STORYMIRROR

Pratikshya Das

Abstract Horror Crime

3  

Pratikshya Das

Abstract Horror Crime

ଖବରକାଗଜ ଭୟାନକ ଚିତ୍ର

ଖବରକାଗଜ ଭୟାନକ ଚିତ୍ର

3 mins
156

ଏହି କାହାଣୀ ଟି ମୋର ଖରା ଦିନ ଛୁଟି ରେ ନିଜ ଗାଁର ପଡୋଶୀରେ ଘଟିଥିଲା , ମୁଁ ଏହି କାହାଣୀଟି ଆପଣମାନଙ୍କ ସାଙ୍ଗରେ ସେୟାର କରିବାକୁ ଚାହୁଥିଲି ବୋଲି ଲେଖୁଛି । 

ପ୍ରତିଦିନ ଦୁନିଆରେ ବହୁତ ଖବରକାଗଜ ଛପେ l ଖବରକାଗଜଵାଲା ସବୁଦିନ ଆସି ଖବରକାଗଜ ଦେଇ କି ଯାଏ l

ସୁବୁ ଦିନ ଭଳି ଆଜି ମଧ୍ୟ ଖବରକାଗଜଵାଲା ଆସି ଖବରକାଗଜ ଦେଇ କି ଗଲା l ସିମିର ଆଜି ସ୍କୁଲ ଛୁଟି ଥିଲା l ଆଜି ସିଏ ଘରେ ଥିଲା l ଆଉ ଆଜି ତାର କିଛି ଘରୋଇପାଠ ଦିଆ ହୋଇନଥିଲା l ସିଏ ଆଜି ଖାଲି ମଜା କରୁଥିଲା, କାରଣ ତା ପାପା ଘରେ ନଥିଲେ ଆଉ ତା ପାପା ଆସିଲେ ସିଏ ରାତିରେ ପାଠ ପଢିବ l ଆଜି ସକାଳୁ ସକାଳୁ ଆସିଗଲା ଖବରକାଗଜଵାଲା ସିମି ର ଜେଜେବାପା ଗଲେ ଆଉ ଫାଟକ ପାଖରେ ଆସି ଖବରକାଗଜଵାଲା ଆସି ଖବରକାଗଜ ଦେଇ କି ଗଲା l ସିମି ଜେଜେବାପାଙ୍କ ପାଖକୁ ଗଲା ଆଉ ତାଙ୍କ ପାଖରେ ବସିଗଲା l ସିମି ର ଜେଜେବାପା ଗାଁ ର ସବୁ କାମ ସମ୍ଭାଳୁଥିଲେ ସେଥିପାଇଁ ତାଙ୍କୁ ଗାଁ ରେ ବୁଢା ସାର କହି ଡାକୁଥିଲେ ଗାଁ ଲୋକ ମାନେ l ସିମି ଶୁଣି କି ତା ଜେଜେବାପାକୁ ବୁଢା ସାର ନହେଲେ ଜେଜେ କହିଁକି ଡାକେ l ସିମି ତା ଜେଜେବାପାଙ୍କୁ ପଚାରିଲା -ଜେଜେ ବାପା, ଖବରକାଗଜରେ କାହିଁକି ଚିତ୍ର ବନେଇବା ପାଇଁକି ଜାଗା ଛାଡ଼ନ୍ତିନି? ବୁଢା ସାର କହିଲେ -ଆରେ ସିମି, ଖବରକାଗଜରେ ଖାଲି ନ୍ୟୁଜ ଆସେ l

ସିମି ର ଜେଜେବାପା ଗଲା ପରେ ସିମି ଖବରକାଗଜରେ ଚିତ୍ର ବନେଇବାକୁ ଲାଗିଲା l ଆଉ ପଳାଇଲା l ତାପରଦିନ ସିଏ ଯୋଉ ଚିତ୍ର ବନେଇଥିଲା ସେଇ ଚିତ୍ର ସବୁ ଆଡେ ବନି ଯାଇଁ ଥିଲା l ସିମି ଡରିଗଲା l ସିଏ ଯେତେବେଳେ ଖବରକାଗଜକୁ ଦେଖିଲା ଚିତ୍ର କଥା କହୁଥିଲା l ଚିତ୍ରରେ ସିମି ଗୋଟେ ମା ଆଉ ଛୁଆ କରିଥିଲା l

ଚିତ୍ର ରେ ମା କହିଲା -ସିମି.... ସିମି...

ସିମି ପୁରା ଡ଼ରିକି କହିଲା -ତମେ କଥା କେମିତି କହୁଛ, ତମେ ତ ଗୋଟେ ଚିତ୍ର?

ଚିତ୍ର ରେ ମା କହିଲା - ଶୁଣ ସିମି...ତୁ ଜଣେ ମା ଆଉ ଛୁଆ ର ଚିତ୍ର ବନେଇଛୁ, ତମ ଘର ପାଖରେ ଯୋଉ ଘରେ ମିଶ୍ର ଅଙ୍କଲ ତୋର ରହୁଥିଲେ ସିଏ ତାଙ୍କ ସ୍ତ୍ରୀ ଆଉ ଛୁଆକୁ ମାରିଦେଇଛନ୍ତି l

ସିମି କହିଲା - ମିଶ୍ର ଅଙ୍କଲଙ୍କ ସ୍ତ୍ରୀ ଆଉ ଝିଅଙ୍କର ତ କାଲି ଗାଡି ଧକା ହୋଇଯାଇଥିଲା, ସିଏ କେମିତି ମାରିବେ?

