STORYMIRROR

❤️ Sampurna Mishra

Classics

3  

❤️ Sampurna Mishra

Classics

ଈଶ୍ୱର ଙ୍କ ସହ ସମ୍ପର୍କ

ଈଶ୍ୱର ଙ୍କ ସହ ସମ୍ପର୍କ

1 min
154

 ହେ ଈଶ୍ୱର ହେ ଦୟାମୟ ହେ କରୁଣାସାଗର.. ତୁମେ ସୃଷ୍ଟି ତୁମେ ସ୍ରଷ୍ଟା.. ତୁମେ ଆଦି ତୁମେ ଅନ୍ତ... ତୁମେ ପାଳନ କର୍ତ୍ତା ପୁଣି ତୁମେ ସଂଘାରକର୍ତ୍ତା.. ତୁମେ ପିତା ତୁମେ ମାତା.. ତୁମେ ବନ୍ଧୁ ତୁମେ ସଖା..


ତୁମେ ନିଶ୍ୱାସ ତୁମେ ବିଶ୍ୱାସ.. ତୁମେ ଜନ୍ମ ତୁମେ ମୃତ୍ୟୁ..


ତୁମେ ସତ୍ୟ ତୁମେ ଶାଶ୍ୱତ ତୁମେ ସତ୍ୟ ଶିବ ତୁମେ ପରମେଶ୍ୱର..


ତୁମେ କେତେବେଳେ ବିଦ୍ୟାଦାତା ପୁଣି କେତେବେଳେ ପାଳନ କର୍ତ୍ତା


ପୁଣି କେତେବେଳେ ତୁମେ ପ୍ରଭୁ ସୃଷ୍ଟି ର ବିଧାତା..


ହେ ପରମେଶ୍ୱର ମୋର ଏଇ ମଣିଷ ଜନ୍ମ ତୁମ ର ପ୍ରଭୁ ଆଶୀର୍ବାଦ


ମୋ ଜୀବନ ରେ ଯାହା କିଛି ବି ଘଟୁଛି ସବୁ ତୁମ କୃପା ଏବଂ ଆଶୀର୍ବାଦ ରୁ.. ହେ ସଖା ମୁ ଖାଲି ମାଧ୍ୟମ ମାତ୍ର ଏ ଜୀବନ ରେ ଯାହା ବି କିଛି ପରିବର୍ତନ ହେଉଛି ସବୁ ତୁମେ କରାଉଛ...


ତୁମେ ଯଦି ନ ଚାହିଁବ ଗଛ ରୁ ପତ୍ର ଟିଏ ମଧ୍ୟ କଅଁଳିବନି.


ଫୁଲ ଟିଏ ଫୁଟିବନି କି ଫଳ ଟିଏ ମଧ୍ୟ ଧରିବନି..


ଧନ୍ୟବାଦ ପ୍ରଭୁ ତୁମେ ୨ ଆଖି ଦେଇଛ ଯେଉଁଥିରେ ତୁମ କୁ ଦର୍ଶନ କରି ପାରୁଛି... ତୁମେ ୨ କାନ ଦେଇଛ ଯେଉଁ ଥିରେ ତୁମ ନାମ ଶୁଣି ପାରୁଛି.. ତୁମେ ୨ ହାତ ଦେଇଛ ମହାବାହୁ ଯେଉଁ ଥିରେ ତୁମ ଆଗରେ ହାତ ଯୋଡି ନତମସ୍ତକ ହେଇ ପାରୁଛି.. ତୁମେ ୨ ଗୋଡ଼ ଦେଇଛ ପ୍ରଭୁ ମୁ ମନ୍ଦିର ଟିକେ ଯାଇ ପାରୁଛି.. ତୁମ କୁ ଅଶେଷ ଧନ୍ୟବାଦ ଠାକୁରେ ତୁମେ ମତେ ମୁକ କରିନ କଥା କହିବା କୁ ଶକ୍ତି ଦେଇଛ ପ୍ରଭୁ


ମୁ ତୁମ ନାମ କୀର୍ତ୍ତନ କରି ପାରୁଛି... ଗୋଟେ ଭଲ ମନ ଟିଏ ଦେଇଛ ଠାକୁରେ ଯେଉଁ ଥିରେ ହୃଦୟ ରୁପକ ଚକ୍ଷୁ ରେ ତୁମ କୁ ଦେଖି ପାରୁଛି.. ମୋ ପାଖରେ ତୁମେ ଅଛ ସବୁ କିଛି ଅଛି...


ଧନ୍ୟବାଦ ମୋ ପ୍ରଭୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics