୀ ଙ୍କ ପାଦତଳୁ ମାଟି ଖସିଗଲା

ହଟାତ ଦିନେ ସ୍ୱାମୀ ଙ୍କ ର ଚେତାଶୂନ୍ୟ ହୋଇଗଲା 

ତୁରନ୍ତ ମେଡିକାଲ ନେଇଗଲେ ଆଇସ୍ ଭିତରେ ଭିତରେ ରଖିଲେ କିଛି ଦିନ ପରେ ଚେତା ଫେରିଲା ସ୍ୱାମୀଶୁସ୍ଥ ଭଲ ହୋଇଗଲେ ।

କିଛି ସମୟପରେ ନର୍ସ ଜଣେ ଆସିଲେ କହିଲେ ଯଶୋଦା ଦେବୀ ତମେ ଏଥର ଘରକୁ ଯାଇପାରିବ ତମ ସ୍ୱାମୀ ଙ୍କର

ଗୋଟିଏ କିଡିନ୍ ଲାଗିଛି ଆମ ଡାକ୍ତରାଣି ମ୍ୟାଡମ୍ ତାଙ୍କର ନିଜ କିଡିନ୍ ଟିଏ ଦେଇଛନ୍ତି ।

ଏକଥା ଶୁଣି ଯଶୋଦା ଦେବୀ ଏବଂ ତାଙ୍କ ସ୍ୱାମୀ ଆଖିରୁ ଲୁହ ଝରିଗଲା 

ଯଶୋଦା ଦେବୀ କହିଲେ ସେ ଦେବୀ ମା ଜଣଙ୍କ କିଏ କେମିତି ଭଗବାନଙ୍କରୁପ ଆମେ ଟିକିଏ ଦେଖିବୁ ଡାକନ୍ତୁ 

କିଛି ସମୟପରେ ଡାକ୍ତରାଣି ଜଣଙ୍କ ଆସିଲେ ।

ଡାକ୍ତରାଣି ଜଣଙ୍କ ଯଶୋଦା ଦେବୀ ଏବଂ ତାଙ୍କ ସ୍ୱାମୀ କୁ ଦେଖି ଯେତିକି କାନ୍ଦୁଥାନ୍ତି ତା ଠାରୁଅଧିକ କାନ୍ଦୁଥିଲେ ଯଶୋଦା ଦେବୀଏବଂ ତାଙ୍କ ସ୍ୱାମୀ 

ଚମତ୍କାର ବିଷୟ ସେ ଡାକ୍ତରାଣି ଜଣଙ୍କ ଆଉକେହି ନ ଥିଲେ

ସେଥିଲେ କିଛି ବର୍ଷ ପୂର୍ବରୁ ରାସ୍ତା କଡରୁ ଗୋଟାଇ ଆଣିଥିବା 

ସେହି ଝିଅ ଯଶୋଦା ଦେବୀଙ୍କର ପାଳିତ ଝିଅ ।

ଘରକୁ ଫେରିଲେ ସମସ୍ତେ।

କିଛିଦିନ ଗଲାପରେ ଦିନେ ଝିଅ ପଚାରିଲେ ମା’ ମୁଁ ଏତେ ପାଠ ପଢିଲି ତ ଆଶିର୍ବାଦ ରୁ ଡାକ୍ତରାଣି ହେଲି ଏତେ ପଇସା କେଉଁଠୁ ଆଣିଲୁ 

ମା’ ଯଶୋଦାଦେବୀଏମିତି କହିଲେ ଝିଅ ଆଖିରୁ ଲୁହ ଝରି ଗଲା କହିଲେ ତତେ ମଣିଷକରିବାପାଇଁ ପାଠ ପଢାଇବା ପାଇଁ

ମୁଁ ମଝିରେ ମଝିରେ ଯାଇ ରକ୍ତ ବିକ୍ରିକରି ପଇସା ଆଣିଥାଏ

ଆଜି ମୋ ସ୍ୱପ୍ନ ମୋ ପଣତ ପୁରା ହୋଇଛି ଲୋ ମା’ ଡାକ୍ତରାଣି ।

ଏତିକି ଶୁଣି ଝିଅ ମା’ ଛାତିରେ ମୁଣ୍ଡଦେଇ ମ” କୁ କୋଳେଇ କହିଲେ ଭଗବାନଙ୍କନିକଟରେ ପ୍ରାଥନା କରୁଛି ତୁ ମୋ ମା’ ମ”

ସବୁ ଜନ୍ମରେ ତୋରି କୋଳରେ ମତେ ଦିଅନ୍ତୁ  

ମ” ତତେ କୋଟି କୋଟି ପ୍ରଣାମ ।

 (ସମାପ୍ତ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational