STORYMIRROR

Akshaya Dash

Children Stories Action Inspirational

3  

Akshaya Dash

Children Stories Action Inspirational

ସେଦିନର ଚାଟଶାଳୀ

ସେଦିନର ଚାଟଶାଳୀ

2 mins
10


ଆଜକୁ ଷାଠିଏ ବର୍ଷ ତଳର କଥା। ଗାଁର ଚାଟଶାଳୀ। ଦୁଇ ବେଳା ଚାଲେ। ସକାଳ ବେଳା ଓ ଉପରଓଳି। ସକାଳ ସାତଟା ବେଳେ ଘଣ୍ଟ ପିଟାହେବ, ଦୋଉଡ଼ିବୁ ଚାଟ ଶାଳୀ। ଡେରିରେ ପହଞ୍ଚିଲେ କାନ ଧରି ଠିଆ, ଅଧିକ ଡେରି ହେଲେ ଏକଗୋଡ଼ିକିଆ। ସାଙ୍ଗରେ ତାଳ ପତର ଚଟେଇ ସହିତ ବେଗରେ ସିଲଟ ଓ ପଣଖିଆ ବହି, ଖଡ଼ି, ମଧୁ ବର୍ଣ୍ଣବୋଧ। ଏହାସହିତ ମୁଠେଇ ଚାଉଳ। ଅବଧାନେ ଗୋଟିଏ ଥାଳି ରଖିଥିବେ। ସେଥିରେ ଚାଉଳ ମୁଠାକ ଥୋଇବୁ। କିଏ କେମିତି ସାରୁ, ବାଇଗଣ, କଦଳୀ ପରିବା ଭେଟି ଦିଅନ୍ତି। ପ୍ରାର୍ଥନା ବୋଲାଯାଏ। ରଘୂପତି ରାଘବ ରାଜା ରାମ, ପତିତୋପାବନ୍ ସୀତା ରାମ। କେଇଦିନ ବନ୍ଦେଇ ହରି ଦେବାମୁରାରି। ପରେ ପରେ ଏକ। ଏବେ ପଣିକିଆ ପଢ଼ିବୁ। ଜଣେ ଚାଟ ଆଗକୁ ଆସି ପଡ଼ିବ ଆମେ ପାଳି ଧରିବୁ। ଅବଧାନେ ପଢା ନେବେ। ପଚାରିବେ, ନକହି ପାରିଲେ ମୂର୍ଗି ଦଣ୍ଡ। ଅବଧାନ ଦୁଇଟି ବେତ ରଖିଥାନ୍ତି। ଝିଅ ପିଲାଙ୍କ ପାଇଁ ଓ ପୁଅ ଙ୍କ ପାଇଁ। ମୋଟେ କିଛି ନକହି ପାରିଲେ ବେତରେ ପିଟନ୍ତି। କଡ଼କୁ ଛେପ ପକେଇ ଏକ ଯାଉ। ଛେପ ଶୁଖିଲା ପରେ ଆସିଲେ ଦଣ୍ଡ ମିଳେ।

ଗଣେଶ ଓ ସରସ୍ଵତୀ ପୂଜା ହୁଏ। ସୋଲରେ ତିଆରି ମୃତି। କଦଳୀ ଗଛ ଓ ଦେବଦାରୁ ଦାଳ ସହିତ ଆମ୍ବ ପତ୍ରକୁ ପତାକା ପରି ସାଜ କରୁ। ଠାକୁର ଗାଁ ବୁଲନ୍ତି। ଘର ଘର ବୁଲି ଭୋଗ ହୁଏ। ଉଖୁଡା ଓ ରାଶି ଲଡୁ ନଡ଼ିଆ।

ସେତେବେଳେ ପାଞ୍ଚ ପଇସା, ଦଶ, ପଚିଶ ପଇସା ବିଦାକି ଆଣନ୍ତି। ଏଥିରେ ଭୋଜି ହୁଏ। ଡାଲମା ଭାତ ଓ ଭଜା।

ଅବଧାନ ନିଜପାଇଁ ଧୋତି କିଣନ୍ତି। ଠାକୁରଙ୍କ ପାଖରେ ନଡ଼ିଆ ପିଟୁ। ଏହିଦିନ ଖଡ଼ି ଛୁଆଁ। ସିଲଟ ଓ ଖଡିରେ ଓମ୍ ଲେକନ୍ତି।ଗଣେଶଙ୍କ ପାଖରେ ଅବଧାନ ଲେଖି ପିଲାର ମୁଣ୍ଡରେ ଲିଭେଇ ଚିତା ପରି ମାରନ୍ତି। ଖଡ଼ି ଛୁଇଁଲେ ମାଣେ ଚାଉଳ ଓ ପରିବା ଦେବାକୁ ପଡେ।

ଅବଧାନଙ୍କ ପାଖୁ ସକରାନ୍ତି, ମାସନ୍ତ୍, ହଳ ନିଷେଧ ଜାଣିବାକୁ ଆସନ୍ତି। ଅବଧାନେ ଆଙ୍ଗୁଳି ଛୁଇଁ ରାଶି ନକ୍ଷତ୍ର ଗଣନା କରନ୍ତି। ଗାଁରେ ବିବାହ ବ୍ରତ କି ପୁଜା ପାଠ ହେଲେ ଅବଧାନଙ୍କୁ ଆଗ ନିମନ୍ତ୍ରଣ କରାଯାଏ। ମେଳା କି ପୂଜା ଅବଧାନ ଦିନ ଗଣନା କରି ଶୁଭ ଦିନ କୁହନ୍ତି। ଗାଁ ଚାଟ ଶାଳୀ ଆଉ ନାହିଁ, ହେଲେ ସେଦିନର ସୃତି ଆଜି ମନେପଡେ।


Rate this content
Log in