laxmidhar Sahoo

Inspirational

3  

laxmidhar Sahoo

Inspirational

କଳାପାଣି

କଳାପାଣି

7 mins
304


    ପ୍ରତ୍ୟେକ ଇଟା ଯେସନ କଥା କହୁଛି l ପ୍ରତ୍ୟେକ ପଥରରେ ନିବଦ୍ଧ ହୋଇ ରହିଛି କେତେ କରୁଣ ଚିତ୍କାର l କେତେ ବେଦନା... ଅପରିସୀମ କୋହ ଯନ୍ତ୍ରଣା ରହିଛି l ସବୁକୁ ନିଜ ଗର୍ଭ ଭିତରେ ରଖି କଷ୍ଟର ଗନ୍ତାଘର ବୋଲାଉଛି ଏହି ସ୍ଥାନ l


ସେଦିନ ଏମିତି ହିଁ ମୁଁ ଆସିଥିଲି.. ଭାରତର ପ୍ଲାବନ ଭୂମିରେ ଇଂରାଜୀ ଶାସନର କଳା ଚାଦର ଯେତେବେଳେ ଆଚ୍ଛାଦିତ ହୋଇ ରହିଥିଲା ସେତେବେଳେ ହିଁ ମୁଁ ସ୍ୱର ଉଠାଇଥିଲି l ସେତେବେଳେ ମସିହା ଅବା କେତେ 1920 କି 1921 ମୋ ବୟସ 17 କିମ୍ବା 18l ମୋ ବାପା ଥିଲେ ତତ୍କାଳୀନ ବଡ଼ ବାରିଷ୍ଟର l ସେ କେବେ ହେଁ ମୋତେ କେଉଁ ଭାରତୀୟର ଛାଇ ସମ୍ପର୍କରେ ଆସିବାକୁ ଦେଇ ନ ଥିଲେ l ମୁଁ ସେତେବେଳେ କଲିକତାର ବଡ଼ ବ୍ରିଟିଶ ସ୍କୁଲରେ ପଢ଼ୁଥିଲି l ଏତେ ଭଲ ହିନ୍ଦୀ ଜାଣି ନ ଥିଲି l କିନ୍ତୁ ବୋଧହୁଏ ଓଡ଼ିଆ, ବଙ୍ଗାଳି ଟିକେ ଟିକେ ଓ ଇଂରାଜୀ ଭଲ ଭାବେ ଶିଖିଥିଲି l

ପରେ ମୁଁ ଯୋଗ୍ୟ ବିବେଚିତ ହେଲି କଲିକତା ପ୍ରେସିଡେନସିରେ ପଢିବାକୁ... ସେତେବେଳେ ମୋର ଆଖି ଆଗରେ ଜଳ ଜଳ ହୋଇ ତାରିଖଟି ନାଚିଯାଉଛି 2020 ଅଗଷ୍ଟ 1ର ଅପରାହ୍ନ l ବାଲ ଗଙ୍ଗାଧର ତିଳକଙ୍କ ମୃତ୍ୟୁ ଖବର ତତକ୍ଷଣାତ ବ୍ୟାପି ଯାଇଥିଲା ପୁରା ଭାରତରେ l ଏମିତି ମଧ୍ୟ କହିଲେ ଚଳିବ ପୁରା ଭାରତ ତାତି ଥିଲା l ସେଗୁଡା ସବୁ ପ୍ରତିଫଳିତ ହେଉଥିଲା କୋଲକାତା ସଡ଼କ ଉପରେ l ମୁଁ ସ୍କୁଲରୁ ଫେରୁଥାଏ ଗାଡିରେ l ଆଗରେ ବିଶାଳ ମହୋତ୍ସବ ପରି ହାତରେ କାର୍ଡ ଧରି ଖଦି ପିନ୍ଧା କେତେଟା ଲୋକ ଆନ୍ଦୋଳନ କରୁଥାନ୍ତି l କେତେଜଣ ସ୍ତ୍ରୀ ଲୋକ ମଧ୍ୟ ସାମିଲ ଥାଆନ୍ତି ସେଥିରେ l ସମସ୍ତଙ୍କ ମୁହଁରେ ଗୋଟେ ସ୍ୱର... ଆମର ଦରକାର ସ୍ୱାଧୀନତା... ଆମର ଦରକାର ପୂର୍ଣ୍ଣ ସ୍ୱରାଜ୍ୟ....1919 ଭାରତ ଶାସନ ଆଇନ ଭୁଲ... ହାଣ୍ଟର କମିଟିର ଜାଲିଆନାୱାଲାବାଗ ତଥ୍ୟ ଭୁଲ.... ଆମେ ନ୍ୟାୟ ଚାହୁଁ.... ବଙ୍ଗ ବିଭାଜନ ଭୁଲ...... ଆମେ ଚାହୁଁ ସ୍ୱରାଜ୍ୟ l

ଆମ ଗାଡି ହଟାତ ରହିଗଲା l ମୁଁ ଡ୍ରାଇଭର ଦାଦାଙ୍କୁ ପଚାରିଲି l ସେ କିଛି ସଠିକ ତଥ୍ୟ ଦେଇ ପାରିଲେନି l ମୁଁ ମନେ ମନେ ନିନ୍ଦିବାକୁ ଲାଗିଲି ଏ ଭାରତୀୟମାନଙ୍କୁ l ଯେମିତି କି ମୋତେ ଛୋଟ ବେଳୁ ହିଁ ଭାରତ ବିଷୟରେ ଉସକେଇ ଦିଆଯାଇଥିଲା l ଏହି ସମୟରେ ଗୁଡ଼ାଏ ଖlକୀ ଇଂରାଜୀ ସୈନ୍ୟ ଡେଇଁ ପଡିଲେ ସେହି ଲୋକଙ୍କ ଉପରକୁ l ପୂର୍ବରୁ ମୁଁ ଭାବିଥିଲି ଦୁନିଆ ଯାକ ସମସ୍ତେ ମିଛ କହୁଥିଲେ ଏକା ମୋ ପରିବାର ସତ କହୁଥିଲା କିନ୍ତୁ..... ଇଂରାଜୀ ମାନେ ଯେତଚ୍ଛା ବେତରେ ଗାଈ ଗୋରୁ ପରି ବାଡେଇ ଚାଲିଥିଲେ ସେମାନଙ୍କୁ l ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ବି ଚଳାଇଲେ l ମୁଁ ଏବେ ମଧ୍ୟ ବୁଝିପାରୁ ନ ଥିଲି ଇଂରାଜୀ ମାନେ ଭୁଲ l ହଟାତ ଜଣେ ଇଂରାଜୀ ଲୋକ ଝାପଟି ପଡିଲେ ଆମ ଗାଡିକୁ l ଡ୍ରାଇଭର ଦାଦାଙ୍କୁ କୁଲି... କାଳିଆ ଲୋକ କହି ଗାଡିରୁ ଟାଣି ଟାଣି ନେଇଗଲେ l ଆରେ ତାଙ୍କର ତ କିଛି ଦୋଷ ନାହିଁ... ସେ ଗାଡିରେ ଏବେ ମୋ ସହ ଥିଲେ ପୁଣି l ମୁଁ ଇଂରେଜିଙ୍କୁ ଭଲରେ ପଚାରିଲି ସେ କହିଲେ," ମୁଁ ଜାଣିଛି ତୁମେ ବାରିଷ୍ଟରଙ୍କ ପୁଅ.... ଏଇଟା ଗୋଟେ ଭାରତୀୟ...ଏ ମଧ୍ୟ ୟାଙ୍କ ସହ ମିଶିଛି... ତୁମେ ଚିନ୍ତା କରନି... ତୁମ ଯିବl ବନ୍ଦୋବସ୍ତ ମୁଁ କରୁଛି.... ତୁମ ବାପା ଯାହା ବି ହେଲେ ଆମ ପକ୍ଷରେ " ମୋ ମନ କିନ୍ତୁ ମାନିଲାନି l ଡ୍ରାଇଭର ପାଇଁ କାହିଁକି କେଜାଣି ମନଟା ଗୋଳାଇ ଘାଣ୍ଟି ହୋଇଗଲା l ମୁଁ ପ୍ରତିବାଦ କଲି.... ମୋର କଡା ପ୍ରତିରୋଧ ପରେ ମୋ ଉପରେ ବସିଲା ପ୍ରବଳ କୋରଡ଼ା ମାଡ଼ l ସେଦିନଠୁ ମୋ ମନ ଆନ୍ଦୋଳିତ ହୋଇ ଉଠିଲା l ମୁଁ ବି ବନ୍ଦେ ମାତରଂ ବନ୍ଦେ ମାତରଂ କହିଚାଲିଲି... ସେଦିନଠୁ ଆଉ ଘରକୁ ଫେରିନି କେବେ l

ମୋ କଳାପାଣି ଆସିବାର କାରଣ ମଧ୍ୟ ସେପରି ହିଁ କିଛି l ମୁଁ ସେ କଥା ପ୍ରକାଶ କରୁନାହିଁ l କିନ୍ତୁ କଳାପାଣି ବିଷୟରେ ଯାହା ଶୁଣିଥିଲି ତାହାଠୁ ବେଶୀ କିଛି ଥିଲା ବୋଧହୁଏ ଏହି ନର୍କରେ l ମୁଁ କେବଳ ଶୁଣିଥିଲି 1996ରେ ଏହି ଜେଲ ତିଆରି ହୋଇଥିଲା l ଆଉ ବେଶୀ କିଛି ଜାଣି ନ ଥିଲି l ସେଦିନ କେଉଁ ଏକ ଅନାମିକା ଜାହାଜରେ ବସି ଆସି ପହଂଚିଲି ଏଠାରେ l ସପ୍ତଜିହ୍ୱା ଅଗ୍ନି ପରି ଚାରି ଦିଗକୁ ଏହାର ଲମ୍ବିଛି ସାତୋଟି ଜିହ୍ୱା l ମଝିରେ କେବଳ ମୁଖ୍ୟ କୋଠିଟି ଠିଆ ହୋଇଛି... ଯେଉଁଥିରେ ଗୋଟିଏ ବଡ଼ ଘଣ୍ଟି ସଂଯୁକ୍ତ ହୋଇଥିଲା l

ଭାବିବାକୁ ସମୟ ନଥିଲା... ଧଳା ରଙ୍ଗର ଭୁ ଲମ୍ବ କଳା ପଟି ଥିବା କୋତରl ଜେଲର ସାର୍ଟକୁ ପିନ୍ଧି ଥିଲି... ଜାହାଜରୁ ଆସିଲା ବେଳେ.. କେଉଁଠି ପାଦ ଅଟକି ଗଲେ ପଡୁଥିଲା କୋରଡ଼ା ମାଡ଼ l ମୁଁ କଷ୍ଟେ ମଷ୍ଟେ ଆସିଲି ଏହି ନର୍କକୁ l ପ୍ରତି ଜେଲର ଦୈର୍ଘ୍ୟ ପ୍ରସ୍ତ ବୋଧହୁଏ ମୋ ଖଟର ଆକାରଠୁ ମଧ୍ୟ ସାମାନ୍ୟ ଛୋଟ ଥିଲା l ସେଥିରେ ପୁଣି କିଛି ସମ୍ବଳ ନାହିଁ... କେବଳ ଦୁଇଟି ଥାଳିଆ.... ଗୋଟେ ବୋଧହୁଏ ଖାଇବl ପାଇଁ ଅନ୍ୟଟି ଶୌଚ କରିବା ପାଇଁ l ଶୌଚାଳୟ ମଧ୍ୟ ନାହିଁ..... ବାହାରକୁ ଗଲେ ସେଇ ଦ୍ଵିତୀୟ ଥାଳିଆ ସଫା ହେବ l ମୋତେ ପ୍ରବଳ ଜୋରରେ ଶୋଷ ଲାଗୁଥିଲା... ମୁଁ ଜଣେ ଇଂରାଜୀ ସୈନ୍ୟକୁ ପଚାରିଲି କିନ୍ତୁ ତା ଲୋହିତ ଆଖି ଦେଖି ଆଉ ପଚାରିବାକୁ ସାହସ ହେଲlଣି l ମୋ ଉଚ୍ଚତାର ଆଉ କିଛି ଉପରକୁ ଗୋଟେ ଝରକା ଥିଲା l ସେହି ଝରକାରୁ ମୁଁ ବେଳେ ବେଳେ ପଛକୁ ଦେଖେ... କେବଳ ନୀଳ ଆଉ ନୀଳ ସମୁଦ୍ର ହିଁ ଦେଖାଯାଏ l ରାତି ହେଉ କି ଦିନ କେବଳ ନିଳ ଆଉ ନୀଳ ରଙ୍ଗ ହିଁ ଖାଲି ଦେଖାଯାଏ l ସୂର୍ଯ୍ୟ କିରଣ ହେଉ କି ଜହ୍ନର ଜୋତ୍ନାନୀ କିଛି ସ୍ପଷ୍ଟ ହୁଅନି l

ମୁଁ ସେମିତି ଗୋଟେ ଦିନ ମୁହଁ ପୋତି ବସିଲି l ପର ଦିନ ଗାଧୁଆ ପାଧୁଆ ପାଇଁ ପାଣି ନାହିଁ... ସେଇ ମଳିଆ ଡ୍ରେସକୁ ପିନ୍ଧି ପୁଣି ଇଂରେଜଙ୍କ କୋରଡ଼ା ମାଡ଼ ପଡି ପଡି ଚାଲିଲା l ଘଣ୍ଟା ଘଣ୍ଟା ଘଣା ପେଲି ତେଲ କର.... ବେଠି ଖଟ..... ନଡ଼ିଆ କତାରୁ ଶିକୁଳି ତିଆରି କର l ଓହୋ ବେଳେ ବେଳେ ଇଚ୍ଛା ହୁଏ ଖସି ପଳାଇ ଯିବାକୁ l ଦିନେ ମୋର ଭୁଲ ହୋଇଯାଇଥିଲା ଯେ ଗଣି ଗଣି ଦେଢ଼ସହ ଚାବୁକ ପାହାର ପଡିଥିଲା l ବେଡିରେ ବାନ୍ଧି ରଖl ଯାଇଥିଲା ହାଃପ୍ତେ ପାଇଁ ମୋ ହାତକୁ l ଶେଷରେ ଏହିଠାରେ ହିଁ ହେଲା ମୋର ପୁନଃଜନ୍ମ l ମୁଁ ପୁରା ପୁରୀ ଯେମିତି ବଦଳି ଗଲି l ଯେତେବେଳେ ସେହି ମହାସମାଧିରୁ ଉଠି ବସିଲି ମୋର ହୋଇଥିଲା ବିରାଟ ବିବର୍ତ୍ତନ l ମୋର ମୁଣ୍ଡରେ ଖେଳି ଚାଲିଲା ମୁଁ କେମିତି ସବୁ କଏଦୀଙ୍କୁ ମୁକ୍ତ କରିବି l

କେମିତି କେମିତି? ଯେତେବେଳେ ଏବେ ଇଂରେଜି ଚାବୁକ ପଡିଥିଲା ସେତେବେଳେ ଏହି କଳ୍ପନା ତୀବ୍ର ହୋଇ ଉଠେ ଏବେ l ଧୀରେ ଧୀରେ ମୁଁ ଚିନ୍ତା କଲି କଣ ହୋଇପାରେ ଏହା... କଣ? 

ଶେଷରେ ଏକ ଉପାୟ ଆସିଲା... ଯେତେବେଳେ ମଧ୍ୟ ଇଂରେଜି ନଜର ଚ୍ୟୁତ ହୋଇ ଆମେ ଏକାଠି କାମ କରୁ, ସେତେବେଳେ ହିଁ ସବୁ କୋଡ଼ିଙ୍ଗ ଭାଷାରେ କହିଚାଲୁ ଏପରି କଥା..... ଶେଷରେ ଦିନେ ଉପାୟ ହେଲା ଆମେ ସମସ୍ତେ ଯିବୁ ଦିନେ ଏହି ଜେଲ ବାହାରକୁ l ପୁଣି ଏହି ଜେଲ ଭାଙ୍ଗିବ l ଦେଶ ସ୍ୱାଧୀନ ହେବ ସେଥିପାଇଁ ମୋ କଳ୍ପନା ଚାଲିଲା l

ଦିନେ ଜଣେ କଏଦୀ... ଯାହାଙ୍କୁ ମୁଁ ମୋ ପ୍ରଥମ ଥର ଏହି ଜେଲରେ ଦେଖୁଥିଲି ଆସିଲେ ମୋ ପାଖ ସେଲକୁ l କିନ୍ତୁ କଣ ହେବ.... ମୁଁ ତ କିଛି ଯୋଗାଯୋଗ କରି ପାରିବିନି ତାଙ୍କ ସହ l

ସେଦିନ ଅର୍ଦ୍ଧ ରାତ୍ରି ପ୍ରାୟ l ହଠାତ୍ ମୁଁ ଶୁଣିଲି କେହି ମୋତେ ଡାକୁଛି.... ମୁଁ ଚାରିପାଖକୁ ଅନାଇଲି.. କିନ୍ତୁ କେହି ନାହାନ୍ତି.... ହଠାତ୍ କାନ ଶକ୍ତି ତୀବ୍ର କରି ଦେଖିଲି.... ମୋ ସେଲର ତଳେ ଏକ ବିରାଟ ଛିଦ୍ର l ସେ ଛିଦ୍ରକୁ ତ ମୁଁ ଆଗରୁ କେବେ ଦେଖି ନ ଥିଲି l ସେ ଛିଦ୍ର ବାଟେ ସେହି ନୂଆ କଏଦୀ କହୁଥିଲେ.... ଶୁଣ ଶୁଣ.... କଏଦୀ...

ମୋ ପାଖେ ଏକ ଯୋଜନl ଅଛି... ଆସନ୍ତା କାଲି ଇଂରେଜଙ୍କ କେଉଁ ଏକ ପର୍ବ କେହି ରହିବେନି କାଲି.... ଆମେ ଅନାୟାସରେ ବାହାରି ପାରିବl ଜେଲରୁ l

ମୋ ପାଇଁ ବୋଧହୁଏ ଏଇଟା ନୂଆ କଥା ଥିଲା.... କିନ୍ତୁ ଅନ୍ୟ କିଛି ଉପାୟ ମଧ୍ୟ ନାହିଁ l ମୋତେ ଏଇ ଉପାୟ ଉପରେ ଭରସା ରଖିବାକୁ ପଡିବ l ଅପର ଦିନ ସତକୁ ସତ କାମ କରିବା ସମୟରେ ହାତ ଗଣତି କେତୋଟି ପୋଲିସ ଅଫିସର ଥିଲେ l ସେ କଏଦୀ ଅନାୟାସରେ ଏଇ କଥା ପୁରା ଜେଲର କଏଦୀଙ୍କ ଭିତରେ ପ୍ରସାର କରିଦେଲେ l ସେଇ ରାତି ପୁରା ପ୍ରସ୍ତୁତ ଥିଲା ମୁକ୍ତି ପାଇଁ l

ସେ ରାତିର ସେହି ପ୍ରହରକୁ ମୁଁ ଉତ୍କଣ୍ଠାର ସହ ଚାହିଁଥିଲି କିନ୍ତୁ ହଟାତ... ମୋ କବାଟ ଖୋଲିଗଲା l ଝାପ୍ସା ସେଇ ଲଣ୍ଠନ ଆଲୁଅରେ ମୁଁ ଦେଖିଲି ସେହି ଚି଼ହ୍ନl ଚିହ୍ନା ମୁହଁ.... ମୋ ବାପାଙ୍କ ମୁହଁ l ମୁଁ ବୁଝିପାରୁନି ସେ କାହିଁକି ଆସିଥିଲେ l କିନ୍ତୁ ତାଙ୍କୁ ଏତେ ପାଖରେ ପାଇ... ତାଙ୍କୁ ଆଡେଇ ଦେବାକୁ ମୋର ଇଚ୍ଛା ହେଲାଣି l ମୁଁ କୁଣ୍ଢାଇ ପକାଇଲି ତାଙ୍କୁ l ସେ କାନ୍ଦି କାନ୍ଦି କହିଲେ, " ପୁଅ... ଚାଲି ଆସିଲୁ ଏଠିକି.... ମୁଁ ମନା କରୁଛି.... ସେ ସ୍ୱାଧୀନତା ସଂଗ୍ରାମରୁ କଣ ମିଳିବ? ".

- ବାପା... ତୁମେ ଏତେ ଦିନ ପରେ.... କାହିଁକି ଆସିଛ ? କାହିଁକି?

- ଆରେ ମୁଁ ବର୍ତ୍ତମାନ ଅlଣ୍ଡାମାନ କଳାପାଣିର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଅଛି l ତୁ ଜାଣିଚୁ ଆଜି ଯେଉଁ ତୁମକୁ ସବୁ ବୃଥା ଆଶ୍ୱାସନା ଦିଆଯାଇଛି ସବୁ ମିଛ l ତୁମେ କେହି ମୁକ୍ତ ହେବନି... ବରଂ... ତୁମେ ସବୁ ଜେଲ ବାହାରକୁ ପଡିଆକୁ ଗଲେ ପ୍ରଥମେ ଆରମ୍ଭ ହେବ ବୋମlର ମାଡ଼ l ସମସ୍ତ କଏଦୀ ମରିବ l କେହି ବଞ୍ଚିବେନି l କାଲି ଯେଉଁ କଏଦୀ ଆସିଥିଲା ସେ ମିଛ l ଆଜି ଇଂରାଜୀ ମାନେ ଚାଲିଯାଇଛନ୍ତି ତାହା ବି ମିଛ l ଆଜି ସବୁ କଏଦୀଙ୍କୁ ମାରି ଦେବl ପାଇଁ ଯୋଜନl କରାଯାଇଛି ସାମୁହିକ ଭାବେ ସବୁ ମାରିବେ l ତୁ ଚାଲେରେ ପୁଅ ତୁ ଚାଲେ....... l

ସବୁ କଥା ଶୁଣିଲା ବେଳକୁ ମୋ ପାଦ ତଳେ ମାଟି ଖସି ଯାଇଥିଲା l ମୁଁ ଛିଞ୍ଚାଡି ଦେଲି ବାପାଙ୍କ ହାତ l.... ଏଇଆ କହିବାକୁ ତୁମେ ଆସିଥିଲ.... ଏଡ଼େ ବଡ଼ ଧୋକା l

ସେ କାନ୍ଦୁଥିଲେ.... କିନ୍ତୁ ମୋ ଆଖିରେ ଥିଲା ନିଆଁ.... ମୁଁ ଏକା ଚାଲିଗଲେ... ମୋ କଏଦୀ ଭାଇଙ୍କ ମରଣ ମୁଁ କିପରି ସହିବି ?


ପଛରୁ ଦୁଇ ଇଂରେଜ ଆସି ବାପାଙ୍କ ଉପରକୁ ରୋକଠୋକ ଗୁଳି ଚଳାଇ କହିଲେ," ଦେଶ ଦ୍ରୋହି.... ଦେଶ ହିତ କଥା ଖବର କରିଦେଲ..... ମର ଏବେ... "

ବାପାଙ୍କ ମୃତ୍ୟୁର ସୁଅ ଆସି ଲାଗିଲା ମୋ ପାଦ ତଳେ ତଥାପି ମୁଁ ନିଜକୁ ସମ୍ଭାଳି ଇଂରେଜ ସହ ଲଢ଼ି..... ଲମ୍ଭ ଦେଲି ସେଇ ତିନି ମିଟର ଉଚ୍ଚ ଝରକlରୁ ଦୀର୍ଘ ବଙ୍ଗୋପସାଗରକୁ l

ସେ ଇଂରେଜ ଗୁଳିରେ ମାରିବା ଅପେକ୍ଷା ଏଇ ନୀଳ ଶୀତଲତାରେ ମରିବା ବରଂ ଭଲ l କିନ୍ତୁ ମୁଁ ବଞ୍ଚି ଥିଲି.. ସମୁଦ୍ରରେ ଭାସି ଭାସି ଆସି ଲାଗିଥିଲି କୁଳରେ l ଦେହରେ ଏତେ ଶକ୍ତି ନଥିଲା ମୁଁ ଲଢ଼ିପାରିବି l ଦଳେ ଇଂରାଜୀ ସୈନ୍ୟ ଏହି ସମୟରେ ଝାପଟି ପଡି କହିଲେ, " ଏ ପଳାଇଯାଇଛି ଶୁଣିଲେ... ବାକି ବିଦ୍ରୋହୀଙ୍କୁ ବି ଯିବl ପାଇଁ ପ୍ରେରଣା ମିଳିବ... ଚାଲ ଏ ଶବକୁ ସେମିତି ଫାଶି ଦେବl l, "

କି ଅଜବ ବିଚାର l ତଥାପି ମୁଁ ଯୁଦ୍ଧ କଲି... କିନ୍ତୁ କେତେ ପାରିଥାନ୍ତି ଆଉ l ଶେଷରେ ନିଜକୁ ସେଇ ଫାଶିରେ ସମର୍ପି ଦେଲି l ଇଂରେଜ ସରକାର ହସି ହସି କହିଥିଲା, " ଯେ ଯିବାକୁ ଚେଷ୍ଟା କରିବ ତାର ଏମିତି ହେବ....

ସେତେବେଳୁ କଳାପାଣିର ନିଶବ୍ଦ କୋଠରୀରେ ବସି ଏଇ ଇଟା ଯଂଜିର କଥା ଶୁଣୁଥିଲି ମୁଁ, ( ତନ୍ମୟ ) l ହାତରେ ଥାଏ ବ୍ଲାକ ୱାଟର l କାରଣ ମୋତେ ସାଧା ପାଣି ୠଚୁନି l ପାଖରେ ପ୍ରବଳ ପଇସା ନା.... ଯାହା ସଉକ କରିପାରବା...ଏ ପଇସା ପୁଣି ପାପ ଅର୍ଜିତ ବ୍ଲାକ ମନି l ମୁଁ ହଟାତ ପଚାରିଦେଲି, " ତୁମ ନାମ କଣ? "

ସେ ପ୍ରସ୍ତର କହିଦେଲl, " ନାମ ଜାଣି କଣ କରିବ ? ଇତିହାସ ଏମିତି ଅନେକ ନାମ ଦାବି ଦେଇଛି କେବଳ କାମ ମନେ ରଖ l ଆଉ ମନେ ରଖ ତୁମର ଏ ଦାମିକିଆ 4000 ଟଙ୍କିଆ ବ୍ଲାକ ୱାଟରରେ ନିଜ ଶୋଷ ମେଣ୍ଟାଇବା ଅପେକ୍ଷା.... ସେତିକିରେ କଳ ବସାଇ... 40ଙ୍କ ଶୋଷ ମେଣ୍ଟାଅ l "

ସେ ବ୍ଲାକ ୱାଟର ହାତରୁ ଖସି ଯାଇଥିଲା l ତା ସହିତ ପଇସା ଉଡାଇବା ନିଶା ବି ଖସିଯାଇଥିଲା l ମୁଁ ଯାହା ଶୁଣିଲି ଜାଣିଲି କାଳ୍ପନିକ ନା ସଂଚିତ ଚିତ୍କାର.... କିନ୍ତୁ ଏତିକି ଜାଣିଛି.... ଏମିତି ଅନେକ ଚିତ୍କାର ଲୁଚିରହିଛି ସମସ୍ତ 700 ସେଲରେ l କେତେ ଚିତ୍କାର ଭିନ୍ନ କାହାଣୀ କହିବ l ବୋଧହୁଏ ଏହି କାହାଣୀ ଶୁଣି ସମାଜ ସୁଧାରିବା ପାଇଁ ଏ କଳାପାଣି ଠିଆ ହୋଇଛି.... ଅନେକ ଚିତ୍କାରର ମୁକ ସlକ୍ଷୀ ରୂପେ l

ମୋ ପlଟିରୁ ଅଗୋଚରରେ ବାହାରିଆସିଲା...

ଜୟ ହିନ୍ଦ ଜୟ ହିନ୍ଦ....... ଇଟା କଥା କହିବl ବନ୍ଦ କରି ସାରିଥିଲା.... କିନ୍ତୁ ମୁଁ ଜେଲରୁ ବାହାରି ଆସିବl ପର୍ଯନ୍ତ ବି କହୁଥିଲି ଜୟ ହିନ୍ଦ ଜୟ ହିନ୍ଦ l

ବିସ୍ତୀର୍ଣ୍ଣ ବଙ୍ଗୋପସାଗରରେ ସବିତାର ଶେଷ ନାରଙ୍ଗୀ ଛିଟା ଝରକୁ ଥିଲା କିନ୍ତୁ ହୋଟେଲ ଯାଏଁ ପହଞ୍ଚିବା ପର୍ଯ୍ୟନ୍ତ ବି ମୁଁ କହିଚାଲିଥିଲି.... ଜୟ ହିନ୍ଦ ଜୟ ହିନ୍ଦ...... 



Rate this content
Log in

Similar oriya story from Inspirational