ଗୋଟିଏ ଝିଅର ଭୟାନକ ସ୍ୱପ୍ନ
ଗୋଟିଏ ଝିଅର ଭୟାନକ ସ୍ୱପ୍ନ
ମୀନାକ୍ଷୀ ନାମରେ ଜଣେ ବହୁତ ସୁନ୍ଦର ଝିଅଟିଏ ଥିଲା l ତାକୁ ନାଚିବାକୁ ବହୁତ ଭଲ ଲାଗେ l ସିଏ ପ୍ରତିଦିନ ସକାଳୁ ଉଠେ ଆଉ କିଛି ସମୟ ବ୍ୟୟାମ କରି କଲେଜକୁ ବାହାରି ଯାଏl ଘରକୁ ଆସି ଖାଇ ପିଇ ପୁଣି ନାଚ ପାଇଁ ବାହାରି ଯାଏl
ସବୁ ଦିନ ଭଳିଆ ଅଜି ବି ମୀନାକ୍ଷୀ ସକାଳୁ ଉଠିଲା, ବ୍ୟୟାମ କଲା, କଲେଜ ବାହାରିଲା, ଘରକୁ ଆସିଲା, ଖାଇ ପିଇ ନାଚ ସ୍କୁଲକୁ ବାହାରିଲା, ତାର ପାପା ସାଙ୍ଗରେ ତାର ନାଚ ସ୍କୁଲକୁ ବାହାରିଗଲା l କାରଣ ଅଜି ତାଙ୍କ ସ୍କୁଲରେ ପ୍ରତିଯୋଗିତା ଥିଲା ଆଉ ମୀନାକ୍ଷୀ ମଧ୍ୟ ସେଇ ଥିରେ ଭାଗ ନେଇ ଥିଲା l ସିଏ ପୁରା ସଜ ବାଜ ହୋଇ ନାଚ ପାଇଁ ଭାରି ଗଲା ତରତରରେ ତାର ଗୋଟେ ପାଉଞ୍ଜି ତା ଗୋଡରୁ ଖସିପଡିଲା ଆଉ ମୀନାକ୍ଷୀ ତା ଗୋଡ ଉପରେ ଆଉ ଧ୍ୟାନ ନ ଦେଇ କେମିତି ଶୀଘ୍ର ଯାଇଁ ପହଞ୍ଚିବ ସେୟା ଭାବୁଥାଏ l ସିଏ ତାର ପାପା ସହିତ ଯାଇଥାନ୍ତା ତାର ନାଚ ସ୍କୁଲ ପାଇଁ କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଗାଡିର ତେଲ ସରିଯାଇଥିଲା ଆଉ ତାଙ୍କର ଅନ୍ୟ କିଛି ଗାଡି ବି ନଥିଲା l
ମୀନାକ୍ଷୀର ପାପା - ଆରେ ମା, ମୀନା ଗାଡିରେ ତେଲ ସରିଯାଇଛି ଏବେ ମୁଁ ତତେ କେମିତି ନେବି ଏବେ ତ ଅଟୋ ରିକ୍ସା ବି ଚାଲୁନି l
ମୀନାକ୍ଷୀ -ଏଟା କଣ ହେଇଗଲା ପାପା.. ohh ଏବେ ଆମେ କଣ କରିବା?
(କିଛି ସମୟ ପରେ ମୀନାକ୍ଷୀ ତାର ପାପାକୁ କହିଲା.. )
ମୀନାକ୍ଷୀ -ପାପା ଗୋଟେ କାମ କରିବା ମୋର ଡେରି ହେଲାଣି ମୁଁ ଚାଲି ଚାଲି ଯାଉଛି ହେଲା l
ମୀନାକ୍ଷୀର ପାପା -ହେଲେ ମାଆ ତୁ ଏକା ଯିବୁ ନା ମୁଁ ବି ଯାଉଛି ଚାଲି ଚାଲି କି ତୋ ସାଙ୍ଗରେ l
ମୀନାକ୍ଷୀ -ପାପା ତମେ ଯାଅ ଗାଡିରେ ତେଲ ପକେଇବ, ପାଖରେ ତ ଅଛି ନାଚ ସ୍କୁଲ ମୁଁ ଚାଲି ଚାଲି କି ଯାଉଛି l
ମୀନାକ୍ଷୀର ପାପା - ଠିକ ଅଛିରେ ମା ଯାହା ତତେ ଭଲ ଲାଗିବ ତୁ କର.... ମୁଁ ଯାଉଛି l
ମୀନାକ୍ଷୀ -bye ପାପା
ମୀନାକ୍ଷୀର ପାପା -bye ମୀନାକ୍ଷୀ *** best of luck ***
ମୀନାକ୍ଷୀ -*** Thank you papa ***
ତାପରେ ମୀନାକ୍ଷୀ ଚାଲି ବାକୁ ଲାଗିଲା ଆଉ କିଛି ବାଟ ମାତ୍ର ଥିଲା ତାର ନାଚ ସ୍କୁଲକୁ ପହଂଚିବା ପାଇଁ l ତାକୁ ଲାଗୁଥିଲା କି କେହି ତାର ପଛ ପଛେ ଚାଲୁଥିଲା, ରାସ୍ତା ଖରାବେଳେ ସବୁ ଖାଲି ଥିଲା l ସିଏ ଯତେବେଳେ ପଛକୁ ବୁଲେ ତ କେହି ନଥାନ୍ତି ତାକୁ ଡର ଲାଗିବାକୁ ଲାଗିଲାଣି କିନ୍ତୁ ସିଏ ତାର ମନେ ମନେ କହିଲା ଆରେ ମତେ ଆ ଉପରେ ଏତେ ଧ୍ୟାନ ଦେବା ଦରକାର ନାହିଁ, କହି ତାର ମନ ବଦଳାଇଦେଲା l କିନ୍ତୁ ତାକୁ ଏବେ ବି ଅଡୁଆ ଅଡୁଆ ଲାଗୁଥିଲା l ସିଏ ଯେତେବେଳେ ପଛକୁ ଦେଖିଲା ତାକୁ କିଛି ଝିଅପିଲା ଟେକିକି ଜଙ୍ଗଲକୁ ନେଇ ଗଲେ l ମୀନାକ୍ଷୀ ଦେଖିଲା ସମସ୍ତେ ତାର ନାଚ ସ୍କୁଲର ଝିଅ ପିଲା ସିଏ ସେମାନଙ୍କୁ ପଚାରିଲା :-
ମୀନାକ୍ଷୀ -ତମେ ମାନେ ମତେ ଏଠିକି କାହିଁକି ଆଣିଛ?
ଜଣେ ଝିଅ କହିଲା -ତୁ କଣ ଭାବୁଚୁ ତୁ ନାଚରେ first ହେଇ ଯିବୁ ଆଉ ଆମେ ଖାଲି ତାଳି ବଜାଇବୁ ହା ହା...
ମୀନାକ୍ଷୀ -ତାହେଲେ କଣ ତମେ ମାନେ ମୋ ସାଙ୍ଗରେ ଏୟା କରିବ?
ଜଣେ ଝିଅ କହିଲା -ଆରେ ଆରେ ଟୋକିର ନାଚିବାର ବହୁତ ଇଚ୍ଛା ଅଛି....ହା ହା
ମୀନାକ୍ଷୀ -ଇଏ ତମେ କଣ କହୁଛ l ଦେଖିବ ମୁଁ ଭୂତ ହେଇକି ତମକୁ କେମିତି ଡରେଇବି l
ସବୁ ଝିଅ ହସିବକୁ ଲାଗିଲେ...
ଜଣେ ଝିଅ କହିଲା -ଆଉ ମୀନାକ୍ଷୀ ମାଡାମ ଉପରକୁ ଯିବା ପାଇଁ ପ୍ରସ୍ତୁତ ତ ସେଠି ଯେତେ ପାରିବୁ ନାଚିବୁ l
ଜଣେ ଝିଅ ତା ପେଟରେ ଛୁରୀ ପସେଇବାକୁ ଯାଉଥିଲା ଆଉ ମୀନାକ୍ଷୀ କହିଲା ମୋର ଶେଷ ଇଚ୍ଛା ଗୋଟେ ଅଛି ତମେ ମାନେ ପୁରା କରିବାକୁ ଦେବ କି?
ସବୁ ଝିଅ କିଛି ସମୟ ପରେ କହିଲେ ଠିକ ଅଛି କଣ ଅଛି କହ କିନ୍ତୁ, ଏଠୁ ଛାଡ଼ିବାର ଇଚ୍ଛା ମାଗିବୁନି ବୁଝିଲୁ l
ମୀନାକ୍ଷୀ କହିଲା -ମୁଁ ଶେଷ ଥର ପାଇଁ ନାଚି 0ବାକୁ ଚାହେଁ l
ସେମାନେ କହିଲେ ଠିକ ଅଛି ନାଚେ l ମୀନାକ୍ଷୀ ନାଚିବାକୁ ଲାଗିଲା.. ନାଚି ସାରିଲା ପରେ ଜଣେ ଝିଅ କହିଲା ଗୋଟେ ପାଉଜି ପିନ୍ଧି କି ବି ତୁ ଭଲ ନାଚୁଚୁ ମୀନାକ୍ଷୀ l ମୀନାକ୍ଷୀ କହିଲା ଗୋଟେ ପାଉଜି ସିଏ ତାର ପାଦକୁ ଅନେଇଲା l ଠିକ ଅଛି ମୀନାକ୍ଷୀ ତୋର ଶେଷ ଇଚ୍ଛା ପୁରା ହେଇଗଲା ଏବେ ମରିବାକୁ ପ୍ରସ୍ତୁତ ତ? ଏହା କହି ସେଇ ଝିଅ ମୀନାକ୍ଷୀର ପେଟରେ ଛୁରୀ ଭୁସିବାକୁ ଯାଉଥିଲା ଯେ...
ମୀନାକ୍ଷୀ ନିଦରୁ ଚିଲେଇ ଉଠିଲା ତାର ମାମା ପାପା ଦୋୖଡିକି ଆସିଲେ ଆଉ ପଚାରିଲେ କଣ ହେଛି କିରେ ତୁ କିଛି ଖରାବ ସ୍ୱପ୍ନ ଦେଖିଚୁ କି?
ମୀନାକ୍ଷୀ ଡ଼ରିକି କହିଲା - ସେମାନେ ମତେ ମାରିଦେବେ, ସେମାନେ ମତେ ମାରିଦେବେ l
ତାର ମାମା କହିଲେ - କୋଉ ମାନେ ମୀନାକ୍ଷୀ ଏଠି ତ କେହି ନାହାନ୍ତି lତୁ ନିଶ୍ଚୟ କିଛି ଖରାପ ସ୍ୱପ୍ନ ଦେଖିଚୁ l
ତାପରେ ସେମାନେ ମୀନାକ୍ଷୀକୁ ପାଣି ଦେଲେ ଆଉ ମୀନାକ୍ଷୀ ସବୁ କଥା କହିଲା.. ତାର ମାମା ପାପା କହିଲେ ତୁ ବେଶି ନାଚ ଉପରେ ଧ୍ୟାନ ଦଉଚୁ ସେଥି ପାଇଁ ତୋର ଏମିତି ସ୍ୱପ୍ନ ଆସୁଛି ମୀନାକ୍ଷୀ l
ମୀନାକ୍ଷୀ ସେଇ ଦିନ ଠାରୁ ନାଚ କମ କରୁଛି ଆଉ ପାଠ ବେଶି ପଢୁଛି l

