STORYMIRROR

Tejaswini Satapathy

Children Stories Classics Inspirational

2  

Tejaswini Satapathy

Children Stories Classics Inspirational

ବାଜିରାଉତ

ବାଜିରାଉତ

2 mins
89

 ବଜିରାଉତ ଏକ ବାରବର୍ଷ ର ଛୋଟିଆ ବାଳକ,ଯିଏକି ମାତୃଭୂମିର ସ୍ଵାଧୀନତା ପାଇଁ ଦେଇଯାଇଥିଲା ନିଜ ପ୍ରାଣ।

  

  ୧୯୨୬ ମସିହା ଓଡ଼ିଶା ର ଢେଙ୍କାନାଳ ର ନିଳକଣ୍ଠପୁର ରେ ଜନ୍ମ ଗ୍ରହଣ କରିଥିଲେ ବୀର ବାଳକ ବାଜିରାଉତ। ତାଙ୍କ ପିତା ହରିରାଉତ,ଯିଏକି ବ୍ରାହ୍ମଣୀ ନଦୀ କୂଳ ରେଡଙ୍ଗା ଚଲାଇ ପରିବାର ଚାଲାଉଥିଲେ। ବାଜିରାଉତ ଙ୍କ ମାତା ଙ୍କ ନାମ ରଣିଆ ରାଉତ। ଦିନେ ହଟାତ୍ ତାଙ୍କ ପିତା ଙ୍କ ମୃତ୍ୟୁ ଘଟିଥିଲା।ଏହା ପରେ ସେ ମଧ୍ୟ ଡଙ୍ଗା ଚଲାଇ ପରିବାର ଚଳାଇଲେ।

  

   ସେତେବେଳେ ଗଡ଼ଜାତ ଅଞ୍ଚଳ ରେ ରାଜା ମାନଙ୍କ ର ଅତ୍ୟାଚାର ଅସହ୍ୟ ହୋଇପଡ଼ିବା ରୁ ଜନ ଆନ୍ଦୋଳନ ଦେଖାଗଲା ।ସେହି ଜନ ଆନ୍ଦୋଳନ ର ବାନର ସେନା ରେ ଯୋଗଦେଇଥିଲେ ବାଜି।ରାଜା ମାନେ ଜନ ଆନ୍ଦୋଳନ ରୋକିବା ପାଇଁ ଇଂରେଜ ମାନଙ୍କ ସହ ମିଶି ବହୁ ଅତ୍ୟାଚାର କଲେ।ସେହି ସମୟ ରେ ଇଂରେଜ ପୁରା ଦେଶ କୁ ନିଜ ଅଧୀନ ରେ ରଖିଥିଲେ।

          

    ଦିନେ ନୀଳକଣ୍ଠପୁର ଗ୍ରାମର ବାସିନ୍ଦା ଠିକ୍ କଲେ ଯେ ଇଂରେଜ ମାନଙ୍କୁ ଗାଁ ରେ ପଶିବାକୁ ଦେବେ ନାହିଁ ।ଏଣୁ ପାଲି କରି ବ୍ରାହ୍ମଣୀ ନଦୀ ଜଗିବେ।


         ୧୯୩୮ମସିହା ଅକ୍ଟୋବର ମାସ ୧୧ ତାରିଖ ରେ ବ୍ରାହ୍ମଣୀ ନଦୀ ଘାଟ ଜଗିବା ପାଳି ବାଜି ର,ଅଧ ରାତି ରେ ରକ୍ତ ମୁଖା ହୋଇ ଫେରିଥିଲେ ଇଂରେଜ। ସେତେବେଳେ ବାଜି ସାମ୍ନା କରିଥିଲେ ଇଂରେଜଙ୍କୁ ।


ଇଂରେଜ କହିଲେ," ଛୋଟିଆ ବାଳକ ଆମକୁ ନି ପାର କରିଦେ।


ସେତେବେଳେ ବାଜି ରାଉତ କହିଲେ," ନା ,ମୁଁ ତୁମକୁ ନଈ ପାର କରିବିନି।ତୁମ ଭଳି ଅସୁର ଙ୍କୁ ମୋ ଜାତି ଭାଇ ମନା କରିଛନ୍ତି, ନଈ ପାର କରିବାପାଇଁ।

 

           ଏହି କଥା ଶୁଣି ଇଂରେଜ ରାଗି ଟା ଉପରକୁ ଗୁଳି ଚାଳନା କଲେ ।ଏତିକି ରେ ମନ ପୁରି ନଥିଲା ନଈ ପହରି ତା ମୁଣ୍ଡକୁ ଭୂଷି ଦେଲେ ।

ବାଜି ରାଉତ ସେଇଠି ଟଳି ପଡ଼ିଥିଲା।ମାତ୍ର ମାରିବା ଆଗରୁ ସେ ଚିତ୍କାର କରି ଗ୍ରାମ ବାସୀ କୁ ଡାକିଯାଇଥିଲା।ତାର ଚିତ୍କାର ଶୁଣି ସମସ୍ତ ଗ୍ରାମ ବାସୀ ଚାଲିଆସିଲେ। ଇଂରେଜ ମାନଙ୍କୁ ଦେଖିସେମାନେ ତାଙ୍କୁ ଗ୍ରାମ ରେ ପଶିବାକୁ ଦେଲେ ନାହିଁ।        


        ମାତ୍ର ବାର ବରଷ ର ଛୋଟିଆ ବାଳକ ଯାହା କରିଗଲା ,ତାହା ପାଇଁ ଦେଶ ତାକୁ ସବୁ ଠାରୁ ସାନ ସ୍ଵାଧୀନତା ସଂଗ୍ରାମୀ ଭାବେ ସ୍ନମାନିତ କରାଯାଇଛି ।      


Rate this content
Log in