STORYMIRROR

Rajeev Sahoo

Abstract

4.8  

Rajeev Sahoo

Abstract

ଭାବନାର ଅନ୍ତରାଳେ...

ଭାବନାର ଅନ୍ତରାଳେ...

3 mins
420


"ରାମ ବାବୁ ଚିଠି ଆସିଛି !" ପୋଷ୍ଟ ମ୍ୟାନ କବାଟ ବାଡେଇ ଡାକରା ଦେଲା। ମୋ ଝିଅ ଗୁଡି କବାଟ ଖୋଲି ପୋଷ୍ଟ ମ୍ୟାନ ଅଙ୍କଲ ଠୁ ଚିଠି

ଆଣି ଡ୍ରଇଂ ରୁମ ରେ ପଶିଲା । ମୁ ବସି ପେପର ପଢୁ ଥିଲି ।

"ବାବା.. ଜେଜେ ଚିଠି ପଠେଇଛନ୍ତି " ଝିଅ ମୋର ହସି ହସି ଚିଠି ଟି ଖୋଲୁଥିଲା ।


ରୋଷେଇ ଘରେ ଥାଇ ସ୍ତ୍ରୀ ବଡ ପାଟି ରେ କହିଲେ " ହେଇ ଶୁଣୁଚ ! ବାପାଙ୍କର ପୁଣି ଚିଠି ଆସିଛି । ମନେ ପଡ଼ୁଚି ଟି ? ଗଲା ବର୍ଷ ଠିକ ଏଇ ମାସରେ ଫସଲ ଅମଳ ପରେ ପରେ ଚିଠି ପଠେଇ ଥିଲେ । ଲେଖିଥିଲେ ..ପୁଅ ଚାଷରେ ଏଥର ବହୁତ କ୍ଷତି ହେଇଚି । ତୁ ଯୋଉ ୧୦ ହଜାରେ ଟଙ୍କା ଧାନ ଚାଷ ପାଇଁ ପଠେଇ ଥିଲୁ ସେତକ ବି ପାଇବା ଭାରି କଷ୍ଟ । ଆମେ ବୁଢା ବୁଢ଼ୀ ଦୁଇଟି ମୂଳ ପଇସା ରୁ ଯାହା କିଛି ବାହାରିବ ସେଥିରେ ଏମିତି ସେମିତି କରି ଚଳିଯିବୁ । ଆମେ ଭଲ ରେ ଅଛୁ ଆମ କଥା ଚିନ୍ତା କରିବୁନି ।"


ଏତିକି କହି ସାରିବା ପରେ ସ୍ତ୍ରୀ ମୋ ପାଖରେ ଆସି ବସି ପଡିଲେ ଆଉ ପୁଣି କହିବା ଜାରି ରଖିଲେ "କାଳେ ସେମାନେ ଅସୁବିଧାରେ ରହୁଥିବେ ଭାବି ତୁମେ ସେ ଚିଠି ପଢି ପୁଣି ସବୁ ମାସରେ ୧୦୦୦ ଟଙ୍କା ପଠେଇ ଚାଲିଲ । ଗଲା ବର୍ଷ ପରି ଏଥର ବି ଠିକ ଏଇ ମାସରେ ଚିଠି ଆସି ପହଁଚିଛି । ଆଉ କଣ ଲେଖିଥିବେ ସେଇ ଏକା କଥା ଫସଲ ଉଜୁଡି ଗଲା । ବିହନ ମଞ୍ଜି ଗଛ ହେଲାନି । ଅମୁକ ଢମୁକ ଅସୁବିଧା । ଶେଷରେ ଲେଖିଥିବେ ଆମେ ବୁଢା ବୁଢ଼ୀ ଭଲରେ ଅଛୁ । ଯଦି ଭଲରେ ଅଛନ୍ତି ତା"ହେଲେ ୟେ ଅସୁବିଧା ସବୁ ଲେଖିକି ଜଣେଇବାର ମାନେ କଣ ? ଚଳିବା ପାଇଁ ଟଙ୍କା ଦରକାର ଅଛି , ସିଧା ସିଧା ଜଣେଇଲେ କଣ ହବନି କ୍ଲର୍କ ଚାକିରୀ ଟେ କରିଛ ଯେ ସମସ୍ତେ ଭାବୁଛନ୍ତି କଲେକ୍ଟର ପୋଷ୍ଟ ଟେ ପାଇଛ ।"


ଗୋଟେ ନିଶ୍ୱାସ ରେ ଧର୍ମ ପତ୍ନୀ ମୋର ୟେ ସବୁ କହି ଚୁପ ହେଇ ଗଲେ । ମୁହଁରୁ ତାଙ୍କର ବିରକ୍ତି ବୋଧର ଛାପ ସ୍ପଷ୍ଟ ବାରି ପାରୁଥିଲି

"ବାବା ଚିଠି ପଢ଼ିବି ନା ନାହିଁ ? ଝିଅ ଗୁଡି ଆମ ଦୁଇ ଜଣଙ୍କୁ ଚାହିଁ ପ୍ରଶ୍ନ କଲା

ମୁ ଖବର କାଗଜର ପୃଷ୍ଠା ଓଲଟ ପାଲଟ କରୁ କରୁ କହିଲି ".ହଉ ପଢେ" । ଝିଅ ଆରମ୍ଭ କଲା<

/p>


"ପୁଅ"

'ମୋର ଆଉ ତୋ ବୋଉର ଆଶୀର୍ବାଦ ନବୁ । ବୋହୂକୁ ଆମ କଲ୍ୟାଣ ତଥା ଗୁଡି ପାଇଁ ଅଜସ୍ର ସ୍ନେହ ଜଣେଇବୁ । ଆଶା ତମେ ସବୁ ଠାକୁରଙ୍କ ଆଶିଷରୁ ବହୁତ ଭଲରେ ଥିବ ।

ପୁଅ ..ଆଜି ତୋତେ ଗୋଟେ ଖୁସି ଖବର ଜଣଉଛି । ତୁ ସବୁ ମାସରେ ଚଳିବା ପାଇଁ ଯୋଉ ହଜାରେ ଟଙ୍କା ପଠାଉଥିଲୁ, ସେଥିରୁ କିଛି କିଛି ସଞ୍ଚିକି ରଖିଥିଲୁ । ଏଇ ଗଲା ଖରା ସିଜିନି ରେ ଭଲ କିସମର ପନିପରିବା ମଞ୍ଜି କିଣି ବିଲରେ ଲଗେଇଥିଲି । ଠାକୁର ସାହା ହେଲେ । ଠିକ ଟାଇମିରେ ଭଲ ବର୍ଷା ହେଲା ସବୁ କିସମର ପନିପରିବା ଯେମିତିକି ବାଇଗଣ ପୋଟଳ ଗାଜର କୋବି ସବୁ ଭଲ ହେଲା । ବଜାର ରେ ପରିବା ରେଟ ବି ବହୁତ ଥିଲା । ହାଟ ବଜାର ରେ ବିକି ଭଲ ଦୁଇ ପଇସା କମେଇଲି । ମୁ ଜାଣିଚି ତୁ ସେଠି ସହର ରେ ସ୍ତ୍ରୀ ପିଲା ଧରି ଚଳିବାରେ କଷ୍ଟ ହଉଥିବ । ୟେ ଯୋଉ ପରିବା ଚାଷରୁ ଲାଭ ମିଳିଛି ସେଥିରୁ ଆମ ଦୁଇ ଜଣଙ୍କ ବରଷ ସାରା ଚଳିବା ଖର୍ଚ ଛାଡି ବାକି ସବୁ ତୁମ ମାନଙ୍କ ପାଇଁ ରଖି ଦେଇଛି । ୫୦ ହଜାରେ ଟଙ୍କା ତୁମ ଦୁଇ ଜଣଙ୍କ ପାଇଁ ଆଉ ୧୦ ହଜାରେ ମୋ ଗେଲ୍ଲୀ ନାତୁଣୀ ଗୁଡିର ପଢା ଖର୍ଚ ପାଇଁ । ଏତେ ଟଙ୍କା ଧରି ସହରକୁ ଯିବାକୁ ଏ ବୁଢାର ସାହସ ପାଉନି । ତୁ ଆସି ନେଇଗଲେ ବହୁତ ଭଲ ହବ । ଗୁଡାଏ ବରଷ ହେଲା ବି ତମ ସମସ୍ତଙ୍କୁ ଦେଖିନୁ । ତୋ ମା” ଆଉ ମୁ ତୁମ ଆସିବା ବାଟକୁ ଅନେଇ ରହିଲୁ

                                         (ଇତି)..."ତୋର ବାପା"


ଚିଠି ପଢ଼ା ଶେଷ ପରେ ମୋ ସ୍ତ୍ରୀ ନିର୍ବାକ ଆଖିରେ ଆଖିଏ ଲୁହ। ମୁଁ ବି ନିଜ ଲୁହ କୁ ରୋକିବାକୁ ଯାଇ ହସି ହସି କହିଲି..ଗୁଡି ଏଥର ରଜ ଦୋଳି ଗାଁ ରେ ଖେଳିବୁ ...ତୁ ଗାଁକୁ ଯିବା ପାଇଁ ଜିନିଷ ରେଡି କରେ


ମୋ ଝିଅ ଓଠରେ ଚେନାଏ ମିଠା ହସ ଆପେ ଆପେ ବାହାରି ଆସିଲା  


Rate this content
Log in

Similar oriya story from Abstract