Rajat Kumar Nayak

Inspirational

3  

Rajat Kumar Nayak

Inspirational

ଏମିତି ଜୀବନ

ଏମିତି ଜୀବନ

3 mins
6.9K


ହାତ ଥରି ଯାଉଥିଲା ଅଭିପ୍ରାୟ ନଥିଲା କିଛି ଲେଖିବାକୁ ନା ମନରେ କିଛି ଆକାଂକ୍ଷା ଥିଲା  କିନ୍ତୁ କିଛି କହିବାର ଥିଲା  ଏ ସଭ୍ୟ ସମାଜର ତଥାକଥିତ ସଭ୍ୟ ମଣିଷ ମାନଙ୍କୁ  ବାଧ୍ୟ ହେଇଥିଲି ଲେଖିବାକୁ ବିବେକ ର ବିରୋଧ ସତ୍ତ୍ୱେ  ମୋର ନିଜ କଥା ... କାହାରିକି ଦୋଷ ଦେଉନି ମୋ ନିଜ ଛଡ଼ା  ମୋର ବହୁତ ଆତ୍ମ ବଡିମା,ଅହଙ୍କାର,ଗର୍ବ ଥିଲା ନିଜର ଘର ଥିଲା ,ପଇସା ଥିଲା,ଚାକିରୀ ଥିଲା . କିଛି ଅଭାବ ନଥିଲା . ସତ କହିବାକୁ ଗଲେ ସବୁ ଥିଲା ମୋ ପାଖରେ  ହେଲେ ମୋହ ମାୟା ଭରା ସଭ୍ୟ ସମାଜରେ ମୁଁ ଅନେକ ଅସଭ୍ୟତାର ଗୁଣ ଶିଖି ଯାଇଥିଲି . ଭାବୁଥିଲି ମୋ ନିଜ ଦୁନିଆ ବାହାରେ ଆଉ କିଛି ନାହିଁ  ଭୁଲି ଯାଇଥିଲି ମୋ ପାପ ପୁଣ୍ୟ ର ହିସାବ ବି କିଏ ଜଣେ ଦେଖୁଛି ଅହଙ୍କାରର ପଞ୍ଜୁରିରେ ମୁଁ ବନ୍ଦୀ ହୋଇଯାଇଥିଲି ...ଭୁଲି ଯାଇଥିଲି ଈଶ୍ଵରଙ୍କ ଅସ୍ତିତ୍ଵକୁ . କେବେ ବି ନିଜକୁ ଆତ୍ମ ବିଶ୍ଳେଷଣ କରି ନଥିଲି ।

ହେଲେ ସେଦିନ ..

ଜଣଙ୍କ ପୁଅର ବାହାଘର ଥିଲା . ଯାଇଥିଲି ମୁଁ . ସ୍ପେସିଆଲ ହେଇ ... ସାମ୍ପୁ ,କଣ୍ଡିସନରରେ ମୁଣ୍ଡ ଧୋଇ  ଦାମିକିଆ ଜିନ୍ସ ଆଉ ପିଟର ଇଂଲଣ୍ଡ ସାର୍ଟ  ଶହେ ମିଟର ଦୂର ରେ ବାହାଘର . ତଥାପି କାର ନେବାକୁ ଭୁଲି ନଥିଲି . ଅନେକ ପ୍ରକାର ର ବ୍ୟଞ୍ଜନ  ତା ସହିତ ଦାମିକା ମଦ ... ଲାଗୁଥିଲା ଯେମିତି କୃତ୍ରିମ ମଧୁଶାଳା ପରି .ବୋଧ ହୁଏ ମୋ ଗର୍ବ ,ଅହଂକାର ଆଉ ଆତ୍ମ ବଡ଼ିମାର ଶେଷ ଦିନ ଥିଲା ଦୁଇ ତିନି ପେଗ ପିଇ ସାରି ଚିକେନ ମଟନ ଖାଇ ମୁଁ ଘରକୁ ଯିବାକୁ ବାହାରିଲି . ସମସ୍ତେ ନମସ୍କାର କରୁଥାନ୍ତି  ଗର୍ବ ରେ ଛାତି ଫୁଲି ଯାଉଥାଏ  ଧୀରେ ଧୀରେ ବିଦାୟ ନେଇ ମୋ କାର ପାଖକୁ ଆସିଲି  ହଠାତ ଦେଖିଲି ଜଣେ ବୁଢା ଲୋକ ଶୀତ ରେ ଥରି ଥରି କିଛି ମାଗୁଥାଏ . ମୁଁ ତାକୁ କୋଡିଏ ଟଙ୍କା ଦେଲି .. ବୁଢା ଜଣଙ୍କ କହିଲା "ବାବୁ ରେ ଏତେ ରାତିରେ ମୁଁ ଖାଇବାକୁ କୋଉଠୁ ପାଇବି . ପଇସା ଦରକାର ନାହିଁ କିଛି ଖାଇବାକୁ ମିଳିବ"  ମୁଁ ପାଖରେ ବାସନା ଧୋଉଥିବା ଗୋଟେ ପିଲା କୁ କହିଲି ତାକୁ କିଛି ଖାଇବାକୁ ଦେବାପାଇଁ  ହଁ ସାର କହି ସିଏ ଚାଲିଗଲା  ଆଉ ମୁଁ ଚାଲି ଆସିଲି ମୋ ଘରକୁ . ନିଶ୍ଚିନ୍ତ ରେ ଶୋଇ ପଡିଲି .. ଅବିବେକୀ ହୃଦୟ ତା ଭି ଟିକେ ଚିନ୍ତା କଲାନି ବୁଢାଟା ଖାଇଲା କି ନାହିଁ .

ପରଦିନ ସକାଳୁ ଏ ଟି ଏମରୁ ପଇସା ଉଠାଇବାକୁ ଗଲା ବେଳେ ଦେଖିଲି ରାସ୍ତାରେ କିଛି ଲୋକ ରୁଣ୍ଡ ହେଇଛନ୍ତି ପାଖକୁ ଗଲି  ଆଖିକୁ ବିଶ୍ୱାସ ହେଲାନି.ସେଇ ବୁଢା  ଶରୀର ପୁରା ନିଶ୍ଚଳ .ପୋଲିସକୁ ଖବର ଦେଲି .. ଡାକ୍ତରଖାନା ରେ କହିଲେ ସିଏ ମରିଯାଇଛି ।

ମୋ ଆଖିର ଲୁହ ଯେମିତି ସେ ବୁଢା ର ଅଭିଶାପ ଭଳି ଲାଗୁଥାଏ  ଆଇନା ଆଗରେ ମୋର ନିଜର ପରିଚୟ ବି ଘୃଣିତ ଲାଗୁଥାଏ . ଛଟପଟ ଲାଗୁଥାଏ ରାତି ସାରା .. ପରଦିନ ସକାଳେ ତାର ଅନ୍ତେଷ୍ଟି ହେଲା  ସବୁ କଲି କିନ୍ତୁ ନିଜକୁ କ୍ଷମା କରି ପାରିଲିନି .ବୋଧ ହୁଏ ଭଗବାନ ମତେ ଶାସ୍ତି ଦେଉଥିଲେ . ସବୁକିଛି ଛାଡିଦେଲି .ଫୁଟପାଥର ପ୍ୟାଣ୍ଟ ଆଉ ସାର୍ଟ ମୋର ଅତି ନିଜର ହେଇଗଲା . ଚପଲ ଛଡ଼ା ଆଉ ଜୋତା ବି କେବେ ପିନ୍ଧିନି  ପାର୍ଟି ମୋ ପାଇଁ ସ୍ଵପ୍ନ ହୋଇଯାଇଥିଲା . ତଥାପି ଲୋକେ ମତେ ନମସ୍କାର କରନ୍ତି .ଥରେ ବାପାଙ୍କୁ ପଚାରିଲି "ବାପା ଏବେ ବି କାହିଁକି ଲୋକେ ମତେ ନମସ୍କାର କରୁଛନ୍ତି ? ବାପା କହିଲେ ସେତେବେଳେ କରୁଥିଲେ ବାଧ୍ୟ ହେଇ ଆଉ ଆଜି କରୁଛନ୍ତି ତୋର ମଣିଷପଣିଆ ପାଇଁ . ମୁଁ ବୁଝି ଯାଇଥିଲି  ପୁଣି ଦୁଇ ଟୋପା ଲୁହ ଝରି ଯାଇଥିଲା . ସେପଟ ଘରୁ ଗୋଟେ ଗୀତ ଶୁଣା ଯାଇଥିଲା ...

କାଚକୁ କାଞ୍ଚନ ମଣିଲେ ଧନ

ଜୀବନ ତୋର ହେବ ଅକାରଣ

ଥରେ ଚିନ୍ତା କରିବେ ବନ୍ଧୁ . ଜୟ ଜଗନ୍ନାଥ

ରଜତ କୁମାର ନାୟକ

ଜେ ଇ ୨୦୦ , ଜଗଦା ,ରାଉରକେଲା

ମୋ : ୯୪୩୭୨୫୨୬୮୮


Rate this content
Log in

More oriya story from Rajat Kumar Nayak

Similar oriya story from Inspirational