STORYMIRROR

Subhashree Maharana

Inspirational

2  

Subhashree Maharana

Inspirational

ଲୁହ

ଲୁହ

1 min
3.1K


ତୁମ ଆଗମନକୁ ମୋ ଆଖି କରିଥାଏ କେତେ ଯେ ଅପେକ୍ଷା ଆଉ ତୁମ ଉପସ୍ଥିତିକୁ ମୋ ଦୁଃଖମାନେ କରିଥାନ୍ତି ଆଉ ଅନେକ ସ୍ୱାଗତ.. ଠିକ୍ ଜଣେ ଅନ୍ତରଙ୍ଗ ବନ୍ଧୁ ପରି, ସବୁବେଳେ ଚେଷ୍ଟା କର କରିବାକୁ ମୋ ମନ ହାଲୁକା.. ଆଉ ଝରିଯାଅ ଝରଝର ହେଇ, ପାହାଡ଼ୀ ଝରଣା ପରି ମୋ ଛାତି ଉପରେ.. ତୁମେ ତ ମର୍ମସ୍ପର୍ଶୀ! ମରମର ବେଦନାକୁ ସ୍ପର୍ଶ କରି ତୁମେ ଆସ ଆଖି କୋଣୁ ଝରି.. ତୁମର ସେ ଉଷ୍ଣଛୁଆଁ... ସତେ କେତେ ଆପଣାର ପଥରକୁ ବି ତମେ କରିପାର ନମନୀୟ ପତର, ସତେ, ତମେ ଅତି ଚମତ୍କାରୀ! ଅତି ମୂଲ୍ୟବାନ! ହସ ତୁଳନାରେ ବି କାହିଁକି ନା?ହସ ତ ସୁଖବେଳେ ଥାଏ କିନ୍ତୁ ଲୁହ, ଆଖିକୁ ଛାଡିବାକୁ ହିଁ ଚାହେଁନା ଦୁଃଖରେ ବି ସୁଖରେ ବି.. କେତେବେଳେ ଦୁଇଧାର ବହିଯାଅ ଆନନ୍ଦର ଅଶ୍ରୁ ତ କେତେବେଳେ ଅତର୍କିତ ଲଘୁଚାପ ପରି ଭୟଂକର ହୋଇଉଠ ଘନୀଭୂତ ହେଇ.. ଆଉ ଝରିଯାଅ.. ଆଖି ଝର୍କା ଡେଇଁ.... ଶୁଭଶ୍ରୀ.. ୯୮୬୧୦୭୩୭୩୦


Rate this content
Log in

More oriya story from Subhashree Maharana

Similar oriya story from Inspirational