STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଜଳନ୍ତା ସ୍ମୃତି

ଜଳନ୍ତା ସ୍ମୃତି

6 mins
9

ପିଲାଦିନର ଜଳନ୍ତା ସ୍ମୃତି ଏଯାଏଁ ଛାତିରେ ଜଳୁଥିଲେ ମଧ୍ୟ ତାକୁ ସବୁ ଭୁଲିଯାଇଥିଲା ସାନ ପୁଅ ବବି. ତୋ ହାତରେ କିଛି ହୋଇପାରିବନି ତୁ ନିର୍ବୋଧ ତୁ ଅକାଳ କୁଷ୍ମାଣ୍ଡ, ମହାକାଳ ଫଳ ତଥା କୁଳାଂଗାର ବୋଲି ସବୁବେଳେ ବାପା କହନ୍ତି. ତୁଳନା ଥାଏ ନିଜ ବଡଭାଇ ରବି ସହିତ ବୋଲି ସେସବୁ କଥା ପିଲାଦିନେ ଭୁଲିଯାଇ ରବି ଭାଇ ସଙ୍ଗେ ଖେଳୁଥାଏ ସାନଭାଇ ବବି.ପାଠ ସିନା ହୁଏନି ବବିର କିନ୍ତୁ ପିଲାଦିନେ ପ୍ରଜାପତି ପଛରେ ଦୌଡିବା, କଙ୍କି ଧରିବା, ମାଛି ମୁଠେ ମୁଠାରେ ଧରି ବୁଢ଼ିଆଣୀ ଜାଲ ରେ ପକାଇବା, ଖେପା ଜାଲ ମାରି ମାଛ କଙ୍କଡା ଧରି ଘରର ଆମିଷ ତରକାରୀ ଚଳେଇଲା ବେଳେ ମଧ୍ୟ ବାପା କେବେ ପ୍ରଶଂସା କରିନାଁହାନ୍ତି ବରଂ ସବୁଥର ପରି କହନ୍ତି କୁଳାଂଗାର. ରବି ଭାଇ ବଡ଼ ହୋଇ ଭଲ ପଢ଼ୁଥିବାରୁ ବାହାଘର ପରେ ଭାଉଜଙ୍କୁ ନେଇ ଚାକିରୀ ଜାଗାକୁ ଯିବା ବେଳେ ଜିଦ କରିଥିଲା ବାପା ବୋଉ ଙ୍କୁ ନେବ ତ ବାପା ବୋଉ ଖୁବ ଆଗ୍ରହରେ ରବି ଭାଇ ସଙ୍ଗେ ବାହାରିପଡିଲା ବେଳେ ବବି ମନ ଦୁଃଖ ହୋଇଥିଲା ଖୁବ. ସେ ଜାଣେ ସେ ଯେତେ ଯାହା କଲେ ମଧ୍ୟ ବାପା ବୋଉ ତା ପରି କୁଳାଙ୍ଗାର ପାଖେ ରହିବେନି. ଭାଉଜ ବୋଉକୁ ଯୋଉ ଜିନିଷ ଦେଉଛନ୍ତି ସେସବୁ ଦେବାକୁ ତା ସ୍ତ୍ରୀ ଗାଁ ଝିଅ ସୀମା ଅସମର୍ଥ. ସକାଳ ଜଳଖିଆରେ ଭାଉଜ ଭଲ ଭଲ ଡିସ ପ୍ରସ୍ତୁତ କଲାବେଳେ ସୀମା ବରା,ପକଡି, ଉପମା,ମଟର କରୁଥାଏ. ଭାଇ ବାପାଙ୍କ ପାଇଁ ଏବେ ଯେଉଁ ଜୋତା, ଛତା, କୋର୍ଟ ଆଣିଦିଏ ସେସବୁ ବବି ମଧ୍ୟ ପାଇନି ଜୀବନରେ କେବେ ତ ବାପା ବୋଉଙ୍କୁ ଧରି ଭାଉଜଙ୍କୁ କାରରେ ନିଜ ପାଖେ ବସେଇ ନିଜେ ଭାଇ ଡ୍ରାଇଭିଙ୍ଗ କରି କାର ଆଗକୁ ନେଲା ବେଳେ ବବି କାନ୍ଦିପକେଇଥିଲା. ଭାଉଜ ବୋଉକୁ ଦେଇଥିବା ପାଟ ପଣତରେ ମୁଁହଁ ପୋଛୁ ପୋଛୁ ଭାଉଜ କହୁଥିଲେ ଛି ବବି ଏମିତି କଣ ପିଲାଙ୍କ ଭଳି ହେଉଛ. ବୋଉଙ୍କ ଶାଢ଼ୀ ଖରାପ ହୋଇଯିବନି ପୁଣି ଡ୍ରାଇ ୱାସ କରିବାକୁ ମତେ ହିଁ ଦଉଡିବାକୁ ପଡିବ. ସୀମା ଯେବେ ବୋଉ ପାଦରେ ଅଳତା ଲଗେଇ ମୁଣ୍ଡିଆ ମାରୁଥିଲା ଭାଉଜ ନିଜ ପାଦ ଉଠେଇ ନେଇ କହିଥିଲେ ଏ ଶାଢୀରେ ଅଳତା ଲାଗିଲେ ଆଉ ଛାଡିବନା ସୀମା!ବୋଉଙ୍କ ଶାଢ଼ୀରୁ ନଛାଡିଲେ ତୁମେ ପିନ୍ଧିନେବ ହେଲେ ମୋ ଶାଢ଼ୀରୁ ନଛାଡିଲେ କୋଡିଏ ହଜାର ଟଙ୍କା ପାଣିରେ ପଡିବ ନା!କୋଡିଏ ହଜାର କଥା ଶୁଣି ସୀମା ଅଳତା ଗିନା ରଖିଦେଇ ଦୀର୍ଘ ନିଶ୍ୱାସ ମାରିଥିଲା. ସତ କଥା କୋଡିଏ ହଜାର ଟଙ୍କିଆ ଶାଢ଼ୀ ତ ଶାଢ଼ୀ କୋଡିଏ ତଟଙ୍କା ର ଚୁଡ଼ି ମୁଠେ ପିନ୍ଧିବାକୁ ସେ ସାତଥର ଭାବେ କାଚେରା ଗାଁକୁ ଆସିଲେ ଯଦିଓ ବବିର ଫୁଲ ଚାଷ, ମାଛ ଚାଷ, ଛତୁ ଚାଷ ରୁ ଖୁବ ଭଲ ପଇସା ହୁଏ.
     ବୋଉ ବାପା ନଥିବା ଘର ଖାଁ ଖାଁ ଲାଗୁଥିଲେ ମଧ୍ୟ ବବିର ବାପା ଓ ବୋଉଙ୍କ କଥା ଖୁବ ମନେପଡୁଥିଲା. ମଳୁ ଖୋଜୁଥିଲା କାକର ପାଣି... ବଇଦ କହିଲା ଦେ ତୋରାଣୀ ପରି ଭାଇ ରବି ଯେବେ ଫୋନ କରି ବାପା ବୋଉଙ୍କୁ ଆସି ନେଇଯା କହୁଥିଲା ବବି ଯିବାକୁ ସଜ ହେଲା. ସୀମା ସେଦିନ ଠାକୁରଙ୍କୁ କେତେ ମୁଣ୍ଡିଆ ମାରିଲା ପ୍ରଭୁ ହେ ବାପା ଭଲ ଥାଆନ୍ତୁ. ମାଆ ଲଷ୍ମୀ ମାଆ ମୋ ବୋଉ ଭଲରେ ଭଲରେ ଫେରି ଆସନ୍ତୁ. ତାଙ୍କ ବିନା ଏ ଲଷ୍ମୀ ପୂଜା କେମିତି ହେବ!ବବି କେତେକଥା ନେଇ ଭାଇ ରବି ପାଖରେ ପହଁଚିଲା. ସହରରେ ମିଳୁନଥିବ କହି ସୀମା ଆରିସା, ବଡ଼ି, ପାମ୍ପଡ଼ ସହ ଜାତି ଜାତି ଆଚାର କରି ପଠେଇଥିଲା. ବ୍ୟାଗ ନେଉ ନେଉ ବବି ହାତରୁ ଭାଉଜ କହିଲେ ବାପା ବୋଉଙ୍କର ଯେତେ ଯତ୍ନ କଲେ ମଧ୍ୟ ତାଙ୍କର ଗଡିଆ ପୋଖରୀ ଗାଧୁଆ, ଗୋଲମରିଚ ଦିଆ ଚା, ଭାଗବତ ଟୁଙ୍ଗୀ ମନେପଡୁଛି. ଏଠି ଏ ଆପାର୍ଟମେଣ୍ଟ ଘରେ ପାନଛେପ ପକେଇବା, ଲୁଗା ଶୁଖେଇବା ଇତ୍ୟାଦି କାମ ଦୁହିଁଙ୍କୁ କଷ୍ଟ ଲାଗୁଛି. ବବି ବୋଉ ପାଖେ ବସିପଡ଼ି ଯେବେ ତୋ ଦେହ କଣ ହେଉଛି ଗାଁକୁ ଗଲେ ସେଠି କୋଉ ଭଲ ଡକ୍ଟର ନା ହସ୍ପିଟାଲ ଅଛି ଆହୁରି ଦେହ ଖରାପ ହେବନି ବୋଉ କାହିଁକି ଯିବୁ. ଏଠି ଭଲ ଖାଇବା, ପିନ୍ଧିବା ଗାଁରେ କଣ ମିଳିବ ବୋଉ କହିଥିଲା ବବି ତ ବୋଉ କାନ୍ଦିପକେଇ କହିଥିଲା ମୋ ପଣତରେ ତୁ ମୁଁହଁ ପୋଛି ଦେଲେ ସବୁ ଭଲ ହୋଇଯିବରେ ପୁଅ. ବାପା କାଳେ କୁଳାଙ୍ଗାର କହିବେ ଭାବି କିଛି ତାଙ୍କୁ ନକହିଥିଲେ ବି ବବି ଦେଖିଲା ସେ ତାଙ୍କ ଲୁଗାପଟା ସଜାଡୁଛନ୍ତି. ଆଉ କଥା ନବଢ଼େଇ ବାପା ବୋଉଙ୍କୁ ସାଙ୍ଗରେ ନେଇ ଗାଁରେ ପହଁଚିଲା ପରେ କୁଟୁମ୍ବ ବାଟମ୍ବ, ସାଇ ଭାଇ ସମସ୍ତେ କହୁଥିଲେ କିଛି ତ ରୋଗ ନାହିଁ କାହିଁକି ପଳେଇ ଆସିଲ ଖୁଡି ତ କିଏ କହୁଥିଲା ସହରୀ ସୁବିଧା ଗାଁରେ କୋଉଠୁ ପାଇବ ବଡ଼ବୋଉ!ସୀମା କହେ ତୁମେ ସବୁ ଏମିତି କହିବନି. ମୁଁ ଏଠି ବୋଉଙ୍କ ବିନା ଲଷ୍ମୀ ପୂଜା ଗୁରୁବାର କରିବାକୁ କେତେଯେ ହଇରାଣ ହେଉଛି ମୁଁ ଜାଣେ.ହସିଦିଏ ବବି ଓ ବବି ସାଥିରେ ବାପା ବୋଉ.
     ଭାଇ ଭାଉଜଙ୍କୁ ନଆଣି ଗାଁକୁ ଆସେ କେବେ କେବେ. ବାପା ବୋଉଙ୍କ ପାଇଁ ଭଳି ଭଳି ଟନିକ, ଶୀତ ଦିନିଆଁ ଚାଦର ଓ କମ୍ବଳ ଆଣିଥାଏ. ଗାଁ ଗୋଟାକ ଯାକ ଲୋକ ବାପାଙ୍କୁ କହନ୍ତି କେଡେ ଭାଗ୍ୟବାନ ତୁମେ କକେଇ. ରାମ ଲଷ୍ମଣ ପରି ପୁଅ ପାଇଛ. ବାପା ହସିଦିଅନ୍ତି ଉତ୍ତର ଦିଅନ୍ତି ନାହିଁ. ଭାଇ ରବି ଆସିଲେ ଗାଁ ଗୋଟାକ ଯାକର ଲୋକ ଆସି ଜମା ହୋଇଯାଆନ୍ତି. ପୁଣି ଖାଲି ହାତରେ ନୁଁହଁ ବରଂ କିଏ କୁକୁଡ଼ା ଟେ ଆଣିଥାଏ ତ କିଏ କଦଳୀ କାନ୍ଧିଏ. ସମସ୍ତେ ସୁପାରିଶ କରନ୍ତି ବଡ଼ ଭାଇ ରବି କୁ କାହା ପୁଅକୁ ଚାକିରୀରେ ରଖାଇ ଦେବାକୁ କିଏ କହୁଥାଏ ତ କିଏ ପୁତୁରାକୁ. ସେମାନେ ଚାଲି ଗଲା ପରେ ରବି ବବିକୁ ଡାକି କହେ ଏତେ ଲୋକ ଗାଁ ସାରା ସମସ୍ତେ ବୁଝି ଗଲେଣି ଗାଁରେ ପଡି ଏ ମାଟି ମୋହରେ କିଛି ଲାଭ ନାହିଁ ବୋଲି ହେଲେ ତୁ ବୁଝିପାରୁନୁ କେମିତି!ଏ ଫୁଲ ଫଳ ଚାଷ କେତେଦିନ!ଗୋଟେ କାମ କରେ ଗାଁ ଘର ଓ ଜମି ବାଡ଼ି ଏକାଠି କରି ବିକ୍ରୀ କରି ମୋ ଭାଗ ମତେ ଦେଇ ତୋ ଭାଗ ରେ ସହରକୁ ଚାଲିଆ. ସୁଖରେ ରହିବୁ. ବବି କିଛି ଉତ୍ତର ଦେଇପାରୁନଥିବା ବେଳେ ବାପା କହିଲେ ଆରେ ମୁଁ ଭାବିଥିଲି ପାଠ ଶାଠ ପଢି ତୁ ମଣିଷ ପରି ମଣିଷ ହୋଇଯାଇଛୁ ହେଲେ ବବି ପାଠ ଶାଠ ନପଢି ମଧ୍ୟ ତୋ ଭଳି କୁଳାଙ୍ଗାର ହୋଇନି ଅନ୍ତତଃ. ତାର ବିବେକ ଅଛି. ବୁଦ୍ଧି ଅଛି. ସେ କଣ କରିବ ନକରିବ ତାକୁ ଭଲକରି ଜଣା. ଆଉସବୁ ବାପା କଣ କହୁଥିଲେ ଶୁଣିବାକୁ ବଡ଼ ଭାଇ ରବିର ଗାଡିର ହର୍ଣ୍ଣ ବାଜୁଥିଲା ସିନା ହେଲେ ବବି ଆଖିରୁ ଧାର ଧାର ଗାଡିଯାଉଥିବା ଅଶ୍ରୁ କୁ ବୋଉ ତା ପଣତ ରେ ପୋଛି କହୁଥିଲା ଏଠି ତୋ ପାଖେ ଯେଉଁ ଶାନ୍ତି ସହରରେ ନାହିଁରେ ପୁଅ. ଏଇ ଭିଟାମାଟି ହିଁ ବଳ.ଆଜି ଭାଇ ରବି କମ୍ପାନୀ ଚାକିରୀରୁ ଲେ ଅଫ ହୋଇ ଗାଁକୁ ଫେରିଆସିଛି ସତ ହେଲେ ବବି ପାଖରେ ମଣିପଣିଆ ଅଛି ବୋଲି ଖାଲି ବାପା ମାଆ ନୁଁହଁ ବରଂ ଗାଁଟା ସାରା ଟୁପୁଟାପ ହେଉଥିଲା ବେଳେ ରବି ଭାଇ ଭାଗର ଛାତ ଘରେ ବବି ପୁଅ ଝିଅ କଥା ଛାଡ଼ ନିଜ ବାପା ମାଙ୍କ ସ୍ଥାନ ମଧ୍ୟ ନଥିଲା. ରବି ଆଉ ଘର କରିବା ପାଇଁ ଗଦେଇଥିବା ଇଟା ବାଲି ଗୋଡ଼ିର ସୁରକ୍ଷା କିନ୍ତୁ ବବି କରିଚାଲିଥିଲା.ଠିକ ସେତିକି ବେଳେ ରବି ପୁଅ ଓ ଝିଅ ବବି ପୁଅ ଓ ଝିଅ ସହ ମିଶି ସୀମା ଖୁଡିଠାରୁ ଆଜି ଦିନର ତାତ୍ପର୍ଯ୍ୟ ହିସାବରେ ଶୁଣୁଥିଲେ ଗଣମାଧ୍ୟମ ଦିବସର ତାତ୍ପର୍ଯ୍ୟ କଥା. ସୀମା ଖୁଡି କହିଚାଲିଥିଲେ.
