ଓଡିଆ ଶିଶୁ ଗପ

Comedy

2  

ଓଡିଆ ଶିଶୁ ଗପ

Comedy

ଗୋପାଳର ଚଣ୍ଡୀ ପାଠ

ଗୋପାଳର ଚଣ୍ଡୀ ପାଠ

1 min
7.5K


ଦିନେ ରାଜା କୃଷ୍ଣ ଚନ୍ଦ୍ର କୌଣସି କାର୍ଯ୍ୟ ଉପଲକ୍ଷେ ପଣ୍ଡିତମାନଙ୍କୁ ଡକାଇ ଚଣ୍ଡୀ ପାଠ କରାଉ ଛନ୍ତି, ଏହି ସମୟରେ ଗୋପାଳ ଆସି ଦେଖା କଲେ । ମହାରାଜା କହିଲେ –

ଗୋପାଳ ତୁମ୍ଭେ ତ ସବୁ ଜାଣ କିନ୍ତୁ ଦୁର୍ଗାଙ୍କ ଚଣ୍ଡୀ ପାଠ ଜାଣ କି ନା?

ଗୋପାଳ ସଙ୍ଗେ ସଙ୍ଗେ ଉତ୍ତର ଦେଲେ – ଆଜ୍ଞା ହଁ, ମୁଁ ଦୁର୍ଗାଙ୍କ ଚଣ୍ଡୀ ପାଠ ଜାଣେ, ଆହୁରି ମଧ୍ୟ ଦୁର୍ଗା ସ୍ୱରୂପିଣୀ । ନୂତନ ଚଣ୍ଡୀ ମୋର ମୁଖସ୍ଥ ଅଛି । ଏମାନେ ତ ପୋଥି ଧରି ଚଣ୍ଡୀ ପାଠ କରୁଛନ୍ତି, ମୁଁ ମୁହଁରେ କହି ଯିବି ।

ଏ କଥା ଶୁଣି ମହାରାଜା କହିଲେ –

ଆଗ ତୁମ୍ଭର ନୂଆ ଚଣ୍ଡୀ ପାଠ କିପରି ଗାଇଲ ଭଲା ।

ଏହା ଶୁଣି ଗୋପାଳ ପାଠ କଲେ –

ତ୍ୱଂ ନମାମି ସିଦ୍ଧି ରୂପଂ ମମ ହୃଦୟ ରତ୍ନମ୍ ।

ଶିଲକ ଷ୍ଟକିଂ ଲେଡି ସୁଜ୍ ପାଦ ପଦ୍ମେ ଶୋଭିତମ୍ ।

ଶଙ୍ଖା ଶାଢୀ ତେଜ୍ୟା କରି ଗାଉନରେ ସାଜିତମ୍ ।

ହସ୍ତେ ଘେନି ଲେଡି କେନ୍ ଡ୍ୟାମ୍ ଫୁଲ ଭାସିତମ୍ ।

ସିନ୍ଦୂରକୁ ଛାଡି କେଶେ ଏସେନସରେ ଭିଜତାମ୍ ।

ଖୋସା ଖୋସି ତେଜି ଦେଇ ପୃଷ୍ଠେ କେଶ ଲମ୍ବିତାମ୍ ।

ଘଡି ଚେନ୍ ମୁଦି ପିନ୍ଧି ଗର୍ବେ ପଦ କ୍ଷେପିତମ୍ ।

ଓଢଣା ଛାଡି ମସ୍ତକେ ଲେଡି କ୍ୟାପ୍ ସ୍ଥାପିତମ୍ ।

ଗଲି ହ୍ୟାଣ୍ଡ ଝାଡୁ ଛାଡି ଚେୟାରରେ ବସିତମ୍ ।

ନୀଚ୍ଚ କୁଳେ ଜନ୍ମ ହୋଇ ଉଚ୍ଚ କୁଳେ ଉଦିତାମ୍ ।

ଲାଜ ମୁଖେ ଦେଇ କାଳି ଘୋର ସ୍ୱେଚ୍ଛାଚାରିତାମ୍ ।

ରନ୍ଧା ବଢା ଛାଡି କଲେଜରେ ପାଠ ପଠିତମ୍ ।

ସ୍ୱାମୀ ତବ ଭୃତ୍ୟ ସମ ପାଦ ପଦ୍ମେ ସେବିତାମ୍ ।

ଏ ଜୀବନ୍ତ ଚଣ୍ଡୀଗଣ ପାଦ ସଦା ବନ୍ଦିତାମ୍ ।


Rate this content
Log in