STORYMIRROR

ABADHOOT PANDA

Inspirational Others

4  

ABADHOOT PANDA

Inspirational Others

କକ ମିନା ରଖିଲା ବାକି

କକ ମିନା ରଖିଲା ବାକି

5 mins
300

ଥରେ ପାଞ୍ଚ ବର୍ଷର ପୁଅଟିଏ ଭାରି ଜୋରରେ କାନ୍ଦିବା ଆରମ୍ଭ କଲା l ରାତି ବେଳ l ବୋଉ ପୁଅକୁ ବୁଝାଇବାକୁ ଚେଷ୍ଟା କଲେ l କିନ୍ତୁ କିଛି ଲାଭ ହେଲାନି l ବରଂ ଆହୁରି ଜୋରରେ କାନ୍ଦିଲା l ବୋଉଙ୍କ ନିଦରେ ବାଧା ଆସିଲା l ତେଣୁ ସେ ବେଡ଼ ଲାଇଟ ଲିଭାଇ ଦେଇ ଘରକୁ ଅନ୍ଧାର କରିଦେଲେ l ଆଉ ପୁଅ ବବଲୁ କୁ ଡରେଇ ତା କାନ୍ଦ ବନ୍ଦ କରିବାକୁ ଚେଷ୍ଟା କଲେ- ଦେଖ କକ ମିନା ଆସିଲାଣି ଭାଲୁ ବାଘ ଆସିଲେଣି l ଶୋଇପଡ଼ ନହେଲେ ତତେ ସାଙ୍ଗରେ ନେଇ ସେମାନଙ୍କ ଘରେ ରଖିଦେବେ - ପୁଅ ଡରି ଯାଇ ବୋଉଙ୍କ କୋଳରେ ଜାକି ଜୁକି ହେଇ ଶୋଇ ପଡ଼ିଲା l ବୋଉ ସୁମିତା ଦେବୀଙ୍କ ଭାରି ଇଚ୍ଛା ପୁଅକୁ ଭଲ ଶିକ୍ଷା ଦେଇ ଭବିଷ୍ୟତରେ ସୁପ୍ରତିଷ୍ଠିତ କରିବାକୁ l ସ୍ୱାମୀ ସୁବ୍ରତ ବାବୁ ବି ପତ୍ନୀଙ୍କ ଇଚ୍ଛା ପୂର୍ଣ୍ଣ ପାଇଁ ସର୍ବଦା ଚେଷ୍ଟିତ l ସେ ଜଣେ ବ୍ୟାଙ୍କ ଅଫିସର l ଟଙ୍କାର ଅଭାବ ନାହିଁ l କେବଳ ସ୍ତ୍ରୀ ସୁମିତା ଓ ଶିଶୁ ପୁତ୍ର ବବଲୁ କୁ ନେଇ ତାଙ୍କର ଏହି ଛୋଟ ପରିବାର ଓ ସୁଖୀ ସଂସାର l

ଦିନେ ବ୍ୟାଙ୍କ କାମ ସାରି ଘରକୁ ଶୀଘ୍ର ଫେରି ଆସିଲେ ପୁଅ ପାଇଁ ଗୋଟିଏ ବେବି କାର କିଣି l ଘର କାମରେ ସୁମିତାଙ୍କୁ ସାହାଯ୍ୟ କରି ରାତି ଦଶଟା ରେ ଖଟ ଧରିଲେ l ସେଦିନ ଶନିବାର l ପୁଣି ବବଲୁ ଅଝଟ କଲା l ତାର ଅଝଟ କାନ୍ଦ ବନ୍ଦ କରିବାକୁ ସୁମିତା ପାଟି କରି ଉଠିଲେ, " ଆରେ ବବଲୁ ଶୋଇପଡ଼ l ଭାଲୁ ଆସିଲାଣି ଚାଟି ଦବ ତତେ କାନ୍ଦନା l ଚୁପ ଚାପ ଶୋଇ ପଡ଼ l" ସରଳ ବିଶ୍ୱାସୀ ବବଲୁ ବୋଉଙ୍କ କଥାରେ ବିଶ୍ୱାସ କରି ଚୁପ ହେଇଗଲା l କାରଣ ସେ ତା ପାଠ ବହିରେ ଦେଖିଥିଲା ଭାଲୁର ଭୟଙ୍କର ରୂପ l ତାପରେ ବବଲୁ ଶୋଇ ପଡ଼ିଲା l ଏଥର ବାପା ବୋଉଙ୍କୁ ଟିକେ ଶାନ୍ତିରେ ଶୋଇବା ପାଇଁ ସୁଯୋଗ ଦେଲା ବବଲୁ l

କାଳକ୍ରମେ ସୁବ୍ରତ ବାବୁ ଏବଂ ସୁମିତା ଦେବୀଙ୍କ ଆନ୍ତରିକ ଉଦ୍ୟମରେ ତାଙ୍କ ସୁଖ ସଂସାରରେ ଶାନ୍ତି ଓ ଆନନ୍ଦର ଆଲୋକ ଶିଖା ଖେଳିଗଲା ଠିକ ଶୁକ୍ଳ ପକ୍ଷ ଚାନ୍ଦ ପରି l ବବଲୁର ଲାଳନ ପାଳନ ସୁଚାରୁ ରୂପେ ଚାଲିଥାଏ l ବବଲୁ ଚାହୁଁ ଚାହୁଁ ପାସ କଲା ମାଟ୍ରିକ l ଇତିମଧ୍ୟରେ ସୁବ୍ରତ ଓ ସୁମିତା ଦେବୀଙ୍କ କୋଳକୁ ଆଉ ଏକ କନ୍ୟା ସନ୍ତାନ କରିସାରି ଥିଲା ପଦାର୍ପଣ ପ୍ରାୟ ଏକ ଦଶନ୍ଧି ପୂର୍ବରୁ l ତା ନା ରଶ୍ମି l ସେ ଛୋଟ ବେଳେ ଆଦୌ ଅଝଟ କରୁ ନଥିଲା ବୋଉ ସୁମିତାଙ୍କୁ l ତେଣୁ ତାକୁ ଡରାଇ ଶୋଇ ପକାଇବାକୁ ଚେଷ୍ଟା କରୁନଥିଲେ ସୁମିତା l ରଶ୍ମି ବର୍ତ୍ତମାନ ସପ୍ତମ ଶ୍ରେଣୀର ଛାତ୍ରୀ l ଛାତ୍ର ବୃତ୍ତି ପାଇ ମନ ଲଗାଇ ପଢ଼ି ଚାଲିଥାଏ ପାଠ l ତାସହିତ ରଶ୍ମି ସ୍କାଉଟରେ ଯୋଗ ଦେଇ ଅଭ୍ୟାସ କରି ଚାଲିଥାଏ ପାଠ ସହିତ ସ୍ୱାସ୍ଥ୍ୟରକ୍ଷାର ନିୟମ ପ୍ରଣାଳୀ l ଏଣେ ବବଲୁ କଲେଜରେ ନାମ ଲେଖାଇ ଆଇ. ଏ. ଏସ. ଅଫିସର ହେବାକୁ ଉଦ୍ୟମ ରତ l

କାଳ କ୍ରମେ ବବଲୁ ଏମ. ଏ. ପାସ କରି ଆଇ. ଏ. ଏସ ପାଇଁ କୋଚିଂ ନେଇ ନିଜକୁ କଲା ସୁଦକ୍ଷ l କୋଚିଂ ଶେଷ ପରେ ଆଇ. ଏ. ଏସ. ପରୀକ୍ଷା ଦେଇ ଅର୍ଜନ କଲା ସଫଳତା l ନବରଙ୍ଗପୁର ମହକୁମାରେ କଲେକଟର ରୂପେ ପୋଷ୍ଟିଙ୍ଗ ପାଇ ସାର୍ଥକ କରି ପାରିଲା ନିଜ ବୋଉ ବାପାଙ୍କ ନାମକୁ l ବବଲୁ ମନରେ ଅଫୁରନ୍ତ ଆନନ୍ଦ l ଯେବେ ବି ଛୁଟିରେ ଆସେ ସାନ ଭଉଣୀ ଓ ବୋଉ ବାପାଙ୍କୁ ନିଜ କାରରେ ନେଇ ଯେକୌଣସି ଦର୍ଶନୀୟ ସ୍ଥାନ ବୁଲାଇ ଆଣେ l ବଣ ଭୋଜିର ଆୟୋଜନ କରିଥାଏ ପ୍ରତି ନୂଆ ବର୍ଷ ଉପଲକ୍ଷେ l ଥରେ ନୂଆ ବର୍ଷ ପାଳିବାକୁ ଗଲେ ଶିମିଳିପାଳ ଅଭୟାରଣ୍ୟ l ବଣ ଭୋଜିର ବ୍ୟବସ୍ଥା ସହିତ ସେମାନେ ଉପଭୋଗ କରିଚାଲିଲେ ପ୍ରାକୃତ୍ରିକ ଦୃଶ୍ୟାବଳୀ l ରାତି ସାତଟା ବାଜିଲା l ବବଲୁ ତା କାରଟି ରଖିଲା ବାରିକେଡ଼ ଆର ପାଖରେ l ଦୈବାତ ଗୋଟାଏ ବଣୁଆ ପାଞ୍ଚ ଫୁଟ ଉଞ୍ଚା କଳାଭାଲୁ ଆସିଗଲା ସାମ୍ନାକୁ ପ୍ରାୟ କୋଡ଼ିଏ ମିଟର ବ୍ୟବଧାନ ରଖି l ବବଲୁ ଡରି ଯାଇ କାର ଭିତରେ ଯାଇ ପଶିଗଲା l ବାପାବୋଉଙ୍କୁ ପାଖରେ ଲାଗି ବସିଗଲା l କିନ୍ତୁ ରଶ୍ମି ଆଗେଇ ଚାଲିଲା ଆଉ ଟିକେ ପାଖରୁ ଭାଲୁକୁ ଦେଖିବାକୁ ସାହସ ରଖି l ବାଣଭୋଜୀ ରନ୍ଧାରେ ସାହାଯ୍ୟ କଲା ବେଳେ ସେ ତା ପକେଟରେ ରଖିଥିଲା ଏକ ଲାଇଟର l ସଙ୍ଗେ ସଙ୍ଗେ ପାଖରେ ପଡ଼ିଥିବା ପୁରୁଣା ଟ୍ରକ ଟାୟାରଟିରେ ଲାଇଟର ଦ୍ୱାରା ନିଆଁ ଲଗେଇ ଦେଇ ଅପେକ୍ଷା କଲା କିଛି ସମୟ l ଟାୟାରଟି ହୁତ ହୁତ ହୋଇ ଲାଗିଲା ଜଳିବାକୁ l କାର ଟ୍ରଙ୍କଭିତରୁ ଗୋଟାଏ ଲାଠି ବାହାର କରି ଆଣି ଜଳନ୍ତା ଟାୟାର ମଝିରେ ପୁରେଇ ଜୋରରେ ଲାଗିଲା ବୁଲାଇକୁ l ନିଆଁ ଚକ୍ରିଟି ବୁଲେଇ ବୁଲେଇ ମାଡ଼ି ଚାଲିଲା ସିଧା ଭାଲୁ ଆଡ଼କୁ l ଆକ୍ରମଣ କରିବାକୁ ଉଦ୍ୟତ ଭାଲୁ ହଠାତ ନିଆଁକୁ ଡରି ହଟିଗଲା ପଛକୁ l ଧସେଇ ହେଇ ପ୍ରାଣ ବିକଳରେ ପଶିଗଲା ବଣ ଭିତରକୁ l

