STORYMIRROR

Pratikshya Das

Children Stories Drama Horror

2  

Pratikshya Das

Children Stories Drama Horror

ବୁଢା ର ଡର

ବୁଢା ର ଡର

2 mins
102

ଏହି କାହାଣୀଟି ଖରା ଦିନ ଛୁଟି ରେ ଘଟି ଥିଲ୍ । ଗୋଟିଏ ଦିନର କଥା, ଗୋଟେ ବୁଢା ଲୋକ ତା ପରିବାର ଲୋକଙ୍କ ସଙ୍ଗେରେ ଗାଁରେ ରହୁଥିଲା l ସିଏ ପ୍ରତିଦିନ ସକାଳ ପାଞ୍ଚଟାରେ ତାଙ୍କ ଘର ପଛପଟ ବାଡ଼ିରେ ବୁଲିବାକୁ ଯାଏ l ଦିନେ ସିଏ ତାଙ୍କ ବାଡ଼ି ପଛପଟେ ବାଡ଼ିକୁ ବୁଲି ବାକୁ ଗଲା ସକାଳ ପାଞ୍ଚଟାରେ ତାକୁ ଗୋଟେ ଛୁଆର କାନ୍ଦ ଶବ୍ଦ ଶୁଭିଲା ସିଏ ଯେତେବେଳେ ଦେଖିଲା କି ତା ଆଖ ପାଖରେ କେହି ନାହାନ୍ତି ରାସ୍ତା ସକାଳୁ ସକାଳୁ ଖାଲି ଅଛି l

ସିଏ ଡରିଗଲା ଆଉ ଘର ଭିତରୁକୁ ପଳାଇଗଲା l ତା ପରଦିନ ସିଏ ପୁଣି ସକାଳ ପାଞ୍ଚଟାରେ ଉଠିଲା ଆଉ ବାଡ଼ିକୁ ଗଲା ଆଉ ପୁଣି ସେଇ ଛୁଆର କାନ୍ଦ ଶବ୍ଦ ଶୁଣିଲା ସେଇ କାନ୍ଦ ଶବ୍ଦଟା ଗୋଟେ ଲମ୍ବା ନଡ଼ିଆ ଗଛରୁ ଶୁଭୁଥିଲା, ସିଏ ଭାବିଲା ବୋଧେ ସେଇ ନଡ଼ିଆ ଗଛ ତଳେ କେହି ଜଣେ ମା ତା ଛୁଆକୁ ମାରିକି ତା ତଳେ ପୋତି ଦେଇଛି ସିଏ ଡ଼ରିକି ତାଙ୍କ ଘର ଭିତରୁକୁ ଗଲା ଆଉ ସବୁ ଘର ଲୋକଙ୍କୁ ସବୁ କଥା କହିଲା ଆଉ କେହି ତା କଥାକୁ ବିଶ୍ୱାସ କଲେ ନାହିଁ l ସମସ୍ତେ ତା ପରଦିନ ସେଇ ନଡ଼ିଆ ଗଛ ପାଖକୁ ଗଲେ ଠିକ ସକାଳ ୫ ଟାରେ ତାଙ୍କୁ ମଧ୍ୟ ସେଇ କାନ୍ଦ ଶବ୍ଦ ନଡ଼ିଆ ଗଛରୁ ଶୁଭିଲା ଆଉ ତାପରେ ସମସ୍ତେ ବୁଢା ଲୋକ ଉପରେ ବିଶ୍ୱାସ କଲେ ଆଉ ବହୁତ ତାନ୍ତ୍ରିକ ଆଉ ସାଧୁଙ୍କୁ ଡାକି ପୂଜା ପାଠ କଲେ ଆଉ ତଥାବି ସେଇ ଛୁଆର କାନ୍ଦ ଶୁଭିବା ବନ୍ଦ ହେଲା ନାହିଁ l ଶେଷରେ ସେମାନେ ଭାବିଲେ ଚାଲ ସେଇ ନଡ଼ିଆ ଗଛକୁ କାଟି ଦେବା l ସେମାନେ ଯେତେବେଳେ ନଡ଼ିଆ ଗଛ କାଟିଲେ ନଡ଼ିଆ ଗଛରୁ ଗୋଟେ ଫୋନ ଭାରିଲା ସେଇ ଫୋନଟାରେ ସକାଳ ୫ ଟାରେ ଗୋଟେ ଆଲାରାମ ଦିଆ ହୋଇଥିଲା l ସେମାନେ ଭାବିଲେ ତାଙ୍କ ଘରକୁ ଗୋଟେ ଲୋକ ନଡ଼ିଆ କାଟିବା ପାଇଁ ଆସିଥିଲା ସେମାନେ ଭାବିଲେ ବୋଧେ ତା ଫୋନ ହୋଇଥିବ l ସେଇ ନଡିଆ କାଟୁଥିବା ଵାଲାକୁ ଡକା ଗଲା ସିଏ ସେଇ ଫୋନ ଦେଖି ବହୁତ ଖୁସି ହୋଇ ଗଲା କାରଣ ସେଇ ନଡ଼ିଆ ଗଛରୁ ପଡ଼ିଥିବା ଫୋନଟା ତାରି ଥିଲା l

