STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ଅନ୍ନ

ଅନ୍ନ

2 mins
158


  ଆଜି ବଡ଼ ଖୁସିରେ ,ବେଶ ଭୂଷଣ ହୋଇ ଏକ ଭୋଜି ଖାଇଗଲି।ସାଙ୍ଗ ସାଥି ,ବନ୍ଧୁବାନ୍ଧବ ସମସ୍ତଙ୍କୁ ଭେଟ ହୋଇ,ଖାଇବାକୁ ମଣ୍ଡପ ପାଖକୁ ଗଲି।ଅନ୍ନ ସାଙ୍ଗକୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ର ମହମହ ବାସ୍ନା ରେ ଚାରିଆଡେ ସୁବାସିତ ହୋଇ ଯାଉଥାଏ।ସେ ବାସ୍ନାରେ ଭୋକ ଲାଗୁ ନଥିବା ଲୋକ କୁ ଭୋକ ଲାଗିଯିବ।ମତେ ବି ଭୋକ ଲାଗିଗଲା।ଗୋଟଏ ପ୍ଲେଟରେ ଖାଦ୍ୟ ଗେଲେରି ଠାରୁ ଅନ୍ନ ସହ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ନେଇ ଆସିଲି।

ଖାଦ୍ୟ ପ୍ଲେଟ ଧରି ସାଙ୍ଗମାନଙ୍କ ପାଖକୁ ଆସି ଖୁସି ମନରେ ଖାଇବାକୁ ଲାଗିଲି।ଏତେ ପ୍ରକାରର ଖାଦ୍ୟ ଥିବାରୁ, ମୁଁ କିଛି ଖାଇଲା ପରେ ମୋ ପେଟ ପୁରିଗଲା।ପ୍ଲେଟ ରେ ଅନ୍ନ ସହ କିଛି ଖାଦ୍ୟ ବଳି ଯାଇଛି।ଅନ୍ନକୁ ଫିଙ୍ଗିବାକୁ ଇଚ୍ଛା ନଥିଲେ ବି,ପେଟ ପୁରି ଯିବାରୁ ବାଧ୍ୟ ହୋଇ ଫିଙ୍ଗିବାକୁ ଯାଉଥିବା ସମୟରେ କଇଁ କଇଁ କାନ୍ଦିବାର ଶବ୍ଦ ଶୁଭିଲା।ସେ କାନ୍ଦକୁ ଅନୁସରଣ କରି କରି ଗଲାବେଳେ ଡଷ୍ଟବିନ ପାଖରେ ପହଞ୍ଚିଲି,ଆଶ୍ଚର୍ଯ୍ୟ ଡଷ୍ଟବିନ ଭିତରୁ କାନ୍ଦ ଶୁଭୁଛି।

   ଡଷ୍ଟବିନ ଭିତରୁ କିଏ କାନ୍ଦୁଛି ! ଆଶ୍ଚର୍ଯ୍ୟ ହୋଇ ପଚାରିଲି, ଡଷ୍ଟବିନ ଭିତରେ କିଏ କାନ୍ଦୁଛ ?ଡଷ୍ଟବିନ ଭିତରୁ କହିଲା, ମୁଁ ମାଆ ଅର୍ଣ୍ଣପୂର୍ଣ୍ଣାର ଝିଅ ଅନ୍ନ ଅଟେ।ମୁଁ ପଚାରିଲି ଅନ୍ନ !ମାନେ ଭାତ ବା ଚାଉଳ।ଅନ୍ନ କହିଲା ହଁ ହଁ ମୁଁ ଭାତ ବା ଚାଉଳ କାନ୍ଦୁଛି।ମୁଁ ପୁଣି ପଚାରିଲି, ତୁମ୍ଭର କଣ ଅସୁବିଧା ହେଲା କି ? କାହିଁକି ଏତେ ଖୁସି ପରିବେଶ ରେ କାନ୍ଦୁଛ ? ଅନ୍ନ କହିଲା ମତେ ଉତ୍ପାଦନ କରିବା ପାଇଁ ଲକ୍ଷ ଲକ୍ଷ ଚାଷୀ ମୁଣ୍ଡ ଝାଳ ତୁଣ୍ଡେ ମାରି,କେତେ ହାଡ଼ ଭଙ୍ଗା ପରିଶ୍ରମ କରନ୍ତି।ଯେଉଁ ବର୍ଷ ମୋର ଆମଦାନୀରେ କମି ପଡିଯିବ,ସେ ବର୍ଷ ଚାଷୀ କରଜରେ ବୁଡ଼ି ଯାଏ ଓ ଜୀଵନ ହାରିବା ପାଇଁ ଆତ୍ମହତ୍ୟା କରେ।କେତେ କଷ୍ଟ ସହି ସେ ମତେ ଉତ୍ପାଦନ କରେ।କେତେ ପରିଶ୍ରମରେ ମୁଁ ତୁମ୍ଭମାନଙ୍କ ଖାଦ୍ୟ ଥାଳି ରେ ପହଞ୍ଚେ।ମୋର ଉଦ୍ଦେଶ୍ୟ ଥାଏ ସମସ୍ତ ଙ୍କ ପେଟ ପୁରାଇବା।କିନ୍ତୁ ତୁମେମାନେ କଣ କରୁଛ,ଲୋଭରେ ଅଧିକ ଅନ୍ନ ପ୍ଲେଟ ରେ ଆଣୁଛ, ଏବଂ ମତେ ହତାଦର କରି ଡଷ୍ଟଵିନରେ ଫିଙ୍ଗି ଦେଉଛ।ଯେଉଁ ଖାଦ୍ୟର ମହତ୍ୱ ବୁଝି ପାରୁନାହଁ,ଓ ତାର ଅପଚୟ କରୁଛ,ସେଥିପାଇଁ ତୁମ୍ଭମାନଙ୍କର ଭବିଷ୍ୟତ କିପରି ଅନ୍ଧକାରମୟ ହେବ,ଏବଂ ତୁମ୍ଭମାନଙ୍କର କିପରି ପତନ ହେବ ,ତାହା ମତେ ଦେଖା ଯାଉଛି,ତେଣୁ ମୁଁ କାନ୍ଦୁଛି।

  ଅନ୍ନର କଥା ଶୁଣି, ମୋ ଅକଲ ଗୁଡ଼ୁମ ହୋଇଗଲା।ମୋ ପ୍ଲେଟ ଥିବା ବଳକା ଅନ୍ନ କୁ ଦେଖି ଓ ଡଷ୍ଟବିନ ପଡିଥିବା କୁଢ଼ କୁଢ଼ ନଷ୍ଟ ଖାଦ୍ୟ କୁ ଦେଖି,ମୋ ଆଖିରୁ ବି ଲୁହ ଗଡ଼ି ପଡିଲା।ଅନ୍ନ କୁ କହିଲି ମତେ ମାଫ କରିଦେ,ଏବଂ ଯେଉଁମାନେ ତୋର ମହତ୍ତ୍ଵ ନବୁଝି ,ତତେ ଅନାଦର କରି ନଷ୍ଟ କରୁଛନ୍ତି, ସେମାନଙ୍କ ତରଫରୁ ମଧ୍ୟ କ୍ଷମା ମାଗୁଛି। ପାରୁପର୍ଯ୍ୟନ୍ତ ତତେ ଆଉ ଡଷ୍ଟବିନରେ ରହିବାକୁ ଦେବି ନାହିଁ ଓ ସମସ୍ତ ଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବି, ତତେ ସବୁବେଳେ ଉଚ୍ଚ ସ୍ଥାନରେ ରଖିବେ,କେହି ଯେମିତି ଆଉ ତତେ ଡଷ୍ଟବିନରେ ଅନାଦର କରି ନ ଫିଙ୍ଗିବେ,ସେଥିପାଇଁ ପ୍ରାଣପଣେ ଚେଷ୍ଟା କରିବି।ଆଜି ହେ ଅନ୍ନଦେବୀ ତୋ ଆଗରେ ଶପଥ କରୁଛି।ଅନ୍ନ ଖୁସି ହୋଇ ଆଶୀର୍ବାଦ କରି କହିଲା, ସଂସାର ରେ ଯିଏ ମତେ ଆଦର କରିବ,ସେ ସବୁଦିନ ଖୁସି ରେ ରହିବ ,ନହେଲେ ନିଜ ଗୋଡ଼ ରଶିକୁ ବେକରେ ଲଗାଇବ, ଏହି ବାର୍ତ୍ତା ସଂସାରକୁ ଦେଇଦେବ।ମୁଁ ଅନ୍ନକୁ ମୁଣ୍ଡିଆ ମାରି,ଜେ ଆଜ୍ଞା କହି ଘରକୁ ଫେଇଲି।

  ସତରେ ଅନ୍ନର ଯିଏ ହତାଦର କରେ, ସିଏ ଆପଣା ହସ୍ତେ ନିଜ ଜିଭ କାଟିଥାଏ।ତେଣୁ ଆସ ସମସ୍ତେ ମିଶି ଶପଥ କରିବା, ଅନ୍ନର ସତଉପଯୋଗ କରିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from SUSMITA MISHRA

Similar oriya story from Inspirational