ଖୁସୀର ରଜ
ଖୁସୀର ରଜ


ଅଶେଷ ପ୍ରଶଂସା ଓ ପ୍ରୋତ୍ସାହନ ନେଇ, ଆଜି ବାଙ୍ଗାଲୋରରୁ ଫେରୁଛି ସଫଳ ସଫଟଓୟାର ଇଞ୍ଜିନିୟର-ଅସିତ ।ସେ ତାଙ୍କ ବାପାଙ୍କ ସ୍ଵପଙ୍କୁ ସାର୍ଥକ ଇକରିପାରିଛନ୍ତି । ମା’ ସଚଳା ଦେବୀ ଆଜି ଖୁସୀରେ ଅଧୀରା । ପୁଅ ଆଜି ତାଙ୍କର ସଫଳ ଇଞ୍ଜିନିୟର । ଅନେକ କଳ୍ପନାର ରଙ୍ଗବୁଣା ସ୍ଵପ୍ନ ଗୁଡାକ ତାଙ୍କ ଆଖି ଆଗରେ ଆସି ଦଣ୍ଡ।ୟମାନ । କାଲି ପରି ଲାଗେ, ସ୍ଵାମୀ ଶରତ ରାଜଙ୍କ ସହିତ ବିତିଥିବା ଦାମ୍ପତ୍ୟ ଜୀବନର ସ୍ଵପ୍ନ ବିଭୋର ମୁହୂର୍ତ୍ତ । ସଚଳା ଓ ଶରତଙ୍କ ସହିତ ପୁଅ ଓ ଝିଅ ହେବାର ବେଟ । ବେଟିଙ୍ଗରେ ସଚଳା ଦେବୀ ପିଆର4ର୍ଥ ତମ ଗର୍ଭ ଧାରଣରେ ପ୍ରେମ ସନ୍ତକର ଉପହାର ସ୍ୱରୂପ ଭେଟି ଦେଇଥିଲେ ଶରତ ରାଜଙ୍କୁ ଅସିତକୁ କେତେ ଖୁସୀ ସେଦିନ ହେଇଥିଲେ ସତରେ ଶରତ ବାବୁ । ସେଇ ଖୁସୀରେ ସେ ସଚଳା ଦେବୀକୁ ଗୋଟିଏ ଦାମୀ ନେକଲେସ ଉପହାର ଦେଇଥିଲେ । ତାପରେ ଅନୁରୂପ ଝିଅ ପାଇଁ ସେମିତି ବେଟିଙ୍ଗରେ ହାରିଥିଲେ ଶରତ ବାବୁ । ଉପହାର ସ୍ୱରୂପ କିଛି ଉପହାର କିଛି କିଣିବା ବାଟରେ ଅତି ଖୁସୀକୁ ନେଇ ଯାଉ ଯାଉ କୌଣସି ଏକ ରୋଡ ଆକ୍ସିଡେଣ୍ଟରେ ନିଜ ଜୀବନକୁ ହଜେଇ ଦେଇଥିଲେ ।
ନିସଙ୍ଗତା ଭିତରେ ଏକାକିନୀ ଚାଲିଥିଲେ ସଚଳା ଦେବୀ । ଘାତ ପ୍ରତିଘାତକୁ ଖାତିର ନ କରି ଦୃଢମନା ସଚଳା ଦେବୀ ଶରତଙ୍କ ସନ୍ତକ ଦୁଇଟିକୁ ଆଦର୍ଶ ମଣିଷ କରିବାର ଦୃଢ ସଂକଳ୍ପ ନେଇଥିଲେ । ଶରତ ରାଜଙ୍କ ସ୍ୱଳ୍ପ ଅର୍ଜିତ ସମ୍ପତିରେ ସେ ପୁଅ ଅସିତକୁ ଭଲ ପାଠ ପଢେଇବାକୁ ନିଜେ ନିଜକୁ ତିଳତିଳ ପଳ ପଳ କରି ଜୀବନକୁ ଜଳେଇଛନ୍ତି । ସେ ଜ୍ଵଳନ ଆଲୋକରେ ଆଜି ଆଲୋକିତ କରି ପାରିଛନ୍ତି ଅସିତକୁ ବଡ ପଦବୀରେ ଆସୀନ କରିବା ଓ ସ୍ଵାମୀକୁ ଦେଇଥିବା କଥା ସାକାର କରିବା ।
ସଚଳା ଦେବୀ, ଆଜି ହାତ ପାହାନ୍ତାରେ ପାଇଛନ୍ତି । ସେ ପୁଅ ଅସିତ ଓଠରେ ଦେଖୁଛନ୍ତି ଶରତ ଚାନ୍ଦିନୀ ଭିଜା ସ୍ନିଗ୍ଧ ହସ । ତେଣୁ ଶରତକୁ ଭୁଲି ଯାଇଛନ୍ତି ସେ । ଝିଅ ଖୁସୀ ଦେଇଛି ତାଙ୍କ ମାତୃତ୍ଵର ସାହାରା । ଖୁସୀର ଆଦରରେ ସେ ଅନୁଭବ କରନ୍ତି ତାଙ୍କ ମା’ଙ୍କର ଭିଜା ପଣତର ବାତ୍ସଲ୍ୟ ମମତା । ସେଇ ପୁଅର ଅନୁପସ୍ଥିତିକୁ ସେ ପାଶୋରୀ ଦିଅନ୍ତି ଝିଅ ଖୁସୀକୁ ନେଇ । ଅସିତ ଓ ଖୁସୀ ତାଙ୍କ ହଜିବା ଜୀବନର ଏକମାତ୍ର ମିଳିଥିବା ଅଷ୍ଟନିଧି ସମ୍ପଦ । ବେଳେ ବେଳେ ଦୁଇ ଭାଇ ଭଉଣୀଙ୍କ ଦୁଷ୍ଟାମି ଖୁବ ହସାଏ ତାଙ୍କୁ । ସେ ହସନ୍ତି, ଭାବନ୍ତି ଏବେ ବି ଏ ଦୁଇଜଣ ସେଇ ଛୋଟ ପିଲା ହେଇ ରହିଗଲେ ଜଣେ ଜଣକୁ ଚୁଟି ଧରି ମାରିବା ଓ କାନ ଧରି ତାଗିଦ କରିବାର ଅଝଟ ତାଙ୍କୁ ବଡ ଆଶୀବିଧାରେ ପକାଏ । କାହାକୁ ଦୋଷ ଦେଇ କାହାକୁ ଦୋଷ ମୁକ୍ତ ଘୋଷଣା କରିବାର ନ୍ୟାୟ ଦେବୀ ସଚଳା ନିଜେ ନିଜକୁ ପଚାରନ୍ତି । ଭାବନ୍ତି, ସିଏ ଥିଲେ ହୁଏତ ମୁଁ ଟିକେ ଓକିଲାତି କରି ପାରିଥାନ୍ତି । ଜଜ ହେଇ ବିଚାରତ ଶରତ ଶୁଣେଇଥାନ୍ତେ । ମନକୁ ମନ ହସନ୍ତି । ଏମିତି ଅନେକ ସ୍ୱପ୍ନ ବୋଳା ସମୟକୁ ସେ ମନେ ପକାନ୍ତି କିଏ ହସ ଦିଏ ତ କିଏ ଦି’ ଟୋପା ଆଖିରେ ଆନନ୍ଦ।ଶ୍ରୁ ଦିଅନ୍ତି । ଅସିତ ଆସିବାରେ ମା’ ସଚଳା ଦେବୀ ସହିତ ବେଶୀ ଖୁସୀ ଥିଲା ଭଉଣୀ –ଖୁସୀ । ତାକୁ ଯେମିତି ଦୁନିଆଁଟା ଏକା ଏକା ଲାଗୁଥିଲା ।ସାନ ଭଉଣୀ ଖୁସୀ ଆଜି ଖୁସୀରେ ଅଧୀରା । ଆଖିରେ ନିଦ ନାହିଁ । ସ୍କୁଟି ନେଇ ଏୟାରପୋର୍ଟରେ ହାଜର । ସମୟାନୁବର୍ତ୍ତିତା ବିମାନଟି ଚକ୍କର କାଟି କ୍ରମଶଃ ତଳକୁ ଖସିବାର ଦେଖି, ଖୁସୀର ମନ ଆନନ୍ଦରେ ନାଚି ଉଠିଲା । ରଜ ପର୍ବକୁ ଭାଇ ଆସିଲେ ନୂଆ ମଲ୍ଲରୁ କିଣି ଦେବେ ନାମି ଦାମୀ ଡ୍ରେସ ମେଟେରିଆଲ୍ସ । କାରଣ, ତାଙ୍କ କଥା ମାନି ସେ ଆଇ॰ଆଇ॰ଟି॰ ରେ ଟପ୍ପର ହେଇଛି ।ତେଣୁ ଖୁସୀରେ ଫାଟି ପଡୁଥିଲା ଅସିତଙ୍କ ଏକମାତ୍ର ଭଉଣୀ –ଖୁସୀ ।
ପଛରୁ କେହି କ୍ଷୀଣ କଣ୍ଠରେ ଡାକିଲେ –ଏ- ଖୁସୀ ।
ଖୁସୀ,ପଛକୁ ଚାହିଁଲା । ଆରେ! ଇତିଶ୍ରୀ । ଇତିଶ୍ରୀ, ଆସିତଙ୍କୁ ଖୁବ ନିକଟରୁ ଭଲ ପାଉଥିବା ବାନ୍ଧବୀ ଓ ଅସିତଙ୍କ ଭାବି ପତ୍ନୀ । ତେଣୁ ଖୁସୀ ମନରେ ଖୁସୀ ଦେଖିବାକୁ ଇତି କହିଲା- ଆରେ! ଖୁସୀ ତୁମେ ଭାଇଙ୍କୁ ନେବାକୁ ସ୍କୁଟି ନେଇଚାଲି ଆସିଲ । ମୋ କାରରେ କଣ ତୁମ ଭାଇଙ୍କ ପାଇଁ ଜାଗାର ଅଭାବ ଥିଲା ।
-ହଁ, ଥିଲା ମାଡାମ । ହସିଥିଲେ ଦୁହେଁ ।
ଅସିତ କେତେବେଳୁ କାରର ଆଢୁଆଳେ ଶୁଣୁଥିଲେ ଖୁସୀ ଓ ଇତିର ମଜାମଜଲିସ କଥା ।ସେଦିନ ରଜପର୍ବର ସାଜ ସଜ୍ଜାରେ ନୂଆ ଲାଗୁଥିଲା ଇତିଶ୍ରୀ । ଓଠରେ ଲାଜୁଆ ଦ୍ଵିତୀୟା ଜହ୍ନର ହସ । ଆଧୁନିକା ପରିଚ୍ଛଦରେ ଆଚ୍ଛାଦିତା ଇତିଶ୍ରୀ ଆଖିରେ ମାଦକ ଭରା ଚାହାଣୀରେ ଅନେକ କାମନାର ଅଭିସାର । ସେଇ ଅଭିସାରେ ସେ କିଣି ନେଉଥିଲା ଅସିତ ମନ ଓ ପ୍ରାଣ । ପ୍ରୀତି ଭିଜା ମାଟିରବାସ୍ନାରେ ପ୍ରଣୟର ତୃଷ୍ଣାରେ ଉଲ୍ଲସିତ ଓ ପୁଲକିତ ରୋମାଞ୍ଚ ସୃଷ୍ଟି କରୁଥିଲା ଦୁଇଟି ନିଘୃତ ହୃଦୟରେ ଖୁସୀ ଦୁଇଟି ଆଇସକ୍ରିମ ଅସିତ ଓ ଇତି ହାତରେ ଧରେଇ ଦେଇ, ମୋବାଇଲିରେ ସ୍ନାପ ନେଉଥିଲା ।
ଅସିତ ଖୁସୀକୁ କହୁଥିଲେ-ସ୍କୁଟି ନେଇ ଆଗେ ଆଗେ ଯାଇ ମା’ଙ୍କୁ ଏ ଖବର ଦେଇ କିଛି ସ୍ନାକ୍ସର ବ୍ୟବସ୍ଥା କରିବାକୁ । ତାପରେ ସେମାନେ ଯିବେ ରଜର ମଜା ଉଠେଇବାକୁ ମଲ୍ଲ। ଅସିତ ଯାଇ ବସିଲେ ଇତି କାରରେ । ଉଦାସ ଗୋଧୂଳି ପରି ଟିକେ ଫିକା ଦିଶୁଥିଲା ଖୁସୀର ମୁହଁ । ସେ ଜାଣେ, ଭଉଣୀର ଅନାବିଳ ସ୍ନେହ ସରାଗ ଆଗରେ, ପ୍ରେମିକାର ପ୍ରେମ ସବୁବେଳେ ଉର୍ଦ୍ଧରେ । ସ୍କୁଟିଟି ଧରି କ୍ଷୀପ୍ର ଗତିରେ ମାଡି ଚାଲିଥିଲା ଖୁସୀ । ଖୁସୀର ଖୁସୀକୁ ପଛ କାରରେ ଆସୁ ଥିବା ଇତି ଓ ଅସିତ ଦେଖୁଥିଲେ । ପ୍ରସସ୍ଥ ରାଜ ପଥରେ ଯିବା ଆସିବା କରୁଥିବା ଗାଡିର କଳା ଧୂଆଁରେ କ୍ରମଶଃ ଅସ୍ପଷ୍ଟ ଦେଖା ଯାଉଥିଲା ରାସ୍ତା । ଗୋଟିଏ ଟ୍ରକକୁ ଓଭର-ଟେକ କରି ଯାଉଥିବା ବେଳେ ଘସି ହେଇଗଲା ଟ୍ରକଟି ସ୍କୁଟିରେ । ଜୋରରେ ଭାଇ...କହି ରାସ୍ତା କଡକୁ ଛିଟିକି ପଡିଲା-ଖୁସୀ । ଲୋକ ମାନେ ଏ ଭଳି ଆକ୍ସିଡେଣ୍ଟ ଦେଖି ଆଖି ବନ୍ଦ କରିଦେଇଥିଲେ । ଲୋକାରଣ୍ୟକୁ ଠେଲି ଇତି ଓ ଅସିତ ଖୁସୀକୁ ତଳୁ ଉଠେଇ ନେଲେ । ଖୁସୀ,ପାଗେଳିଙ୍କ ଭଳି ପ୍ରଳାପ କରୁଥିଲା ଆଉ କହୁଥିଲା –ଆଜି ରଜପର୍ବରେ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଦେଖି ମୁଁ ଆଜି ବହୁତ ଖୁସୀ । ଭାଇ...ଭାଇ । ତୁମେ ମୋତେ କଥା ଦିଅନା ଇତି ମାଡାମକୁ ମୋ ଭାଉଜ କରି ଆମ ଘରକୁ କେବେ ଆଣିବ । ରକ୍ତସ୍ରାବରେ ୧୦୪ ଆମ୍ବୁଲାନ୍ସ ଭିଜି ଯାଇଥିଲା । ସିଟର ଗୋଟିଏ ପାଖରେ ବସି ତା ଉଲୁରା କେଶକୁ ସାଇତି ଇତି ଓ ଅସିତ କହୁଥିଲେ-ତୋର କିଛି ହେବନି-ଖୁସୀ । ତୋ ଖୁସୀକୁ ବାଣ୍ଟି ନେବାକୁ ଆମେ ପରା ତୋ ସାଥିରେ ଅଛୁ । ତୋର କିଛି ହେବନି ତୁ ଭଲ ହେଇଯିବୁ ।
ସେ ଦିନ ଖୁସୀର ଖୁସି ସମୟକୁ ଦୁଃଖ ଭାରି ଦେଇଥିଲା ସମସ୍ତଙ୍କ ମନରେ । ଖୁସୀ, ଡାକ୍ତରଖାନାର ଗୋଟିଏ ବେଡରେ ଶୋଇଥିଲା । ଡାକ୍ତର ଆସି ଲେଖି ଦେଇଗଲେ କିଛି ଔଷଧ ଓ ରକ୍ତ ନମୁନା ପରୀକ୍ଷା କରି ଅନ୍ତନ୍ତଃ ଦୁଇଟି ରକ୍ତ । ଇତି ଓ ଅସିତ ଦୁହେଁ ଚାହିଁ ରହି ଥିଲେ ପରସ୍ପରକୁ । ଇତି ଗୋଟିଏ ଓ ଅସିତ ଗୋଟିଏ ଲେଖା ତାଙ୍କ ଦେହରୁ ତାଜା ରକ୍ତ ଦେବାର ପ୍ରତିଶ୍ରୁତି ଦେଇ ଯାଇ ଥିଲେ ରକ୍ତ ଭଣ୍ଡାରକୁ । ସେଠାରେ ଯାଞ୍ଚ ହେବାରେ ଜଣା ଗଲା ଇତିର ରକ୍ତ ଦରକାର ହେବନି । କେବଳ ଅସିତ ରକ୍ତ ହିଁ ଖୁସୀ ପାଇଁ ଯଥେଷ୍ଟ ହେବ । ତେବେ ଇତିର ରକ୍ତ କ'ଣ ଦୂଷିତ ?
ସମସ୍ତେ ଚାହିଁ ରହିଥିଲେ ପରସ୍ପରକୁ । ହତାଶାରେ ଭାଙ୍ଗି ପଡିଥିଲେ ଇତି ଓ ଅସିତ ପରିବାର । ବେଶୀ ମର୍ମାହତ ହେଲେ ସଚଳା ଦେବୀ । ମାତୃ ହୃଦୟ ଦୁଃଖରେ ଭାଙ୍ଗି ପଡିଲା । ପୁଅ ର ଖୁସିରେ ସେ ଖୁସୀ । ହେଲେ, ଆଜି କାଲିର ରୋଗ ଯାହା ସେ କଥା ନ କହିବା ଭଲ । ଏଇ ପୁଅ ପାଇଁ ସେ ସବୁ କିଛି ତ୍ୟାଗ କରି ଦେଇଛନ୍ତି । ସେ ଯାହାକୁ ଆଉ କେଇଟା ଦିନ ପରେ ବୋହୁ କରି ନେବେ ସେ..... ?
ଝିଅ ପ୍ରତି ତାଙ୍କ ଦରଦ ଯେତିକି ଥିଲା ଭାବୀ ବୋହୁର ରକ୍ତ ଗତ ସମସ୍ୟା ନେଇ ସେତିକି ଭାରାକ୍ରାନ୍ତ ହେଲେ । ସେ' ଇତି କୁ ନେଇ ତାଙ୍କ ଭଙ୍ଗା ଅଗଣାର ତୁଳସୀ କରିବାର ସ୍ଵପ୍ନ ଯେମିତି ଭାଙ୍ଗି ଚୁରମାର ହେଇ ଯାଉଥିଲା । ଆଉ ସେ ଅଗଣାଟା ଯେମିତି ତାଙ୍କୁ ଅଟହାସ୍ୟ ପରି ଲାଗୁଥିଲା । ଡାକ୍ତର ଖାନାର ଗୋଟିଏ କୋଣରେ ପଡିଥିବା ଚେୟାରରେ ସେ ଯାଇ ବସି ପଡିଲା । ଅସିତ ଧାଇଁ ଆସି ମା' ପାଖରେ ବସି- କହିଲା, ବୋଉ ! ତୁ ଆଜି ଯେମିତି ଉଦାସୀ ଲାଗୁଛୁ କଣ ହେଇଛି । ଭୋ- ଭୋ ହୋଇ କାନ୍ଦି ଉଠିଲେ ସଚଳା ଦେବୀ । ଅସିତ ସେଦିନ ତାଙ୍କ ମା କାନ୍ଦିବାର ପ୍ରଥମ କରି ଦେଖୁଥିଲେ । ସେ ସହି ପାରିଲେ ନାହିଁ । ପଚାରିଲେ - ତୋର କଣ ହେଇଛି ବୋଉ । ଏମିତି କାନ୍ଦୁଛୁ କାହିଁକି ? ଆସିତର ମୁଣ୍ଡକୁ ଆଉଁସି ସଚଳା ଦେବୀ କହିଲେ- ମୁଁ ଅନେକ ସ୍ଵପ୍ନ ଦେଖିଥିଲି । ଇତିଶ୍ରୀ ମୋ କୂଳ ବଧୁ ହେବ । ହେଲେ ଆଜି ଯାହା ଶୁଣିଲି ତାହା କଣ ସତ ।
-ହଁ, ସତ । ହେଲେ ମୁଁ କଣ କରିବ ।
-ମାନେ !!!
-ସେ ରକ୍ତ ଦେଇ ପରୀକ୍ଷା କରୁଥିବା ବେଳେ ପ୍ରେଗନେସି ପଜିଟିଭି ବାହାରିଲା ଆଉ ନିୟମ ଅନୁସାରେ ସେ ରକ୍ତ ଦେଲେ ହୁଏତ ତାକୁ ଆନେମିଆ ହେଇପାରେ ?
-ତାହେଲେ ଇତିଶ୍ରୀ ର ରକ୍ତରେ ଶରତ ରାଜଙ୍କ ଉତ୍ତର ଦାୟାଦ ବାଢୁଛି । ଭାବ ବିହ୍ଵଳ ହୋଇ ପଡିଥିବା ଅବସ୍ଥାରେ । ଡାକ୍ତର ଆସି କହିଲେ -ଖୁସୀ ବିପଦମୁକ୍ତ କାଲି ତାଙ୍କୁ ନେଇଯିବ । ମୁଁ ଡିଶ୍ଚାର୍ଜ ରିପୋର୍ଟ ରେଡି କରୁଛି ।
ସଚଳା ଦେବୀ ଖୁସିରେ ପୁଅ ଆସିତକୁ ଧରି ଆନଦରେ ନାଚି ଉଠୁଥିବା ବେଳେ ଇତି ଦୁଆରରେ ଠିଆ ହେଇ ଅଭିମାନରେ କହୁଥିଲା- ମୁଁ ....?
ଦୁଇଜଣଙ୍କ ମୁଣ୍ଡକୁ ଦୁଇପଟୁ କୋଳରେ ଧରି ଥିଲେ ସଚଳା ଦେବୀ । ଆଉ ମାନେ ପଡିଯାଉଥିଲା ଯେମିତି ସେ ନିଜ ଭାବି ବୋହୁକୁ ନୁହେଁ ନିଜ ଝିଅକୁ ଓ ପୁଅକୁ କୋଳରେ ଧରି ଅତୀତର ମନ ବୁଝେଇବାକୁ ଗୀତଟି ଗୁଣୁ ଗୁଣୁ ହେଇ ଗାଉଛନ୍ତି । ଧୋ-ରେ ବାଇଆ ଧୋ......
ଖୁସୀ ବେଡରୁ ଉଠି ଆସି ନିଜ ମୋବାଇଲରେ ଏଇ ଆତ୍ମହରା ଭାବ ବିହ୍ଵଳ ଦୃଶ୍ୟର ସ୍ନାପ ଉଠାଉ ଥିଲା । ତାକୁ ଦେଖି ସମସ୍ତେ କହୁଥିଲେ - ସତରେ ! ଖୁସୀର ଏ ଦୁଃଖ ସମୟଟା ସମସ୍ତଙ୍କ ପାଇଁ ଖୁସି ବାଣ୍ଟି ଦେଲା । ଆମ ଖୁସୀ, ବଡ ଭାଗ୍ୟବତୀ ।
ରଜ ସଂକ୍ରାନ୍ତି ର ରଜ ପର୍ବ ଏତେ ଖୁସି ଭରି ଦେବ ବୋଲି କେହି ଭାବି ନ ଥିଲେ । ବାସ୍ତବରେ ସେମାନେ ସେଇ ରଜ-ପର୍ବକୁ ଖୁସୀର ଖୁସି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।