STORYMIRROR

Akshaya Dash

Tragedy Action Inspirational

3  

Akshaya Dash

Tragedy Action Inspirational

କାଳିସି

କାଳିସି

2 mins
22


*****ଅକ୍ଷୟ କୁମାର ଦାଶ, ଯାଜପୁର ଜାରକା 

ଅନେକ ଦିନ ପରର ଘଟଣା। ଆମେ ଛୋଟ ପିଲା ଥିଲୁ। ଖରାଦିନ। ଘର ବାହାରେ ପିଣ୍ଢାରେ ସୋଇଥାଉ। କାଳିସି ଆସିଲା। ତାହା ସହିତ ଗ୍ରାମର କେତେକ ଲୋକ ଥିଲେ। ଲୋକଙ୍କ ପାଟି ତୁଣ୍ଡରେ ଆମେ ସବୁ ଭାଇମାନେ ଉଠିଗଲୁ। ସମସ୍ତ ଦୃଶ୍ୟ ଦେଖି ଭୟରେ ଥରୁଥାଉ।ରାତି ପ୍ରାୟ ବାରଟା ପରେ ହେବ। ଝୁଣା ଖାଇ ଚାଲିଥାଏ। କେତେକ ଲୋକ ତାର ପଛରେ କୀର୍ତ୍ତନ କରିଥାନ୍ତି। ଆଉ କେତେକ ସ୍ତ୍ରୀ ଲୋକ ପଣା ହାଣ୍ଡି ଧରି କା ଳିଶିକୁ ପିଇବାକୁ ଦେଉଥିଲେ। ମୁଁହସାରା ସିନ୍ଦୂର। କେଶ ମେଲା ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଛି। ଆମ ଘର ଭିତରକୁ ପଡ଼ିଲା। କହିଲା, ମତେ ପଣା ଦିଅ, ନଦେଲେ ସବୁ ଖାଇବି। ଲୋକମାନେ ହରିବୋଲ ହୁଳହୁଳି ପକାଉଥିଲେ। ଆମେ ମାନେ ଘର କୋଣରେ ଲୁଚି ଦେଖୁଥିଲୁ। 

ଆମ ବଡ ବାପା ଠାକୁର ଘରେ ସୋଇଥିଲେ। ପାଟି ତୁଣ୍ଡ ଶୁଣି ଉଠି ଆସିଲେ। ସମସ୍ତ ଅବସ୍ଥାକୁ ଅନୁଧ୍ୟାନ କରି ଭିଡରୁ ବାହାରି ଆସି କାଳିଶିପା ଖରେ। କହିଲେ କାହିଁକି ଆସିଛୁ? କାଳିସି କହିଲା, ଦିନା ଦାଶ, ତୋର ଭାରି ଗର୍ବ, ମତେ ପୁଣି ପଚାରୁଚୁ କାହିଁକି ଆସିଛୁ। ପଣା ଦେ ଯିବି। ବଡ ବାପା କହିଲେ, ଆଗ ଭାର ମୋ ଘରୁ। କାଳିଶି କହିଲା, ତୋର ଭାରି ସାହସ, ମତେ ବାହାର କରିଦେବୁ ଆଚ୍ଛା ଏଇଠି ବସିଲିକହି ଆମ ଘର ଭିତର ବାରଣ୍ଡାରେ ଆସନ କରି ବସିଲା। କେତେକ ଲୋକ ଝୁଣା ଧୁଆଁ ଦେଲେ ପିଉଥାଏ। ବାପା ନୀରବରେ ଦେଖୁଥାଆନ୍ତି। ବଡ ବାପା ଆସି ତାହାର କାଖ ଖୁଆ ଧରି ଟେକି ନେଇ ଘର ବାହାରକୁ ଆଣିଲେ। ତାକୁ କହିଲେ, ମୋର ଛୁଆ ଓପରିବରଙ୍କୁ ଡରେଇବାକୁ ତତେ କିଏ ସାହସ ଦେଇଛି। କାଳିସି କଣ ଲୋକଙ୍କ କ୍ଷତି କରନ୍ତି। ତୁ ଭାର ଶୀଘ୍ର। ଲୋକମାନେ ନୀରବ। କାରଣ ଗାଁ ଲୋକେ ବଡ ବାପାଙ୍କୁ ସମ୍ମାନ ଦିଅନ୍ତି। ବଡ ବାପା ଗ୍ରାମର ସବୁ କାମରେ ଆଗୁଆ। ଅଷ୍ଟ ପ୍ରହରୀ, ପୂଜା ପାଠ କରନ୍ତି। ବସା ପାଲାରେ ବଡ ବାପା ଗାହାଣ।

ତେଣୁ ଲୋକ ସମ୍ପର୍କ ଥାଏ। କାଳିସି ପଣାଦେବାକୁ ମୋ ବୋଉ ପ୍ରସ୍ତୁତ ହେଉଥାଏ। କାଳେ କିଛି ଅଘଟଣ ଆମ ଉପରେ ପଡ଼ିବ, ଏହି ଭୟରେ। ବଡ ବାପା କହିଲେ, ଜଲଦି ଭାର ମୋ ହତାରୁ। କାଳିଶି ରାଗି ଯାଇଁ କହିଲା, ଦିନା ଦାଶ, କାଲି ସକାଳୁ ତୁ ଆଉ ଏହି ଦୁନିଆରେ ନଥିବୁ, କହି ଠିଆ ହୋଇ ଚାଲି ଗଲା ଆମ ଘରୁ ବାହାର ଗାଁ ଦାଣ୍ଡକୁ, ତା ସହିତ ଆସିଥିବା ଲୋକେ ପଳେଇ ଗଲେ। ଆମେ ସବୁ ବାହାରି ବଡ ବାପାଙ୍କୁ ଦେଖି କାନ୍ଦିଲୁ। ବାପା ନୀରବ। ବଡ ବାପା ହସି ହସି କହିଲେ, ଦେଖିବ ରୁହ ମୋର କିଛି ହେବନାହିଁ। ତୁମେ ମାନେ ଯାହା ଶୋଇବ। ମୁଁ ବି ଶୋଇବାକୁ ଯାଉଛି କହି ଠାକୁର ଘରେ ଶୋଇଲେ।

ସକାଳୁ ଆମ ଘରକୁ ଲୋକ ଚୁଟିଲେ। ବଡ ବାପାଙ୍କୁ ଦେଖି ମୁଁହବୁଲେଇ ପଳେଇଲେ, ଆଉ କେତେକ ବସି କାଲିଶି ବିଷୟରେ ଗାଇଲେ। ବଡ ବାପା କହିଲେ,ପଧା ନ ଘର ବୋହୂ, ତାକୁ ହିଷ୍ଟିରୀୟା ରୋଗ। ଆମେ ବଡ ବାପାଙ୍କ କଥା ବୁଝି ପାରିଲୁ ନାହିଁ। ଏବେ କାଳିସି କହିଲେ, ହିଷ୍ଟ୍ରିରୀୟ। ରୋଗ କଣ ସତ୍ ନୁହେଁ କି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy