STORYMIRROR

Bijayashree Nath

Classics

3  

Bijayashree Nath

Classics

ଝିଅ

ଝିଅ

2 mins
162


ସଞ୍ଜନା ଦେବୀଙ୍କର ମନ ଆଜି ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଉଠିଛି କାରଣ ବିବାହର ବର୍ଷେ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି l ତାଙ୍କ କୋଳ ପୁରିଉଠିଛି l ଝିଅର କୁଆଁ କୁଆଁ କାନ୍ଦରେ ଘର ଉଛୁଳି ଉଠିଛି l ଶାଶୁ ଘର ସମସ୍ତେ ଚାହୁଁ ଥିଲେ ପୁଅ l


ସ୍ୱାମୀ ରବି ଶଙ୍କର ଦର୍ଶନ ଶାସ୍ତ୍ରର ପ୍ରାଧ୍ୟାପକ l ସଞ୍ଜନା ଦେବୀ ପ୍ରାଇମେରୀ ସ୍କୁଲର ଶିକ୍ଷିକା l ସ୍ୱାମୀ ବି ପୁଅ ଚାହୁଁଥିଲେ l କିନ୍ତୁ ଝିଅକୁ ଦେଖି ଖୁସି ହୋଇ ଯାଇଥିଲେ l ସୁନ୍ଦର କୁନି କୁନି ହାତ ଗୋଡ l ଗୋରା ତକ ତକ ମୁହଁ ତହିଁରେ ନାଲି ଓଠ l ସତେ ଅବା କଣ୍ଢେଇଟିଏ l ସ୍ୱାମୀ ସ୍ତ୍ରୀ ଦୁହେଁ ଖୁସି ଥିଲେ l ଏ ଭିତରେ ପାଞ୍ଚ ବର୍ଷ ବିତି ଗଲାଣି l ଝିଅ ସ୍କୁଲ ଗଲାଣି l ହେଲେ ସଞ୍ଜନା ଦ୍ୱିତୀୟ ସନ୍ତାନର ଚିଂତାବି କରୁ ନାହାନ୍ତି l ଶାଶୁଙ୍କର ଇଚ୍ଛା ଆଉ ଗୋଟାଏ ପୁଅ l ପୁଅକୁ ବାରମ୍ବାର କହନ୍ତି l 


ହଟାତ ଦିନେ ସଞ୍ଜନାଙ୍କୁ ସ୍ୱାମୀ ପଚାରିଲେ ସଞ୍ଜନା ତୁମକୁ ପୁଅ ଦରକାର ନାହିଁ l ସଞ୍ଜନା ଦେବୀ ଉତ୍ତର ଦେଲେ l ପୁଅ କଣ ଝିଅ କଣ? ଦୁହେଁ ସନ୍ତାନ l ମାଆଟିଏ ପୁଅକୁ ଯେଉଁ କଷ୍ଟ କରି ଜନ୍ମ ଦିଏ ଝିଅ ଜନ୍ମ କଲେ ମଧ୍ୟ ସେଇ କଷ୍ଟ କରେ l ତେଣୁ ମାଆ ପାତର ଅନ୍ତର କରେ ନାହିଁ l ଦର୍ଶନ ଶାସ୍ତ୍ରର ପ୍ରାଧ୍ୟାପକ l ସବୁଥିରେ ତାଙ୍କ ଦର୍ଶନ କାଢନ୍ତି l ସ୍ତ୍ରୀର କଥାରେ ଟିକେ ଖପା ହେଲେ l

ଝିଅ ସ୍କୁଲ ଯାଉଛି l କେତେ ମିଠା ମିଠା ପ୍ରଶ୍ନ ତା ମନରେ l କୋଳରେ ବସେଇ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ରବି ଶଙ୍କର l 


ଝିଅ ଯେତେ ବଡ ହେଉଛି ମାଆ ରସେତେ ନିକଟତର ହେଉଛି l ମାଆର ପ୍ରତ୍ୟେକ କାଯ୍ୟରେ ସାହାଯ୍ୟ କରେ l ବାପାଙ୍କର ସୁବିଧା ଅସୁବିଧାରେ ସାହାଯ୍ୟ କରେ l ଝିଅକୁ ମଧ୍ୟ ଦର୍ଶନ ଶାସ୍ତ୍ର ପଢ଼େଇ ବାକୁ ଚାହାଁନ୍ତି ରବିଶଙ୍କର l ଝିଅ ଶିଶୁମନ୍ଦିରର ସ୍ଟୁଡେଣ୍ଟ l ପାଠ ବ୍ୟତୀତ ସାଠରେ ବି ପାରଙ୍ଗମ l ବେଳେ ବେଳେ ଆଚାର୍ଯ୍ୟ ମନେ ବି ଘରକୁ ଆସନ୍ତି ପଢେଇବା ପାଇଁ l 


ହଠାତ ଦିନେ ରବିଶଙ୍କର ଛାତି ପେନ ହେଲା l ରବିଶଙ୍କର ହସ୍ପିଟାଲରେ ଆଡମିଟ ହେଲେ l ହାର୍ଟର ପ୍ରୋବ୍ଲେମ l ମାଆ ଝିଅର ସେବାରେ ତୃପ୍ତ ହୁଅନ୍ତି ରବିଶଙ୍କର l ଝିଅର ପଢାପଢିରେ କିଛିଦିନ ଡିଷ୍ଟ୍ୟୁର୍ଵ ହେଲା l ହେଲେବି ଭଲ ପେରସେଣ୍ଟରେ ଫାଷ୍ଟ କ୍ଲାସ ପାଇଲା l ଝିଅର ରେଜଲ୍ଟ ଶୁଣି ଆଖିରୁ ଲୁହ ବାହାରି ପଡିଥିଲା ରାବିଶଙ୍କରଙ୍କର l ପୁଅର ଅଭାବ କେବେ ଜାଣି ପାରିନଥିଲେ ରବିଶଙ୍କର l


କଲେଜରେ ଝିଅ ପାଦ ଦେଲାବେଳେ ରବିଶଙ୍କରର ଦେହାନ୍ତ ହେଇ ସାରରିଥିଲା l ବାପାଙ୍କର ଇଚ୍ଛା ପୂରଣ ପାଇଁ ଆର୍ଟରେ ଆଡମିସ ନେଲା ଝିଅ l ମାଆଙ୍କୁ ଦେଖି ଝିଅକୁ ବହୁତ ଖରାପ ଲାଗେ l ମାଆ କିନ୍ତୁ ପଢାପଢିରେ ଭାରି ସ୍ଟ୍ରିକ l ବାପାଙ୍କ ଉତ୍ତରାଧିକାରୀ ହିସାବରେ ଏଲହାବାଦ ୟୁନିଭରସିଟିରେ ଫିଲୋ ସୋଫିରେ ପି ଜି ଆଡମିଶନ ହେଲା l 


ସଞ୍ଜନା ଦେବୀ ଝିଅ ଭିତରେ ରବିଶଙ୍କରଙ୍କୁ ଦେଖନ୍ତି l କେବଳ ଚେହେରା ନୂହେଁ ଗୁଣ ବି ରବିଶଙ୍କରଙ୍କ ଭଳି.. l ଲେଖା ଲେଖି ଓ ପଢା ପଢ଼ିରେ ଧ୍ୟାନ l ବିବାହ ପାଇଁ ଅନେକ ପ୍ରସ୍ତାବ ଅସୁଥିଲା l

ଝିଅ କିନ୍ତୁ ମନା କରୁଥିଲା l ମାଆଙ୍କୁ କହିଥିଲା l ମାଆ ତୁମେ ମୋତେ ସର୍ବ ଗୁଣ ସମ୍ପୂର୍ଣl କରି ଗଢ଼ିଛ l ନିଜକୁ ଏତେ ବସନା ଯୁକ୍ତ କରିବା କଥା ଭ୍ରମର ଆପେ ଫୁଲ ଉପରେ ବସିବ l ତେଣୁ ମୋତେ ପି ଏଚ ଡି ପଯ୍ୟନ୍ତ ପଢିବାକୁ ଦିଅ l ଜଣେ ପ୍ରାଧ୍ୟାପକ ହେବାକୁ ଦିଅ l ମୁଁ ତୁମର ପୁଅ ବି ଝିଅ ବି l ବାର୍ଦ୍ଧକ୍ୟରେ ଯିଏ ତୁମକୁ ମୋ ପାଖରେ ରଖିବାକୁ ରାଜି ହେବ ମୁଁ ତାକୁ ବାହା ହେବି 


ଝିଅର କଥା ଶୁଣି ମାଆଙ୍କୁ ବେଶ ଖୁସି ଲାଗିଥିଲା ଓ ଗର୍ବ ମଧ୍ୟ ଲାଗିଥିଲା ଏବଂ ମନେ ମନେ ଭାବିଲେ ଶହେଟି ପୁଅ ଜନ୍ମ କରିବା ଅପେକ୍ଷା ଏମିତି ଗୋଟିଏ ଝିଅକୁ ଜନ୍ମଦେବା ଭଲ l ମୋ ଝିଅ କୁଳ ଦୀପକ।




Rate this content
Log in

More oriya story from Bijayashree Nath

Similar oriya story from Classics