STORYMIRROR

Sakuntala Parida

Comedy

2  

Sakuntala Parida

Comedy

ପ୍ରେମିକ ଗଳିର ଚା

ପ୍ରେମିକ ଗଳିର ଚା

2 mins
92

ପ୍ରେମ :- ପ୍ରେମରୁ ସୃଷ୍ଟି ଦୁଇଟି ହୃଦୟ ଗୋଟିଏ ଆତ୍ମା,ଦୁଇଟି ଶରୀର ଗୋଟିଏ ମନ ଆଉ ଦୁଇଟି ପ୍ରେମିକା ପ୍ରେମିକ ନାଁରୁ ଗୋଟେ ସମ୍ପର୍କ ଯାହାର ନାଁ ପ୍ରେମ...


ବୋଧେ ସେଥିପାଇଁ ପ୍ରେମର ଅନ୍ୟ ନାଁ ବିଶ୍ୱାସ ...

ଆଉ ସେଇ ବିଶ୍ୱାସର ଉଶ୍ୱାସ ହେଉଛି ଆମ ଭଳି ପ୍ରେମିକା ପ୍ରେମିକ...


ଛାଡ଼ ଏମିତି ଅନେକ କଥା ମନରେ କେତେ ଶିହରଣ ଓ ନୂତନ ଉନ୍ମାଦନା ସୃଷ୍ଟି ହୁଏ ପ୍ରେମିକ ଗଳିର ସେ ମଧୁ ଭାଇନା ଚା ଦୋକାନରେ....


ସେଇ ନିତିଦିନିଆ ମୋ କଲେଜ୍ ଯିବା ବାଟ..

ଆଉ ମୋ କଲେଜ୍ ବସର ଷ୍ଟପ ଯେ ମଧୁ ଭାଇନାଙ୍କ ଚା ଦୋକାନ ପାଖରେ ଆଉ ସେଇଠୁ ଆରମ୍ଭ ମୋ ପ୍ରେମିକ ଘରର ଗଳି...


ସତରେ ମଧୁ ଭାଇନାଙ୍କର ସେ କି ଅଦା ପକା ଚା ଆଉ ତା ସହିତ ପ୍ରେମିକ ଗଳିର ସବୁ ଟୋକାଙ୍କୁ ସାଙ୍ଗ ମାନଙ୍କ ସହିତ ଲାଇନ୍ ମାରିବାର ମଜା କିଛି ନିଆରା.. 


ଆଉ ସେଇଟା ପୁଣି ନିଧି ଅଜାଙ୍କ କୃପାରୁ

ଆପଣ ମାନେ ଭାବୁଥିବେ ଏ ନିଧି ଅଜା ପୁଣି କିଏ?

କହୁଛି..

ଏ ନିଧି ଅଜା ହେଲେ ଆମ ଶୀତ ସକାଳର ମୁଖ୍ୟ ଆକର୍ଷଣ ଯାହାଙ୍କ ଠାରୁ ପ୍ରେମ କାହାଣୀ ଶୁଣୁ ତା ପୁଣି ଗୋଟେ ଗ୍ଲାସ ଚା ସହିତ ...

ସେଇଥି ପାଇଁ ତ ଅଜା ମୋର ଭାରି ପ୍ରିୟ . 

ହଁ ,ପ୍ରିୟ ହେବେନି କେମିତି ଅଜା ପରା ଆମ ଲଭ୍ ଗୁରୁ ଯାହାଙ୍କ ଠାରୁ ଟ୍ରେନିଂ ମିଳେ ତାଙ୍କ ଗଳିର ସବୁ ଟୋକାଙ୍କୁ ପଟେଇବାର ଫର୍ମୁଲା...


ଯାହା ବି ହେଉ ଅଜାଙ୍କର ସେ ଆମ୍ବ ଗଛ ମୂଳର ଲଭ ଷ୍ଟୋରୀ ଦିଲକୁ ପୁରା ଗାର୍ଡେନ ଗାର୍ଡେନ କରି ଦିଏ...


ଯାହାବି ହେଉ ବାସ୍ତବରେ ମଧୁ ଭାଇନାଙ୍କ ସେ ଗୋଟେ କପ୍ ଚା ସହିତ ନିଧି ଅଜାଙ୍କ ଗଳି ମାନେ ମୋ ପ୍ରେମିକ ଗଳିର ଟୋକାଙ୍କୁ ପଟେଇବାର ମଜା ଖୁବ୍ ଜମେ...


ହେଲେ ବେଳେବେଳେ ପ୍ରେମିକ ସହିତ ବି ଆମ୍ନା ସାମ୍ନା ହେବାକୁ ପଡ଼େ କାହିଁକି ନା ବେଳେ ବେଳେ ତାଙ୍କ ଗଳି ପିଲା ସହ ବି ତାଙ୍କୁ ବି କେବେ କେବେ ଲାଇନ୍ ମାରି ଦେଉ ଜଣା ପଡେନି..


କିନ୍ତୁ ମୁଁ ଭାରି ହୁସିଆର ସାଙ୍ଗମାନଙ୍କ ନାଁ କହି ଖସି ଯିବାର ମତେ ଭାରି ଭଲ ଭାବେ ଆସେ ସେଇଥିପାଇଁ ତ ମୁଁ ଆମ ଗ୍ୟାଙ୍ଗର ଏକ ନଂ ଛୁପାରୁସ୍ତମ୍ ଲେଡି ଡନ...


ହା ହା.. 



Rate this content
Log in

Similar oriya story from Comedy