STORYMIRROR

Rajeev Sahoo

Abstract Others

3  

Rajeev Sahoo

Abstract Others

ଖବର ଆସିଛି

ଖବର ଆସିଛି

1 min
398

"ଆମ ଗାଁ ମାଟି ତଳେ କୁଆଡ଼େ କୋଇଲା ପୋତି ହେଇକି ଅଛି । ବୁଝିଲୁ କୁନା ବୋଉ! ସରକାର ଆମକୁ ଏଠୁ ଜାଗା ଛାଡ଼ିବା ପାଇଁ ବହୁତ ଟଙ୍କା ଦେବେ । ଆଉ ଘର ପିଛା ଜଣକୁ କୋଇଲା ଖଣିରେ ଚାକିରି ବି ମିଳିବ। କୁନାର ଭାଗ୍ୟ ଖୋଲିଲା ଆଉ!!" 


ବାପା ବହୁତ ଖୁସି ଥିଲେ । ବାପା ଖାଲି ନୁହେଁ, ଗାଁର ସମସ୍ତେ ଖବର ଶୁଣି ଆନନ୍ଦିତ ।


ଏ କଥା ଶୁଣି ଯଦି କେହି ଦୁଃଖୀ ଥିଲେ ସେମାନେ ହେଲେ ଆମ ଗାଁର ବୁଢା ବରଗଛ, ଶାଳ ବଣ, ଗାଈଗୋରୁ, ଗୁଣ୍ଡୁଚି ମୂଷା, ପ୍ରଜାପତି, ବାଇଚଢେଇ ଇତ୍ୟାଦି ଇତ୍ୟାଦି।


ମୁଁ ଭାବୁଥିଲି... "ବଡ଼ ମାନଙ୍କ ଗାରିମା ଛୋଟ ଲୋକଙ୍କ ଦେହରେ ଯାଏନି। ତମେ ମାନେ ତ ଛୋଟ ଲୋକ ବି ନୁହଁ, ତା' ଠାରୁ ଆହୁରି ନୀଚ୍ଚ ତଥା ଇତର ପ୍ରାଣୀ ଗଛ ଲତା ଗୁଡ଼ା । ତମେ ସବୁ ଆମ ସୁଖ ଦେଖି ସହିବ ବା କେମିତି??"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract