କୁନୀର ବିଚିତ୍ର ପ୍ରଶ୍ନ ଓ ସୌରଭବାବୁଙ୍କ ସରଳ ଉତ୍ତର
କୁନୀର ବିଚିତ୍ର ପ୍ରଶ୍ନ ଓ ସୌରଭବାବୁଙ୍କ ସରଳ ଉତ୍ତର
ପଲ୍ଲୀ ନାମକ ଗୋଟିଏ ଛୋଟିଆ ଗାଁ,ଆଉ ସେ ଛୋଟିଆ ଗାଁରେ ଗୋଟିଏ ସୁନ୍ଦର, ସୁଶୀଳ ଓଛୋଟିଆ ପରିବାର ହେଉଛି ସୌରଭବାବୁଙ୍କର। ପରିବାର କହିଲେ ସୌରଭବାବୁ ଆଉ ତାଙ୍କ ପତ୍ନୀ ପଦ୍ମାବତୀ ଆଉ ତାଙ୍କର ଗୋଟିଏ ମାତ୍ର ଗେହ୍ଲୀ ଝିଅ କୁନୀ।
କୁନୀ ରୂପରେ ଯେମିତି ଗୁଣରେ ସେମିତି ଆଉ ପ୍ରଚଣ୍ଡ ବୁଦ୍ଧି ତାର, ବୟସରେ ସେ ବହୁତ ଛୋଟ ହେଲେ ବିଚାର ଶକ୍ତି ଆଉ ସବୁକଥାକୁ ସହଜ ଆଉ ସରଳରେ ବୁଝିବାରେ ସେ ପାରଙ୍ଗମ ହେଲେ ତା ମନକୁ ଗୋଟିଏ ଅଜବ ପ୍ରଶ୍ନ ତାକୁ ବିଚଳିତ କରିଦେଇଛି ଯାହାର ଉତ୍ତର ସେ ବହୁତ ଦିନ ହବ ଖୋଜି ପାଉନି। ହଠାତ୍ ଦିନେ ଅନ୍ଧାର କୋଠରୀରେ ସେ ଏକୁଟିଆ ବସି ସେ ବିଚିତ୍ର ପ୍ରଶ୍ନର ଉତ୍ତର ଖୋଜୁଥାଏ ମୁଁ କିଏ?, ମୋର ଅସ୍ତିତ୍ବ କଣ?, ମୁଁ ଏ ଦୁନିଆକୁ କାହିଁକି ଆସିଛି?। ଠିକ୍ ସେହି ସମୟରେ ସୌରଭବାବୁ ଧାଇଁ ଆସି ଲାଇଟ୍ ଅନ୍ କରି କୁନୀକୁ କହିବାକୁ ଲାଗିଲେ କଣ ଖୁଣ୍ଟଟା ପରି ବସି ଭାବୁଛୁ ଏ ଅନ୍ଧାର କୋଠରୀ ଭିତରେ, କୁନୀ କିଛି ସମୟ ନିରବ ରହି ସୌରଭବାବୁଙ୍କୁ ପଚାରିଲା ବାପା ଆମେ କିଏ?, ଆମେ ଏ ଦୁନିଆକୁ କାହିଁକି ଆସିଛେ?, ଆଉ ଆମର ଅସ୍ତିତ୍ବ କଣ?.
ସୌରଭବାବୁ ଟିକେ ହସିଦେଇ କୁନୀର ମୁଣ୍ଡକୁ ଆଉଁସି ଦେଇ କହିଲେ ତୋ ମୁଣ୍ଡକୁ ଏମିତି ପ୍ରଶ୍ନ କଉଠୁ ଆସୁଛି ହେଲେ କୁନୀ କିଛି ଶୁଣିବାକୁ ପ୍ରସ୍ତୁତ ନଥାଏ। ତା ମନ ଭିତରେ ଚାଲିଥିବା ପ୍ରଶ୍ନକୁ ସେ ବାରମ୍ବାର ବାରମ୍ବାର ସୌରଭବାବୁଙ୍କୁ ପାରୁଥାଏ ବାପା କୁହ ବାପା ଆମେ କିଏ?, ଆମେ ଏ ଦୁନିଆକୁ କାହିଁକି ଆସିଛେ?, ଆଉ ଆମର ଅସ୍ତିତ୍ବ କଣ?।
ହେଲେ ସୌରଭବାବୁ କୁନୀର ପ୍ରଶ୍ନରେ ବିଚଳିତ ନହୋଇ ଖୁବ୍ ସୁନ୍ଦର ଆଉ ସରଳ ଭାବରେ କୁନୀକୁ ବୁଝାଇ କହିଲେ ଆମେ ହେଉଛି ଭଗବାନଙ୍କ ଅଂଶ,ଆମର ଅସ୍ତିତ୍ବ ତାଙ୍କ ବିନା କିଛି ନୁହଁ, ଆଉ ଆମକୁ ସେ କିଛି ଭଲ କାମ କରିବା ପାଇଁ ଏ ଦୁନିଆକୁ ଆଣିଛନ୍ତି। କୁନୀ ଟିକେ ନିରବ ରହି ସୌରଭବାବୁଙ୍କୁ ପଚାରିଲା ବାପା ଏ ଭଗବାନ କିଏ? ସୌରଭବାବୁ ଟିକେ ହସିଦେଇ କୁନୀକୁ କୋଳରେ ବସାଇ କହିଲେ ଭଗବାନ ହେଉଛନ୍ତି ସଋଷ୍ଟିକର୍ତ୍ତା ଯିଏ କି ଆମମାନଙ୍କୁ ତିଆରି କରିଛନ୍ତି ଯେମିତି ଆମେ ତତେ ତିଆରି କରିଛୁ। ସେ ହେଉଛନ୍ତି ଭଗବାନ ଯାହାଙ୍କୁ ତୋ ମାଆ ପଦ୍ମାବତୀ ସକାଳ, ସଞ୍ଜରେ ପୂଜା କରେ ଆମ ଠାକୁର ଘରେ। ହେଲେ କୁନୀ ପୁଣି ପଚାରିବାକୁ ଲାଗିଲା ବାପା ତମେ ଆଉ ମାଆ ମତେ ତିଆରି କରିଛ ହେଲେ ମୁଁ ତ ତମ ମାନଙ୍କୁ ଦେଖିପାରୁଛି ହେଲେ ଭଗବାନ ତ ଏ ଦୁନିଆଜାକର ଲୋକମାନଙ୍କୁ ତିଆରି କରିଛନ୍ତି ତାଙ୍କୁ କାହିଁ ଆମେ ଦେଖିପାରୁନୁ, କୁନୀର ଏହି ପ୍ରଶ୍ନ ସୌରଭବାବୁଙ୍କୁ ଟିକେ ଅଡୁଆରେ ପକେଇଦେଇଛି ସେ ଏବେ କୁନୀକୁ କଣ ଉତ୍ତର ଦେବେ ଜାଣିପାରୁନାହାନ୍ତି ତେଣୁ ସେ କିଛି ସମୟ ଚୁପ୍ ରହିବା ପରେ କହିବାକୁ ଲାଗିଲେ ଭଗବାନ ହେଉଛନ୍ତି ଗୋଟିଏ ଅଦୃଶ୍ଯ ଶକ୍ତି ଯାହାଙ୍କୁ ଦେଖି ହୁଏନି କିନ୍ତୁ ଅନୁଭବ କରି ହୁଏ। ଯେମିତିକି ସୂର୍ଯ୍ୟ ଯାହାଙ୍କୁ ଆମେ ଭଲକରି ଦେଖିପାରୁନା କିନ୍ତୁ ତାଙ୍କର ପ୍ରଚଣ୍ଡ କିରଣକୁ ଅନୁଭବ କରିପାରୁ।
କୁନୀ ଟିକେ ମୁଣ୍ଡ ହଲେଇ କହିଲା ଓହୋ ଏମିତିକି ଆଉ ସୌରଭବାବୁ କହିଲେ ହଁ ଏମିତି, ଏବେ କୁନୀ ତାର ସବୁ ପ୍ରଶ୍ନର ଉତ୍ତର ପାଇଗଲା ଆଉ ଖୁସିରେ ବାପାଙ୍କ କୋଳରୁ ଉଠିପଡି ସାଙ୍ଗମାନଙ୍କ ସହ ଖେଳିବାକୁ ଚାଲିଗଲା।
ଆଉ ଏହି ଥିଲା କୁନୀର ବିଚିତ୍ର ପ୍ରଶ୍ନ ଓ ସୌରଭବାବୁଙ୍କ ସରଳ ଉତ୍ତର।