STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ଲାଲ ଟୁକୁ ଟୁକୁ ଝିଅ

ଲାଲ ଟୁକୁ ଟୁକୁ ଝିଅ

4 mins
7

ଦୁନିଆଁକୁ ନିଜ ଦୃଷ୍ଟିରେ ଦୁଇଭାଗ କରନ୍ତି ଅବିନାଶ. ଗୋଟିଏ ପ୍ରକୃତିର ନିର୍ଜୀଵ ବସ୍ତୁ ପଦାର୍ଥ ହେଲେ ଅନ୍ୟଟି ଜୀବନ୍ତ. ପ୍ରକୃତିରେ ଥିବା ଫୁଲ ଫଳ, ନଈ ପୋଖରୀ ହ୍ରଦ, ସମୁଦ୍ର, ଆକାଶ ତାରା ନକ୍ଷତ୍ର ଉଲକା, ବଉଦ ମେଘ ସୂର୍ଯ୍ୟ ଚନ୍ଦ୍ର ସମସ୍ତେ ସୁନ୍ଦର ଓ ଜୀବନ୍ତ ଲାଗେ ଜୀବନ୍ତ ହେବାକୁ ସଂସାରରେ ବଞ୍ଚିବାକୁ. ତା ପରେ ଜୀଵନ ଥିବା ପ୍ରତ୍ୟେକ ଗଛ, ଲତା, ଗୁଳ୍ମ ଦ୍ରୁମ ମଣିଷର ଓ ପ୍ରକୃତିର ସହଚର ତଥା ବନ୍ଧୁ. ତା ପରେ ପକ୍ଷୀମାନେ ଆମର ନିଶ୍ଚିନ୍ତ ଉପକାରୀ. ତାଙ୍କୁ ଦର୍ଶନ କଲେ ମିଳେ ସନ୍ତୋଷ. ଆଉ ପଶୁ ଭିତରେ ହିଂସ୍ର ବା ବଣୁଆ କୁହାଯାଉଥିବା ପଶୁ ଜଙ୍ଗଲରେ ଯାହାକୁ ଦେଖିବାକୁ ଆମେ ଚାତକ ପରି ଚାହିଁ କେବେ କୋଉ ଚିଡ଼ିଆଖାନା ପରିଦର୍ଶନ କରୁ. ବାକି ଗୃହପାଳିତ ପଶୁ ଭିତରେ ଗାଈ ଆମ ଦ୍ୱିତୀୟ ମାତା, ଅନ୍ୟାନ୍ୟ ପଶୁ ସମସ୍ତଙ୍କ ଭିତରେ କିଛିନା କିଛି ଅସାଧାରଣ ଗୁଣ ନିହିତ ଯାହା ମଣିଷକୁ ଚଳିବାରେ ସାହାଯ୍ୟ କରେ ଓ ସହାୟକ ହୁଏ. ତା ପରେ ସରୀସୃପ ଓ କୀଟପତଙ୍ଗ ମାନେ ନିଜ ନିଜ ଗୁଣ ଭିତରେ ମହିମାନ୍ୱିତ. ମହୁମାଛି ମହୁସଂଗ୍ରହ କରେ, ବିରୁଡିଟିଏ ନିଜ ବସା ନିଜେ ତିଆରି କରୁଥାଏ.ଏଣୁ ମୁଁ ଦୁନିଆଁକୁ ସ୍ୱାଗତ କରିବାକୁ ଯାଇ ସକାଳୁ ଉଠୁ ଉଠୁ ଶତୃଷ୍ଣ ନୟନ ମେଲି ତାଙ୍କୁ ଘଡିଏ ଚାହେଁ ଓ ଅନ୍ତର ଭିତରୁ ତାଙ୍କୁ ଓ ତାଙ୍କ ସୃଷ୍ଟିକର୍ତ୍ତା ଭଗବାନଙ୍କୁ ଧନ୍ୟବାଦ ଜଣାଏ. ଅବିନାଶର ଏତେ ସବୁ ଦର୍ଶନ ଶୁଣୁ ଶୁଣୁ ବିକାଶ କହେ ତୁ ଆଉ ଜଣଙ୍କ କଥା ଛାଡିଗଲୁ. ଯାହା ବକ୍ଷରେ ନାଚି କୁଦି ଗାଇ ଆମେ ଠିଆ ହୋଇଛୁ. ହଁ ମୁଁ ଜାଣେ ବିକାଶ ସେ ମାଟି, ମାଟମାଆ.. ସେ ଆମ ସମସ୍ତଙ୍କ ମାଆ. ସେ ଫଳାଏ ତା ବକ୍ଷରେ ଆମ ପାଇଁ ଶସ୍ୟ, ଧରିରଖେ ପ୍ରକୃତି ସହ ସଜୀଵ ଓ ନିର୍ଜୀଵ ବସ୍ତୁ, ପଦାର୍ଥ ଓ ପ୍ରାଣୀ. ତା ଉପରେ ଠିଆ ହୋଇ ଆମେ ବଢୁ. ବିକାଶ ହସୁଥିଲା ଓ କହୁଥିଲା ଏଇ ପଦେ ଦିପଦ ତୋର ଆଗରୁ କହିବାର ଥିଲା. ଆଛା ତୋର ଏ ମଣିଷମାନଙ୍କ ପାଖରେ କୋଉ ଗୁଣ ଭଲ ଲାଗେ ଯାହା ଦ୍ୱାରା ତୁ ଭଗବାନଙ୍କୁ ଧନ୍ୟବାଦ ଦେଇ ଦୁନିଆକୁ ସ୍ୱାଗତ ଜଣେଇବୁ!
    ଅବିନାଶ କହୁଥିଲା ପ୍ରଥମେ ମାଆ ଓ ବାପା. ଦ୍ୱିତୀୟରେ ଅନ୍ୟ ସମସ୍ତେ. ଝିଅଟିଏ ଆଜି ଜନ୍ମ ହେଲେ ଘୃଣାର ପାତ୍ରୀ ହେଉଛି. ତା ଜନ୍ମଦିନ ପାଳନ କରାଯାଉ ନାହିଁ. ତା ଜନ୍ମରେ ଖୁସି ମନା ଯାଉନାହିଁ. ଦୁନିଆଁରେ ସେ ଏତେ ଅବହେଳିତ, ନିଷ୍ପେସିତ ହୋଇବି ଭବିଷ୍ୟରେ ତାର ପରିଚୟ ସେ ମାଆ. ମାତା ସ୍ୱର୍ଗ. ତା ପଣତ ବଡଦେଉଳ ନେତ କିନ୍ତୁ ସମସ୍ତ ଦୁଃଖ,କଷ୍ଟ, ଯନ୍ତ୍ରଣା ଢ଼ୋକି ସେ ସ୍ୱର୍ଗ ମଣେ ତା ପରିବାରକୁ. ଦେବତା ମଣେ ସ୍ୱାମୀ ଓ ଶାଶୁ ଶାଶୁରଙ୍କୁ. ସ୍ନେହ, ଶ୍ରଦ୍ଧା ଦିଏ ସାନ ମାନଙ୍କ ସହ ସନ୍ତାନମାନଙ୍କୁ. ନିଜେ ନଖାଇ ଭୋକିଲା ପେଟରେ ଆହାର ବା ଖାଦ୍ୟ ପରଷୁ ଥାଏ ସନ୍ତାନ ସନ୍ତତିମାନଙ୍କୁ. ଝିଅ ହିଁ ସୃଷ୍ଟିର ଆଦ୍ୟାଶକ୍ତି ବୋଲି ମୁଁ ଭାବେ.ତୁ ଜାଣିଛୁ ବିକାଶ, ତୋର ମନେ ଅଛି!ଶ୍ରେଣୀରେ ସେତେବେଳେ ସପ୍ତମ କ୍ଲାସରେ ସାର ରୋଲ ନମ୍ବର ଅନୁସାରେ ତିନି ଜଣ ଲେଖାଏଁ ପଛକୁ ପଛ ବସାଉ ବସାଉ ଆମ ମଝିରେ ବସିଥିବା ଶେଫାଳି କୁ ଆମେ କେତେ ହଇରାଣ କରୁ!ତା ଖାତା ଚିରିଦେଉ, ପେନ ଲୁଚେଇ ଦେଉ. ତାକୁ ଅସନି କହି ତା ପାଖେ ବସିବାକୁ ବିରୋଧ କରୁ କିନ୍ତୁ ସେ ଆମକୁ ତା ଟିଫିନ ଦିଏ. ତାଙ୍କ ବାଡ଼ି ପିଜୁଳି ଓ କମଳା ଦିଏ. ଖାଲି କଣ ସେତିକି!ତା ଖାତାରୁ ଦେଖି ଦେଖି ଆମେ ଗଣିତ କରୁଥିଲେ ବି ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା ଦିନ ଆମେ ତା ଖାତା କୁ ଚାହିଁ ଅସହିଷ୍ଣୁ ହୋଇ ପଡ଼ୁଥିଲୁ କାରଣ ତା ପେନ ଧରା ହାତ ଥକି ପଡୁନଥିଲା କି ଆଡିସନାଲ ମାଗିବା ବନ୍ଦ ହେଉନଥିଲା. ଆମେ ତା ଖାତା ଛଡେଇ ଟିପିବାକୁ ଉଦ୍ୟତ ହୋଇ ସଫଳ ହେଉନଥିଲୁ କାରଣ ଚୈତନ୍ୟ ସାରଙ୍କ ଦୃଷ୍ଟି ଆମ ଉପରେ ଥିଲା କିନ୍ତୁ ଶେଫାଳି କୌଶଳ କରି ତା ଖାତା ଦେଇଥିବାରୁ ଖାଲି ସପ୍ତମ ବୋର୍ଡ ନୁଁହଁ ବରଂ ପରକୁ ପର ପରୀକ୍ଷାରେ ପାଶ କରି ଆଜି ଆମେ ଦୁହେଁ ନିଜ ଗାଁର ପ୍ରାଇମେରୀ ଶିକ୍ଷକ.ବିକାଶ କଥା ଛଡେଇ କହୁଥିଲା ହଁ ଆମେ ତା ଯୋଗୁଁ ବଞ୍ଚି ଯାଇଛେ ଆଉ ସେ ତାର ଭଲ କର୍ମଫଳ ପାଇଁ ଆଜି ଦେଶର ସର୍ବୋଚ୍ଚ ଶାସନ କ୍ଷମତାରେ ରହି ଜିଲ୍ଲାର କଲେକ୍ଟର.ଅବିନାଶ ପୁଣି କଥା ଛଡେଇ କହୁଥିଲା ହଁ ଆମେ ତା ଯୋଗୁଁ ବଞ୍ଚି ଯାଇଛେ.ଆଉ ସେ ତାର ଭଲ କର୍ମ ଫଳ ପାଇଁ ଆଜି ଦେଶର ସର୍ବୋଚ୍ଚ ଶାସନ କ୍ଷମତାରେ ରହି ଜିଲ୍ଲାର କଲେକ୍ଟର.କର୍ମ ଯାହାର ଯାହା ଗୁରୁ.. ଉଦ୍ଧବ କେତେ ତୁ ପଚାରୁ. ସତରେ ଏ ଦୁନିଆଁକୁ ନିଜ ଆଖିରେ ପରଖି ଓ ଅନୁଭୂତିରୁ ବଡ଼ପୁରୁଷ ଯାହା ସବୁ କହିଯାଇଛନ୍ତି ସେସବୁ ଅକ୍ଷରେ ଅକ୍ଷରେ ସତ.
   ଅବିନାଶ କହୁଥିଲା ଟିଭି ଖୋଲୁ ଖୋଲୁ ସେଦିନ ଶେଫାଳିର ସଫଳତା ଯେତିକି ଖୁସି ଦେଇଥିଲା ତା ବାପାଙ୍କ ଏକାକିତ୍ୱ କଥା ଭାବି ମନ ସେତିକି ଖରାପ ହୋଇଯାଇଥିଲା.ଝିଅ ଏତେବଡ ପ୍ରଶାସନିକ ଅଫିସର ହେଲେ ମଧ୍ୟ ସ୍ୱାଭିମାନ ସହ ବଞ୍ଚି ଶିଖିଥିବା ମଉସା ଗାଁରେ ରହନ୍ତି ଓ କେବଳ ଫୋନ ମାଧ୍ୟମରେ ଶେଫାଳି ସହିତ ସମ୍ପର୍କ. ତାହା ପୁଣି ସେହି ପୁରୁଣା ନୋକିଆ ଫୋନ ସାହାରା ନେଇ. ଗଣ୍ଡା ଗଣ୍ଡା ସ୍ମାର୍ଟ ଫୋନ ଝିଅ ଶେଫାଳର କିଣିବାରକ୍ଷମତା ଥିଲେ ମଧ୍ୟ ନିଜ ପେନସନ ପଇସାରେ ମଉସା ସେହି ପୁରୁଣା ସ୍ମାର୍ଟ ଫୋନରେ ସନ୍ତୁଷ୍ଟ. ଶେଫାଳି କୁଆଡେ ଜୋର କଲେ ସେ କହନ୍ତି ତାଙ୍କୁ ସ୍ମାର୍ଟ ଫୋନ ଚଳେଇ ଆସିବନି. ସତକୁ ସତ ସେଦିନ ଗାଁରେ ମଉସା ତାଙ୍କ ପୁରୁଣା ଫୋନଟିକୁ ଧରି ବ୍ୟସ୍ତ ବିବ୍ରତ ଭାବେ ବିଚରଣ କରୁଥିବାର ଦେଖି ଅବିନାଶ କାରଣ ପଚାରିଥିଲା ତ ମଉସା କହିଥିଲେ ଫୋନଟି ଖରାପ ହୋଇଯାଇଛି. ଆମ ଗାଁ ଏବେ ସହର ସହର ଲାଗୁଥିଲେ ବି ଗାଁରେ ଫୋନ ମରାମତି ପାଇଁ କୌଣସି ସୁବିଧା ଦେଖୁନି. ଦେଖି ଦେଖି ମଉସା କହି ଅବିନାଶ ପରଖି ଦେଖି ଫେରାଇଲା ଫୋନଟିକୁ ମଉସାଙ୍କ ହାତକୁ କହିକି ଯେ ଫୋନ ଠିକ ଅଛି ତ ମଉସା କହୁଥିଲେ ତେବେ ଶେଫାଳି ପାଖରୁ ଦୁଇ ଦିନ ହେଲାଣି ଫୋନ ଆସୁନି କି ସେ ମୋ ଫୋନ ଧରୁନି ଭାବି ଫୋନ ଖରାପ ହୋଇଛି ଭାବୁଥିଲି. ହଉ ହଉ ଅଶେଷ ଧନ୍ୟବାଦ କହି ମଉସା ଚାଲିଗଲା ପରେ ଅବିନାଶ ମଧ୍ୟ ଘରକୁ ଫେରି ଆସିଥିଲା. ଟିକେ ପରେ ହାତରେ ପେପର ଧରି ବିକାଶ ଝଡ଼ ପରି ପହଞ୍ଚିଲା ଅବିନାଶ ପାଖରେ ଆଉ କହିଲା ସବୁ ସରିଗଲାରେ ଅବିନାଶ. ଋଣ ଶୁଝିବାର ମଉକା ନଦେଇ ଚାଲିଗଲା ସେ.
       କିଏ ଚାଲିଗଲା କହି ପେପେଟିକୁ ଉଠେଇ ଫୋଟୋ ଦେଖି କିଛି ବୁଝିନପାରି ଅବିନାଶ ପଢୁଥିଲା କଲେକ୍ଟର ଶେଫାଳିଙ୍କ ଅପମୃତ୍ୟୁ ମାମଲା. ସେ ଆତ୍ମହତ୍ୟା କରିଛନ୍ତି. ଏଯାଏଁ କାରଣ ଜଣା ପଡ଼ିନାହିଁ. ହାତରୁ ପେପେର ଖସି ପଡ଼ୁ ପଡ଼ୁ ଅବିନାଶ କହୁଥିଲା ଝିଅ ହୋଇ ଜନ୍ମ ହେବା କଣ ପାପ, ଝିଅ ହୋଇ ପୁରୁଷ ସହ ସମକକ୍ଷ ହେବା କଣ ଦୋଷ, ଝିଅ ହୋଇ ସଫଳତା ଶିଡ଼ି ଶୀର୍ଷରେ ରହିବା କଣ ଭୁଲ! ଅବିନାଶର ଏତେ  ସବୁ ପ୍ରଶ୍ନର ଉତ୍ତର ନଦେଇ ବିକାଶ ଦୌଡୁଥିଲା ଗାଁ ଭିତରେ ଶେଫାଳି ଘର ମଉସାଙ୍କୁ ଖୋଜି ଖୋଜି. ସେ କିନ୍ତୁ ସେଇଦିନୁ ନିରୁଦିଷ୍ଟ ଆଜି ପର୍ଯ୍ୟନ୍ତ. ବିକାଶ ମଧ୍ୟ ପାଗଳ ହୋଇ ବୁଲୁଥିଲା ବେଳେ ଅବିନାଶ ତା ନବ ବିବାହିତ ପତ୍ନୀ ଙ୍କୁ ଶୁଣେଇ ଶୁଣେଇ କହୁଥିଲା ମୋର ଝିଅ ଦରକାର.
   


Rate this content
Log in

Similar oriya story from Tragedy