STORYMIRROR

Sunil DJay

Drama Romance

3  

Sunil DJay

Drama Romance

ଜସ୍ମିନ ଫୁଲ ର ପ୍ରେମ

ଜସ୍ମିନ ଫୁଲ ର ପ୍ରେମ

2 mins
242

ଜୀବନର ଚଲାପଥ ଆଗକୁ ଆଗକୁ ଲମ୍ବି ଯାଇଛି..ଚିହ୍ନା ବାଟରେ କିଛି ଅଚିହ୍ନା ବାଟୋଇ ଭେଟ ହେଇଛନ୍ତି.. କିଛି ଚେହେରା ଭୁଲି ଯାଇଛି.. ଆଉ ଏକ ଚେହେରା ସାରା ଜୀବନ ପାଇଁ ମନେ ରହି ଯାଇଛି... ଜସ୍ମିନ ହଁ...... ଫୁଲଟିଏ ସିନା ତାର ଆଚାର ବ୍ୟବହାର ଠିକ୍ ମଣିଷଟିଏ ଭଳି.. କେମିତି ଯେ ସୁନିଲର ଜୀବନକୁ ଆସି ଯାଇଛି.... ସମୟ ର ଅନ୍ତରାଳେ.

 ସୁନିଲ: ବୋଉ ଡେରି ହେଉଛି... କୁଆଡେ ଗଲୁ.. ଆଜି ଦୁର୍ଗା ଷ୍ଟମୀ ମୋର ଉପବାସ... ନା ମାନେ ନା ଜଳ ସ୍ପର୍ଶ କାଲି କରିବି..

 ଏତିକି କହି ସୁନିଲ ବାହାରି ଆସିଛି ମାଆକୁ ପୂଜା କରିବା ପାଇଁ ମନ୍ଦିରରେ... ଆଉ ବାଟରେ ଭେଟ ହୋଇଛି ପ୍ରଥମ ଥର ଜସ୍ମିନ ଫୁଲ ସହ... ଜସ୍ମିନ ଆଗନ୍ତୁକ ପାଇଁ ଫୁଟିବାକୁ ଥିବା ଏକ ଫୁଲ.... 

 ଜସ୍ମିନ: କଣ ମତେ ଚିହ୍ନି ପାରୁନ... ସୁନିଲ ଭାଇ 

ସୁନିଲ: ନା ପରିଚୟ ନ ଦେଲେ... ଜାଣିବି କେମିତି???

 ଜସ୍ମିନ: ମୁଁ ପଳାଶ ଫୁଲ.... ଏବେ ଜାଣି ପାରିଲ!!!!

  ସୁନିଲ: ନା ତୁ ଜସ୍ମିନ...... ଛଦ୍ମ ରେ ରହିବାର ରହସ୍ୟ??? 

ଜସ୍ମିନ: ମୋ ପରିଚୟ ହଜେଇ ଦେଇଛି.. Please ଟିକେ ଦୁନିଆକୁ ଚିହ୍ନେଇ ଦିଅ...

ସୁନିଲ ପାଣି ତା ଚେରରେ ଢାଳିଲା... 

 ଆଃ ଏବେ କେତେ ସତେଜ ଦେଖା ଯାଉଛି.. ଜୀବନର ମୋଡ଼ ବଦଳି ଯାଇଛି ସୁନିଲ ଅନ୍ୟ ଏକ ପଥ ର ପଥିକ ହେଇଛି...

କିଛି ବର୍ଷ ପରେ ପୁଣି ଜସ୍ମିନ ସହ ଭେଟ ସେହି ପୁରୁଣା ପଥରେ

ସୁନିଲ: ଜସ୍ମିନ.........!!!!

ଜସ୍ମିନ: ଆସିଗଲ...... କୋଉଠି ଥିଲ ଏତେ ଦିନ ଯାଏଁ!!!

ସୁନିଲ: ଆସି ତ ଗଲି... ଜସ୍ମିନ କଢରୁ ଫୁଲ ଫୁଟିଲୁଣି କେହି ଆଗନ୍ତୁକ ତୋତେ ଖୁବ୍ ଶୀଘ୍ର ତୋଳି ନେଇଯିବ

ଜସ୍ମିନ: ହଁ.... ତମେ ଆଉ କ'ଣ କହିବ

 ସୁନିଲ: ଠିକ୍.......ତ

ଜସ୍ମିନ: ମୁଁ ତମ ସାଥେ ତୋଳି ହୋଇ ଯିବା ପାଇଁ ଚାହେଁ.. ମୁଁ କାହାକୁ ଜାଣେନି

ସୁନିଲ ନିଜକୁ ବିଶ୍ୱାସ କରି ପାରୁନି... ହୃଦୟର ସ୍ପନ୍ଦନ ୧୮୨ ରେ ଛୁଇଁ ଲାଣି

ସୁନିଲ: ତୁ ତ... ମତେ କେବେ କହିନୁ ସତ କହୁଛୁ?? 

ଜସ୍ମିନ: ଫୁଲଟିଏ ମୁଁ ଆଗରୁ କହୁଛି ଜାଣି ପାରୁନ

ସୁନିଲ: ନା ଯଦି ପାରୁଛୁ ଆଉ ଜଣେ ଆଗନ୍ତୁକ ସହ ଚାଲି ଯା ମୁଁ ପଥରେ ମାଳତୀ,କେତକି, ସେବତୀକୁ ପ୍ରତ୍ୟାଖ୍ୟାନ କରି ଆସିଛି କିନ୍ତୁ କାହିଁକି କେଜାଣି ତୋ ପାଖରେ ଅଟକି ଯାଇଛି 

ଜସ୍ମିନ: ମୁଁ ଜାଣେ ତମେ ମତେ ନବ...

ସୁନିଲ: ନେବି ଯେ ତୋତେ ଛିଣ୍ଡାଇ ନେଇ ମଉଳି ଯା ଚାହେଁ ନାହିଁ... ତୋତେ ଫୁଲ କୁଣ୍ଡରେ ରଖି ସାରା ଜୀବନ ତୋର Care ନେବା ପାଇଁ ଚାହେଁ..

ଜସ୍ମିନ: ଟିକେ ହସି ଆଛା........

ସୁନିଲ: ମୁଁ ଯେ ଏକ Mission ରେ ଅଛି Success ନ ହେବା ଯାଏଁ ନା ମୁଁ କାହାର ହେଇ ପାରିଵି.. ନା ହେବାକୁ ଦେବି

ତୁ କ'ଣ ଅପେକ୍ଷା କରି ପାରିବୁ????? 

ଜସ୍ମିନ: ହେ..... Dialogue ମାରନି... ମତେ କଣ ବୁଝି ପାରିଲନି.... କେବଳ ଯିବି ତ ତୁମ ସହ..... 

ସୁନିଲ: ଅପେକ୍ଷା କର ମୁଁ ତୋତେ Balcony ରେ ସଜାଇ ରଖିବି

ଜସ୍ମିନ: ଯେତେ ସମୟ ନେଉଛନ୍ତି ନେଇପାରିବେ... କେବଳ ତୁମରି ଅପେକ୍ଷାରେ.....



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya story from Drama