  ଆମ ଓଡିଶାର ସଂସ୍କୃତି ଅତୀବ ମହାନ. ମହାପ୍ରଭୁ ଜଗନ୍ନାଥ ଙ୍କ ପାଇଁ ଆମ ଓଡିଶା ଯେମିତି ବିଶ୍ୱାପ୍ରସିଦ୍ଧ ସାମ୍ବାଦିକ ଭାଇଙ୍କ ଭୂମିକା ପାଇଁ ଆମେ ହୋଇପାରିଛୁ ଅନେକରେ ଏକ. ଓଡିଶାର ମହାନତା, ସାସ୍କୃତିକତା, ଧାର୍ମିକତା ତଥା ପାରମ୍ପାରିକତା ତଥା ବାର ମାସରେ ତେର ଯାତ୍ରା ଆଜି ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ଏହି ସାମ୍ବାଦିକ ଭାଇ ଭଉଣୀଙ୍କ ପାଇଁ. ଆମ ରାଜ୍ୟ ଓଡିଶା ନୈସର୍ଗିକ ସୁଷମାର ଲୀଳା ଭୂଇଁ. ବିଶ୍ୱରେ ବିଖ୍ୟାତ ହୋଇ ଆଜି ସାମ୍ବାଦିକତା ଯୋଗୁଁ ଓ ଗଣମାଧ୍ୟମର ଭୂମିକା ପାଇଁ ଓଡିଶା ତାର ପରିଚୟ ରଖିପାରିଛି ଜଗନ୍ନାଥ ଦେଶ ଓ ଜଗନ୍ନାଥ ଦେଶର ଲୋକ ହିସାବରେ. ଯୋଉ ମାଟି ପାଣି ପବନ ରେ ମୋ ଓଡ଼ିଶାର ଗର୍ବଓ ଗୌରବ କହେ "ଗରିମା ମୟ ମୋ ଜାତି ଇତିହାସ... ବୀରତ୍ୱର ଗାଥା ଗାଏ..... ସଂସ୍କୃତି ମହାନ ପରମ୍ପରା ତାର...... ଜୀବନର କଥା କହେ". ବିଶ୍ୱରେ ଆଜି ଶୁଭୁଛି ଜୟ ଜଗନ୍ନାଥ ଦେଶ କେବଳ ଗଣତନ୍ତ୍ରର ଏହି ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ତଥା ସ୍ୱଚ୍ଛ ସାମ୍ବାଦିକତା ପାଇଁ.
     ଜନମତ ଉତ୍ସ ଭାବେ, ସାଧାରଣ ଜନତାର ବନ୍ଧୁ ଭାବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ତାର ଦାଇତ୍ୱ ନିର୍ବାହ ତଥା ବହନ କରିଆସୁଛି. ଗଣତନ୍ତ୍ରର ଏହି ଚତୁର୍ଥ ସ୍ତମ୍ବ ଭାବେ କାମକରୁଥିବା ଏହି ସଂସ୍ଥା ନାସନାଲ ପ୍ରେସ ଡେ ହିସାବରେ ପ୍ରତିବର୍ଷ ନଭେମ୍ବର ଷୋହଳ ତାରିଖରେ ଏହାକୁ ଗଣମାଧ୍ୟମ ଦିବସ ରୂପେ ପାଳନ କରାଯାଏ.1956ମସିହାରେ ଆମ ଦେଶରେ ପ୍ରଥମ ପ୍ରେସ କମିଶନ ସ୍ଥାପନ ହୋଇ 4ଜୁଲାଇ 1966 ରେ ସ୍ଥାପିତ ହୋଇଥିଲା ଭାରତୀୟ ପ୍ରେସ କାଉନସିଲର. ସେବେ ଠାରୁ ପ୍ରତିବର୍ଷ ନଭେମ୍ବର 16 ତାରିଖକୁ ବିଧିବଦ୍ଧ ଭାବେ କାର୍ଯ୍ୟ କରିଆସୁଥିବା ଏହି ଦିବସର ତାତ୍ପର୍ଯ୍ୟ ରଖି ଏହି ଦିନଟିକୁ ସ୍ମରଣୀୟ କରିବାକୁ ପାଳନ କରାଯାଉଛି ପ୍ରତିବର୍ଷ.ଉଭୟ ଦୃଶ୍ୟ ଓ ଶ୍ରାବ୍ୟ ସହିତ ମୁଦ୍ରିତ ଗଣମାଧ୍ୟମରେ ଜନଗଣଙ୍କ ହିତ ସାଧନ ତଥା ଜାଗ୍ରତ ପ୍ରହରୀ ରୂପେ କାମ କରୁଥିବା ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ.
   ପ୍ରତ୍ୟେକ ସାମ୍ବାଦିକତା ବୃତ୍ତିର କର୍ତ୍ତବ୍ୟ ଓ ଦାଇତ୍ୱ ବିଷୟରେ ସୁନ୍ଦର ବାର୍ତ୍ତା ଦିଏ ଏହି ଜାତୀୟ ପ୍ରେସ ଦିବସ. ସାମ୍ବାଦିକ ଭାଇ ଭଉଣୀଙ୍କ ପାଇଁ ଏହା ଏକ ଆତ୍ମ ସମୀକ୍ଷାର ଦିନ. ସମ୍ବାଦ ପତ୍ର ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା ଭାରତୀୟ ପ୍ରେସ କାଉନସିଲର ଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଓ ଏହା ଏକ ଗୁରୁଦାୟିତ୍ୱ ବହନ କରେ. ଗଣମାଧ୍ୟମର ତର୍ଜ୍ଜମା ଓ ତ୍ରୁଟି ଦେଖିବା ମଧ୍ୟ ଏହି ପ୍ରେସ କାଉନସିଲର ଙ୍କ ଲକ୍ଷ ଓ ଭୂମିକା ତଥା କର୍ତ୍ତବ୍ୟ ଭିତରେ ସୀମାବଦ୍ଧ ଥାଇ ପଦକ୍ଷେପ ନେଇଥାଏ. ଜାଗ୍ରତ ପ୍ରହରୀ ରୂପେ ଜନସାଧାରଣଙ୍କ ନିକଟରେ ସତ୍ୟ ଭିତ୍ତିକ ତଥ୍ୟ ର ସଠିକ ଅନୁସନ୍ଧାନ କରି ରୂପରେଖ ନ ବଦଳେଇ ଡିଜିଟାଲ ଯୁଗରେ ସାମ୍ବାଦିକମାନେ ନିଜର ମୌଳିକତା ବଜାୟ ରଖିଲେ ରାଜ୍ୟ ଓ ରାଜ୍ୟସମୂହ ତଥା ଦେଶ ଓ ଦେଶମାନେ ମିଶି ଏକ ଗ୍ଲୋବାଲ ଗାଁ ରୂପେ ପ୍ରତୀୟମାନ ହେବାକୁ ସମୟ ଲାଗିବ ନାହିଁ.
       ପିଲା ଚାରିଜଣ ଏକଥା ଶୁଣୁ ଶୁଣୁ ପଖାଳ ବାଢୁଥିଲେ ଜେଜେମାଆ କିନ୍ତୁ ରବି ସ୍ତ୍ରୀ ପିଲା ଦୁହିଁଙ୍କୁ ହାତଧରି ପଖାଳ କଂସାରୁ ଉଠେଇ ନେବା ପରି ମର୍ମନ୍ତୁଦ ଦୃଶ୍ୟ ଦେଖି ସୀମା ଠିକ ବୁଝିପାରିଥିଲା ସେଦିନ ବାପା ବୋଉ କାହିଁକି ଭାଇଙ୍କ ଘରୁ ଗାଁକୁ ଫେରିଆସିବାକୁ କହି ଚାଲିଆସିଥିଲେ. ଏଣିକି ସୀମା ତୁଳସୀ ମୂଳେ ସଞ୍ଜ ଦେଉ ଦେଉ ପିଲାଦିନୁ ବାପା ମାଆ ସୁଖ ପାଇନଥିବା ଜଳନ୍ତା ସ୍ମୃତିରେ  ଶପଥ ନେଉଥିଲେ ବାପା ବୋଉଙ୍କର ଅଧିକ ଯତ୍ନ ନେବାକୁ ହେବ ମତେ ଏଣିକି.



Rate this content
Log in

Similar oriya story from Tragedy