ରଶ୍ମିର ଏପ୍ରକାର ଦୁଃସାହସ ଦେଖି ପାଖ ଲୋକେ,ବବଲୁ, ସୁମିତା ଦେବୀ ଓ ସୁବ୍ରତ ହୋଇପଡ଼ିଲେ ତଟସ୍ଥ l ପାଖ ଦେଖଣାହାରୀ ଲୋକେ କରିଚାଲିଲେ ବାଃ ବାଃ ରଶ୍ମିକୁ l ବୋଉ ବାପାଙ୍କ ଛାତିକୁ ଫୁଲାଇ ପାରିଥିଲା ସେମାନଙ୍କ ସାହସୀ କନ୍ୟା ରଶ୍ମି l ସକାରାତ୍ମକ ବିଚାର ସହିତ ବିପଦ ମୁକ୍ତ ହେବାର ତାର ବିଚକ୍ଷଣ କୌଶଳରେ ସେ ନିଜକୁ ଦର୍ଶାଇ ପାରିଥିଲା ଜଣେ ଅଭୟାରଣ୍ୟର ନାୟିକା ଭାବେ l କିନ୍ତୁ ଶୁଖାଇ ଦେଇଥିଲା ନିଜ ଆଇ. ଏ. ଅଫିସର ଭାଇ ବବଲୁ ମୁହଁକୁ l କାରଣ ବବଲୁ କେବଳ ପାଠ ପଢ଼ା ବ୍ୟତୀତ ମନ ଦେଇ ନଥିଲା ଅନ୍ୟ ଆଡ଼େ l ଦ୍ଵିତୀୟତଃ ପିଲାବେଳୁ ବୋଉ ସୁମିତାଙ୍କ ପାଟିରୁ " କକ ମିନା..ଲାଙ୍ଗୁଡ଼ା ଭୂତ... ବାବନା ଭୂତ... ଗେଧ ମାଙ୍କଡ଼.... ବାଘ... ଭାଲୁ ଆସୁଛି ଶୋଇପଡ଼ କାନ୍ଦନା ଇତ୍ୟାଦି ଭୟ ଉଦ୍ରେକ ଜୀବ ଜନ୍ତୁ ଭୂତ କଥା ଶୁଣି ଶୁଣି ତାର ନିମ୍ନ ପ୍ରାଣଟି ହୋଇ ଯାଇଥିଲା ପ୍ରଭାବିତ l ଏତେ ବଡ଼ ପ୍ରଶାସନିଜ ଅଧିକାରୀ ହେଲେ ସୁଦ୍ଧା ସେ ଭାୟାତୁର l ସାନ ଭଉଣୀର ପୁଅ ପଣିଆ ପାଖରେ ହାର ମାନି ଯାଇଥିଲା ବବଲୁ l ଏବେ ବି ସେ ଅନ୍ଧାର ଘରେ ରହିବାକୁ କରୁଥିଲା ଭୀଷଣ ଭୟ l ପୁଅ ବବଲୁର ଏ ପ୍ରକାର ଅହେତୁଜ ଭୟ ଦେଖି ବୋଉ ସୁମିତା ହୋଇ ପଡ଼ିଥିଲେ ଅନୁତପ୍ତ l ମନେ ପକେଇ ଥିଲେ ବବଲୁର ଛୋଟବେଳ କଥା ଯେତେବେଳେ ତାକୁ ସେ ଡରେଇ ଡରେଇ ଖୁଆଉ ଥିଲେ ଓ ଶୁଆଉ ଥିଲେ ଯାହାର ପରିଣାମ ଆଜି ତାଙ୍କୁ ଦେଖିବାକୁ ପଡ଼ୁଛି ନିଜ ଆଖିରେ l କାହାକୁ କିଛି ନକହି ମନେ ମନେ ଅନୁତାପ କରିଚାଲି ଥିଲେ ସୁମିତା ଜଣେ ଆଇ. ଏ. ଏସ. ଅଫିସରଙ୍କ ମାତା l ମନେ ମନେ ଭାବିଲେ, " ହାଏ କଣ କରିବସିଲି ମୁଁ l ମୋ ପୁଅକୁ ଅକ୍ଲାନ୍ତ ପରିଶ୍ରମ କରି ସମାଜରେ ସୁପ୍ରତିଷ୍ଠିତ କଲି l ତାର ସମସ୍ତ ଚାହିଦା ପୂର୍ଣ୍ଣ କରିଛି କିଛି ବାକି ନରଖି l ମାତ୍ର ଆଜିର ଅଭିଜ୍ଞତାରୁ ଜାଣିଲି ତାର ଆହୁରି ଚାହିଦା କିଛି ବାକି ରହିଯାଇଛି l ସେହି ଚାହିଦାଟି ହେଉଛି ତାର ନିର୍ଭିକ ମାନସିକତା l ଯେଉଁଟିକି ମୁଁ ତାର ମାନସ ପଟ୍ଟର ଶୁନ୍ୟ କୋଣରେ ଭର୍ତ୍ତି କରି ପାରିଲିନି l ଯେଉଁ ଚାହିଦା ନାହିଁ ମୋ ଝିଅ ରଶ୍ମିର l

ଧର୍ମ ପତ୍ନୀ ସୁମିତାଙ୍କ ଚିନ୍ତାମଗ୍ନ ମସ୍ତିଷ୍କ ଦେଖି ସୁବ୍ରତ ବାବୁ ପଚାରିଲେ, " କଣ ହେଲା କିଛି କହୁନା ଯେ l ଝିଅର ସାହସ ଦେଖିଲ ତ? ଆମ ନା ରଖିଲା l ପାଠ ସାଙ୍ଗରେ ଶାଠ ପଢ଼ି l ନହେଲେ ଭାଲୁ ନିଶ୍ଚୟ ଆମକୁ ଆକ୍ରମଣ କରିଥାନ୍ତା l " ସ୍ୱାମୀଙ୍କ କଥାରେ ସୁମତି ଦେବୀଙ୍କ ଭାବ ପ୍ରବଣ ସ୍ରୋତର ଗତି ହୋଇ ପଡ଼ିଲା ମନ୍ଥର l ତାଙ୍କ ପାଟିରୁ ବାହାରି ପଡ଼ିଥିଲା ଅନ୍ୟମନସ୍କତାରେ, " ହଁ ଆହୁରି ବି ବାକି ରହିଗଲା.. " ମନଟାକୁ ହାଲୁକା କରିବାକୁ କାର ଡୋର ଖୋଲି ପଦାକୁ ଆସିଲେ l ଦୌଡ଼ି ଯାଇସୁମିତା ଭିଡ଼ ମଧ୍ୟରେ ଠିଆ ହୋଇଥିବା ଝିଅ ରଶ୍ମିର କାନ୍ଧକୁ ଥାପୁଡ଼େଇ ତାହାର ମଥାକୁ ଚୁମ୍ବନ ଭୂଷିତ କରି କଲେ କୋଳାଗ୍ରତ l ବୋଉ ସୁମତିଙ୍କ ଆଖିରୁ ଦି ଟୋପା ଆନନ୍ଦର ଅଶ୍ରୁ ନିର୍ଗତ ହୋଇ ରଶ୍ମି ଗଣ୍ଡଦେଶକୁ କରିପାରିଲା ସିକ୍ତ l "ସାବାସ ମା ସାବାସ " କହି ଝିଅ ହାତକୁ ଧରି କାରରେ ବସେଇଦେଲେ l ବାପା ସୁବ୍ରତ କାରଟିକୁ ବ୍ୟାକକରି ନିଜ ଗୃହ ଅଭିମୁଖୀ ହେଲେ ସପରିବାରେ l

         ,


Rate this content
Log in

Similar oriya story from Inspirational