ଚିତ୍ରରେ ଛୁଆ ତା କହିଲା - ସିମି ଦିଦି, ପାପା ମତେ ଆଉ ମାମାଙ୍କୁ ମାରିଦେଇଛନ୍ତି l

ଝିଅ ଟିର ସ୍ୱର ଶୁଣି ସିମିର ସ୍ୱପ୍ନାର ମନେ ପଡିଲା ତାର ସ୍ୱର ଆଉ ଚିତ୍ରରେ ଝିଅ ଟିର ସ୍ୱର ସମାନ ଥିଲା l

ସିମି କହିଲା -ସ୍ୱପ୍ନା ତୁ..... ତୁ ତ କାଲି ଗାଡି ଧକା ହେଜାଇଥିଲୁ l

ସ୍ୱପ୍ନା କହିଲା - ଦିଦି ମୋର ଆତ୍ମା ଆଉ ମୋ ମାମା ର ଆତ୍ମା ଏଇ ଚିତ୍ରରେ ରହିଯାଇଛି l

ଚିତ୍ର ରେ ମା କହିଲା - ଆମର କାଲି ମୃତ୍ୟୁ ହୋଇଥିଲା ସେଥି ପାଇଁ ଆମ ଆତ୍ମା ତୋର ବନି ଥିବା ଚିତ୍ରରେ ଆସିଗଲା କାରଣ ତୁ ଗୋଟେ ମା ଆଉ ଛୁଆର ଚିତ୍ର କରିଥିଲୁ ଆଉ ମୁଁ ଆଉ ମୋ ଝିଅ ସେଇ ଚିତ୍ରରେ ପସିଗଲୁ l ତୋର ମିଶ୍ର ଅଙ୍କଲ .. ଆମକୁ ପଇସା ଲୋଭରେ ମାରି ଦେଇଛନ୍ତି l ଆମ ଘରେ ବହୁତ ଧନ ସମ୍ପତି ଅଛି, ମୋ ନାରେ ଯେମିତି ସମ୍ପତି ନ ହୋଉ ସିଏ ମୋର ଗାଡି ଧକା କରିଦେଲେ ଆଉ ଦୁର୍ଭାଗ୍ୟରେ ଗାଡିରେ ସ୍ୱପ୍ନା ବି ଥିଲା ଆଉ ସିଏ ବି ମୋ ସାଙ୍ଗରେ ମରିଗଲା l

ସିମି କହିଲା -ମତେ ବହୁତ ଦୟା ଆସୁଛି ଆପଣମାନଙ୍କ  ଉପରେ,  ମୁଁ କଣ କରି ପାରିବି ଆପଣମାନଙ୍କ ପାଇଁ ଆଣ୍ଟି ଆଉ ସିମି l

ଚିତ୍ରରେ ମା କହିଲା - ତୁ ସମସ୍ତଙ୍କୁ ସତ କହିଦେ ଆଉ ତୋର ମିଶ୍ର ଅଙ୍କଲର ସବୁ ସତ କଥା ପୋଲିସଙ୍କୁ କହିଦେ ସିମି l

ସିମି କହିଲା - ହେଲେ ମୋ ପାଖରେ କିଛି ପ୍ରମାଣ ନାହିଁ l

ଚିତ୍ର ରେ ତା ଆଣ୍ଟି କହିଲେ -ପ୍ରମାଣ ଆମ ଘର ଆଲମାରୀ ରେ ଅଛି ସବୁ property ର କାଗଜ ସେଠି ଅଛି l

 ସିମି ଗଲା ଲୁଚିକି ତାର ମିଶ୍ର ଅଙ୍କଲ ଘରକୁ ଆଉ ଆଲମାରୀ ରୁ property ର କାଗଜ ସବୁ ନେଇ ଆସି ତାର ମାମା ଆଉ ଜେଜେବାପାଙ୍କୁ ଦେଖେଇଲା ଆଉ ସମସ୍ତେ ପୋଲିସଙ୍କୁ ଯାଇଁ ସବୁ କଥା କହିଲେ ଆଉ ମିଶ୍ର ଅଙ୍କଲ ଜେଲ ଗଲେ l ସ୍ୱପ୍ନା ଆଉ ଆଣ୍ଟି ଙ୍କୁ ଯାଇଁ ସିମି ର ପରିବାର ଲୋକ ଦେଖିଲେ ଚିତ୍ରରେ,  ତାଙ୍କ ସାଙ୍ଗରେ ଯାହା ସବୁ ଘଟିଛି ସେଥି ପାଇଁ କ୍ଷମା ମାଗିଲେ l ସ୍ୱପ୍ନା ଆଉ ତାର ମା ର ଆତ୍ମାକୁ ଶାନ୍ତି ମିଳିଲା l

ସମାପ୍ତ ...

                  


Rate this content
Log in

Similar oriya story from Abstract