ଜୀଵନର ମୂଲ୍ୟ
ଜୀଵନର ମୂଲ୍ୟ


ରାମ ବାବୁ ଭାରି ସଚ୍ଚୋଟ ସରଳ ବିଶ୍ଵାସୀ ଲୋକ । ସମସ୍ତଙ୍କୁ ସେ ଭାରି ଭଲ ପାଆନ୍ତି । ମହାମାରୀ, ଯୁଦ୍ଧ, ଜୀବନର ବିଭିନ୍ନ ସମାସ୍ୟାର କଥା ଶୁଣି ଶୁଣି ସେ ଡରିଗଲେ । ଭାବିଲେ ମୋ ଆଗରେ ଯଦି ମୋର ଆତ୍ମୀୟ ସ୍ୱଜନଙ୍କ କିଛି ହୁଏ,ତାହେଲେ ମୁଁ ସହି ପାରିବି ନାହିଁ । ଯଦି ମୁଁ ମରିଯିବି, ତେବେ ଆଉ କାହାର ଦୁଃଖ ଦେଖିବି ନାହିଁ କି ସହିବି ନାହିଁ । ଏହା ଭାବି ଆତ୍ମହତ୍ୟା କରିବା ପାଇଁ ଜଙ୍ଗଲକୁ ଗଲେ । ଯିବା ବାଟରେ ଏକ ସନ୍ଥଙ୍କ ସହ ଭେଟ ପଡିଲେ । ସନ୍ଥ ତାଙ୍କୁ ପଚାରିଲେ, ବାବା କୁଆଡେ ଯାଉଛ ?ରାମବାବୁ ସବୁ କଥା ଖୋଲି କହିଦେଲେ । ସନ୍ଥ କହିଲେ ସମସ୍ତେ ଦିନେ ମରିବା,କିନ୍ତୁ ମରିବା ପୂର୍ବରୁ ଡରି ଡରି, ମରି ମରି କାହିଁକି ମରିବା । ଆତ୍ମହତ୍ୟା କାପୁରୁଷତାର ଲକ୍ଷଣ ଅଟେ । ସେମାନେ ମରିଗଲେ ତୁମେ ଯେମିତି ଦୁଃଖ ପାଇବି ବୋଲି ଭାବୁଛ, ତୁମେ ମରିଗଲେ ସେମାନେ ବି ଦୁଃଖ ପାଇବେ ବୋଲି କେବେ ଭାବିଛ କି ?ସବୁବେଳେ ନକାରାତ୍ମକ ଚିନ୍ତା ନକରି, ସକାରତ୍ମକ ଚିନ୍ତା କର । କେବଳ ନିଜ ସ୍ୱାର୍ଥ କଥା ଚିନ୍ତା ନ କରି, ଅନ୍ୟମାନଙ୍କ ଦୁଃଖକୁ ବି ବୁଝି ଘରକୁ ଫେରି ଯାଅ । ହେଲେ ରାମବାବୁ ମରିବା ପାଇଁ ଜିଦ ଧରି ବସିଲେ । ସନ୍ଥ ତାପରେ ଏକ ପଥର ଦେଇ କହିଲେ,ଯାଅ ଏ ପଥରର ଦାମ ଦୁଇ ଜଣଙ୍କୁ ପଚାରି ଆସିବ । ରାମବାବୁ ପ୍ରଥମେ ଏକ ଫଳ ଦୋକାନୀ ପାଖକୁ ଗଲେ,ଫଳ ଦୋକାନୀ ପଥରର ଦାମ ଏକ ଡ଼ଜନ କଦଳୀ କହିଲା । ଦ୍ଵିତୀୟରେ ଏକ ଜୋହାରି ବା ହୀରା ବ୍ୟବସାୟୀ ପାଖକୁ ଗଲେ । ଜୋହାରି ତାଙ୍କୁ କହିଲା, ଏ ପଥରର ଦାମ ଅମୂଲ୍ୟ ଅଟେ । ଆପଣ ଏହାର ବଦଳରେ ଯାହା ଚାହିଁବେ ଦେବି । ରାମ ବାବୁ କ୍ଷମା ମାଗି କହିଲେ,ଏହାର କେବଳ ଦାମ ଜାଣିବା ପାଇଁ ପଚାରିଥିଲି, କହି ସନ୍ଥ ପାଖକୁ ଗଲେ ଓ ସବୁ ବୃତାନ୍ତ ଶୁଣାଇଲେ । ସନ୍ଥ କହିଲେ ଏଥିରୁ କିଛି ବୁଝିଲ ?ରାମବାବୁ ମୁଣ୍ଡ ଟୁଙ୍ଗାରି ନା କହିଲେ । ସନ୍ଥ କହିଲେ ପଥରର ମୁଲ୍ୟ ଜଣେ ସାଧାରଣ ଫଳ ଦ
ୋକାନୀ ବୁଝି ପାରିଲା ନାହିଁ, ଠିକ ସେହିପରି ମିଛ ମାୟା ସଂସାରରେ ରହୁ ଥିବା ସାଧାରଣ ଲୋକ ଜୀବନର ମୂଲ୍ୟ ବୁଝି ପାରନ୍ତି ନାହିଁ । ପଥରକୁ ଜୋହାରି ବୁଝି ପାରିଲା ଭଳି ଏ ଜୀବନର ମୁଲ୍ୟ କେବଳ ସେହି ଜୋହାରି ଭଗବାନ ହିଁ ବୁଝନ୍ତି । ସେ ବୁଝି ବିଚାର କରି, ଆମକୁ ଜନମ ଓ ମୃତ୍ୟୁ ଦେଇଛନ୍ତି । ତେଣୁ ତାଙ୍କ ଦେଇଥିବା ଜୀବନକୁ ଆମେ ମାରିପାରିବା ନାହିଁ, ତେଣୁ ଅଯଥା ଚିନ୍ତା ନକରି, ସଦଗୁରୁ, ସତସଙ୍ଗ ଠାରୁ ସଦଜ୍ଞାନ ପାଇ ସକାରତ୍ମକ ଚିନ୍ତାର ସହ ଜୀବନକୁ ବଞ୍ଚିବାକୁ ଚେଷ୍ଟା କର । ବାକି ସବୁ ସେ ପରମ ରକ୍ଷକ ଉପରେ ଛାଡି ଦିଅ । ସେ ହିଁ ରକ୍ଷା କରିବେ । ଜୀବନର ମୂଲ୍ୟ ଅମୂଲ୍ୟ ଅଟେ । ଯଦି ସଦଗୁରୁ ଶରଣ ଯିବ ଓ ସବୁବେଳେ ସକାରତ୍ମକ ଚିନ୍ତା କରିବ,ତେବେ ଜୀବନ ଟି ଅତୁଳନୀୟ ହୋଇଯିବ । ଆଉ ଡ଼ରି ଡରି ମରି ମରି ବଞ୍ଚିବ ନାହିଁ । ଯେମିତି ଚଳଚଞ୍ଚଳ ବିଲେ ଦିନେ ସଦଗୁରୁଙ୍କ ସାନ୍ନିଧ୍ୟ ପାଇ, ସକାରାତ୍ମକ ଚିନ୍ତାଧାରା ପାଇଁ ସାରା ସଂସାରେ ସ୍ୱାମୀ ବିବେକାନନ୍ଦ ଭାବରେ ପରିଚିତ ହୋଇ ଥିଲେ । ଏବେ ଘରକୁ ଯାଅ,ସକାରତ୍ମକ ଚିନ୍ତା ଧାରା ସହ ନିଜ ଆତ୍ମୀୟସ୍ଵଜନଙ୍କ ସହ ଖୁସିରେ ରହ । ମରିବା ଜୀବନ ନୁହେଁ, ବଞ୍ଚିବା ପାଇଁ କରୁଥିବା ସଂଘର୍ଷକୁ ଉପଭୋଗ କରିବା ଜୀବନ ହିଁ ଅତୁଲ୍ୟ ଅମୂଲ୍ୟ ଅଟେ । ଗୋଲାପ ଫୁଲ ଝଡ଼ିଯାଏ ବୋଲି କଣ ତାର ଫୁଟିବା କାମ ଛାଡି ଦିଏ କି ?ଛୋଟିଆ ଫୁଲ ଝରିବା ଡରରେ ଆଗରୁ କଣ ଝରି ଯାଏ କି ? ଅଥଚ ତୁମେ ମଣିଷ ହୋଇ ଏତେ ଡ଼ରୁଛ ଓ ଆତ୍ମହତ୍ୟା କରିବାକୁ ଚାହୁଁଛ । ରାମ ବାବୁ ଜୀବନର ମୁଲ୍ୟ ବୁଝି ଗଲେ,ସନ୍ଥଙ୍କୁ ମୁଣ୍ଡିଆ ମାରି, ନିଜର ଆତ୍ମୀୟ ସ୍ୱଜନଙ୍କୁ ଭଗବତଙ୍କ ପାଖରେ ସମର୍ପି ଦେଇ, ସକାରାତ୍ମକ ଚିନ୍ତାର ସହ ଭାବିଲେ ଯେବେ ମରିବା କଥା ମରିବି, ଏବେ କାହିଁକି ମରିବା କଥା ଭାବିବି । ଯେତେ ଦିନ ବଞ୍ଚିବି ଆନନ୍ଦରେ ନିଜ ପରିବାର ସହ ହସ ଖୁସିରେ ବଞ୍ଚିବି ଭାବି ଖୁସିରେ ରହିଲେ ।