STORYMIRROR

Sunil DJay

Tragedy

3  

Sunil DJay

Tragedy

ମହାବାତ୍ୟା ଏକ ନିଚ୍ଛକ କାହାଣୀ

ମହାବାତ୍ୟା ଏକ ନିଚ୍ଛକ କାହାଣୀ

2 mins
257

ଫୋନି ଯେ କଣ ଅଧିକ କ୍ଷତି କରିବ ସେ ବିଶ୍ୱାସ ମୋର ନାହିଁ!!....

୧୯୯୯ ମସିହା ଅକ୍ଟୋବର ମାସ ଏହି ଆଖିରେ କାଲି ଭଳି ଭାସି ଯାଉଛି । 

ମୁଁ ତୃତୀୟ ଶ୍ରେଣୀରେ ପଢୁଥାଏ । ମେଢ଼ ଭସାଣି ପାଇଁ ପ୍ରବଳ ଉତ୍କଣ୍ଠା ମୋ ମନରେ.........

ଥାନପତି ଦୁର୍ଗା ଆସି ହାଟ ପେଣ୍ଡାଲରେ ବସି ସାରିଥାନ୍ତି.. ଚାଟ ସହ କିଛି ଦୋକାନୀ ପସରା ମେଲାଇ ଥାନ୍ତି.. ଅପେକ୍ଷାରେ ଆଉ ୨୧ ମେଢ଼ର ପ୍ରସେସନ ହୋଇ ଆସିବା ପାଇଁ । ପ୍ରସିଦ୍ଧ ଭଟିମୁଣ୍ଡା ମେଢ ଭସାଣିର ଏହା ପୂର୍ବ ଦିନର ଜୀବନ୍ତ ଦୃଶ୍ୟ

ଡିଡି ଓଡ଼ିଆ ଚାନେଲରେ ପ୍ରତି ଘଣ୍ଟାରେ ବାତ୍ୟା ସମ୍ପର୍କିତ ଖବରର ଡିଣ୍ଡିମ ବାଜୁଥାଏ.. କିନ୍ତୁ ଯାହାକୁ ପଚାରିଲେ ବାତ୍ୟା ନା ଫାତ୍ୟା କହୁଥାନ୍ତି

ସଞ୍ଜ ନଇଁବାରୁ ମେଢ଼ ସବୁ ଗମରା ଛାଡ଼ି ବାହାରୁଥାନ୍ତି.. ଛକରେ ମେଲୋଡି ପରିବେଷଣ ହେଉଥାଏ ଜଇ ଭାଇନା ବ୍ରାଣ୍ଡେଡ୍ ହସ ହସୁଥାନ୍ତି.. ପାଖାପାଖି ରାତି ୧୧.୩୦ ପବନ ଜୋରରେ ବହିବା ଆରମ୍ଭ ହେଲା.. ଯିଏ ଯୁଆଡେ ପାଇଲେ ପଳେଇଗଲେ.. ଆଖି ଖୋଲିଲି ସକାଳ ଶୁକ୍ରବାର.. ଆମ ଘରେ ସନ୍ତୋଷୀ ମାଆଙ୍କ ପୂଜା ପଡୋଶୀ ନାନୀ ମାନେ ଆସି କରୁଥାନ୍ତି. ହଠାତ୍ ଆମ ଟିଣ ଛପର କହିବାକୁ ଲାଗିଲେ ଆମେ ଉଡ଼ି ଵୁଲିବୁ... ଉଡ଼ି ଵୁଲିବୁ

ବାବା ବୋଉକୁ ମତେ କହିଲେ ସାନ ମାଆ ଘରକୁ ପଳେଇବା... ତାପରେ ଝରକା ଖୋଲି ଆମ ଘରକୁ ଦେଖୁଥାଏ.. ଟିଣ ଛପର ୩ରୁ ୪ ଫୁଟ ଉପର ତଳ ବାଡେଇ ହେଉଥାଏ.. ଗୋଟିଏ ଆଠ ଫର୍ଦ୍ଦ ଟିଣ କୋଠା ଡେଇଁ ଗୁଡ଼ି ଭଳି ଉଡିଗଲା.. ଚାହୁଁ ଚାହୁଁ ସବୁ ଟିଣ ଉଡିଗଲା ଆମ ଘର ଵିଵସ୍ତ୍ର.. ମୋ ଆଖିରୁ ଲୁହ ମାନ ବୋହିବାକୁ ଲାଗିଥିଲେ.. 

ଗୋଟିଏ ଥର ବିସ୍କୁଟ ଖାଇ ତିନି ଦିନ ଉପାସ ଥିଲୁ ପ୍ରକୋପ କମିଲା ପରେ ମେଢ଼ ଘର ଆଗରେ ଅଣ୍ଟାଏ ପାଣି.. ପାଣିରେ ପଶି ହାଟ ପାଖକୁ ଯାଇ ଦେଖିଲୁ ଆମେ ସର୍ବସ୍ୱାନ୍ତ ହେଇସାରିଥିଲୁ.. ଗୋଟିଏ ଦିନ ଆଗରୁ ପାଖରେ ଥିବା ସବୁ ପଇସାରେ ତେଜରାତି ଦୋକାନରେ ସଉଦା ଭର୍ତ୍ତି ହେଇଥିଲା କିନ୍ତୁ ତାହା ଭାଙ୍ଗି ଯାଇ ମାଟିରେ ମିଶି ସାରିଥିଲା

ଭଙ୍ଗା ଘରକୁ ଫେରି ଆଗକୁ ବଢିବାର ସ୍ୱପ୍ନ ଦେଖୁଥିଲି......

ଫୋନି....ଆଉ କ'ଣ ଅଧିକ କରିବ???!!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy