STORYMIRROR

Sudipta Kumar Panda

Tragedy

4  

Sudipta Kumar Panda

Tragedy

ଜହ୍ନ ଆଖିରେ ଲୁହ

ଜହ୍ନ ଆଖିରେ ଲୁହ

2 mins
389


 ସେଦିନ ଥିଲା ରାକ୍ଷୀପୂର୍ଣ୍ଣିମା । ଭଉଣୀଟିଏ ନାହିଁ ବୋଲି ଭାରି ଦୁଃଖ ଲାଗେ। ଭଉଣୀଟିଏ ମୋ ଭାଗ୍ୟରେ ନାହିଁ ଏଭଳି ଚିନ୍ତା କରି ପିଲାଦିନର ଅବୁଝା ପଣରେ ଲୁଚି ଲୁଚି ବହୁତ କାନ୍ଦିଛି। ସେହି ରାକ୍ଷୀ ପୂର୍ଣ୍ଣିମା ଅବସରରେ ପଡ଼ିଶା ଘରର ଭଉଣୀଟିଏ ବୋଧହୁଏ ମନ କଥା ଜାଣି ରାକ୍ଷୀଟିଏ ବାନ୍ଧିଲା। ମନରେ ଖୁସି କହିଲେ ନ ସରେ ଭଉଣୀଟିଏ ପାଇ ।ଏମିତି କିଛି ବର୍ଷ ଚାଲିଲା, ରାକ୍ଷୀପୂର୍ଣ୍ଣିମାରେ ମୋ ହାତର ସୌନ୍ଦର୍ଯ୍ୟରେ ବିଭୋର ହୋଇଉଠେ ନିଜେ ନିଜେ ଅଜଣା ପୁଲକରେ ସତେ ଅବା ମୁଁ ହିଁ ଦୁନିଆର ଭାଗ୍ୟବାନ ପିଲାଟିଏ ଏମିତି ମନେ ହେଉଥାଏ । ବିଧିର ବିଧାନ ବଡ଼ ବିଚିତ୍ର । ମନରେ ଦେଖିଥିବା ଅସୁମାରୀ ସ୍ଵପ୍ନ ଓ ରାକ୍ଷୀ ପୂର୍ଣ୍ଣମୀ ଦିନ ନିଜ ହାତର ସୌନ୍ଦର୍ଯ୍ୟରେ ବିଭୋର ଥିବା ଭାଇଟିର ଆଶା ନିମିଷକେ ଚୁର୍ ମାର୍ ହୋଇଗଲା। ସତେ ଯେମିତି ଏ ଦୁନିଆରେ ନିଜେ ଭାଇଟିଏ ହୋଇ ଭଉଣୀର ରକ୍ଷାକର୍ତ୍ତା ହୋଇପାରିଲା ନାହିଁ I ଘର ଲୋକଙ୍କଠୁ ଅସ୍ପଷ୍ଟ ଭାବରେ ଶୁଣି ଜାଣିଦେଲା ରାକ୍ଷୀ ବାନ୍ଧୁଥିବା ଭଉଣୀଟି ଆଉ ଏ ଦୁନିଆରେ ନାହିଁ । କରୋନାରେ ସେ ପ୍ରାଣ ହରାଇଛି। ସେ ଦିନଠୁ ନା ଏ କରୋନା ଏ ଦୁନିଆରୁ ଯାଇଛି ନା ମୋ ଭଉଣୀ ମୋ ପାଖକୁ ଆସିଛି। ଜଙ୍ଗମବାଣୀର ସାଇତା ଛାୟା ଚିତ୍ର ଆଜି ବି କିଛି ସମୟ ଚାହିଁ ରହେ ଆଉ ସେଥିରୁ ହିଁ ଭଲପାଇବାର ସବୁ ଉତ୍ସ ମିଳିଯାଏ । ଦିନେ ଏମିତି ହଠାତ୍ ସନ୍ଧ୍ୟା ସମୟରେ ଆକାଶକୁ ଚାହିଁଥାଏ। ଜହ୍ନକୁ କାନ୍ଦୁଥିବାର ଦେଖିଲି। ମନରେ ବିସ୍ମୟ ଭାବ ଆସିଲା ଆଉ ଏମିତି ଚାହିଁ ରହିବା ଭିତରେ ମୋ ଭଉଣୀ ଜୟନ୍ତୀ ଜହ୍ନ ଭିତରେ ଥିବାର ଅନୁଭବ କଲି। ବିଶ୍ୱାସ ନ ହେଲେ ବି ସତ ପରି ଅନୁମେୟ ହେଲା। ସେ ବି ଅପଲକ ନୟନରେ ଚାହିଁ ରହିଛି। ଏ ଜହ୍ନ ଆଖିର ଲୁହ ଥିଲା ନା ମୋ ଭଉଣୀ ଜହ୍ନ ବେଶରେ ଲୁହ ଝରାଉଥିଲା ତାର ଭାଇଠାରୁ ଏତେ ଦୂରରେ ଥାଇ । ସତରେ ଜହ୍ନ ହେଉଛି ମୋ ଜୟନ୍ତୀ । ଆଉ ଜୟନ୍ତୀ ହେଉଛି ମୋ ଜହ୍ନ । ଆଉ ଜହ୍ନ ଆଖିରେ ଲୁହ ଦେଖି ମୁଁ ବି ଅନ୍ୟମନସ୍କ ଭାବରେ ହଜିଯାଇଥିଲି ଏକ ଅତିନ୍ଦ୍ରିୟ, ଅଲୌକିକ ଓ ଇନ୍ଦ୍ରିୟାତୀତ ରାଇଜରେ ଯେଉଁଠି ମୁଁ ଆଉ ଜହ୍ନ ଥିଲୁ ନ ଥିଲା ଏ କରୋନାର ଶବ୍ଦ . . . . . ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy