ABADHOOT PANDA

Abstract

3  

ABADHOOT PANDA

Abstract

ଖିଲିପାନ ଆଉ ନିଶା

ଖିଲିପାନ ଆଉ ନିଶା

2 mins
191


   

ଖିଲି ପାନ ହଜମ କ୍ରିୟାରେ ସାହାଯ୍ୟ କରିବା ସହିତ କାମୋଦ୍ଦୀପନା ମନରେ ଜାଗ୍ରତ କରିଥାଏ l କିନ୍ତ ରାସାୟନିକ ଜର୍ଦ୍ଦା ମିଶା ପାନ ନୁହେଁ l ମୋତିଚୁର ପାନମଧୁରୀ ଫାଳ ଧନିଆ ଆଣି ଘରେ ଭାଜି ହାତରେଦଳି ଗୁଣ୍ଡି କରାଯାଇ ଚୁନିଆ ପାନ ପତ୍ରରେ ଗୁଆ କେତକୀ ଖଇର

ପକାଇ ଖିଲ ମୋଡ଼ାଯାଏ l ଆବଶ୍ୟକ ସ୍ଥଳେ ପାନ ଖିଲ ଉପରେଵିନ୍ଦୁଏ ଚୁଆ ମରାଯାଇ ମିଠା ମସଲା ଗୁଜୁରାତି ଯାଇଫଳ ଆଦି ଦରକାର ମୁତାବକ ମିଶା ଯାଏ l ଫଳରେ ଉକ୍ତ ସୁଆଦିଆ

ଖିଲିପାନ ଚୋବାଇଲେ ପାଟି ସୁଗନ୍ଧ ଯୁକ୍ତ ଏବଂ ମନ ଆନନ୍ଦ ଯୁକ୍ତ ହୋଇଥାଏ l ସାଧା ପାନ ଖିଆ ନର ନାରୀ ଯୁବକ ଯୁବତୀ ମାନେ

ବିଡ଼ିଆ କିମ୍ବା କମ ଚୂନ ଦିଆ ପାନ ଖାଇଥାନ୍ତି l ନିଜର ଇଚ୍ଛା ଅନୁସାରେ ଲୋକେ ପାନ ଖାଇବା ଉଚିତ l ଉତ୍କଳର ସୌଖିନ ମୁଖବାସ ହେଉଛି ପାନ l ମାତ୍ର ଛାତ୍ର ଛାତ୍ରୀ ବା କମ ବୟସର ପିଲାଏ ଅଧୟନ କାଳରେ ପାନ ଖାଇବା ଅନୁଚିତ l


ସୁରାସାର ଗୋଟାଏ ଛୋଟ ପେଗ କିମ୍ବା ବଡ଼ ପେଗ, ବିଶେଷତଃ ଆମିଷ ଭକ୍ଷଣ ପରେ, ସେବନ କଲେ ଖାଦ୍ୟ ବିଷ ହରଣ କରେ l

ମାତ୍ର ପିଲାମାନେ ଓ ଛାତ୍ର ଛାତ୍ରୀମାନେ ଆ ଠାରୁ ଦୂରରେ ରହିଲେ ଭଲ l କାଗିଜି ଲେମ୍ବୁ ରସ ଓ ଉଷୁମ ପାଣି ମିଶ୍ରଣ ପାନ କଲେ ମଧ୍ୟ ଖାଇବା ପରେ ଖାଦ୍ୟ ବିଷ ହରଣ କରେ l


ଭାଙ୍ଗ ସେବନ ପେଟ ପାଇଁ ଭଲ l କିନ୍ତୁ କେବଳ ଖରାଦିନେ ସର୍ବତରେ ମିଶେଇ ପିଇବା ବିଧେୟ l ପରିମାଣ ଗୋଟିଏ ଛୋଟ କାଚ ଗୁଳି ଯେତିକି l ପିଲାମାନେ ଓ ଛାତ୍ର ଛାତ୍ରୀ ମାନେ ନ ପିଇବା ଉଚିତ l


ସାଧୁ ସନ୍ୟାସୀ ଗଞ୍ଜେଇ ଟାଣନ୍ତି l ମନର ଏକାଗ୍ରତା ଆସେ l ଏଥିରେ ବିଭିନ୍ନ ମସଲା ପକାଇ ମଧ୍ୟ ଖାଇ ଟାଣିଥାନ୍ତି l ମସ୍ତିଷ୍କ ଶିଥିଳ କାରକ l ସର୍ବଦା ଚିଲମ ତଳେ ଛାପି ଦେଇ ଟାଣିବା ଉଚିତ l କିନ୍ତୁ ପିଲାମାନେ ଓ ଛାତ୍ର ଛାତ୍ରୀ ଆଦୌ ଟାଣିବା ଉଚିତ ନୁହଁ l ଯେଉଁମାନେ ଗଞ୍ଜେଇ ସେବନ କରନ୍ତି ସେମାନଙ୍କ ନିମିତ୍ତ ସାତ୍ଵିକ ଆହାର ଉପଯୁକ୍ତ l ସଂଯମ ରହିତ ଅତ୍ୟଧିକ ସେବନ ଯୋଗୁଁ ଅର୍ଜିତ ଏହାର ନକାରାତ୍ମକ ପ୍ରଭାବ ମଣିଷର ନିଷ୍ପତ୍ତି କରିବା ସାମର୍ଥ୍ୟକୁ ନଷ୍ଟ କରିଦିଏ l


ଡ୍ରଗ୍ ସେବନ ସର୍ବାଦୌ ବର୍ଜନୀୟ l କାରଣ ମଣିଷର ମନୁଷ୍ୟତ୍ୱ ହରଣ କରି ଜୀର୍ଣ୍ଣ ଶୀର୍ଣ୍ଣ କରି ଅତି ଶୀଘ୍ର ମଶାଣିକୁ ଟାଣିନିଏ l


ଈଶ୍ବର ସୃଷ୍ଟ ପୃଥିବୀରେ ଅନେକ ନିଶାଦ୍ରବ୍ୟର ବ୍ୟବହାର ହୁଏ l ସବୁ ନିଶା ଦ୍ରବ୍ୟର ବିଷଦ ବ୍ୟାଖ୍ୟା କରିବା ଆଦୌ ସମ୍ଭବ ନୁହେଁ l ଚିକିତ୍ସା କ୍ଷେତ୍ରରେ ବି ଏହାର ଭୂମିକା କିଛି କମ ନୁହେଁ l ମଣିଷ ଅବସର ବିନୋଦନ ବା ମେଳା ମହୋତ୍ସବ ଇତ୍ୟାଦିରେ ବ୍ୟବହାର କରିଥାଏ l ସୁତରାଂ କୌଣସି ନିର୍ଦିଷ୍ଟ ଅବସରରେ ନିଶା ଦ୍ରବ୍ୟ ସେବନ କ୍ଷତିକାରକ ନୁହେଁ l ମାତ୍ର ନିଶା ଦ୍ରବ୍ୟଗୁଡିକର ବଶୀଭୂତ ହୋଇଯିବା ସମ୍ପୂର୍ଣ୍ଣ କ୍ଷତି କାରକ l ଦୁନିଆଁରେ ପ୍ରତ୍ୟେକ ପ୍ରାକୃତିକ ଓ କୃତ୍ରିମ ଦ୍ରବ୍ୟଗୁଡ଼ିକର ମହତ୍ତ୍ୱ ରହିଛି l ନିଶାଦ୍ରବ୍ୟର ମଧ୍ୟ ମହତ୍ତ୍ୱ ଅଛି l ସେଗୁଡ଼ିକର ଆକସ୍ମିକ କିମ୍ବା ଅଭ୍ୟାସଗତ ସେବନ, ଯାହା ବି ହେଉ, ମାନବ ଶରୀର ଓ ମନ ଉପରେ ପ୍ରଭାବ ବିସ୍ତାର କରିଥାଏ l ସୁତରାଂ ଏହାର ସସୀମ ବ୍ୟବହାର କରିବା ପ୍ରତ୍ୟେକ ମାନବର କର୍ତ୍ତବ୍ୟ l ବିପରୀତ ପକ୍ଷେ ଏହାର ସୀମାହୀନ ବ୍ୟବହାର ମାନବ ସମାଜର ନୈତିକ ଅଧପତନ କରିବା ସହିତ ଏତେ ସୁନ୍ଦର ମାନବ ସମାଜକୁ ବିନାଶମୂଳକ ପରିସର ମଧ୍ୟକୁ ଟାଣି ନିଏ l



Rate this content
Log in

Similar oriya story from Abstract