ବୁଢା ଲୋକଟା ଶାନ୍ତିରେ ନିଶ୍ୱାସ ମାଇଲl ଆଉ ତା ଘର ଲୋକମାନେ ବି ଶାନ୍ତିରେ ନିଶ୍ୱାସ ମାଇଲେ l

ବୁଢ଼ା ଲୋକ ତାକୁ ପଚାରିଲା - ବାବୁ, ତମ ଫୋନ ଏଠି କେମିତି ଆସିଲା?

ନଡ଼ିଆ ଵାଲା କହିଲା - ସାନ୍ତେ, ମୁଁ ଆପଣଙ୍କ ନଡ଼ିଆ ଗଛରେ ନଡ଼ିଆ କାଟୁଥିବା ବେଳେ ମୋତେ କେହି ଜଣେ କଲ କଲା ମୁଁ ନଡ଼ିଆ କଟିବାରେ ବେସ୍ତ ଥିଲି କି କଲ କିଏ କରିଛି ଦେଖିଲି କିନ୍ତୁ ଆଉ ଉଠେଇଲିନି ଆଉ ଫୋନଟାକୁ ଗଛ ଉପରେ ଅଜଣାତରେ ଛାଡିଦେଇଆସିଥିଲି l

ବୁଢା ଲୋକ କହିଲା (ରାଗିକି )-ତୋରି ପାଇଁ ଆମେ ଏତେ ଡ଼ରିକି ଥିଲୁ କି ଭାବିକି ଆମ ବାଡ଼ି ନଡ଼ିଆ ଗଛରେ ଭୁତ ଅଛି ଭାବିକି l ଆମେ କେତେ ତାନ୍ତ୍ରିକ ଆଉ ସାଧୁଙ୍କୁ ଡାକି ପୂଜା ପାଠ କଲୁ ଆଉ ପଇସା ଖର୍ଚ୍ଚ କଲୁ କେବଳ ତୋରି ପାଇଁ ଆ ପରଠୁ କେବେ ବି ଏମିତିଆ କାନ୍ଦୁ ଥିବା ଆଲାରାମ ରଖିବୁନି, ବୁଝିଲୁ l

ଲୋକ କହିଲା - ଠିକ ଅଛି ସାନ୍ତେ, ଯାହା ଆପଣଙ୍କ ଇଚ୍ଛା ସାନ୍ତେ l

        ( ଆ ପରଠୁ ସମସ୍ତିଙ୍କୁ ବିଶ୍ୱାସ ହେଇଗଲା ଭୂତ ବୋଲି କେହି ନାହାନ୍ତି ଏଇ ଦୁନିଆରେ) କଣ ଭୂତ ପ୍ରେତ ଥାନ୍ତି?

   ବୁଢା ଆଉ ଭୁତ ଉପରେ ବିଶ୍ୱାସ କଲା ନାହିଁ l ବୁଢା ଠିକ ବୁଦ୍ଧି ଶିଖିଛି ପଇସା ଖର୍ଚ କରି ଏତେ ଅନ୍ତ୍ର ପାଠ କରି ସାମାନ୍ୟ ଆଲାରାମ ପାଇଁ ଏତେ ଗଣ୍ଡଗୋଳ l

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