STORYMIRROR

Tejaswini Satapathy

Inspirational

3  

Tejaswini Satapathy

Inspirational

ଗୁରୁ ଓ ଶିଷ୍ୟ

ଗୁରୁ ଓ ଶିଷ୍ୟ

1 min
334

ଜଣେ ଯୁବକ ଗୁରୁଙ୍କ ସନ୍ଧାନ ରେ ବାହାରିଲା।ସେ ବାଟ ରେ ପାଇଲା ପ୍ରସିଦ୍ଧ ସୁଫି ସନ୍ଥ ଜୁନେଡ ଙ୍କୁ ।ସେ ଯୁନେଡ ଙ୍କୁ କହିଲେ - ମୁଁ ଆପଣଙ୍କ ଶିଷ୍ୟ ହେବାକୁ ଚାହେଁ। ଆପଣ ମୋର ଗୁରୁ ହେବେ କି ?

               ଜୁନେଡ କହିଲେ- ବାବୁ ଶିଷ୍ୟ ହେବତ ପର କଥା । ତତେ ଏବେ ଦୁଇଟି ପଥ ପାର କରିବାକୁ ହେବ ।ପ୍ରଥମ ତତେ ଜ୍ଞାନ କୁ ଖୋଜିବାକୁ ପଡ଼ିବ।ଯେତେବେଳେ ତୋ ଖୋଜା ସରିବ,ତୁ ହେବୁ ଛାତ୍ର ।

ପ୍ରଥମେ ତତେ ଜ୍ଞାନ କୁ ଖୋଜିବାକୁ ହେବ ।ତୁ ଜ୍ଞାନ ହାସଲ କରି ହେବୁ ଛାତ୍ର ।ସେତେ ବେଳେ ଲାଗିବ ଯେ ତୁ ଜଣେ ଶିଷ୍ୟ ଟିଏ ।କିନ୍ତୁ ଶିଷ୍ୟ ହେବାକୁ ଅନେକ ସମୟ ଲାଗିବ।

ଯୁବକ କହିଲା - ତେବେ ମୁଁ ମୋ ଯାତ୍ରା ଆରମ୍ଭ କରେ ।

ଜୁନେଡ଼ କହିଲେ - ଚେଷ୍ଟା କର।

          ତାପରେ ଜୁନେଡ଼ ଙ୍କ ସହ ରହି ଜ୍ଞାନ କୁ ଖୋଜିବାରେ ଲାଗିଲେ ।ଅନେକ ଦୃଢ଼ ସାଧନା ପରେ ସେ ଜ୍ଞାନର ସନ୍ଧାନ ପାଇଲା।ସେଥିରେ ସେ ଜ୍ଞାନ ହାସଲ କରିବାର ସାଧନା ନିମଜିତ ରହିଲେ।କିଛି ବର୍ଷ ପରେ ଉତ୍ତିର୍ଣ୍ଣ ହୋଇ ଜଣେ ଶିଷ୍ୟ ଜୀବନ ଆରମ୍ଭ କଲେ।

           ସେତିକି ବେଳକୁ ବିତିଯାଇଥିଲା ବହୁ ବର୍ଷ । ଜୁନେଡ ଙ୍କ ସହିତ କଥା ହେଉଥିବା ବେଳେ ଯୁବକ ଜଣକ ପଚାରିଲେ - ମହାତ୍ମା ,ଆପଣ ମୋତେ ଏହି ମାର୍ଗ ଦର୍ଶନ କରିଥିବାରୁ ଧନ୍ୟବାଦ ।ଆପଣ ନଥିଲେ ଏହି ଯାତ୍ରା ମୁଁ କରି ପାରି ନଥାନ୍ତି।

              ଗୁରୁ ଜୁନେଡ ଯୁବକ ଙ୍କୁ କୁଣ୍ଢାଇ ପକାଇଲେ ଓ କହିଲେ - ତୁମେ ମୋତେ କୃତଜ୍ଞତା କାହିଁକି ଜଣାଉଛ? ବରଂ ମୁଁ ତୁମ ପାଖରେ କୃତଜ୍ଞ ।କାରଣ ତୁମ ଭଳି ଶିଷ୍ୟ ଥିଲେ ମୋ ଭଳି ଲୋକୋ ସକାଶେ ଗୁରୁରେ ପରିଣତ ହେବା ଭାରି ସହଜ ହୋଇଯାଏ।ସବୁ କଷ୍ଟ ତୁମର, କିନ୍ତୁ ଉପଲବ୍ଧି ମୋର।

              ଜୁନେଡ ସେ ଦିନ କହିଲେ - ସାର୍ଥକ ଶିଷ୍ୟ ନ ମିଳିଲେ ଜଣେ ଗୁରୁ ହେବ କେମିତି।ତେଣୁ ମୁଁ ତୁମକୁ ଶିଷ୍ୟ ରୂପେ ପାଇ ଗର୍ବିତ।

                    

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational