Tanushree Sahoo

Children Stories Fantasy Children

4.5  

Tanushree Sahoo

Children Stories Fantasy Children

ସୁବର୍ଣ୍ଣ ଛୁରୀ

ସୁବର୍ଣ୍ଣ ଛୁରୀ

4 mins
225


ସେଦିନ ଡାକୁ ମଙ୍ଗଳ ସିଂ ଅସ୍ତ ବ୍ୟସ୍ତ ହୋଇ ଖୋଜୁ ଥାନ୍ତି ନିଜର ସୁବର୍ଣ୍ଣ ଛୁରୀକୁ l କେତେ ମୋତି ମାଣିକ୍ୟ ରେ ଖଚିତ ହୋଇଥିଲା ସେ ଛୁରୀ l ସେ ତାକୁ ଦିନେ ଚୋରି କରିଥିଲେ ଚନ୍ଦ୍ରନିଳୟ ରାଜ୍ୟ ର ରୋଷେଇଶାଳ ରୁ l ଏତେ ସୁନ୍ଦର ତଥା ମୂଲ୍ୟବାନ ଛୁରୀ ମାତ୍ର ରୋଷେଇ ଗୃହରେ ପରିବl କାଟିବା ପାଇଁ ଉଦିଷ୍ଟ ନୁହେଁ ଭାବି ନିଜ ସହ ଘେନି ଆସିଥିଲେ l ସେଥିରେ କେତେ ଲୋକଙ୍କୁ ଧମାକାଇଛନ୍ତି କେତେ ମୁଣ୍ଡ ଗଡ଼ାଇଛନ୍ତି କେତେ ରକ୍ତ ବୁହାଇଛନ୍ତି ତାର ହିସାବ ନାହିଁ l ହେଲେ ଦୁଇ ଦିନ ତଳେ ଯେଉଁ ସୂର୍ଯ୍ୟନଗର ର ରାଜା ଙ୍କ ସିପାହୀ ତାଙ୍କୁ ଆୟତ କରି ବନ୍ଦୀ ଗୃହରେ ରଖିଥିଲେ ସେ ହିମାଳୟରେ ସିପାହୀଙ୍କ ସହ ଯୁଦ୍ଧ ସମୟରେ ଛୁରୀକୁ ହଜାଇଦେଇଥିଲେ l ତେଣୁ କଳେ କୌଶଳରେ ବନ୍ଦୀ ଶାଳରୁ ଖସି ଆସି ନିଜ ଛୁରୀକୁ ଖୋଜୁଛନ୍ତି ଏଇ ହିମାଳୟରେ l ହଠାତ୍ ତାଙ୍କୁ ଦେଖା ଗଲା ଦୂରରେ ଗୋଟେ ଜିନିଷ ଚିକମିକ କରୁଛି ସୂର୍ଯ୍ୟ ଙ୍କ ଅସ୍ତରଗl କିରଣ ରେ l ଚୋର ନଜର ସ୍ୱାଭାବିକ ଭାବେ ତା ଆଡକୁ ମନ ବଳିବ l ନିରୀକ୍ଷଣ ରୁ ଜଣାଗଲା ସେଇଟା ତାଙ୍କରି ଛୁରୀ l ମନ ଆନନ୍ଦ ରେ ଉଠାଇନେଲେ l କିନ୍ତୁ ଦୁଇ ଦିନ କିଛି ଭକ୍ଷଣ ନ କରିଥିବା ହେତୁ ପ୍ରବଳ ତୃଷାର୍ତ୍ତ ଓ କ୍ଷୁଦା ରେ ବ୍ୟାକୁଳ l ପାର୍ଶ୍ୱରେ ଏକ ପଥିକ ଯାଉଥିଲେ କି ତାଙ୍କୁ ଆୟତ କରି ଖାଦ୍ୟ ସଂଗ୍ରହର କୁଚିନ୍ତା ପାଞ୍ଚିଲେ ମଙ୍ଗଳ l l ହେଲେ ଯେତେ ଚେଷ୍ଟା କଲେ ବି ଛୁରୀ କୁ ପଥିକ ଙ୍କ ଆଡକୁ ମୁହଁଇଲେ ପାରିଲେନି ମଙ୍ଗଳ l କେହି ତାଙ୍କୁ ମନା କରୁଥିଲା ନ କରିବlକୁ l ହଠାତ ନିରୀକ୍ଷଣ କରିଯାଣିଲେ ଛୁରୀ ହିଁ କହୁଛି ନ କରିବାକୁ l ଛୁରୀ କହୁଛି ନ କରିବାକୁ କିନ୍ତୁ କାହିଁକି? ଛୁରୀ କୁ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ମଙ୍ଗଳ ଛୁରୀ ତାଙ୍କୁ କହିଲା କି ଏଇ ଦୁଇ ଦିନ ମଧ୍ୟରେ ତାର ମାନସିକତା ରେ ପରିବର୍ତ୍ତନ ଘଟିଛି l ପ୍ରଥମ ଦିନ ଏକ ବୈଦ୍ୟ ଛୁରୀକୁ ତୋଳିନେଇଥିଲେ l ସେ ତାହା ଦ୍ୱାରା ସେ ସେଇ ହିମାଳୟରେ ସେ ଆକସ୍ମିକ ଭାବେ ଗୋଟେ ଦୁର୍ଘଟଣା ର ଶିକାର ହୋଇ ଥିବା ଗୋଟେ ରୋଗୀ ର ଅସ୍ତ୍ରୋପଚାର କରି ତାର ପ୍ରାଣ ବଞ୍ଚାଇଥିଲେ l ତାଙ୍କର ସେ ସୁନା ଛୁରୀ ପ୍ରତି ଆସକ୍ତି ନ ଥିଲା ତେଣୁ ସେ ତାକୁ ପୁଣି ହିମାଳୟରେ ଛାଡି ଦେଇଥିଲେ l ଦ୍ୱିତୀୟ ଦିନ ଗୋଟେ ବିପ୍ଲବୀ ସେଇ ଛୁରୀ ଦ୍ୱାରା ଅଗଣିତ ଆନ୍ଦୋଳନ କାରୀଙ୍କୁ ଦଉଡି କାଟି ମୁକ୍ତ କରିଥିଲl l କାରଣ ତାଙ୍କ ପାଖରେ କିଛି ଅନ୍ୟ ତୀକ୍ଷ୍ଣ ଅସ୍ତ୍ର ନ ଥିଲା l ତାଙ୍କର ବି ଆସକ୍ତି ନ ଥିଲା ସୁବର୍ଣ୍ଣ ପ୍ରତି ତେଣୁ ସେ ବି ସେଇ ଛୁରୀକୁ ହିମାଳୟ ରେ ନିପତିତ କରିଥିଲେ l ଏତେ ଭଲ କାମ ପରେ କିବା ଛୁରୀ ଖରାପ କରିଥାନ୍ତା ତେଣୁ ମନା କଲା l ମଙ୍ଗଳ ରାଗରେ ଜର୍ଜରିତ ହୋଇ ସେ ଛୁରୀକୁ ଫୋପାଡିଦିଅନ୍ତେ ଏକ ଚମକ ସହ ଛୁରୀ ଟି ଏକ ସୁବର୍ଣ୍ଣ ପରୀରେ ରୂପାନ୍ତରିତ ହେଲେ l ମଙ୍ଗଳ ଏଥିରେ ଆଶ୍ଚର୍ଯ୍ୟ ହୋଇ ଗଲେ କି ପରି ତାଙ୍କୁ କହିଲେ ସେ ନିଶିକାନ୍ତl ପରି l ଜଣେ ରୁଷି ଙ୍କ ତପସ୍ୟା କୁ ନିଜ ସୌନ୍ଦର୍ଯ୍ୟ ବଳରେ ପଣ୍ଡ କରିବାକୁ ଚେଷ୍ଟା କରିଥିବାରୁ ରୁଷି ତାଙ୍କୁ ଛୁରୀ ହେବାର ଅଭିସାପ ଦେଇଥିଲେ l ପ୍ରଥମେ ତାଙ୍କୁ ଜଣେ ରାଜା ପାଇ ନିଜ ରାଜାମାହଲା ରେ ରଖିଥିଲେ l କିଂତୁ ଖଜଣା ଗୃହରେ ପଡି ପଡି ସେ ବିରକ୍ତ ହୋଇ ଯାଇଥିଲେ l ପ୍ରଥମେ ସେ ଭାବୁଥିଲେ କି ଏପରି କିଛି କାମ ନ କରି ପଡିରହିବା ଭଲ କିନ୍ତୁ ତାଙ୍କ ଏ ଭାବନା କୁ ଧୂଳିର ଆସ୍ତରଣ ଉଭେଇଦେଇଥିଲା l ସେ ଶିକ୍ଷା କଲେ ବସି ନ ରହି କିଛି କରିବା ହିଁ ଭଲ l ତାପରେ ଦିନେ ରାଜାଙ୍କ ଭଉଣୀ ଆସିଲେ ଓ ତାଙ୍କ ପାଇଁ ସେଇ ସୁବର୍ଣ୍ଣ ଛୁରୀରେ ବ୍ୟଞ୍ଜନ ମାନ କଟl ଗଲା l ସେଥିରେ କିଛି କାମ କରି ସେ ଆତ୍ମ ସନ୍ତୋଷ ଲାଭ କଲେ କି ତାଙ୍କୁ ଡାକୁ ମଙ୍ଗଳ ଚୋରି କରି ନେଇଆସିଲେ l ତାପର କଥା ମଙ୍ଗଳ ଙ୍କୁ ଗୋଚର ଥିଲା ତେଣୁ ପରି କିଛି କହିଲେନି l ମଙ୍ଗଳ ଅଭିଶପ ରୁ ମୁକ୍ତି ର କାରଣ ପଚାରିଲାରୁ ପରି କହିଲେ ପ୍ରଥମତଃ ରୁଷି କହିଥିଲେ ଯେ କୌଣସି 4ଟି ଭଲ କାମ କଲେ ସେ ମୁକ୍ତି ପାଇବେ l ପ୍ରଥମ ସେ ଛୁରୀ ହୋଇ କିଛି ଭଲକାମ କରି ନ ପl ରି ଅଭିଶପ୍ତl ହୋଇ ପଡି ରହିବେ ବୋଲି ଭାବି ଥିଲେ ଓ ଡାକୁ ହୋଇ ଅନ୍ୟ କୁ ଡରାଇବାରେ ଆତ୍ମସନ୍ତୋଷ ଲାଭ କଲେ l କିନ୍ତୁ ପରେ ସେ ପରିବା କାଟିଲେ, ରୋଗୀ କୁ ଭଲ କଲେ ବିପ୍ଲବୀ ଙ୍କୁ ମୁକ୍ତ କଲେ l ଅନ୍ତିମ ଭଲ କାମ କଣ ପଚାରିଲେ ମଙ୍ଗଳ l ପରି କହିଲେ ମୋର ଭଲ କର୍ମ କଥା ଶୁଣି ତୁମ ମନରେ ବି ଭଲ ହେବା ପାଇଁ ତମ ଅଗୋଚରରେ ଆଶା ଜନ୍ମିଲା ତାହା ଥିଲା ମୋ ଅନ୍ତିମ ଭଲ କର୍ମ l ମଙ୍ଗଳ ସବୁ ଜିନିଷର ଭଲ ଥାଏ ଖରାପ ବି ଥାଏ l ତୁମେ ମୋର ଅର୍ଥାତ ଛୁରୀର ଅସତ ବ୍ୟବହାର କଲ l କିନ୍ତୁ ବୈଦ୍ୟ ବିପ୍ଲବୀ ମୋର ସତ ବ୍ୟବହାର କଲେ l ତେଣୁ ଭଲକର୍ମ କଲେ ସମସ୍ତଙ୍କ ଉପକାର ହୁଏ l ଏବେ ମୁଁ ସ୍ୱର୍ଗ କୁ ଫେରି ଯାଉଛି l ମନେ ରଖ ମଙ୍ଗଳ ଭଲ କାମ କର l ଯେପରି ମୁଁ କରିବାରୁ ତମର ଭଲ କର୍ମ କରିବାକୁ ଆଶା ବଳିଲା l ସେପରି ତମେ ଭଲକାମ କଲେ ଜଗତ ତୁମକୁ ଦୃଷ୍ଟାନ୍ତ ରୂପେ ପାଇ ଭଲ କାମ କରିବାକୁ ଇଚ୍ଛା କରିବl


ଏଇ ସମୟରେ ସୂର୍ଯ୍ୟନଗର ର ସୈନିକ ତାଙ୍କୁ ଖୋଜି ଖୋଜି ସେଥି ପହଂଚି ଚଢ଼ା ଗଳାରେ ତାଙ୍କୁ ଜିମା ହେବାକୁ କହିଲେ l ମଙ୍ଗଳ କିନ୍ତୁ ପ୍ରସନ ଚିତ୍ତ ସହ ତାଙ୍କ ସହ ଯିବାକୁ ହଁ କଲେ ଓ କହିଲେ ତାଙ୍କୁ କାରାଗାର ରେ ନ ରଖି ରାଜମହଲ ର କାମ କରି ସ୍ୱାରୋଜଗାର କ୍ଷମ ହେବକୁ l ଡାକୁ ରାଜ ଙ୍କ ଏଭଳି ପରିବର୍ତ୍ତନ ରେ ଆଶ୍ଚର୍ଯ୍ୟ ହେଉଥିଲେ ସୈନ୍ୟ ଗଣ କି ମଙ୍ଗଳ କେବଳ କାମ ର ତୃଷ୍ନା ରଖି ଅନାଉଥାନ୍ତି ଆକାଶକୁ ନିଶିକାନ୍ତା ଙ୍କ ସ୍ୱର୍ଗ ଆହୋରଣ କୁ l



Rate this content
Log in